OR/Prabhupada 0018 - ଗୁରୁଙ୍କ ପାଦପଦ୍ମରେ ଦୃଢ ବିଶ୍ଵାସ



Lecture on SB 6.1.26-27 -- Philadelphia, July 12, 1975

ପ୍ରଭୁପାଦ:ତେଣୁ ଆମକୁ ଏହି ସମୟର ଉପଯୋଗ କରିବା ଉଚିତ୍ ସମାଧାନ ଖୋଜିବା ଏହି ଜୀବନ ପାଇଁ ଯେ ଆମେମାନେ ବାରମ୍ଵାର ମୃତ୍ୟୁବରଣ କରୁଛୁ ଏବଂ ପୁନଃ ଶରୀର ଧାରଣ କରୁଛୁ । ତେଣୁ କିପରି ସେମାନେ ଏହା ବୁଝି ପାରିବେ ଯେପର୍ଯ୍ୟନ୍ତ ସେମାନେ ଉପଯୁକ୍ତ ଗୁରୁଙ୍କ ନିକଟକୁ ନ ଆସିବେ? ସେଥିପାଇଁ ଶାସ୍ତ୍ର କୁହେ, ତଦ୍ - ବିଜ୍ଞାନାରଥାମ୍ : "ଯଦି ତୁମେ ତୁମ ଜୀବନର ପ୍ରକୃତ ସମସ୍ୟାକୁ ଜାଣିବାକୁ ଇଛା କରୁଛ ଏବଂ ତୁମେ ଚାହୁଁଛ ଯେ କିପରି ତୁମେ କୃଷ୍ଣ ଚେତନାରେ ପ୍ରବୁଦ୍ଧ ହୋଇପାରିବ, କିପରି ଶାଶ୍ଵତ ହୋଇପାରିବ, ଘରକୁ ଫେରିପାରିବ, ଭଗବଦ୍ ଧାମକୁ, ତେବେ ତୁମକୁ ଗୁରୁଙ୍କର ଆଶ୍ରୟ ନେବାକୁ ହିଁ ପଡ଼ିବ ।" ଏବଂ ଗୁରୁ କିଏ? ତାହା ବର୍ଣ୍ଣନା କରାଯାଇଛି, ଏହା ଭାରି ସରଳ । ଗୁରୁ କେବେହେଲେ ଉପାୟ ନିର୍ମାଣ କରରେ ନାହିଁ ଯେ, "ତୁମେ ଏହି କାମ କର ଏବଂ ମୋତେ ଟଙ୍କା ଦିଅ ଏବଂ ତୁମେ ଖୁସୀରେ ରହିବ ।" ସେ ଗୁରୁ ନୁହଁନ୍ତି । ତାହା ଟଙ୍କା ରୋଜଗାର କାରିବାର ଅନ୍ୟ ଏକ ମାଧ୍ୟମ । ତେଣୁ ଏଠାରେ କୁହାଯାଇଛି, ମୂଢ଼, ସମସ୍ତେ ଯିଏ କେବଳ କଳ୍ପନାରେ ରହନ୍ତି, ଅଜମିଲା ପରି ନିଜର ଉପାୟ ନିର୍ମାଣ କରି... କେହିଜଣେ ମାନିନେଇଛି, "ଏହା ମୋର କର୍ତ୍ତବ୍ୟ," କେହିଜଣେ...ସେ ଗୋଟିଏ ମୂର୍ଖ । ଗୁରୁଙ୍କଠାରୁ ତୁମେ ତୁମର କର୍ତ୍ତବ୍ୟ ଜାଣିବା ଉଚିତ୍ । ତୁମେମାନେ ସବୁଦିନ ଗାଉଛ, ଗୁରୁମୁଖ ପଦ୍ମ ବାଖ୍ୟା,ଚିତ୍ତେତେ କୋରିୟା ଆଖ୍ୟା,ଆର ନା କରିହୋ ମନେ ଆଶା । ଏହା ହିଁ ଜୀବନ ।ଏହା ହିଁ ଜୀବନ । ଗୁରୁ ମୂଖ ପଦ... ତୁମେ ବାସ୍ତବିକ ଗୁରୁ ଗ୍ରହଣ କର, ଏବଂ ସେ ଯାହା ଆଦେଶ ଦେବେ, ତାହା ପାଳନ କର। ତେବେ ତୁମର ଜୀବନ ସାର୍ଥକ ହେବ । ଆର ନା କରିହୋ ମନେ ଆଶା । ହେ ଦୁର୍ଜନ, ତୁମେ ଅନ୍ୟ କିଛି ଆଶା କର ନାହିଁ । ତୁମେ ପ୍ରତିଦିନ ଗାଅ ନାହିଁ କି? କିନ୍ତୁ ତାର ଅର୍ଥ ତୁମେ ବୁଝିପାର କି? ବା ତୁମେ କେବଳ ଗାଉଛ? ଏହାର ଅର୍ଥ କ'ଣ? କିଏ ବର୍ଣ୍ଣନା କରିବ? କେହି ଜାଣିନାହାନ୍ତି? ହଁ; ଏହାର ଅର୍ଥ କ'ଣ?

ଭକ୍ତ: "ମୋର କେବଳ ଗୋଟିଏ ଇଛା ଯେ ମୋର ମନ ଶୁଦ୍ଧ ହେଉ । ମୋର ଗୁରୁଙ୍କ ମୂଖରୁ ନିର୍ଗତ ଶଦ୍ଦ ଦ୍ଵାରା । ମୋର ଅନ୍ୟ କୌଣସି ଇଛା ନାହିଁ, ଏହା ବ୍ୟତୀତ ।"

ପ୍ରଭୁପାଦ: ହଁ । ଏହା ହିଁ ଆଦେଶ । ଗୁରୁମୁଖ ପଦ୍ମ ବାଖ୍ୟା,ଚିତ୍ତେତେ କୋରିୟା ଆଖ୍ୟା । ବର୍ତ୍ତମାନ ଚିତ୍ତ ଅର୍ଥାତ୍ ଚେତନା ବା ହୃଦୟ । "ମୁଁ କେବଳ ଏହା କରିବି,ବାସ୍" । ମୋ ଗୁରୁମାହାରାଜ ମୋତେ କହିଛନ୍ତି; ମୁଁ ଏହା କରିବି ।" ଚିତ୍ତେତେ କୋରିୟା ଆଖ୍ୟା,ଆର ନା କରିହୋ ମନେ ଆଶା । ତେଣୁ ଏହା ମୋର ଗର୍ବ ନୁହେଁ, କିନ୍ତୁ ତୁମର ସୂଚନା ପାଇଁ ମୁଁ ଏହା କହିପାରିବି, ମୁଁ ଏହା ହିଁ କରିଲି । ତେଣୁ ମୋର ଗୁରୁ ଭାଇମାନଙ୍କଠାରୁ ମୋର ଯାହା କିଛି ଅଳ୍ପ ସଫଳତା ତୁମେମାନେ ଦେଖୁଛ, ତାର ଏହାହିଁ କାରଣ । ମୋର କୌଣସି ସାମର୍ଥ୍ୟ ନାହିଁ, କିନ୍ତୁ ମୁଁ ମୋର ଗୁରୁ ମାହାରାଜଙ୍କର କଥାକୁ ମୋର ସର୍ବସ୍ଵ ରୂପେ ଗ୍ରହଣ କରିଲି । ତେଣୁ ଏହାହିଁ ତଥ୍ୟ । ଗୁରୁ ମୂଖ ପଦ୍ମ ବାଖ୍ୟା ଚିତ୍ତେତେ କୋରିୟା ଆଖ୍ୟା । ସମସ୍ତେ ଏହା କରିବା ଉଚିତ୍ । କିନ୍ତୁ ଯଦି ଜଣେ ଏଥିରେ ଯୋଡ଼େ, ପରିବର୍ତ୍ତନ କରେ ତେବେ ସେ ସମାପ୍ତ ହୋଇଯିବ । ନା ଯୋଡ଼ିବ, ନା ପରିବର୍ତ୍ତନ କରିବ । ତୁମକୁ ଗୁରୁଙ୍କର ଆଶ୍ରୟ ନେବାକୁ ପଡ଼ିବ- ଗୁରୁ ଅର୍ଥାତ୍ ଭଗବାନ୍ କୃଷ୍ଣଙ୍କର ବିଶ୍ଵସ୍ଥ ସେବକ । ଏବଂ ତାଙ୍କର ଆଦେଶ ଗ୍ରହଣ କର କି କିପରି ତାଙ୍କର ସେବା କରିପାରିବ । ତେବେ ତୁମେ ସଫଳ ହୋଇପାରିବ । ଯଦି ତୁମେ ଭାବିବ ଯେ, "ମୁଁ ମୋ ଗୁରୁଙ୍କଠାରୁ ଅଧିକ ବୁଦ୍ଧିମାନ୍, ଏବଂ ମୁଁ ଯୋଡ଼ିପାରିବି କିମ୍ଵା ପରିବର୍ତ୍ତନ କରିପାରିବି, "ତେବେ ତୁମେ ସମାପ୍ତ ହୋଇଯିବ । ତେଣୁ କେବଳ ସେତିକି, ଏବଂ ବର୍ତ୍ତମାନ, ଆଗକୁ ଗାଅ ।

ଭକ୍ତ: ଶ୍ରୀଗୁରୁ ଚରଣେ ରତି ଏହି ସେ ଉତ୍ତମ ଗତି ।

ପ୍ରଭୁପାଦ:ଶ୍ରୀଗୁରୁ ଚରଣେ ରତି ଏହି ସେ ଉତ୍ତମ ଗତି । ତେଣୁ ତୁମେ ଯଦି ପ୍ରକୃତରେ ଉନ୍ନତି କରିବାକୁ ଚାହୁଁଛ, ତେବେ ତୁମକୁ ଗୁରୁଙ୍କ ପାଦ ପଦ୍ମରେ ଦୃଢତାର ସହ ବିଶ୍ଵସ୍ଥ ହେବାକୁ ପଡ଼ିବ । ତାପରେ?

ଭକ୍ତ: ଯେ ପ୍ରସାଦେ ପୂରେ ସର୍ବ ଆଶା ।

ପ୍ରଭୁପାଦ: ଯେ ପ୍ରସାଦେ ପୂରେ ସର୍ବ ଆଶା । ଯସ୍ୟ ପ୍ରସାଦତ୍... ସମଗ୍ର ବୈଷ୍ଣବ ଦର୍ଶନଶାସ୍ତ୍ରରେ ଏହି ସୂଚନା ଦିଆଯାଇଛି । ତେଣୁ ଏହା କରିବା ପରିବର୍ତ୍ତେ ଆମେ ମୂଢ଼ ହୋଇ ରହୁଛୁ, ଏବଂ ଏହା ଅଜମିଲା ଉପଖ୍ୟାନାରେ ବର୍ଣ୍ଣନା କରାଯାଇଅଛି । ତେଣୁ ଆଜି ଆମେ ଏହି ଶ୍ଳୋକ ପଢ଼ୁଛୁ, ସ ଏବଂ ବର୍ତ୍ତମାନଃ ଅଜ୍ଞଃ । ପୁଣି ସେ କହୁଛନ୍ତି । ପୁଣି ବ୍ୟାସଦେବ କହୁଛନ୍ତି ଯେ "ଏହି ଦୁର୍ଜନ ସେଥିରେ ଅବସ୍ଥିତ" । ନରାୟଣ ନାମକ ତାଙ୍କ ପୁତ୍ରର ସେବାରେ ଲୀନ ।" ସେ ଜାଣି ନାହିଁ..."ଏହି ଅସଙ୍ଗତ ନାରାୟଣ କ'ଣ?" ସେ ତାର ପୁତ୍ରକୁ ଜାଣିଛି । କିନ୍ତୁ ନାରାୟଣ ଏତେ ଦୟାଳୁ ଯେ କାରଣ ସେ ନିରନ୍ତର ତାର ପୁତ୍ରକୁ ଡାକୁଥିଲେ, "ନାରାୟଣ, ଦୟାକରି ଏଠାକୁ ଆସେ । ନାରାୟଣ, ଦୟାକରି ଏଇଟା ନେ," ତେଣୁ ସେ ନାରାୟଣ ନାମ ଜପ କରୁଛି ବୋଲି କୃଷ୍ଣ ଗ୍ରହଣ କରିଲେ । କୃଷ୍ଣ ଭାରି ଦୟାଳୁ । ସେ କେବେ ଭାବିନଥିଲା ଯେ "ମୁଁ ନାରାୟଣଙ୍କ ପାଖକୁ ଯାଉଛି" । ସେ ତାର ପୁତ୍ରକୁ ଚାହୁଁଥିଲା କାରଣ ସେ ସ୍ନେହି ଥିଲା । କିନ୍ତୁ ସେ ନାରାୟଣଙ୍କର ପବିତ୍ର ନାମ ଜପ କରିବାର ସୁଯୋଗ ପାଇଲା । ଏହା ତାର ଭଲ ଭାଗ୍ୟ । ତେଣୁ ଆମେ ଏହି ଅନୁସାରେ, ନାମ ପରିବର୍ତ୍ତନ କରିଥାଉ । କାହିଁକି? କାରଣ ସମସ୍ତ ନାମର ଅର୍ଥ କୃଷ୍ଣଙ୍କର ସେବକ ହେବା । ତେଣୁ ଉପେନ୍ଦ୍ର ପରି । ଉପେନ୍ଦ୍ର ଅର୍ଥାତ୍ ବାମନଦେବ । ତେଣୁ ତୁମେ ଯଦି "ଉପେନ୍ଦ୍ର,ଉପେନ୍ଦ୍ର" ଡ଼ାକିବ, ବା ସେହିପରି, ସେହି ନାମ ହିସାବ କରାଯିବ । ତେଣୁ ତାହା ପରେ ବର୍ଣ୍ଣନା କାରାଯାଇଅଛି ।