OR/Prabhupada 0022 - କୃଷ୍ଣ ଭୋକିଲା ନୁହଁନ୍ତି



Lecture on SB 1.8.18 -- Chicago, July 4, 1974

କୃଷ୍ଣ କହୁଛନ୍ତି, "ମୋ ଭକ୍ତ, ସ୍ନେହର ସହିତ,"ଯୋ ମେ ଭକ୍ତୟା ପ୍ରାୟଛତି" । କୃଷ୍ଣ ଭୋକିଲା ନୁହଁନ୍ତି । କୃଷ୍ଣ ତୁମର ନୈବେଦ୍ୟ ସ୍ଵୀକାର କରିବାକୁ ଆସିନାହାଁନ୍ତି, କାରଣ ସେ ଭୋକିଲା । ନା । ସେ ଭୋକିଲା ନୁହଁନ୍ତି । ସେ ଆତ୍ମତୁଷ୍ଟ ଅଟନ୍ତି, ଏବଂ ସେ ଚିଦ୍ ଜଗତରେ ସେବା ପାଉଛନ୍ତି, ଲକ୍ଷ୍ମୀ-ସହସ୍ର-ଶତ-ସମ୍ଭ୍ରମ-ସେବୟମାନମ୍, ସେ ଶହେ ଏବଂ ହଜାରେ ଲକ୍ଷ୍ମୀଙ୍କର ସେବା ପାଆନ୍ତି । କିନ୍ତୁ କୃଷ୍ଣ ଭାରି ଦୟାଳୁ, କାରଣ ତୁମେ ଯଦି ଗମ୍ଭୀରତା ପୂର୍ବକ କୃଷ୍ଣଙ୍କୁ ସ୍ନେହ କର, ସେ ତୁମଠାରୁ ପତ୍ରଂ, ପୁଷ୍ପଂ ସ୍ଵୀକାର କରିବାକୁ ଆସନ୍ତି । ଏପରିକି ତୁମେ ଜଦି ଗରୀବଠୁ ବି ଗରୀବ, ତୁମେ ଯାହା କିଛି ସଂଗ୍ରହ କରିପାରିବ ତାହା ସେ ସ୍ଵୀକାର କରିବେ ଟିକିଏ ପତ୍ର, ଟିକିଏ ପାଣି,ଟିକିଏ ଫୁଲ । ପୃଥିବୀର କୌଣସି ବି ଭାଗରେ, କେହିବି ପ୍ରାପ୍ତ କରିପାରିବ ଏବଂ କୃଷ୍ଣଙ୍କୁ ଅର୍ପଣ କରିପାରିବ । "କୃଷ୍ଣ, ତୁମକୁ ଦେବାପାଇଁ ମୋ ପାଖରେ କିଛି ନାହିଁ, ମୁଁ ଭାରି ଗରିବ । ଦୟାକରି ଏହା ଗ୍ରହଣ କରନ୍ତୁ ।" କୃଷ୍ଣ ଗ୍ରହଣ କରିବେ । କୃଷ୍ଣ କୁହନ୍ତି, ତଦହଂ ଅଶ୍ନାମି, "ମୁଁ ଖାଇବି" । ତେଣୁ ମୁଖ୍ୟ କଥା ହେଉଛି ଭକ୍ତି, ସ୍ନେହ, ପ୍ରେମ ।

ତେଣୁ ଏଠାରେ କୁହାଯାଇଛି ଆଲକସ୍ୟୟଂ । କୃଷ୍ଣ ଦୃଷ୍ଟିଗୋଚର ହୁଅନ୍ତି ନାହିଁ, ଭଗବାନ୍ ଦୃଷ୍ଟିଗୋଚର ହୁଅନ୍ତି ନାହିଁ, କିନ୍ତୁ ସେ ଏତେ ଦୟାଳୁ ଯେ ସେ ତୁମ ସମ୍ମୁଖକୁ ଆସନ୍ତି, ତୁମର ଭୌତିକ ଆଖିରେ ଦେଖାଯାଆନ୍ତି । କୃଷ୍ଣ ଏହି ଭୌତିକ ଜଗତରେ ଦେଖାଯାଆନ୍ତି ନାହିଁ, ଭୌତିକ ଚକ୍ଷୁରେ । ଯେପରିକି କୃଷ୍ଣଙ୍କର ଅଂଶ ବିଶେଷ । ଆମେମାନେ କୃଷ୍ଣଙ୍କର ଅଂଶ ବିଶେଷ, ସମସ୍ତ ଜୀବଜଗତ, କିନ୍ତୁ ଆମେ ପରସ୍ପରକୁ ଦେଖିପାରୁ ନାହୁଁ । ତୁମେ ମୋତେ ଦେଖିପାରିବ ନାହିଁ, ମୁଁ ତୁମକୁ ଦେଖିପାରିବି ନାହିଁ । "ନା, ମୁଁ ତୁମକୁ ଦେଖିପାରୁଛି ।" ତୁମେ କ'ଣ ଦେଖୁଛ? ତୁମେ ମୋର ଶରୀର ଦେଖୁଛ । ତେବେ ଯେତେବେଳେ ଆତ୍ମା ଶରୀର ତ୍ୟାଗ କରେ, ତୁମେ କହିଁକି କାନ୍ଦ "ମୋ ପିତା ଚାଲିଗଲେ"? କାହିଁକି ପିତା ଚାଲିଗଲେ? ପିତା ଏଠାରେ ଶୋଇଛନ୍ତି । ତେବେ ତୁମେ କ'ଣ ଦେଖିଲ? ତୁମେ ତୁମ ପିତାଙ୍କର ମୃତ ଶରୀର ଦେଖିଲ, ତୁମ ପିତାଙ୍କୁ ନାହିଁ । ତେଣୁ ତୁମେ ଯଦି କୃଷ୍ଣଙ୍କର ଅଂଶ ଦେଖିପାର ନାହିଁ, ଆତ୍ମା, ତେବେ ତୁମେ କୃଷ୍ଣଙ୍କୁ କ'ଣ ଦେଖିବ? ତେଣୁ ଶାସ୍ତ୍ର କୁହନ୍ତି, ଅତଃ ଶ୍ରୀକୃଷ୍ଣ ନାମାଦି ନ ଭବେଦ ଗ୍ରାହୟମ୍ ଇନ୍ଦ୍ରିଯେଃ (CC Madhya 17.136) । ଏହି ଦନ୍ଥାରା ଚକ୍ଷୁ କୃଷ୍ଣଙ୍କୁ ଦେଖିପାରିବ ନାହିଁ, କିମ୍ଵା କୃଷ୍ଣଙ୍କୁ ଶୁଣିପାରିବ ନାହିଁ, ନାମାଦି । ନାମ ଅର୍ଥାତ୍ ନାମ । ନାମ ଅର୍ଥାତ୍ ନାମ, ରୂପ, ଗୁଣ, ଲୀଳା । ଏହିସବୁ କଥା ତୁମର ଦନ୍ଥରା ଭୌତିକ ଚକ୍ଷୁ ବା ଚେତନା ବୁଝିପାରିବ ନାହିଁ । କିନ୍ତୁ ଯଦି ସେମାନଙ୍କୁ ଶୁଦ୍ଧ କରାଯିବ, ସେବନ୍ମୁଖେ ହି ଜିହବାଦୌ, ଯଦି ସେମାନଙ୍କୁ ଭକ୍ତି ସେବା ପ୍ରକ୍ରିୟା ଦ୍ଵାରା ଶୁଦ୍ଧ କରାଯାଏ, ତୁମେ କୃଷ୍ଣଙ୍କୁ ସବୁ ସମୟରେ ପ୍ରତ୍ୟେକ ସ୍ଥାନରେ ଦେଖିପାରିବ । କିନ୍ତୁ ସାଧାରଣ ବ୍ୟକ୍ତି ପାଇଁ, ଅଲକକ୍ଷୟଂ: ଦେଖାଯାଆନ୍ତି ନାହିଁ । କୃଷ୍ଣ ପ୍ରତ୍ୟେକ ସ୍ଥାନରେ ଅଛନ୍ତି, ଭଗବାନ୍ ପ୍ରତ୍ୟେକ ସ୍ଥାନରେ ଅଛନ୍ତି, ଅଂଡ଼ାଂତର-ସ୍ଥ-ପରମାଣୁ-ଚାୟାନ୍ତର-ସ୍ଥ । ତେଣୁ ଅଲକକ୍ଷୟଂ ସର୍ବ-ଭୂତାନାଂ । ଯଦିଓ କୃଷ୍ଣ ଉଭୟ ଭିତରେ ଏବଂ ବାହାରେ ଅଛନ୍ତି, ତଥାପି ଆମେ କୃଷ୍ଣଙ୍କୁ ଦେଖିପାରିବା ନାହିଁ, ଯେ ପର୍ଯ୍ୟନ୍ତ ଆମେ ଆମ ଚକ୍ଷୁରେ କୃଷ୍ଣଙ୍କୁ ଦେଖିବା ପାଇଁ ସକ୍ଷମ ନାହୁଁ ।

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କ ଚକ୍ଷୁ ଖୋଲିବା ପାଇଁ, କି କିପରି କୃଷ୍ଣଙ୍କୁ ଦେଖିପାରିବ, ଏବଂ ତୁମେ ଯଦି କୃଷ୍ଣଙ୍କୁ ଦେଖିପାର, ଅଂନ୍ତର୍ ବାହିର୍, ତେବେ ତୁମର ଜୀବନ ସାର୍ଥକ ହେବ । ତେଣୁ ଶାସ୍ତ୍ର କୁହେ ଯେ, ଅଂନ୍ତର୍ ବାହିର୍ ।

ଅଂନ୍ତର୍ ବାହିର୍ ୟଦି ହରିସ ତପସା ତତଃ କିଂ
ନାନ୍ତର ବହିର ୟଦି ହରିସ ତପସା ତତଃ କିଂ

ସମସ୍ତେ ପୂର୍ଣ୍ଣ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପୂର୍ଣ୍ଣତା ଅର୍ଥାତ୍ ଯେତେବେଳେ ଜଣେ କୃଷ୍ଣଙ୍କୁ ଭିତରେ ଓ ବାହାରେ ଦେଖିପାରିବ । ତାହାହିଁ ପୂର୍ଣ୍ଣତା ।