OR/Prabhupada 0023 - ମୃତ୍ୟୁ ପୂର୍ବରୁ କୃଷ୍ଣ ଚେତନାରେ ଦକ୍ଷ ହୁଅ



Sri Isopanisad Invocation Lecture -- Los Angeles, April 28, 1970

ତେଣୁ ଏଠାରେ କୁହାଯାଇଛି ଯେ ବ୍ରହ୍ମାଣ୍ତର ନିଜର ସମୟ ଅଛି, ପୂର୍ଣତାର ଶକ୍ତି ଦ୍ଵାରା ନିର୍ଦ୍ଧାରିତ । ବ୍ରହ୍ମାଣ୍ତ ମଧ୍ୟ ବିଶାଳ ଶରୀର, ଭୌତିକ ଶରୀର ଅଟେ । ବାସ୍ ସେତିକି । ଯେପରିକି ତୁମର ଶରୀର, ସବୁକିଛି ଅନୁରୂପ । ଆଧୁନିକ ବିଜ୍ଞାନ, ଅନୁରୂପର ନିୟମ ଅଟେ । ଏକ ପରମାଣୁ, ଏକ କ୍ଷୁଦ୍ରତମ କଣିକା, ଛୋଟ ପିମ୍ପୁଡ଼ି, ତେଣୁ ଏହାକୁ ଅନୁରୂପ ଜୀବନ ମିଳିଛି, ତୁମକୁ ଅନୁରୂପ ଜୀବନ ମିଳିଛି । ସେହିପରି ଏହି ବିଶାଳ ଶରୀର, ଏହି ବ୍ରହ୍ମାଣ୍ତ ହୋଇପାରେ ଲକ୍ଷେ ବର୍ଷ ପର୍ଯ୍ୟନ୍ତ ଉପସ୍ଥିତ ରହିପାରେ, କିନ୍ତୁ ଏହା ଚିରକାଳ ପାଇଁ ସ୍ଥାୟୀ ନୁହେଁ । ତାହା ହିଁ ତଥ୍ୟ ଅଟେ । କାରଣ ଏହା ଅତ୍ୟନ୍ତ ବିଶାଳ, ତେଣୁ ହୋଇପାରେ ଏହା କିଛି ଲକ୍ଷ ବର୍ଷ ରହିବ, କିନ୍ତୁ ଏହା ସମାପ୍ତ ହେବ । ତାହା ପ୍ରକୃତିର ନିୟମ ଅଟେ । ଏବଂ ଯେତେବେଳେ ସେହି ସମୟ ପୂରିଯିବ, ଏହି କ୍ଷଣସ୍ଥାୟୀ ପ୍ରଦର୍ଶନ ବିଲୁପ୍ତ ହୋଇଯିବ । ପୂର୍ଣ୍ଣତାର ପୂର୍ଣ୍ଣ ବ୍ୟବସ୍ଥା ଦ୍ଵାରା, ପରମ ପୂର୍ଣ୍ଣତା । ଯେତେବେଳେ ତୁମର ସମୟ ସରିଯିବ, କେହି ମହାଶୟ ଏହି ଶରୀରେ ନଥିବେ । କେହି ଅଟକାଇ ପାରିବେ ନାହିଁ । ବ୍ୟବସ୍ଥା ଭାରୀ ଦୃଢ଼ । ତୁମେ କହି ପାରିବ ନାହିଁ, "ମୋତେ ରହିବାକୁ ଦିଅ" । ବାସ୍ତବରେ ଏହା ହିଁ ଘଟୁଛି ।

ଯେତେବେଳେ ମୁଁ ଭାରତରେ ଥିଲି, ଆଲ୍ଲାହାବାଦ, ଆମର ଜଣେ, ଜଣାସୁଣା ସାଙ୍ଗ, ସେ ବହୁତ ଧନୀ ବ୍ୟକ୍ତି । ସେ ମୃତ୍ୟୁ ନିକଟରେ ଥିଲେ । ତେଣୁ ସେ ଚିକିତ୍ସକଙ୍କୁ କହିଲେ, "ଆପଣ ମୋତେ ଅତିକମରେ ଚାରିବର୍ଷ ବଞ୍ଚିବା ପାଇଁ ଦେଇପାରିବ ନାହିଁ ? ମୋର କିଛି ଯୋଜନା ଅଛି, ଆପଣ ଦେଖୁଛନ୍ତି । ମୁଁ ଏହାକୁ ଶେଷ କରିପାରିଲି ନାହିଁ ।" ଆପଣ ଦେଖୁଛନ୍ତି । ଆଶ-ପାଶ-ଶତେର-ବଦ୍ଧଃ (BG 16.12) ଏହା ଆସୁରିକ ପ୍ରବୃତ୍ତି ଅଟେ ।

ସମସ୍ତେ ଭାବନ୍ତି ଯେ, "ଓ ମୋତେ ଏହା କରିବାର ଅଛି । ମୋତେ ଏହା କରିବାର ଅଛି ।" ନା । ଚିକିତ୍ସକ କିମ୍ଵା ଚିକିତ୍ସକଙ୍କ ପିତା, ତାଙ୍କର ପିତା, କୌଣସି ବୈଜ୍ଞାନିକ ଏହାକୁ ଅଟକାଇ ପାରିବେ ନାହିଁ । "ଓ, ନା, ମହାଶୟ । ଚାରିବର୍ଷ ନାହିଁ । ଚାରି ମିନିଟ୍ ମଧ୍ୟ ନାହିଁ । ତୁମକୁ ତୂରନ୍ତ ଯିବାକୁ ହେବ ।" ଏହା ହିଁ ନିୟମ । ତେଣୁ ସେହି ମୂହୁର୍ତ୍ତ ଆସିବା ପୂର୍ବରୁ, ଜଣକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାରେ ଦକ୍ଷ ହେବାକୁ ପଡ଼ିବ । ତୂର୍ଣମ ଯତେତ (SB 11.9.29) ତୁର୍ଣମ ଅର୍ଥାତ୍ ତତ୍ପରତା ପୂର୍ବକ, ଅତି ଶିଘ୍ର ତୁମକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାକୁ ହେବ । ଅନୁ...ପରବର୍ତ୍ତୀ, ମୃତ୍ୟୁ ପୂର୍ବରୁ, ପରବର୍ତ୍ତୀ ମୃତ୍ୟୁ ଆସିବା ଆଗରୁ, ତୁମକୁ ତୁମର କାମ ଶେଷ କରିବାକୁ ହେବ । ଏହା ହିଁ ବୁଦ୍ଧିମାନତା । ଅନ୍ୟଥା ପରାଜୟ । ଧନ୍ୟବାଦ ।