OR/Prabhupada 0049 - ଆମେମାନେ ପ୍ରକୃତିର ନିୟମରେ ବନ୍ଧା
Arrival Talk -- Aligarh, October 9, 1976
ତେଣୁ ଏହି ସଂକୀର୍ତ୍ତନ ଗୌରବାନ୍ଵିତ ଅଟେ । ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ଅଟେ । ପରମ ବିଜୟତେ ଶ୍ରୀ କୃଷ୍ଣ ସଂକୀର୍ତ୍ତନମ୍ । ଏହା ତାଙ୍କର ଆଶୀର୍ବାଦ: କେବଳ ସଂକୀର୍ତ୍ତନ ଦ୍ଵାରା ଏହି ଯୁଗରେ । ବୈଦିକ ସାହିତ୍ୟରେ ଏହା ସ୍ଵୀକୃତ, ବେଦାନ୍ତ ସୂତ୍ରରେ । ଶବ୍ଦାଦ୍ ଅନବୃତ୍ତି । ଅନବୃତ୍ତି ମୋକ୍ଷ । ଆମର ବର୍ତ୍ତମାନ୍ ସ୍ଥିତି ହେଉଛି ବନ୍ଧନ । ଆମେମାନେ ପ୍ରକୃତିର ନିୟମରେ ବନ୍ଧା । ଆମେ ମୁର୍ଖ ଭାବରେ ସ୍ଵାଧିନତାର ଘୋଷଣା କରିପାରିବା- ଏହା ଆମର ମୁର୍ଖତା ଅଟେ କିନ୍ତୁ ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ ।
- ପ୍ରକୃତେଃ କ୍ରିୟମାଣନି
- ଗୁଣୈଃ କର୍ମାଣି ସର୍ବଶଃ
- ଅହଂକାର ବିମୂଢାତ୍ମା
- କର୍ତ୍ତାହମ୍...
- (BG 3.27)
ଆମେ ପ୍ରକୃତିର ନିୟମରେ ବାନ୍ଧି ହୋଇଅଛୁ, କିନ୍ତୁ ଯେଉଁମାନେ ମୂର୍ଖ ଅଟନ୍ତି, ବିମୂଢାତ୍ମା, ମିଛ ପ୍ରତିଷ୍ଠା ଭଳି, ସେଭଳି ବ୍ୟକ୍ତି ଭାବେ ଯେ ସେ ସ୍ଵାଧିନ । ନା । ସେ ନୁହେଁ । ଏହା ଏକ ଭୁଲ ଧାରଣା । ତେଣୁ ଏହି ଭୁଲ ଧାରଣାକୁ ସୁଧାରିବାକୁ ହେବ । ତାହା ହିଁ ଜୀବନର ଲକ୍ଷ୍ୟ । ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁପାରିଶ୍ କରିଛନ୍ତି ଯେ ଯଦି ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର, ତେବେ ଲାଭର ପ୍ରଥମ କିସ୍ତି ହେଉଛି ଚେତୋ- ଦର୍ପଣ- ମାର୍ଜନଂ(CC Antya 20.12) । କାରଣ ଭୁଲ ଧାରଣା ହୃଦୟ ଭିତରେ ଅଛି । ଯଦି ହୃଦୟ ସଫା ଅଛି, ଚେତନା ସ୍ପଷ୍ଟ ଅଛି, ତେବେ କୌଣସି ଭୁଲ ଧାରଣା ରହିବ ନାହିଁ । ତେଣୁ ଏହି ଚେତନାକୁ ସଫା କରିବାକୁ ହେବ । ଏବଂ ତାହା ହରେ କୃଷ୍ଣ ମନ୍ତ୍ର ଜପ କରିବା ପରିଣାମର ପ୍ରଥମ କିସ୍ତି । କୀର୍ତ୍ତନାଦ୍ ଏୱ କୃଷ୍ନସ୍ୟ ମୁକ୍ତ-ସଙ୍ଗ ପରଂ ବ୍ରଜେତ(SB 12.3.51) । କେବଳ କୃଷ୍ଣଙ୍କ ନାମ ଜପ କରିଲେ, କୃଷ୍ଣସ୍ୟ, କୃଷ୍ଣଙ୍କର ପବିତ୍ର ନାମ, ହରେ କୃଷ୍ଣ । ହରେ କୃଷ୍ଣ, ହରେ ରାମ,ଏକା କଥା । କୃଷ୍ଣ ବା ରାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ରାମାଦି ମୂର୍ତ୍ତିଷୂ କଲା ନିୟମେନ ତିଷ୍ଠନ୍ (Bs. 5.39) । ତେଣୁ ତୁମକୁ ଆବଶ୍ୟକ । ବର୍ତ୍ତମାନ ସ୍ଥିତି ହେଉଛି ଭୁଲ ଧାରଣା ଏହିକି, ଯେ "ମୁଁ ହେଉଛି ଏହି ଭୁଲ ଧାରଣାର ପରିଣାମ ।" "ମୁଁ ଏହି ଶରୀର ଅଟେ।" ମୁଁ ଭାରତୀୟ, ମୁଁ ଆମେରିକୀୟ, ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ଇତ୍ୟାଦି... ଏତେ ଗୁଡାଏ ଉପାଧି । କିନ୍ତୁ ଆମେ ସେ ମଧ୍ୟରୁ କୌଣସି ନୁହଁ । ଏହା ହେଉଛି ସଫା କରିବା । ଚେତୋ ଦର୍ପଣ । ତୁମେ ଯେବେ ତାହା ସଠିକ ଭାବରେ ବୁଝିପାରିବ ଯେ "ମୁଁ ଜଣେ ଭାରତୀୟ ନୁହେଁ, ମୁଁ ଜଣେ ଆମେରିକୀୟ ନୁହେଁ, ମୁଁ ବ୍ରାହ୍ମଣ ନୁହେଁ, ମୁଁ କ୍ଷେତ୍ରୀୟ ନୁହେଁ- ଅର୍ଥାତ୍ "ମୁଁ ଏହି ଶରୀର ନୁହେଁ"- ତେବେ ଚେତନା ଅହଂ ବ୍ରହ୍ମାସ୍ମି ହୋଇଯିବ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି (BG 18.54) । ଏହା ହିଁ ଆବଶ୍ୟକ । ଏହା ଜୀବନର ସଫଳତା ଅଟେ ।