OR/Prabhupada 0061 - ଏହି ଶରୀର ତ୍ଵଚା, ଅସ୍ଥି, ରକ୍ତ, ମୂତ୍ର, ମଳର ଏକ ଥଳି ଅଟେ



Northeastern University Lecture -- Boston, April 30, 1969

ମୋର ପ୍ରିୟ ବାଳକ ଓ ବାଳିକାମାନେ, ଏହି ବୈଠକରେ ଉପସ୍ଥିତ ଥିବାରୁ ମୁଁ ତୁମମାନଙ୍କୁ ଧନ୍ୟବାଦ ଜଣାଉଛି । ଆମେମାନେ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାରିତ କରୁଛୁ କାରଣ ଏହି ଆନ୍ଦୋଳନର ଅତ୍ୟନ୍ତ ଆବଶ୍ୟକତା ଅଛି ସମଗ୍ର ଦୁନିଆରେ, ଏବଂ ଏହି ପ୍ରକ୍ରିୟା ଭାରୀ ସହଜ । ତାହା ହେଉଛି ଫାଇଦା । ସର୍ବପ୍ରଥମେ, ଦିବ୍ୟ ସ୍ତର କ'ଣ ତାହା ବୁଝିବାକୁ ଚେଷ୍ଟା କର । ଯେ ପର୍ଯ୍ୟନ୍ତ ଆମର ଜୀବିକା ନିର୍ବାହର ସ୍ଥିତି ସମ୍ଵନ୍ଧିତ, ଆମେମାନେ ବିଭିନ୍ନ ସ୍ତରରେ ଅଛୁ । ତେଣୁ ସର୍ବପ୍ରଥମେ ଆମକୁ ଏହି ଦିବ୍ୟ ସ୍ତରରକୁ ଅସିବାକୁ ପଡିବ । ତାପରେ ଦିବ୍ୟ ଧ୍ୟାନର ପ୍ରଶ୍ନ ଆସିବ । ଭଗବଦ୍ ଗୀତାରେ, ତୃତୀୟ ଅଧ୍ୟାୟରେ, ତୁମେ ପାଇବ ଯେ ଆମ ବଦ୍ଧ ଜୀବନର ବିଭିନ୍ନ ଅବସ୍ଥା ଅଛି । ପ୍ରଥମେ ହେଉଛି ଇନ୍ଦ୍ରିୟାଣି ପରାଣ୍ୟା ଆହୁରି...(BG 3.42) । ସଂସ୍କୃତ, ଇନ୍ଦ୍ରିୟାଣି । ପ୍ରଥମ କଥା ହେଉଛି ଜୀବନର ଶାରୀରିକ ଧାରଣା । ଏହି ଭୌତିକ ଜଗତରେ ଆମମାନଙ୍କ ମଧ୍ୟରୁ ସମସ୍ତେ, ଜୀବନର ଏହି ଶାରୀରିକ ଧାରଣା ଅଧିନରେ ଅଛୁ । ମୁଁ ଭାବୁଛି ଭାରତୀୟ, "ମୁଁ ଏକ ଭାରତୀୟ ।" ତୁମେ ଭାବୁଛ ତୁମେ ଆମେରିକୀୟ । କେହି ଭାବୁଛି, "ମୁଁ ରଷୀୟାନ୍ ।" କେହି ଭାବୁଛି, "ମୁଁ ଅନ୍ୟ କେହି ।" ତେଣୁ ସମସ୍ତେ ଭାବୁଛନ୍ତି "ମୁଁ ଏହି ଶରୀର ଅଟେ ।" ଏହା ଏକ ମାନଦଣ୍ତ, କିମ୍ଵା ଏକ ସ୍ତର ଅଟେ । ଏହି ସ୍ତରକୁ ଇନ୍ଦ୍ରିୟ ପ୍ରିୟ ସ୍ତର କୁହାଯାଏ କାରଣ ଆମେମାନେ ଯେତେ ପର୍ଯ୍ୟନ୍ତ ଜୀବନର ଶାରୀରିକ ଧାରଣାରେ ଅଛୁ, ଆମେ ଭାବୁ ସୁଖ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ବାସ୍ । ସୁଖ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି କାରଣ ଶରୀର ଅର୍ଥାତ୍ ଇନ୍ଦ୍ରିୟ । ତେଣୁ ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ (BG 3.42) । ଭଗବାନ୍ କୃଷ୍ଣ କୁହନ୍ତି ଯେ ଜୀବନର ଭୌତିକ ଧାରଣାରେ, କିମ୍ଵା ଜୀବନର ଶାରୀରିକ ଧାରଣାରେ, ଆମର ଇନ୍ଦ୍ରୟଗୁଡ଼ିକ ଅତ୍ୟନ୍ତ ବିଶିଷ୍ଟ ଅଟନ୍ତି । ବର୍ତ୍ତମାନ ସମୟରେ ତାହା ଚାଲିଛି । ବର୍ତ୍ତମାନ ସମୟରେ ନୁହେଁ; ଏହି ଭୌତିକ ଦୁନିଆ ଉତ୍ପତ୍ତି ସମୟରୁ । ତାହା ହେଉଛି ରୋଗ, ଯେ "ମୁଁ ଏହି ଶରୀର ଅଟେ ।" ଶ୍ରୀମଦ୍ ଭାଗବତମ୍ କୁହନ୍ତି ଯେ ଯସ୍ୟାତ୍ମା ବୁଦ୍ଧିଃ କୁଣପେ ତ୍ତ୍ରି ଧାତୁକେ ସ୍ଵ-ଧୀଃ କଲତ୍ତ୍ରାଦିଷୁ ଭୋମ ଇଜ୍ୟ-ଧୀଃ (SB 10.84.13), ଯେ "ଯେ କେହି ଏହି ଶାରୀରିକ ଧାରଣା ରଖି ଭାବେ,ଯେ 'ମୁଁ ଏହି ଶରୀର..'." ଆତ୍ମ ବୁଦ୍ଧିଃ କୁଣପେ ତ୍ତ୍ରି ଧାତୁ । ଆତ୍ମ ବୁଦ୍ଧିଃ ଅର୍ଥାତ୍ ଏହି ତ୍ଵଚା ଏବଂ ଅସ୍ଥିର ଥଳିରେ ସ୍ଵୟଂର ଧାରଣା । ଏହା ଏକ ଥଳି । ଏହି ଶରୀର ତ୍ଵଚା, ଅସ୍ଥି, ରକ୍ତ, ମୂତ୍ର, ମଳ, ଏବଂ ଅନେକ ପ୍ରୀତିକର ବସ୍ତୁର ଏକ ଥଳି ଅଟେ । ତୁମେ ବୁଝିପାରୁଛ? କିନ୍ତୁ ଆମେ ଭାବୁ ଯେ "ମୁଁ ଅସ୍ଥି, ଏବଂ ତ୍ଵଚା, ଏବଂ ମଳ, ଏବଂ ମୂତ୍ର ର ଏହି ଥଳି ଅଟେ । ତାହା ଆମର ସୁନ୍ଦରତା । ତାହା ଆମର ସବୁକିଛି ।"

ଏପରି ଅନେକ ପ୍ରୀତିକର କାହାଣୀ ଅଛି...ଅବଶ୍ୟ ଆମ ପାଖରେ ଖୁବ୍ କମ ସମୟ ଅଛି । ତଥାପି, ଏକ ଛୋଟ କାହାଣୀ କହିବାକୁ ମୁଁ ଚାହେଁ, ଜଣେ ବ୍ୟକ୍ତି, ଏକ ବାଳକ, ଏକ ସୁନ୍ଦର ବାଳିକା ପ୍ରତି ଆକର୍ଷିତ ଥିଲା । ତେଣୁ ବାଳିକା ରାଜି ନ ଥିଲା, ଏବଂ ବାଳକ ଜିଦି ଥିଲା । ତେଣୁ ଭାରତରେ, ଅବଶ୍ୟ, ବାଳିକାମାନେ, ସେମାନେ ତାଙ୍କର ପବିତ୍ରତା ଦୃଢ଼ଭାବେ ରଖନ୍ତି । ତେଣୁ ବାଳିକା ରାଜି ହେଲା ନାହିଁ । ତେଣୁ ସେ କହିଲା, "ଠିକ୍ ଅଛି, ମୁଁ ରାଜି ଅଛି । ଏକ ସପ୍ତାହ ପରେ ତୁମେ ଆସ ।" ସେ ନିଯୁକ୍ତ କରିଲା, "ଏହି ସମୟରେ, ତୁମେ ଆସ ।" ତେଣୁ ବାଳକ ଭାରୀ ଖୁସି ହୋଇଗଲା । ଏବଂ ସେ ବାଳିକା କିଛି ରେଚକ ସାତ ଦିନ ସାରା ନେଲା, ଏବଂ ସେ ଦିନ ଏବଂ ରାତି ମଳ କରୁଥିଲା, ଏବଂ ବାନ୍ତି, ଏବଂ ସେ ଏହି ସବୁ ବାନ୍ତି ଏବଂ ମଳକୁ ଏକ ଉତ୍ତମ ପାତ୍ରରେ ରଖୁଥିଲା । ତେଣୁ ଯେତେବେଳେ ନିର୍ଦ୍ଧାରିତ ସମୟ ଆସିଲା, ସେହି ବାଳକ ଆସିଲା, ଏବଂ ସେହି ବାଳିକା ଦ୍ଵାର ପାଖରେ ବସିଥିଲା । ବାଳକ ପଚାରିଲା, " ସେ ବାଳିକା କାହିଁ?" ସେ ବାଳିକା କହିଲା, "ମୁଁ ସେହି ବାଳିକା ।" "ନା, ନା । ତୁମେ ନୁହଁ । ତୁମେ ଭାରୀ ଅସୁନ୍ଦର । ସେ ବାଳିକା ଭାରୀ ସୁନ୍ଦର । ତୁମେ ସେହି ବାଳିକା ନୁହଁ ।" "ନା, ମୁଁ ସେହି ବାଳିକା, କିନ୍ତୁ ବର୍ତ୍ତମାନ ମୁଁ ମୋର ସୁନ୍ଦରତା ଅଲଗା କରି ଏକ ଭିନ୍ନ ପାତ୍ର ରେ ରଖିଛି ।" "ତାହା କ'ଣ?" ସେ ବାଳିକା ଦେଖେଇଲା: "ଏହା ହେଉଛି ସୁନ୍ଦରତା, ଏହି ମଳ ଏବଂ ବାନ୍ତି । ଏହା ହେଉଛି ଉପକରଣ ।" ବାସ୍ତବରେ କେହି ବି ଅତ୍ୟନ୍ତ ବଳଶାଳୀ କିମ୍ଵା ଭାରୀ ସୁନ୍ଦର ହୋଇପାରେ - ଯଦି ସେ ତିନି ଚାରିଥର ମଳ ଯାଏ, ତୁରନ୍ତ ସବୁକିଛି ବଦଳିଯାଏ । ତେଣୁ ମୋ କହିବାର ଅର୍ଥ ହେଲା ଯେ, ଯେପରି ଶ୍ରୀମଦ୍ ଭାଗବତମ୍ ରେ କୁହାଯାଇଛି, ଯେ ଜୀବନର ଏହି ଶାରୀରିକ ଧାରଣା ଅତ୍ୟନ୍ତ ଆଶାନ୍ଵିତ ନୁହେଁ । ଯସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ତ୍ରି-ଧାତୁକେ (SB 10.84.13) ।