OR/Prabhupada 0060 - ଜୀବନ ଭୌତିକ ପଦାର୍ଥରୁ ଆସିପାରିବ ନାହିଁ



Room Conversation with Svarupa Damodara -- February 28, 1975, Atlanta

ପ୍ରଭୁପାଦ: ଆମେ କହୁ ଯେ ଯେତେବେଳେ ଜୀବ, ବୀର୍ଯ୍ୟରେ ଥାଏ ଏଵଂ ଏହା ମହିଳାର ଗର୍ଭରେ ପ୍ରବେଶ କରାଯାଏ, ତାପରେ ଶରୀର ବିକସିତ ହୁଏ । ଏହି ଆରମ୍ଭ ହିଁ ଜୀବନ ଅଟେ । ଏହା ବ୍ୟବହାରିକ ଅଟେ । ଏବଂ ଏହି ଜୀବନ ପରମ ଜୀବନର ଅଂଶ ବିଶେଷ ଅଟେ । ସେଥିପାଇଁ ଆରମ୍ଭ ହେଉଛିନ୍ତି ଭଗବାନ୍ । ଜନ୍ମାଦ୍ୟସ୍ୟ ୟତଃ (SB 1.1.1) । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏଥିପାଇଁ ଆମକୁ ଏହି ସିଦ୍ଧାନ୍ତ ଏହି ପଥଭ୍ରଷ୍ଟ ଜଗତରେ ସ୍ଥାପିତ କରିବାକୁ ହେବ... ଏବଂ ଏହା ବ୍ୟତୀତ, କାହିଁକି ସେମାନେ ଜୀବନର ଉତ୍ପତ୍ତି ଭୌତିକ ପଦାର୍ଥରୁ କରିପାରୁ ନାହାଁନ୍ତି! ସେମାନଙ୍କର ବକ୍ତବ୍ୟର ମୂଲ୍ୟ କ'ଣ? ସେମାନେ ସିଦ୍ଧାନ୍ତ ସ୍ଥାପନ କରିବାରେ ସକ୍ଷମ ହୋଇ ପାରି ନାହାଁନ୍ତି । କ'ଣ ପ୍ରମାଣ ଅଛି ଯେ ଭୌତିକ ପଦାର୍ଥରୁ ଜୀବନ ସୃଷ୍ଟି ହୋଇଛି । ତୁମେ କର ।

ସ୍ଵରୁପ ଦାମୋଦର: ପ୍ରମାଣର ଅନୁସନ୍ଧାନ ଚାଲିଛି ।

ପ୍ରଭୁପାଦ: ଆହ୍? ତାହା ଅଯୌକ୍ତିକ । ତାହା ଅଯୌକ୍ତିକ । ଏହି ପ୍ରମାଣ, ଯେ ଜୀବନରୁ, ଜୀବନ ଆସୁଛି, ପ୍ରମାଣ ଅଛି, ଅନେକ ପ୍ରମାଣ । ଜଣେ ମଣିଷ, ଜନ୍ତୁ, ବୃକ୍ଷଗୁଡିକ - ସମସ୍ତେ ଜୀବନରୁ ଆସୁଛନ୍ତି । ଏବେ ପର୍ଯ୍ୟନ୍ତ, କେହି ଦେଖିନାହାଁନ୍ତି ଯେ ପଥରରୁ ଏକ ମନୁଷ୍ୟ ଜନ୍ମଗ୍ରହଣ କରୁଛି । କେହି ଦେଖିନାହାଁନ୍ତି । ବେଳେ ବେଳେ ଏହାକୁ ବୃଶ୍ଚିକ-ତଣ୍ତୂଳ-ନ୍ୟାୟ କୁହାଯାଏ । ତୁମେ ତାହା ଜାଣିଛ କି? ବୃଶ୍ଚିକ-ତଣ୍ତୂଳ-ନ୍ୟାୟ, ବୃଶ୍ଚିକ ଅର୍ଥାତ୍ ବିଛା, ଏବଂ ତଣ୍ତୂଳ ଅର୍ଥାତ୍ ଚାଉଳ । ବେଳେ ବେଳେ ଚାଉଳ ଗଦାରୁ ବିଛା ବାହାରିବା ଆମେ ଦେଖୁ । କିନ୍ତୁ ତାହାମାନେ ନୁହେଁ ଯେ ଚାଉଳ ବିଛାକୁ ଜନ୍ମ ଦେଇଛି । ତୁମେ ତୁମ ଦେଶରେ ଏହା ଦେଖିନାହଁ କି? ଆମେ ଏହା ଦେଖିଛୁ । ଚାଉଳରୁ, ଚାଉଳ ଗଦାରୁ, ଏକ ବିଛା, ଛୋଟ ବିଛା ବାହାରୁଛି । ତଥ୍ୟ ଏହିକି ଯେ ବିଛାର ମାତା ପିତା, ସେମାନେ ତାଙ୍କର ଅଣ୍ତା ଚାଉଳ ଭିତରେ ଦେଇଛନ୍ତି, ଏବଂ କିଣ୍ଵନ ପ୍ରକ୍ରିୟା ହେବା ପରେ, ବିଛା ବାହାରକୁ ଆସେ, ନା କି ଚାଉଳରୁ ବିଛା ବାହାରକୁ ଆସୁଛି । ସେଥିପାଇଁ ଏହାକୁ ବୃଶ୍ଚିକ-ତଣ୍ତୂଳ-ନ୍ୟାୟ କୁହାଯାଏ । ବୃଶ୍ଚିକ ଅର୍ଥାତ୍ ବିଛା, ଏବଂ ତଣ୍ତୂଳ ଅର୍ଥାତ୍ ଚାଉଳ । ତେଣୁ "ଜୀବନ ଭୌତିକ ପଦାର୍ଥରୁ ଆସୁଛି"- ଏହାକୁ ବୃଶ୍ଚିକ-ତଣ୍ତୂଳ-ନ୍ୟାୟ କୁହାଯାଏ । ଜୀବନ ଭୌତିକ ପର୍ଥାରୁ ଆସିପାରିବ ନାହିଁ । ଏହା ବ୍ୟତୀତ... ଯେପରି ଯେତେବେଳେ ଜୀବନ ଅଛି, ଶରୀର ପରିବର୍ତ୍ତନ କିମ୍ଵା ବିକସିତ ହେଉଛି, ଯେପରି ତୁମେ କହୁଛ । କିନ୍ତୁ ଯଦି ଶିଶୁ ମରିଯାଇଛି କିମ୍ଵା ମୃତ ବାହାରୁଛି, ତେବେ ଶରୀର ବିକସିତ ହେବ ନାହିଁ । ତେବେ ଭୌତିକ ପଦାର୍ଥ ଜୀବନରୁ ଆସୁଛି ।