OR/Prabhupada 0091 - ତୁମେ ଏଠାରେ ନଗ୍ନ ଛିଡା ହୁଅ



Morning Walk -- July 16, 1975, San Francisco

ଧର୍ମାଧ୍ୟକ୍ଷ: ଆଜିକାଲି ସେମାନେ ବାସ୍ତବରେ ସେମାନଙ୍କର ଭୁଲ ବୁଝିପାରୁଛନ୍ତି ଏବଂ ସେମାନେ ମୃତ୍ୟୁ ବିଷୟରେ ଅଧିକ ଅନୁସନ୍ଧାନ କରୁଛନ୍ତି, ଲୋକମାନଙ୍କୁ ମୃତ୍ୟୁ ପାଇଁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ ଲୋକମାନଙ୍କୁ କେବଳ ଗୋଟିଏ କଥା କହିପାରିବେ "ଏହାକୁ ସ୍ଵୀକାର କର ।" ସେମାନେ କେବଳ ଗୋଟିଏ କଥା ଲୋକମାନଙ୍କୁ କହିପାରିବେ, "ତୁମେ ମରିବାକୁ ଯାଉଛ । ତେଣୁ ଏହି କଥାକୁ ତୁମେ ଖୁସୀରେ ସ୍ଵୀକାର କର ।"

ପ୍ରଭୁପାଦ: କିନ୍ତୁ ମୁଁ ମରିବାକୁ ଚାହୁଁ ନାହିଁ । ମୁଁ କାହିଁକି ଖୁସୀ ହେବି ? ହେ ଦୁର୍ଜନ, ତୁମେ କହୁଛ, "ଖୁସୀରେ ରୁହ ।" "ଖୁସୀରେ, ତୁମେ ମର ।" ଓକିଲ କହିବ, "କିଛି କଥା ନାହିଁ । ତୁମେ କେସ୍ ହାରିଗଲ । ବର୍ତ୍ତମାନ ତୁମେ ଖୁସୀରେ ମର ।"

ଧର୍ମାଧ୍ୟକ୍ଷ: ତାହା ବାସ୍ତବରେ ଆଧୁନିକ ମନୋବିଜ୍ଞାନର ଲକ୍ଷ୍ୟ, ଲୋକମାନଙ୍କୁ ଏହା ବୁଝେଇବା ଯେ ସେମାନଙ୍କୁ ଭୌତିକ ଦୁନିଆରେ ରହିବାକୁ ପଡ଼ିବ, ଏବଂ ଯଦି ତୁମର ଏହି ଭୌତିକ ଦୁନିଆକୁ ଛାଡ଼ିବାର କିଛି ଇଛା ଅଛି, ସେମାନେ ତୁମକୁ ପାଗଳ କହିବେ । "ନା, ନା । ବର୍ତ୍ତମାନ ତୁମକୁ ଭୌତିକ ଅବସ୍ଥା ସହିତ ଖାପ ଖୁଆଇବାକୁ ହେବ ।"

ବହୁଳାଷ୍ଵବା: ସେମାନେ ତୁମକୁ ଜୀବନର ନୈରାଶ୍ୟକୁ ସ୍ଵୀକାର କରିବା ଶିଖାନ୍ତି । ସେମାନେ ଶିଖାନ୍ତି ଯେ ତୁମକୁ ଜୀବନର ସମସ୍ତ ନୈରାଶ୍ୟକୁ ସ୍ଵୀକାର କରିବାକୁ ପଡ଼ିବ ।

ପ୍ରଭୁପାଦ: ନୈରାଶ୍ୟ କାହିଁକି? ତୁମେ ବଡ଼, ବଡ଼ ବୈଜ୍ଞାନିକ ଅଟ । ତୁମେ ସମାଧାନ କରିପାରିବ ନାହିଁ?

ଧର୍ମାଧ୍ୟକ୍ଷ: ସେମାନେ ସମାଧାନ କରିପାରିବେ ନାହିଁ କାରଣ ସେମାନଙ୍କର ମଧ୍ୟ ସେହି ସମସ୍ୟା ଅଛି ।

ପ୍ରଭୁପାଦ: ସେହି ସମାନ ଯୁକ୍ତି, "ଖୁସୀରେ ମର ।" ବାସ୍ । ଯଥାଶୀଘ୍ର କୌଣସି କଷ୍ଟ ବିଷୟ ଆସେ, ସେମାନେ ଛାଡ଼ି ଦିଅନ୍ତି । ଏବଂ ସେମାନେ କିଛି ନିରର୍ଥକ କଥା ଉପରେ କଳ୍ପନା କରନ୍ତି । ବାସ୍ । ଏହା ସେମାନଙ୍କର ଶିକ୍ଷା ଅଟେ । ଶିକ୍ଷା ଅର୍ଥାତ୍ ଅତ୍ୟଂତିକ-ଦୁଃଖ-ନିବୃତ୍ତି, ସମସ୍ତ ଦୁଃଖର ଅନ୍ତିମ ଉପାୟ । ତାହା ଶିକ୍ଷା ଅଟେ, ନା କି କିଛି ଦୂର ଆସି, "ନା, ତୁମେ ଖୁସିରେ ମରିପାରିବ ।" ଏବଂ ଦୁଃଖ କ'ଣ? ତାହା କୃଷ୍ଣଙ୍କ ଦ୍ଵାରା ଉପସ୍ଥାପନ କରାଯାଇଛି: ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଦୁଃଖ-ଦୋଷାନୁ...(BG 13.9) । ଏହା ତୁମର ଦୁଃଖ ଅଟେ । ଏହାର ସମାଧାନ କରିବାକୁ ଚେଷ୍ଟା କର । ଏବଂ ଏହାକୁ ସେମାନେ ପରିହାର କରୁଛନ୍ତି । ସେମାନେ ମୃତ୍ୟକୁ ରୋକିପାରିବେ ନାହିଁ, ନା ଜନ୍ମକୁ, ନା ବୃଦ୍ଧାବସ୍ଥାକୁ, ନା ବ୍ୟାଧିକୁ ରୋକିପାରିବେ । ଏବଂ ଜୀବନର କ୍ଷୁଦ୍ର ସମୟକାଳ ମଧ୍ୟରେ, ଜନ୍ମ ଏବଂ ମୃତ୍ୟୁ, ସେମାନେ ବଡ଼, ବଡ଼ କୋଠାଘର ନିର୍ମାଣ କରୁଛନ୍ତି, ଏବଂ ପରବର୍ତ୍ତୀ ଜୀବନରେ ସେହି କୋଠାଘରେ ଏକ ମୂଷା ହୋଇଯିବେ । ପ୍ରକୃତି । ତୁମେ ପ୍ରକୃତିର ନିୟମକୁ ପରିହାର କରିପାରିବ ନାହିଁ । ଯେପରି ତୁମେ ମୃତ୍ୟୁକୁ ପରିହାର କରିପାରିବ ନାହିଁ, ସେହିପାରି, ପ୍ରକୃତି ତୁମକୁ ଏକ ନୂଆ ଶରୀର ଦେଇ ଦେବ । ଏହି ବିଶ୍ଵବିଦ୍ୟାଳୟରେ ଏକ ବୃକ୍ଷ ହୋଇଯାଅ । ପାଞ୍ଚହଜାର ବର୍ଷ ପାଇଁ ଛିଡାହୁଅ । ତୁମେ ନଗ୍ନ ରହିବାକୁ ଚାହୁଁଥିଲ । ବର୍ତ୍ତମାନ କେହି କିଛି କହିବେନି । ତୁମେ ଏଠାରେ ନଗ୍ନ ଛିଡା ହୁଅ ।