OR/Prabhupada 0092 - ଆମେ ଆମ ଇନ୍ଦ୍ରିୟମାନଙ୍କୁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଶିକ୍ଷିତ କରିବାକୁ ହେବ



Lecture on BG 2.20-25 -- Seattle, October 14, 1968

ଯେ କେହି ଏହି ଭୌତିକ ଦୁନିଆରେ ଅଛନ୍ତି, ସେମାନେ ଇନ୍ଦ୍ରିୟ ସନ୍ତୁଷ୍ଟି କରିବାରେ ଫସିଯାଇଛନ୍ତି । ଉଚ୍ଚତର ଗ୍ରହ ହେଉ କିମ୍ଵା ନୀଚ ଗ୍ରହ ହେଉ । ଯେପରିକି ପଶୁ ସାମ୍ରାଜ୍ୟରେ ଇନ୍ଦ୍ରିୟ ପ୍ରେରଣା ଅଛି, ଏବଂ ସେହିପରି ମନୁଷ୍ୟରେ ମଧ୍ୟ ଅଛି । ଏହି ମନୁଷ୍ୟ କ'ଣ? ଆମେ ସଭ୍ୟ ମନୁଷ୍ୟ ଅଟୁ, ଆମେ କ'ଣ କରୁଛୁ? ସେହି ଏକା କାମ କରୁଛୁ । ଖାଇବା, ଶୋଇବା, ମୈଥୁନ । ସେହି କାମ ଯାହା କୁକୁରମାନେ କରନ୍ତି । ତେଣୁ ଏହି ଭୌତିକ ଦୁନିଆରେ ଯେଉଁଠାରେ ବି, ଉଚ୍ଚଗ୍ରହ କିମ୍ଵା ନୀଚଗ୍ରହରେ, ଏହି ଇନ୍ଦ୍ରିୟ ତୃପ୍ତି ପ୍ରମୁଖ ଅଟେ । କେବଳ ଚିଦ୍ ଜଗତରେ କୌଣସି ଇନ୍ଦ୍ରିୟ ତୃପ୍ତି ନ ଥାଏ । ସେଠାରେ କେବଳ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାର ଉଦ୍ୟମ ଚାଲିଥାଏ । ତାହା ହେଉଛି... ଏଠାରେ ସମସ୍ତେ ନିଜର ଇନ୍ଦ୍ରିୟ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ତାହା ଭୌତିକ ଜଗତର ନିୟମ ଅଟେ । ତାହା ହେଉଛି ଭୌତିକ ଜୀବନ । ଯେ ପର୍ଯ୍ୟନ୍ତ ତୁମେ ତୁମର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ, ତାହା ତୁମର ଭୌତିକ ଜୀବନ ଅଟେ । ଏବଂ ଯେତେବେଳେ ତୁମେ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ, ତାହା ତୁମର ଆଧ୍ୟାତ୍ମିକ ଜୀବନ ଅଟେ । ଏହା ଅତି ସରଳ କଥା ଅଟେ । ସନ୍ତୁଷ୍ଟ କରିବା ପରିବର୍ତ୍ତେ...ହୃଷିକେଣ ହୃଷିକେଶ-ସେବନଂ (CC Madhya 19.170) । ତାହା ହେଉଛି ଭକ୍ତି ।

ତୁମ ପାଖରେ ଇନ୍ଦ୍ରିୟମାନେ ଅଛନ୍ତି । ତୁମକୁ ସନ୍ତୁଷ୍ଟ କରିବାକୁ ପଡ଼ିବ । ଇନ୍ଦ୍ରିୟମାନେ, ଇନ୍ଦ୍ରୟମାନଙ୍କ ଦ୍ଵାରା ସନ୍ତୁଷ୍ଟ କରିବାକୁ ପଡ଼ିବ । ତୁମେ ନିଜକୁ ସନ୍ତୁଷ୍ଟ କରିପାର...କିନ୍ତୁ ତୁମେ ଜାଣି ନାହଁ । ବଦ୍ଧଜୀବିମାନେ ଜାଣିନାହାଁନ୍ତି ଯେ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା ଦ୍ଵାରା, ତାଙ୍କର ଇନ୍ଦ୍ରିୟମାନେ ମଧ୍ୟ ସନ୍ତୁଷ୍ଟ ହୋଇଯିବେ । ସେହି ଉଦାହରଣ । ଯେପରିକି ମୂଳରେ ପାଣି ଢ଼ାଳିବା... କିମ୍ଵା ଏହି ଅଙ୍ଗୁଳିମାନେ, ମୋ ଶରୀରର ଅଂଶ ବିଶେଷ ଅଟନ୍ତି, ପେଟକୁ ଖାଦ୍ୟ ପଦାର୍ଥ ଦେଲେ, ଅଙ୍ଗୁଳିମାନେ ସ୍ଵତଃ ସନ୍ତୁଷ୍ଟ ହୋଇଯାନ୍ତି । ଏହି ରହସ୍ୟ ଆମେ ଭୁଲି ଯାଉଛୁ । ଆମେ ଭାବୁଛୁ ଆମ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା ଦ୍ଵାରା ଆମେ ଖୁସୀ ହୋଇଯିବୁ । କୃଷ୍ଣ ଚେତନା ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କର ନାହିଁ । ତୁମେ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର; ସ୍ଵତଃ ତୁମ ଇନ୍ଦ୍ରିୟମାନେ ସନ୍ତୁଷ୍ଟ ହୋଇଯିବେ । ଏହା କୃଷ୍ଣ ଚେତନାର ରହସ୍ୟ ଅଟେ । ବିପରୀତ ପକ୍ଷ, ସେମାନେ ଭାବୁଛନ୍ତି, "ଓ, ମୁଁ କାହିଁକି ସନ୍ତୁଷ୍ଟ କରିବି? ମୁଁ କାହିଁକି ଦିନ ରାତି କୃଷ୍ଣଙ୍କ ପାଇଁ କାମ କରିବି? କର୍ମିମାନଙ୍କ ପାଇଁ ଚେଷ୍ଟା କରେ ।" ଯେପରି ତୁମେ ରାତି ଦିନ କୃଷ୍ଣଙ୍କ ପାଇଁ କାମ କରୁଛ, ସେମାନେ ଭାବୁଛନ୍ତି, "ସେମାନେ କେତେ ମୂର୍ଖ । ଆମେମାନେ ଭାରୀ ବୁଦ୍ଧିମାନ ଅଟୁ । ଆମେମାନେ ଆମ ଇନ୍ଦ୍ରିୟମାନଙ୍କ ସନ୍ତୁଷ୍ଟି ପାଇଁ ଦିନ ରାତି କାମ କରୁଛୁ, ଏବଂ ସେମାନେ କୃଷ୍ଣଙ୍କ ପାଇଁ କାହିଁକି କାମ କରୁଛନ୍ତି?"

ଏହା ଭୌତିକବାଦୀ ଏବଂ ଆଧ୍ୟାତ୍ମିକବାଦୀମାନଙ୍କ ମଧ୍ୟରେ ଅନ୍ତର ଅଟେ । ଆଧ୍ୟାତ୍ମିକବାଦୀମାନେ ଦିନ ରାତି ଦୃଢ଼ ଭାବରେ, କୌଣସି ବିରତି ବିନା, କେବଳ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଥାନ୍ତି । ତାହା ଆଧ୍ୟାତ୍ମିକ ଜୀବନ ଅଟେ । ଏବଂ ଭୌତିକବାଦୀ ଅର୍ଥାତ୍ ସେହି ଉଦ୍ୟମ, ସର୍ବଦା ନିଜର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ । ଏହା ଭୌତିକବାଦୀ ଏବଂ ଆଧ୍ୟାତ୍ମିକବାଦୀମାନଙ୍କ ମଧ୍ୟରେ ଅନ୍ତର ଅଟେ । ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଆମେ ଆମ ଇନ୍ଦ୍ରିୟମାନଙ୍କୁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଶିକ୍ଷିତ କରିବାକୁ ହେବ । ବାସ୍ । ଏହା ପୂର୍ବରୁ, ଅନେକ ହଜାର ଏବଂ ଲକ୍ଷ୍ୟ ପୂର୍ବ ଜନ୍ମରେ, ଆମେ କେବଳ ଆମର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଥିଲୁ । ଆମର ଏହି ଜୀବନ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମର୍ପିତ ହେବା କଥା । ତାହା କୃଷ୍ଣ ଚେତନା ଅଟେ । ଏକ ଜୀବନ । ଆମେ ଅନେକ ଜୀବନରେ ନିଜର ଇନ୍ଦ୍ରିୟ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥିଲୁ । ଏହି ଜୀବନ, ଅତିକମରେ ଏକ ଜୀବନରେ, ଚେଷ୍ଟା କରି ଦେଖିବା କ'ଣ ହେଉଛି । ତେଣୁ ଆମର କୌଣସି କ୍ଷତି ହେବ ନାହିଁ । ଆମକୁ କିଛି ଅସୁବିଧା ହୋଇପାରେ ଇନ୍ଦ୍ରୟମାନଙ୍କୁ ସନ୍ତୁଷ୍ଟ ନକରିବାରୁ, କିନ୍ତୁ ଆମର କିଛି କ୍ଷତି ହେବ ନାହିଁ । କେବଳ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର; ତାପରେ ସବୁକିଛି ଠିକ ହେବ ।