OR/Prabhupada 0104 - ଜନ୍ମ ଏବଂ ମୃତ୍ୟୁର ଚକ୍ରକୁ ରୋକିବା



Lecture on BG 9.1 -- Melbourne, April 19, 1976

ପୁଷ୍ଟ କୃଷ୍ଣ: କିପରି ଏକ ପଶୁର ଆତ୍ମା ମନୁଷ୍ୟ ଶରୀରରେ ପ୍ରବେଶ କରୁଛି?

ପ୍ରଭୁପାଦ: ଯେପରି କାରାଗାରରେ ରହୁଥିବା ଏକ ଚୋର । ତାକୁ କିପରି ମୁକ୍ତି ମିଳୁଛି? ଯେତେବେଳେ କାରାଗାରରେ ପୀଡ଼ିତ ହେବାର ସମୟ ସୀମା ସମାପ୍ତ ହେଉଛି, ସେ ପୁଣି ଥରେ ମୁକ୍ତ ବ୍ୟକ୍ତି ହୋଇଯାଉଛି । ଏବଂ ପୁଣି ଥରେ ସେ ଯଦି କିଛି ଅପରାଧ କରେ, ତାକୁ ପୁଣି ଥରେ କାରାଗାରରେ ଭର୍ତ୍ତି କରାଯାଉଛି । ତେଣୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ବୁଝିବା, ଯେପରି ମୁଁ ବର୍ଣ୍ଣନା କରୁଛି, ମୋ ଜୀବନର ସମସ୍ୟା କ'ଣ । ମୁଁ ମରିବା ପାଇଁ ଚାହୁଁନାହିଁ; ମୋତେ ମୃତ୍ୟୁ ପ୍ରାପ୍ତ ହୁଏ । ମୁଁ ବୁଢ଼ା ହେବା ପାଇଁ ଚାହୁଁ ନାହିଁ; ମୁଁ ବୁଢ଼ା ହେବା ପାଇଁ ବାଧ୍ୟ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) । ତେଣୁ ସେ...ଯେପରି ସେହି ସମାନ ଉଦାହରଣ, ଏକ ଚୋର । ଯେତେବେଳେ ସେ ମୁକ୍ତ ହୁଏ, ଯଦି ସେ ଭାବିବ, ବିଚାର କରିବ, ଯେ "କାହିଁକି ମୋତେ ଛଅମାସ ପାଇଁ କାରାଗାରରେ ଏହି ଦୟନୀୟ ଅବସ୍ଥାରେ ରହିବାକୁ ପଡିଲା? ଏହା ଅତ୍ୟନ୍ତ ବିରକ୍ତିକର ଥିଲା," ତେବେ ସେ ବାସ୍ତବରେ ମନୁଷ୍ୟ ହୋଇପାରିବ । ତେଣୁ ସେହିପରି, ମନୁଷ୍ୟ ଅନୁଧ୍ୟାନ କରିବାର ଉନ୍ନତ ଶକ୍ତି ପାଇଛି । ଯଦି ସେ ଭାବିବ ଯେ "ମୁଁ କହିଁକି ଏହି ଦୟନୀୟ ଅବସ୍ଥାରେ ଅଛି?" ସମସ୍ତଙ୍କୁ ଏହା ସ୍ଵୀକାର କରିବାକୁ ହେବ ଯେ ସେ ଦୟନୀୟ ଅବସ୍ଥାରେ ଅଛି । ସେ ସୁଖୀ ହେବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ସୁଖ ନାହିଁ । ତେଣୁ ସେହି ସୁଖ କିପରି ପ୍ରାପ୍ତ କରାଯାଇପାରିବ? ସେହି ସୁଯୋଗ ମନୁଷ୍ୟ ପାଖରେ ଅଛି । କିନ୍ତୁ ଯଦି ଆମେ ଗ୍ରହଣ କରିବା, ଭୌତିକ ପ୍ରକୃତିର କୃପା ଦ୍ଵାରା, ଏକ ମନୁଷ୍ୟ ଏବଂ ଆମେ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରୁନାହୁଁ, ଯଦି ଆମେ ଏହି ଅଶୀର୍ବାଦର ବିଲେଇ, କୁକୁର ଏବଂ ଅନ୍ୟ ପଶୁମାନଙ୍କ ପରି ଅପବ୍ୟବହାର କରିବା, ତେବେ ପୁଣିଥରେ ଆମକୁ ପଶୁ ଶରୀର ଗ୍ରହଣ କରିବାକୁ ହେବ, ଏବଂ ଯେତେବେଳେ ସମୟ ସମାପ୍ତ ହୋଇଯିବ... ଏହା ଅଧିକ ସମୟ ନିଏ କାରଣ ଏହା ବିକାଶଜନିତ ପ୍ରକ୍ରିୟା ଅଟେ । ତେଣୁ ତୁମେ ପୁଣି ଥରେ ମନୁଷ୍ୟ ଶରୀର ପାଇବ, ଯେତେବେଳେ ସମୟ ସରିଯିବ । ଠିକ୍ ସେହି ଉଦାହରଣ: ଏକ ଚୋର ଯେତେବେଳେ ତାର କାରାବାସ ସମୟ ସମାପ୍ତ ହୋଇଯାଏ, ସେ ପୁଣି ଥରେ ମୁକ୍ତ ବ୍ୟକ୍ତି ହୋଇଯାଏ । କିନ୍ତୁ ପୁଣି ଅପରାଧ କରିଲେ, ସେ ପୁଣି ଯିବାକୁ ପଡିବ । ତେଣୁ ଜନ୍ମ ଏବଂ ମୃତ୍ୟୁର ଚକ୍ର ଅଛି । ଯଦି ଆମେ ଅାମର ମନୁଷ୍ୟ ଜୀବନର ଉପଯୁକ୍ତ ବ୍ୟବହାର କରିବା, ତେବେ ଆମେ ଜନ୍ମ ଏବଂ ମୃତ୍ୟୁର ଚକ୍ରକୁ ରୋକିପାରିବା । ଏବଂ ଆମେ ଯଦି ଏହି ମନୁଷ୍ୟ ଜୀବନର ଉପଯୁକ୍ତ ବ୍ୟବହାର ନ କରିବା, ତେବେ ଅାମେ ପୁଣି ଥରେ ସେହି ଜନ୍ମ ଏବଂ ମୃତ୍ୟୁର ଚକ୍ରକୁ ଫେରିଯିବା ।