OR/Prabhupada 0105 - ଏହି ବିଜ୍ଞାନ ଗୁରୁ-ଶିଷ୍ୟ ପରମ୍ପରାରୁ ପ୍ରାପ୍ତ ହୋଇପାରିବ



Lecture on BG 18.67 -- Ahmedabad, December 10, 1972

ଭକ୍ତ: ଶ୍ରୀଲା ପ୍ରଭୁପାଦ, କେହି ଜଣେ ପ୍ରଶ୍ନ ପଚାରିଥିଲେ ଯେ: "ଆପଣଙ୍କ ପରେ ଏହି ଆନ୍ଦୋଳନ କିଏ ପରିଚାଳନ କରିବ?"

ପ୍ରଭୁପାଦ: ଯିଏ ମୋତେ ପଚାରୁଛି, ସେ କରିବ । (ହସି ହସି)

ଭାରତୀୟ ବ୍ୟକ୍ତି(୫): ମୁଁ ମୋର ଭଲ ଭକ୍ତମାନଙ୍କୁ ପଚାରି ପାରିବି କି ଆପଣଙ୍କର ଯୋଯନା ପୁନଃ ନିର୍ବାହ କରିବା ପାଇଁ, ତୁମର ଆନ୍ଦୋଳନକୁ ଆଗକୁ ନେବା ପାଇଁ ଆପଣଙ୍କ ପରେ, ଯେ ଶ୍ରୀ ଭକ୍ତି ବେଦାନ୍ତ ପ୍ରଭୁଙ୍କ ପରେ କ'ଣ, ଏହି ସିଢ଼ିକୁ ଧରିବା, ଏହି ସିଢ଼ିକୁ ସଂରକ୍ଷଣ କରିବା ପାଇଁ: ହରେ କୃଷ୍ଣ ହରେ କୃଷ୍ଣ ।

ପ୍ରଭୁପାଦ: ତାହା ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି:

ଇମଂ ବିବସ୍ଵତେ ଯୋଗଂ
ପ୍ରୋକ୍ତା ବାନହମବ୍ୟୟମ୍
ଵିଵସ୍ଵାନ୍ ମନଵେ ପ୍ରାହ
ମନୁରିକ୍ଷ୍ଵାକବେଽବ୍ରବୀତ୍
(BG 4.1)

ସର୍ବପ୍ରଥମେ କୃଷ୍ଣ ଏହି କୃଷ୍ଣ ଚେତନା ର ବିଜ୍ଞାନ ସୂର୍ଯ୍ୟ ଦେବତାଙ୍କୁ କହିଥିଲେ, ଏବଂ ସୂର୍ଯ୍ୟ ଦେବତା ବିବସ୍ଵାନ୍ ତାଙ୍କ ପୂତ୍ର ମନୁଙ୍କୁ ଶିକ୍ଷା ଦେଇଥିଲେ । ଏବଂ ମନୁ ତାଙ୍କ ପୂତ୍ର ଇସ୍ଵାକୁକୁ ଶିକ୍ଷା ଦେଇଥିଲା । ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ :(BG 4.2) । ତେଣୁ ଏହି ବେଜ୍ଞାନ ଗୁରୁ-ଶିଷ୍ୟ ପରମ୍ପରାରୁ ପ୍ରାପ୍ତ ହୋଇପାରିବ । ତେଣୁ ଯେପରି ଆମ୍ଭେମାନେ ଏହି ପରମ୍ପରା ମାଧ୍ୟମରେ ବୁଝିପାରିଛୁ ମୋ ଗୁରୁ ମହାରାଜଙ୍କ ଠାରୁ, ତେଣୁ ମୋର ଯେକୌଣସି ଛାତ୍ର ଯିଏ ବୁଝିପାରିବ, ସେ ଏହି ପରମ୍ପରା କୁ ଆଗକୁ ନେଇପାରିବ । ଏହା ହେଉଛି ପ୍ରକ୍ରିୟା, ଏଥିରେ କିଛି ନୁଆ କଥା ନାହିଁ । ଏହା ପୌରାଣିକ ଅଟେ । କେବଳ ଆମକୁ ଉଚିତ୍ ଭାବରେ ବିତରଣ କରିବାକୁ ହେବ, ଜେପରି ଆମେ ଆମ ପୂର୍ବ ଆଚାର୍ଯ୍ୟଙ୍କ ଠାରୁ ଶୁଣିଛୁ । ସେଥିପାଇଁ ଭଗବଦ୍ ଗୀତାରେ ଏହାକୁ ମହତ୍ତ୍ଵ ଦିଆଯାଇଛି: ଆଚାର୍ଯ୍ୟ ଉପାସନମ୍: "ଜଣକୁ ଆଚାର୍ଯ୍ୟଙ୍କ ନିକଟକୁ ଯିବା ଉଚିତ୍।" ଆଚାର୍ଯ୍ୟବାନ୍ ପୁରୁଷୋ ଵେଦ । କେବଳ କଳ୍ପନା କରିବା, ତଥାକଥିତ ପାଣ୍ଡିତ୍ୟ ଦ୍ଵାରା ଏହା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ । ଜଣକୁ ଆଚାର୍ଯ୍ୟଙ୍କ ନିକଟକୁ ଯିବା ଉଚିତ୍ । ତେଣୁ ଏହି ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ଆସନ୍ତି, ଗୁରୁ-ଶିଶ୍ୟ ପରମ୍ପରା ମାଧ୍ୟମରେ । ସେଥିପାଇଁ କୃଷ୍ଣ ମହତ୍ତ୍ଵ ଦିଅନ୍ତି, ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା: :(BG 4.34) "ଜଣକୁ ଆଚାର୍ଯ୍ୟଙ୍କ ନିକଟକୁ ଯିବା ଉଚିତ୍ ଏବଂ ବୁଝିବାକୁ ହେବ ପ୍ରଣିପାତ ଦ୍ଵାରା, ଆତ୍ମସମର୍ପଣ ।" ଏହି ସବୁ ଗୋଟିଏ ଜିନିଷ ଆତ୍ମସମର୍ପଣ ଉପରେ ନିର୍ଭର କରେ । ଯ ଯଥା ମମ ପ୍ରପଦ୍ୟନ୍ତେ । ଏହି ଆତ୍ମସମର୍ପଣ କରିବା ପ୍ରକ୍ରିୟା, ଆତ୍ମସମର୍ପଣର ମାତ୍ରା, ହେଉଛି କୃଷ୍ଣଙ୍କୁ ବୁଝିବାର ପରୀକ୍ଷା । ଯଦି ଆମେ ସମ୍ପୁର୍ଣ୍ଣ ରୂପରେ ଆତ୍ମସମର୍ପଣ କରିବା, ତେବେ ଆମେ କୃଷ୍ଣଙ୍କୁ ସମ୍ପୁ୍ରଣ୍ଣ ରୂପରେ ବୁଝିପାରିବା । ଯଦି ଆମେ ଆଂଶିକ ରୂପରେ ଆତ୍ମସମର୍ପଣ କରିବା, ତେବେ ଆମେ ଆଂଶିକ ରୂପରେ କୃଷ୍ଣଙ୍କୁ ବୁଝିପାରିବା । ଯ ଯଥା ମମ ପ୍ରପଦ୍ୟନ୍ତେ । ତେଣୁ ଏହା ହେଉଛି ଆତ୍ମସମର୍ପଣର ମାତ୍ରା । ଯିଏ ସମ୍ପୁର୍ଣ୍ଣ ରୂପେ ଆତ୍ମସମର୍ପଣ କରିଛି, ସେ ଏହି ସିଦ୍ଧାନ୍ତକୁ ବୁଝିପାରିବ ଏବଂ ସେ ପ୍ରଚାର ମଧ୍ୟ କରିପାରିବ, କୃଷ୍ଣଙ୍କ କୃପା୍ରୁ ।