OR/Prabhupada 0111 - ନିର୍ଦ୍ଦେଶ ପାଳନ କର, ତେବେ ତୁମେ ଯେ କୌଣସି ସ୍ଥାନରେ ସୁରକ୍ଷିତ ରହିବ



Morning Walk -- February 3, 1975, Hawaii

ଭକ୍ତ(୧): ଶ୍ରୀଲା ପ୍ରଭୁପାଦ, ଜଣେ କେଉଁଠାରୁ ନିଜର ଅଧିକାର ପ୍ରାପ୍ତ କରିପାରିବ?

ପ୍ରଭୁପାଦ: ଗୁରୁ ହେଉଛନ୍ତି ଅଧିକାରୀ ।

ଭକ୍ତ(୧): ନା, ମୁଁ ଜାଣିଛି, କିନ୍ତୁ ତାର ନିଜର କାର୍ଯ୍ୟ ପାଇଁ ଚାରୋଟି ବିଧି ବିଧାନ ନିୟମ ଏବଂ ଷୋହଳ ମାଳ ଜପ କରିବାକୁ ଛାଡିକି । ସେ ଦିନମଧ୍ୟରେ ଅନ୍ୟ ବହୁ କାର୍ଯ୍ୟ କରନ୍ତି । ସେ କେଉଁଠାରୁ ନିଜର ଅଧିକାର ପ୍ରାପ୍ତ କରିପାରିବ, ଧରା ଯାଉ, ଯଦି ସେ ମନ୍ଦିରରେ ନ ରୁହନ୍ତି?

ପ୍ରଭୁପାଦ: ମୁଁ ବୁଝିପାରୁନାହିଁ । ଗୁରୁ ହେଉଛନ୍ତି ଅଧିକାରୀ । ତୁମେ ତାହା ସ୍ଵୀକାର କରିଛ? ବାଲି ମର୍ଦନ: ସବୁକିଛି ପାଇଁ ।

ଜୟତୀର୍ଥ: ଧର ମୁଁ ବାହାରେ କାମ କରୁଛି, ବାହାରେ ରହୁଛି, କିନ୍ତୁ ମୁଁ ମୋର ରୋଜଗାରର ୫୦% ଦେଉନାହିଁ । ତେଣୁ ସେହି କାମ ଯାହା ମୁଁ କରୁଛି, ତାହା ବାସ୍ତବରେ ଗୁରୁଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ କି?

ପ୍ରଭୁପାଦ: ତେବେ ତୁମେ ଗୁରୁଙ୍କ ନର୍ଦ୍ଦେଶ ଅନୁସରଣ କରୁନାହଁ । ଏହା ହେଉଛି ସ୍ପଷ୍ଟ ତଥ୍ୟ ।

ଜୟତୀର୍ଥ: ତେଣୁ ତାହାର ଅର୍ଥ ଦିନର କାର୍ଯ୍ୟକଳାପ, କାମ, ଅର୍ଥାତ୍ ମୁଁ ଗୁରୁଙ୍କର ନିର୍ଦ୍ଦେଶ ଅନୁସରଣ କରୁନାହିଁ । ଏହା ହେଉଛି ଅସ୍ଵୀକୃତ କାର୍ଯ୍ୟକଳାପ ।

ପ୍ରଭୁପାଦ: ହଁ । ତୁମେ ଯଦି ଗୁରୁଙ୍କ ନିର୍ଦ୍ଦେଶ ପାଳନ କରିବନାହିଁ, ତେବେ ସେହି କ୍ଷଣରେ ତୁମର ପତନ ହୋଇ ଯିବ । ତାହା ହେଉଛି ଉପାୟ । ଅନ୍ୟଥା ତୁମେ କାହିଁକି ଗାଅ, ଯସ୍ୟ ପ୍ରସାଦଦ୍ ଭଗବଦ୍ ପ୍ରସାଦୋ? ଗୁରୁଙ୍କୁ ସନ୍ତୁଷ୍ଟ କରିବା ହେଉଛି ମୋର କର୍ତ୍ତବ୍ୟ । ଅନ୍ୟଥା ମୁଁ କେଉଁ କୂଳକୁ ନାହିଁ । ତେଣୁ ତୁମେ ଯଦି କେଉଁ କୂଳକୁ ହେବାକୁ ଚାହଁ ନାହିଁ, ତେବେ ତୁମର ଇଛାନୁଯାୟୀ ଅବଜ୍ଞା କରିପାର । କିନ୍ତୁ ତୁମେ ଯଦି ତୁମ ସ୍ଥିତିରେ ସ୍ଥିର ରହିବାକୁ ଚାହଁ, ତେବେ ତୁମକୁ ଗରୁଙ୍କ ନର୍ଦ୍ଦେଶ ଦୃଢତାର ସହିତ ପାଳନ କରିବାକୁ ପଡିବ ।

ଭକ୍ତ(୧): ଆମେ କେବଳ ଆପଣଙ୍କର ପୁସ୍ତକ ଗୁଡିକୁ ପଢି ସମସ୍ତ ନିର୍ଦ୍ଦେଶ ବୁଝିପାରୁଛୁ ।

ପ୍ରଭୁପାଦ: ହଁ । କୌଣସି ପ୍ରକାରେ ନିର୍ଦ୍ଦେଶ ପାଳନ କର । ତାହା ଆବଶ୍ୟକ । ନିର୍ଦ୍ଦେଶ ଅନୁସରଣ କର । ତୁମେ ଯେଉଁଠାରେ ବି ରୁହ, ଏହା କିଛି ଫରକ ପକାଏ ନାହିଁ । ତୁମେ ସୁରକ୍ଷିତ । ନିର୍ଦ୍ଦେଶ ପାଳନ କର । ତେବେ ତୁମେ ଯେ କୌଣସି ସ୍ଥାନରେ ସୁରକ୍ଷିତ ରହିବ । ଏହା କିଛି ଫରକ ପକାଏ ନାହିଁ । ଯେପରି ମୁଁ ତୁମକୁ କହିଥିଲି ଯେ ମୁଁ ମୋର ଜୀବନରେ ଗୁରୁ ମହାରାଜଙ୍କୁ ଦଶ ଦିନରୁ ଅଧିକ ଦେଖିନାହିଁ, କିନ୍ତୁ ମୁଁ ତାଙ୍କର ନିର୍ଦ୍ଦେଶ ଅନୁସରଣ କରୁଛି । ମୁଁ ଏକ ଗୃହସ୍ଥ, ମୁଁ ମଠରେ, ମନ୍ଦିରରେ କେବେ ରହିନାହିଁ । ଏହା ବ୍ୟବହାରିକ । ତେଣୁ ଅନେକ ଗୁରୁ ଭାଇମାନେ ସୁପାରିସ୍ କରିଲେ ଯେ " ସେ ଏହି ବମ୍ଵେ ମନ୍ଦିରର ନିୟନ୍ତ୍ରଣ କର୍ତ୍ତା ହେବା ଉଚିତ୍..." ଗୁରୁ ମାହାରାଜା କହିଲେ, "ହଁ, ଭଲ ସେ ବାହାରେ ରହୁଛି । ତାହା ଭଲ, ଏବଂ ସମୟ ଆସିଲେ ଯାହା ଆବଶ୍ୟକ ସେ ତାହା କରିବ ।"

ଭକ୍ତ: ଜୟ! ହରିବୋଲ!

ପ୍ରଭୁପାଦ: ସେ ଏପରି କହିଥିଲେ । ମୁଁ ସେତେବେଳେ ବୁଝିପାରି ନ ଥିଲି ସେ କ'ଣ ପ୍ରତ୍ୟାଶା କରୁଛନ୍ତି । ଆବଶ୍ୟ, ମୁଁ ଜାଣିଥିଲି ଯେ ସେ ଚାହୁଁଛନ୍ତି କି ମୁଁ ପ୍ରଚାର କରେ ।

ଯୋଶଦାନନ୍ଦନ: ମୁଁ ଭାବୁଛି ଆପଣ ଏହା ଉତ୍କୃଷ୍ଟ ଶୈଳିରେ କରିଲେ ।

ଭକ୍ତ: ଜୟ, ପ୍ରଭୁପାଦ! ହରିବୋଲ!

ପ୍ରଭୁପାଦ: ହଁ ଉତ୍କୃଷ୍ଟ ଶୈଳିରେ କରିଲି କାରଣ ମୁଁ ଦୃଢ଼ ଭାବରେ ମୋ ଗୁରୁ ମାହାରାଜାଙ୍କର ନିର୍ଦ୍ଦେଶ ପାଳନ କରେ, ବାସ୍ । ଅନ୍ୟଥା ମୋର କୌଣସି ସାମର୍ଥ୍ୟ ନାହିଁ । ମୁଁ କୌଣସି ଜାଦୁ କରି ନାହିଁ । ମୁଁ କରିଛି କି? କୌଣସି ସୁନାର ନିର୍ମାଣ । (ହାସ୍ୟ) ତଥାପି, ମୁଁ ସୁନା ନିର୍ମାଣ କରୁଥିବା ଗୁରୁଙ୍କ ତୁଳନାରେ ଭଲ ଶିଷ୍ୟ ପାଇଛି ।