OR/Prabhupada 0112 - ଏକ ଜିନିଷକୁ ପରିଣାମ ଦ୍ଵାରା ପରଖା ଯାଏ



Television Interview -- July 29, 1971, Gainesville

ସାକ୍ଷାତକର୍ତ୍ତା: ଯେପରି ମୁଁ କହିଲି, ମହାଶୟ, ଅପଣ ୧୯୬୫ ରେ ଏହି ଦେଶକୁ ଆସିଥିଲେ, ଆପଣଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ କିମ୍ଵା ଉପଦେଶ ଅନୁଯାୟୀ । ଆପଣଙ୍କର ଆଧ୍ୟାତ୍ମିକ ଗୁରୁ କିଏ?

ପ୍ରଭୁପାଦ: ମୋ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଓମ୍ ବିଷ୍ଣୁପାଦ ପରମହଂସ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦ ।

ସାକ୍ଷାତକର୍ତ୍ତା: ବର୍ତ୍ତମାନ ଏହି ପରମ୍ପରା ଯାହା ବିଷୟରେ ଅାମେ ପୂର୍ବରୁ କଥା ହେଉଥିଲୁ, ଏହି ଗୁରୁ ଶିଷ୍ୟ ପରମ୍ପରା ଯାହା ପଛକୁ ଯାଏ, ସ୍ଵୟଂ କୃଷ୍ଣଙ୍କ ପର୍ଯ୍ୟନ୍ତ, ଠିକ୍ ଅଛି, ଆପଣଙ୍କର ଆଧ୍ୟାତ୍ମିକ ଗୁରୁ ଆପଣଙ୍କର ପୂର୍ବରୁ ଥିଲେ କି?

ପ୍ରଭୁପାଦ: ହଁ । ଗୁରୁ ଶିଷ୍ୟ ପରମ୍ପରା କୃଷ୍ଣଙ୍କ ଠାରୁ ଚାଲି ଆସିଛି ୫୦୦୦ ବର୍ଷରୁ ।

ସାକ୍ଷାତକର୍ତ୍ତା: ଆପଣଙ୍କର ଆଧ୍ୟାତ୍ମିକ ଗୁରୁ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି?

ପ୍ରଭୁପାଦ: ନା । ସେ ୧୯୩୬ ରେ ଦେହ ତ୍ୟାଗ କରିଥିଲେ ।

ସାକ୍ଷାତକର୍ତ୍ତା: ତେବେ ଆପଣ ଏହି ନିର୍ଦ୍ଧିଷ୍ଟ ସମୟରେ ପୁରା ବିଶ୍ଵରେ ଏହି ଆନ୍ଦୋଳନର ମୁଖ୍ୟ ଅଟନ୍ତି? ତାହା ଠିକ୍ ଅଛି କି?

ପ୍ରଭୁପାଦ: ମୋର ଅନେକ ଗୁରୁ ଭାଇମାନେ ଅଛନ୍ତି, କିନ୍ତୁ ପ୍ରାରମ୍ଭରୁ ବିଶେଷ କରି ମୋତେ ଏହି ଆଦେଶ ଦିଆଯାଇଥିଲା । ତେଣୁ ମୁଁ ମୋ ଆଧ୍ୟାତ୍ମିକ ଗୁରୁଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି । ବାସ୍ ।

ସାକ୍ଷାତକର୍ତ୍ତା: ବର୍ତ୍ତମାନ ଆପଣକୁ ଏହି ଦେଶକୁ ପଠାଯାଇଛି, ଯୁକ୍ତରାଷ୍ଟ୍ର ଆମେରିକାକୁ । ଏହା ଆପଣଙ୍କର କ୍ଷେତ୍ର । ଏହା ଠିକ୍ ଅଛି କି?

ପ୍ରଭୁପାଦ: ମୋ କ୍ଷେତ୍ର, ଯାହା ସେ କହିଥିଲେ, ଯେ "ତୁମେ ଯାଅ ଏବଂ ଏହି ତତ୍ତ୍ଵଜ୍ଞାନକୁ ଇଂରାଜି ଜାଣିଥିବା ଜନତାକୁ କୁହ ।"

ସାକ୍ଷାତକର୍ତ୍ତା: ଇଂରାଜି କହୁଥିବା ବିଶ୍ଵକୁ ।

ପ୍ରଭୁପାଦ: ହଁ । ଏବଂ ବିଶେଷ କରି ପାଶ୍ଚାତ୍ୟ ଦୁନିଆ । ହଁ । ସେ ମୋତେ ଏପରି କହିଥିଲେ ।

ସାକ୍ଷାତକର୍ତ୍ତା: ୧୫, ୧୬ ବର୍ଷ ପୂର୍ବେ, ମହାଶୟ, ଆପଣ ଯେତେବେଳେ ଏହି ଦେଶକୁ ଆସିଲେ ଏବଂ ଆରମ୍ଭ କରିଲେ...

ପ୍ରଭୁପାଦ: ନା, ନା, ୧୫, ୧୬ ବର୍ଷ ନୁହେଁ ।

ସାକ୍ଷାତକର୍ତ୍ତା: ପାଞ୍ଚ, ଛଅ ବର୍ଷ ପୂର୍ବେ । ମୁଁ କ୍ଷମା ଚାହୁଁଛି । ଦୁନିଆର ଏହି ଭାଗକୁ, ଆପଣ ଦୁନିଆର ସେହି ଭାଗକୁ ଆସି ନାହାଁନ୍ତି ଯେଉଁଠାରେ ଧର୍ମର ଅଭାବ ଥିଲା, ଆପଣ ଜାଣିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଅନେକ ଧର୍ମ ଅଛି, ଏବଂ ମୁଁ ଭାବୁଛି ଏହି ଦେଶରେ ଲୋକମାନେ ବିଶ୍ଵାସ କରୁଛନ୍ତି, ବହୁମତରେ, ଯେ ସେମାନେ ଧାର୍ମିକ ଲୋକ, ଯେଉଁ ଲୋକମାନେ ଭଗବାନଙ୍କୁ ବିଶ୍ଵାସ କରନ୍ତି, ଯିଏ ନିଜକୁ ଧାର୍ମିକ ପ୍ରକାଶନର କିଛି ରୂପ ପ୍ରତି ସମର୍ପିତ କରିଛି । ଏବଂ ମୁଁ ଆଶ୍ଚର୍ଯ୍ୟ ଆପଣଙ୍କର ବିଚାର କ'ଣ ଥିଲା । ଆପଣ କ'ଣ ଭାବୁଛନ୍ତି ଯେ ଆପଣ ଯୋଡ଼ି ପାରିବେ ପୂର୍ବରୁ ବିଦ୍ୟମାନ ଧାର୍ମିକ ପ୍ରକାଶନରେ ଏହି ଦେଶକୁ ଆସିବା ଦ୍ଵାରା ଏବଂ ଏଥିରେ ନିଜର ତତ୍ତ୍ଵ ଜ୍ଞାନ ଯୋଡ଼ି?

ପ୍ରବୁପାଦ: ହଁ । ମୁଁ ଯେତେବେଳେ ପ୍ରଥମ ଥର ତୁମ ଦେଶକୁ ଆସିଥିଲି ମୁଁ ବଟଲର୍ ରେ ଏକ ଭାରତୀୟ ସାଙ୍ଗର ଅତିଥି ଥିଲି ।

ସାକ୍ଷାତକର୍ତ୍ତା: ପେଂସିଲ୍ଵୋନିଆ ରେ ।

ପ୍ରଭୁପାଦ: ପେଂସିଲ୍ଵୋନିଆ । ହଁ । ତେଣୁ ଯଦିଓ ଏହା ଏକ ଛୋଟ ଦେଶ, ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲି ଯେ ସେଠାରେ ଅନେକ ଚର୍ଚ୍ଚ ଅଛି ।

ସାକ୍ଷାତକର୍ତ୍ତା: ଅନେକ ଚର୍ଚ୍ଚ । ହଁ ।ହଁ ।

ପ୍ରଭୁପାଦ: ହଁ । ଅନେକ ଚର୍ଚ୍ଚ । ଏବଂ ମୁଁ ସେଠାରେ ଅନେକ ଚର୍ଚ୍ଚରେ କଥା ହୋଇଥିଲି । ଏବଂ ମୋର ପରିଚାରକ ସେଥିପାଇଁ ଆୟୋଜନ କରିଥିଲେ । ତେଣୁ ଏହା ସେହି ଉଦ୍ଦେଶ୍ୟରେ ନ ଥିଲା, ଯେ ମୁଁ ଏଠାକୁ କିଛି ଧାର୍ମିକ ପ୍ରକ୍ରିୟାକୁ ପରାଜୟ କରିବାକୁ ଆସିଥିଲି । ତାହା ମୋର ଉଦ୍ଦେଶ୍ୟ ନ ଥିଲା । ଆମର ଲକ୍ଷ୍ୟ ହେଉଛି, ଭଗବାନ ଚୈତନ୍ୟଙ୍କର ଲକ୍ଷ୍ୟ ହେଉଛି, ସମସ୍ତଙ୍କୁ ଭଗବାନଙ୍କୁ ଭଲ ପାଇବା ଶିଖେଇବା । ବାସ୍ ।

ସାକ୍ଷାତକର୍ତ୍ତା: କିନ୍ତୁ କେଉଁ ପ୍ରକାରରେ, ମହାଶୟ, ମୁଁ ପଚାରିପାରିବି କି, କେଉଁ ପ୍ରକାରରେ ଆପଣ ଭାବୁଛନ୍ତି, ଏବଂ ବର୍ତ୍ତମାନ କେଉଁ ପ୍ରକାରରେ ଭାବୁଛନ୍ତି, ଯେ ଭଗବାନଙ୍କୁ ଭଲ ପାଇବା ଶିଖେଇବା ଯାହା ଆପଣ କରୁଛନ୍ତି, ଭିନ୍ନ ଅଟେ ଏବଂ ସମ୍ଭବତଃ ଭଲ ଭଗବାନଙ୍କୁ ଭଲ ପାଇବା ଶିଖେଇବା ଠାରୁ ଯାହା ଏହି ଦେଶରେ ପୂର୍ବରୁ ଆୟୋଜିତ କରାଯାଇଛି ଏବଂ ପାଶ୍ଚାତ୍ୟ ଦେଶମାନଙ୍କରେ ବର୍ଷ ବର୍ଷ ଧରି ଆୟୋଜିତ କରାଯାଇଛି?

ପ୍ରଭୁପାଦ: ତାହା ହେଉଛି ତଥ୍ୟ । କାରଣ ଆମେ ଭଗବାନ ଚୈତନ୍ୟଙ୍କର ପଦାନୁସରଣ କରୁଛୁ । ସେ ସୁବିଚାରିତ...ଆମମାନଙ୍କ ଦ୍ଵାରା ସ୍ଵୀକୃତ - ବୈଦିକ ସାହିତ୍ୟର ଅଧିକାର ଅନୁସାରେ - ସେ ବ୍ୟକ୍ତିଗତ ରୂପରେ କୃଷ୍ଣ ଅଟନ୍ତି । ସାକ୍ଷାତକର୍ତ୍ତା: ସେ କେଉଁ ଭଗବାନ?

ପ୍ରଭୁପାଦ: ଭଗବାନ ଚୈତନ୍ୟ ।

ସାକ୍ଷାତକର୍ତ୍ତା: ଓ ହଁ । ସେ ଯିଏ ପାଞ୍ଚଶହ ବର୍ଷ ପୂର୍ବେ ଭାରତକୁ ଆସିଥିଲେ?

ପ୍ରଭୁପାଦ: ହଁ । ତେଣୁ ସେ ନିଜେ ହେଉଛନ୍ତି କୃଷ୍ଣ, ଏବଂ ସେ କୃଷ୍ଣଙ୍କୁ କିପରି ଭଲ ପାଇବା ତାହା ଶିଖଉଥିଲେ । ସେଥିପାଇଁ ତାଙ୍କର ପ୍ରକ୍ରିୟା ଅତ୍ୟନ୍ତ ମାନ୍ୟତାପ୍ରାପ୍ତ । ଯେପରି ତୁମେ ଏହି ପ୍ରତିଷ୍ଠାନର ବିଶେଷଜ୍ଞ । ଯଦି କେହି କିଛି କରୁଛି, ଯଦି ତୁମେ ତାକୁ ବ୍ୟକ୍ତିଗତ ଭାବରେ ଶିଖେଇବ, "ଏପରି କର," ତାହା ଅତ୍ୟନ୍ତ ଅଧିକୃତ । ତେଣୁ ଭଗବାନ ଚେତନା, ଭଗବାନ ସ୍ଵୟଂ ଶିଖଉଛନ୍ତି । ଯେପରି ଭଗବଦ୍ ଗୀତାରେ, କୃଷ୍ଣ ହେଉଛନ୍ତି ଭଗବାନ । ସେ ନିଜ ବିଷୟରେ କହୁଛନ୍ତି । ଏବଂ ସର୍ବ ଶେଷରେ ସେ କୁହଁନ୍ତି, "ମୋତେ ଆତ୍ମସମର୍ପଣ କର । ମୁଁ ତୁମର ଦାୟିତ୍ଵ ନେବି ।" କିନ୍ତୁ ଲୋକମାନେ ଭୁଲ ବୁଝୁଛନ୍ତି । ତେଣୁ ଭଗବାନ ଚୈତନ୍ୟ - କୃଷ୍ଣ ପୁଣି ଆସିଲେ, ଭଗବାନ ଚୈତନ୍ୟଙ୍କ ରୂପରେ, କିପରି ଆତ୍ମସମର୍ପଣ କରିବ ତାହା ଲୋକମାନଙ୍କୁ ଶିଖେଇବା ପାଇଁ । ଏବଂ କାରଣ ଆମେମାନେ ଭଗବାନ ଚୈତନ୍ୟଙ୍କର ପଦାନୁସରଣ କରୁଛୁ, ପ୍ରଣାଳୀ ଅତ୍ୟନ୍ତ ଉନ୍ନତ ଯେ ଏପରିକି ବିଦେଶୀମାନେ ଯିଏ କୃଷ୍ଣଙ୍କୁ କଦାପି ଜାଣି ନ ଥିଲେ, ସେମାନେ ଆତ୍ମସମର୍ପଣ କରୁଛନ୍ତି । ଏହି ପ୍ରଣାଳୀ ଅତ୍ୟନ୍ତ ପ୍ରଭାବଯୁକ୍ତ । ତେଣୁ ତାହା ମୋ ଉଦ୍ଦେଶ୍ୟ ଥିଲା । ଆମେ କହୁ ନାହୁଁ ଯେ "ଏହି ଧର୍ମ ସେହି ଧର୍ମ ତୁଳନାରେ ଭଲ," କିମ୍ଵା, "ମୋ ପ୍ରକ୍ରିୟା ଭଲ ।" ଆମେ ପରିଣାମ ଦ୍ଵାରା ଦେଖିବାକୁ ଚାହୁଁ । ସଂସ୍କୃତରେ ଏକ ଶଦ୍ଦ ଅଛି, ଫଳେନ ପରିଚିୟତେ । ଏକ ଜିନିଷକୁ ପରିଣାମ ଦ୍ଵାରା ପରଖା ଯାଏ ।

ସାକ୍ଷାତକର୍ତ୍ତା: ଏକ ଜିନିଷକୁ ପରଖା ଯାଏ...?

ପ୍ରଭୁପାଦ: ପରିଣାମ ଦ୍ଵାରା ।

ସାକ୍ଷାତକର୍ତ୍ତା: ଓ ହଁ ।

ପ୍ରଭୁପାଦ: ତୁମେ କହିପାରିବ, ମୁଁ କହିପାରିବି ମୋ ପ୍ରଣାଳୀ ଭାରି ଭଲ । ତୁମେ କହିପାରିବ ତୁମ ପ୍ରଣାଳୀ ଭାରି ଭଲ, କିନ୍ତୁ ଆମକୁ ପରିମାଣ ଦ୍ଵାରା ପରଖିବାକୁ ହେବ । ତାହା ହେଉଛି...ଭାଗବତ କୁହଁନ୍ତି ଯେ ଧର୍ମର ସେହି ପ୍ରକ୍ରିୟା ଭାରି ଭଲ ଯାହାକୁ ଅନୁସରଣ କରି ଜଣେ ଭଗବାନଙ୍କର ପ୍ରେମିକ ହୋଇଯିବ ।