OR/Prabhupada 0114 - ଜଣେ ଭଦ୍ର ବ୍ୟକ୍ତି ଯାହାର ନାମ ହେଉଛି କୃଷ୍ଣ, ସେ ସମସ୍ତଙ୍କୁ ନିୟନ୍ତ୍ରଣ କରନ୍ତି



Lecture -- Laguna Beach, September 30, 1972

ଭଗବଦ୍ ଗୀତାରେ ଏହା କୁହାଯାଇଛି,

ଦେହିନୋଽସ୍ମିନ୍ ଯଥା ଦେହେ
କୌମାରଂ ଯୌବନଂ ଜରା
ତଥା ଦେହାନ୍ତରପ୍ରାପ୍ତିର୍
ଧୀରସ୍ ତତ୍ର ନ ମୁହ୍ୟତି
(BG 2.13)

ତୁମେ, ମୁଁ - ଆମେ ସମସ୍ତେ - ଏହି ଶରୀର ମଧ୍ୟରେ ବନ୍ଦ ହୋଇ ରହିଛୁ । ମୁଁ ଏକ ଜୀବାତ୍ମା; ତୁମେ ଏକ ଜୀବାତ୍ମା । ତାହା ହେଉଛି ବୈଦିକ ନିଷେଧାଜ୍ଞ, ଅହମ୍ ବ୍ରହ୍ମାସ୍ମି: "ମୁଁ ହେଉଛି ବ୍ରାହ୍ମଣ ।" ତାହାର ଅର୍ଥ ଆତ୍ମା । ନା କି ପରବ୍ରାହ୍ମଣ, ଭୁଲ୍ କର ନାହିଁ । ପରବ୍ରାହ୍ମଣ ହେଉଛନ୍ତି ଭଗବାନ । ଆମେମାନେ ବ୍ରାହ୍ମଣ, ଭଗବାନଙ୍କର ଅଂଶ ବିଶେଷ, ଖଣ୍ଡ । କିନ୍ତୁ ସର୍ବୋଚ୍ଚ ନୁହେଁ, ସର୍ବୋଚ୍ଚ ଭିନ୍ନ ଅଟେ । ଯେପରି କି ତୁମେ ଆମେରିକୀୟ, କିନ୍ତୁ ସର୍ବୋଚ୍ଚ ଅମେରିକୀୟ ହେଉଛନ୍ତି ତୁମର ରାଷ୍ଟ୍ରପତି, ଶ୍ରୀ ନିକ୍ସନ୍ । କିନ୍ତୁ ତୁମେ କହିପାରିବନି ଯେ "ଯେ ହେତୁ ମୁଁ ଜଣେ ଆମେରିକୀୟ, ସେଥିପାଇଁ ମୁଁ ହେଉଛି ଶ୍ରୀ ନିକ୍ସନ୍ ।" ତାହା ତୁମେ କହିପାରିବ ନାହିଁ । ସେହିପରି, ତୁମେ, ମୁଁ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି, ବ୍ରାହ୍ମଣ, କିନ୍ତୁ ତାହାର ଅର୍ଥ ନୁହେଁ ଆମେ ପରବ୍ରାହ୍ମଣ । ପରବ୍ରାହ୍ମଣ ହେଉଛନ୍ତି କୃଷ୍ଣ । ଇଶ୍ଵର ପରମଃ କୃଷଃ (Bs 5.1) । ଇଶ୍ଵରଃ ପରମଃ । ଇଶ୍ଵର ଅର୍ଥାତ୍ ନିୟନ୍ତ୍ରକ । ତେଣୁ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି କିଛି ମାତ୍ରା ଯାଏଁ ନିୟନ୍ତ୍ରକ ଅଟନ୍ତି । କେହି ତାଙ୍କର ପରିବାର ନିୟନ୍ତ୍ରଣ କରନ୍ତି, କାର୍ଯ୍ୟାଳୟ ନିୟନ୍ତ୍ରଣ କରନ୍ତି, ବ୍ୟବସାୟ, ଶିଷ୍ୟମାନଙ୍କୁ ନିୟନ୍ତ୍ରଣ କରନ୍ତି । ପରିଶେଷରେ, ସେ ଏକ କୁକୁରକୁ ନିୟନ୍ତ୍ରଣ କରନ୍ତି । ଯଦି ସେ ନିୟନ୍ତ୍ରଣ କରିବାକୁ ପାଏ ନାହିଁ, ସେ ନିୟନ୍ତ୍ରଣ କରିବାକୁ ଏକ କୁକୁର ରଖେ, ଏକ ପୋଷା କୁକୁର, ଏକ ପୋଷା ବିଲେଇ । ତେଣୁ ସମସ୍ତେ ନିୟନ୍ତ୍ରକ ହେବାକୁ ଚାହାଁନ୍ତି । ତାହା ହେଉଛି ତଥ୍ୟ । କିନ୍ତୁ ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ । ଏଠାରେ ତଥାକଥିତ ନିୟନ୍ତ୍ରକ ଅନ୍ୟ କାହା ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି । ମୁଁ ମୋ ଶିଷ୍ୟମାନଙ୍କୁ ନିୟନ୍ତ୍ରଣ କରିପାରେ, କିନ୍ତୁ ମୁଁ ଅନ୍ୟ କାହା ଦ୍ଵାରା ନିୟନ୍ତ୍ରିତ, ମୋ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା। ତେଣୁ କେହି କହିପରିବେ ନାହିଁ ଯେ "ମୁଁ ହେଉଛି ପରମ ନିୟନ୍ତ୍ରକ ।" ନା । ଏଠାରେ ତୁମେ ପାଇବ ଯେ ତଥାକଥିତ ନିୟନ୍ତ୍ରକମାନେ, କିଛି ମାତ୍ରା ଯାଏଁ ନିଶ୍ଚିତ ଭାବରେ ନିୟନ୍ତ୍ରକ, କିନ୍ତୁ ସେ ମଧ୍ୟ ନିୟନ୍ତ୍ରିତ ହେଉଛନ୍ତି । କିନ୍ତୁ ତୁମେ ଯେତେବେଳେ ଜଣକୁ ପାଇବ ଯେ ସେ କେବଳ ନିୟନ୍ତ୍ରକ, ଅନ୍ୟ କାହା ଦ୍ଵାରା ନିୟନ୍ତ୍ରିତ ନୁହଁନ୍ତି, ସେ ହେଉଛନ୍ତି କୃଷ୍ଣ । କୃଷ୍ଣଙ୍କୁ ବୁଝିବା ଏତେ କଷ୍ଟକର ନୁହେଁ । ବୁଝିବାକୁ ଚେଷ୍ଟା କର ଯେ ସମସ୍ତେ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ସେହି ସମୟରେ ଅନ୍ୟକାହା ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି । କିନ୍ତୁ ଆମେ ଜଣେ ଭଦ୍ର ବ୍ୟକ୍ତିଙ୍କୁ ପାଇଲୁ ଯାହାର ନାମ ହେଉଛି କୃଷ୍ଣ । ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ସେ କାହା ଦ୍ଵାରା ନିୟନ୍ତ୍ରିତ ନୁହଁନ୍ତି । ସେ ହେଉଛନ୍ତି ଭଗବାନ ।

ଇଶ୍ଵରଃ ପରମଃ କୃଷ୍ଣଃ
ସତ୍-ଚିଦ୍-ଆନନ୍ଦ-ବିଗ୍ରହ
ଅନାଦିର୍ ଆଦି ଗୋବିନ୍ଦଃ
ସର୍ବ-କାରଣ-କାରଣମ୍
(Bs 5.1)

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅତ୍ୟନ୍ତ ବିଜ୍ଞାନସମ୍ନତ, ଅଧିକୃତ ଏବଂ ଉଚିତ୍ ବ୍ୟକ୍ତିମାନଙ୍କ ଦ୍ଵାରା ବୁଝାଯାଇପାରିବ । ତେଣୁ ଦୟାକରି ତୁମେ ଯଦି ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଭାଗ ନେବ, ତେବେ ତୁମେ ଲାଭବାନ ହେବ । ତୁମର ଜୀବନ ସଫଳ ହେବ । ତୁମର ଜୀବନର ଲକ୍ଷ୍ୟ ପ୍ରାପ୍ତ ହୋଇଯିବ । ତାହା ହେଉଛି ତଥ୍ୟ । ତେଣୁ ତୁମେ ଆମର ସାହିତ୍ୟ ପଢ଼ିବାକୁ ଚେଷ୍ଟା କର । ଆମର ଅନେକ ପୁସ୍ତକଗୁଡ଼ିକ ଅଛି । ତୁମେ ଆସ ଏବଂ ପ୍ରକୃତପକ୍ଷରେ ଦେଖ ଆମ ଛାତ୍ରମାନେ କିପରି କୃଷ୍ଣ ଚେତନା ଆନ୍ଦୋଳନରେ ପ୍ରଗତି କରୁଛନ୍ତି । ତୁମେ ସେମାନଙ୍କ ସହିତ ସହଯୋଗ ଦ୍ଵାରା ଶିଖିବାକୁ ଚେଷ୍ଟା କର । ଯେପରିକି ଜଣେ ଯାନ୍ତ୍ରିକ ହେବା ପାଇଁ ଚାହୁଁଛି, ସେ ଏକ କାରଖାନାରେ ପ୍ରବେଶ କରିଲା ଏବଂ କର୍ମଚାରୀମାନଙ୍କ ସହିତ ସହଯୋଗ କରିଲା, ଯାନ୍ତ୍ରିକ, ଏବଂ କ୍ରମଶଃ ସେ ମଧ୍ୟ ଯାନ୍ତ୍ରିକ ହୋଇଗଲା, ପ୍ରଯୁକ୍ତିବିଦ୍ । ସେହିପରି, ଆମେମାନେ ଏହି କେନ୍ଦ୍ରଗୁଡ଼ିକୁ ସମସ୍ତଙ୍କୁ ସୁଯୋଗ ଦେବା ପାଇଁ ଖୋଲିଛୁ କିପରି ଘରକୁ ଫେରିପାରିବ ତାହା ଶିଖିବା ପାଇଁ, କିପରି ଘରକୁ ଫେରିବ..., ଘରକୁ ଭଗବଦ୍ ଧାମକୁ କିପରି ଫେରିପାରିବ । ତାହା ହେଉଛି ଆମର ଲକ୍ଷ୍ୟ । ଏବଂ ଏହା ଅତ୍ୟନ୍ତ ବିଜ୍ଞାନସମ୍ନତ ଏବଂ ଅଧିକୃତ, ବୈଦିକ ଅଟେ । ଆମେ ଏହି ଜ୍ଞାନ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ଠାରୁ ପ୍ରପ୍ତ କରୁ, ପରମ ପୁରୁଷ ଭଗବାନଙ୍କ ଠାରୁ । ଏହା ହେଉଛି ଭଗବଦ୍ ଗୀତା । ଆମେ ଭଗବଦ୍ ଗୀତା ମୌଳିକ ରୂପରେ ଉପସ୍ଥାପନ କରୁଛୁ କୌଣସି ନିରର୍ଥକ ଟିପ୍ପଣୀ ବିନା । କୃଷ୍ଣ ଭଗବଦ୍ ଗୀତାରେ କହିଛନ୍ତି ଯେ ସେ ହେଉଛନ୍ତି ପରମ ପୁରୁଷ ଭଗବାନ । ଆମେ ମଧ୍ୟ ସେହି ପ୍ରସ୍ତାବ ଦେଉଛୁ, ଯେ ସେ ହେଉଛନ୍ତି ପରମ ପୁରୁଷ ଭଗବାନ କୃଷ୍ଣ । ଆମେ ଏହାକୁ ପରିବର୍ତ୍ତନ କରୁନାହୁଁ । କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, "ମୋର ଭକ୍ତ ହୁଅ । ସର୍ବଦା ମୋତେ ସ୍ମରଣ କର । ମୋତେ ପୂଜା କର । ମୋତେ ପ୍ରଣାମ କର ।" ଆମେ ସମସ୍ତ ଲୋକମାନଙ୍କୁ ଶିଖଉଛୁ ଯେ "ତୁମେ ସର୍ବଦା କୃଷ୍ଣଙ୍କୁ ସ୍ମରଣ କର - ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ।" ଏହି ହରେ କୃଷ୍ଣ ମନ୍ତ୍ର ଯପ କରିବା ଦ୍ଵାରା, ତୁମେ ସର୍ବଦା କୃଷ୍ଣଙ୍କୁ ସ୍ମରଣ କରି ପାରିବ ।