OR/Prabhupada 0113 - ଏହି ଜିଭ କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର



Lecture on SB 5.6.2 -- Vrndavana, November 24, 1976

ତେଣୁ ରଘୁନାଥ ଦାସ ଗୋସ୍ଵାମୀ ଅତି ଶକ୍ତ ଭାବରେ ଅନୁସରଣ କରୁଥିଲେ, ଚୈତନ୍ୟ ମହାପ୍ରଭୁ ମଧ୍ୟ ଅତି ଶକ୍ତ ଭାବରେ ଅନୁସରଣ କରୁଥିଲେ, ଏବଂ ରୂପ-ସନାତନ ଗୋସ୍ଵାମୀ ଅତି ଶକ୍ତ ଭାବରେ ଅନୁସରଣ କରୁଥିଲେ । ଏହା ନୁହେଁ ଯେ ଜଣେ ବୃନ୍ଦାବନରେ ଏକ ଛୋଟ ବସ୍ତ୍ର ପିନ୍ଧି ବାସ କରୁଛି ଏବଂ ସେଥିପାଇଁ ସେ ରୂପ ଗୋସ୍ଵାମୀ ପରି ହୋଇଯାଇଛି... ରୂପ ଗୋସ୍ଵାମୀ ସଂପୂର୍ଣ୍ଣ ରୂପେ ଲୀନ ଥିଲେ । ନାନା-ଶାସ୍ତ୍ର-ବିଚାରନୈକ-ନିପୁନୌ ସଦ୍-ଧର୍ମ-ସଂସ୍ଥାପକୋ ଲୋକାନାମ୍ ହିତ କାରିନୈ । ସେମାନେ ବୃନ୍ଦାବନରେ ଥିଲେ, କିନ୍ତୁ ସେମାନେ ସର୍ବଦା ଭାବୁଥିଲେ ଲୋକମାନଙ୍କ ମଙ୍ଗଳ କିପରି କରିବେ, ଏହି ଭୌତିକ ଦୁନିଆ ପାଇଁ । ଠିକ୍ ଯେପରି ପ୍ରହଲ୍ଲାଦ ମହାରାଜା । ସୋଚେ ତତୋ ବିମୁଖ ଚେତସା । ସାଧୁଙ୍କ ଚିନ୍ତା ହେଉଛି ପଥଭ୍ରଷ୍ଟ ଭୌତିକବାଦୀ ଲୋକମାନଙ୍କ ବିଷୟରେ ଭାବିବା । ସେମାନେ ସବୁବେଳେ ଭାବନ୍ତି, ଯୋଜନା କରୁଥାନ୍ତି କିପରି ସେମାନଙ୍କର ଉନ୍ନତି କରିବେ, ସାମାନେ ପୀଡାରେ ଅଛନ୍ତି । ସେ ହେଉଛନ୍ତି ସାଧୁ । ଲୋକାନାଂ ହିତ କରିନୌ । ସାଧୁ, ନୁହେଁ ଯେ "ମୁଁ ମୋର ବସ୍ତ୍ର ଏହିପରି ଭାବରେ ପରିବର୍ତ୍ତନ କରିଦେଇଛି, ଏବଂ ଲୋକେ ଭାବୁକ ହୋଇ ମୋତେ ରୁଟି ଦେବେ, ଏବଂ ମୁଁ ଖାଇବି ଏବଂ ଶୋଇବି ।" ସେ ସାଧୁ ନୁହଁନ୍ତି । ସାଧୁ...ଭଗବାନ୍, କୃଷ୍ଣ, କୁହଁନ୍ତି ସାଧୁ କିଏ । ଅପି ଚେତ୍ ସୁଦୁରାଚାରୋ ଭଜତେ ମାମନନ୍ୟଭାକ୍ ସାଦୁରେବ ସ ମନ୍ତବ୍ୟଃ (BG 9.30) । ସେ ହେଉଛନ୍ତି ସାଧୁ । ଯେ ସମ୍ପୁର୍ଣ୍ଣ ରୂପେ ନିଜ ଜୀବନ କୃଷ୍ଣଙ୍କ ପାଇଁ ସମର୍ପଣ କରନ୍ତି, ସେ ହେଉଛନ୍ତି ସାଧୁ । ଯଦିଓ ତାଙ୍କର କିଛି ବଦ୍ ଅଭ୍ୟାସ ଅଛି... ବଦ୍ ଅଭ୍ୟାସ, ସାଧୁଙ୍କର କୌଣସି ବଦ୍ ଅଭ୍ୟାସ ରହିପାରିବ ନାହିଁ, କାରଣ ଯଦି ଜଣେ ସାଧୁ ଅଟନ୍ତି, ଯଦି ପୂର୍ବରୁ କିଛି ବଦ୍ ଅଭ୍ୟାସ ଅଛି, ତାହା ପରିଶୋଧିତ ହେଇଯିବ । ସାସ୍ଵଦ୍ ଭବତି ଧର୍ମାତ୍ମା । କ୍ଷିପ୍ରମ୍ ଭବତି ଧର୍ମାତ୍ମା ସାସ୍ଵଚ୍-ଛନ୍ତିମ୍ ନିଗଚ୍ଛତି । ଯଦି ସେ ବାସ୍ତବରେ ସାଧୁ, ତାଙ୍କର ବଦ୍ ଅଭ୍ୟାସ ଖୁବ୍ ଶୀଘ୍ର ପରିଶୋଧିତ ହୋଇଯିବ, ଖୁବ୍ ଶୀଘ୍ର, ଏମିତି ନୁହେଁ ଯେ ନିଜର ବଦ୍ ଅଭ୍ୟାସ ଜାରିଥିବ, ତା ସଙ୍ଗେ ସେ ସାଧୁ ଥିବେ । ତାହା ସମ୍ଭବ ନୁହେଁ । ସେ ସାଧୁ ନୁହଁନ୍ତି । କଦାଚିତ୍ ତାଙ୍କ ପୂର୍ବ ଅଭ୍ୟାସ ଯୋଗୁଁ, ସେ କିଛି ଭୁଲ କରି ଥାଇପାରନ୍ତି । ତାହା କ୍ଷମାର ଯୋଗ୍ୟ । କିନ୍ତୁ ଯଦି ସେ, ସାଧୁ ନାମରେ ଏବଂ ଏକ ମୁକ୍ତ ବ୍ୟକ୍ତି ଭାବରେ, ସେ ତାଙ୍କର ଖରାପ ଅଭ୍ୟାସ ଜାରି ରଖନ୍ତି, ତେବେ ସେ ଜଣେ ଠକ । ସେ ସାଧୁ ନୁହଁନ୍ତି । ଅପି ଚେତ୍ ସୁ-ଦୁରାଚାର । ଚେତ୍, ୟଦି, ଯଦି, ଅାକସ୍ମିକ ଏହା ସମ୍ଭବପର । କିନ୍ତୁ ଯଦି ସେ କୃଷ୍ଣ ଚେତନାରେ ଜଡିତ ରହିବେ, ତେବେ କ୍ଷିପ୍ରମ୍ ଭବତି ଧର୍ମାତ୍ମା ସାସ୍ଵଚ୍-ଛନ୍ତିମ୍ ନିଗଚ୍ଛତି । ପ୍ରାରମ୍ଭରେ କିଛି ଭୁଲ ଥାଇପାରେ, କିନ୍ତୁ ଆମକୁ ଦେଖିବାକୁ ହେବ ଯେ "ମୋର ଭୁଲ ଗୁଡିକ ଏବେ ପରିଶୋଧିତ ହେଇଛି କି ନାହିଁ?" ସତର୍କତା ଅବଲମ୍ଵନ କରିବା ଉଚିତ୍ । ନିଜ ମନ ଉପରେ କେବେ ବିଶ୍ଵାସ କର ନାହିଁ । ଏହା ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ମନ ଉପରେ ବିଶ୍ଵାସ କରିବା ଅନୁଚିତ୍ । ମୋ ଗୁରୁ ମହାରାଜା କହୁଥିଲେ ଯେ, ନିଦରୁ ଉଠିବା ପରେ, ତୁମ ଜୋତା ନିଅ ଏବଂ ମନକୁ ଶହେ ଥର ପ୍ରହାର କର । ଏହା ତୁମର ପ୍ରଥମ କର୍ତ୍ତବ୍ୟ । ଏବଂ ଯେତେବେଳେ ଶୋଇବା ପାଇଁ ବିଛଣାକୁ ଯାଅ, ତୁମେ ଏକ ଝାଡୁ ନିଅ ଏବଂ ନିଜ ମନକୁ ଶହେ ଥର ପ୍ରହାର କର । ତେବେ ତୁମେ ନିଜ ମନକୁ ନିୟନ୍ତ୍ରଣ କରିପାରିବ । ଆନ୍ୟଥା ଏହା ଅତ୍ୟନ୍ତ କଷ୍ଟକର ।" ତେଣୁ ଏହା ହେଉଛି...

ଏହି ଜୋତା ଏବଂ ଝାଡୁରେ ପ୍ରହାର କରିବା ମଧ୍ୟ ଏକ ପ୍ରକାର ତପସ୍ୟା । ଆମ ଭଳିଆ ଲୋକଙ୍କ ପାଇଁ, ଯାହାର ମନ ଉପରେ ନିୟନ୍ତ୍ରଣ ନାହିଁ, ଆମକୁ ଏହି ତପସ୍ୟା ଅଭ୍ୟାସ କରିବାକୁ ହେବ, ଜୋତାରେ ଏବଂ ଝାଡ଼ୁରେ ମନକୁ ପିଟିବା । ତେବେ ଏହାକୁ ନିୟନ୍ତ୍ରଣ କରିପାରିବ । ଏବଂ ସ୍ଵାମୀ ଅର୍ଥାତ୍ ଯାହାର ମନ ଉପରେ ନିୟନ୍ତ୍ରଣ ଥାଏ । ବାଚୋ-ବେଗମ୍, କ୍ରୋଧ-ବେଗମ୍, ଉଦର-ବେଗମ୍, ଉପସ୍ଥା- ବେଗମ୍, ମାନସ-ବେଗମ୍, କ୍ରୋଧ-ବେଗମ୍, ଇତନ୍-ବେଗମ୍ ୟ ବିସହେତ ଧିରଃ ପୃଥ୍ଵିମ୍ ସା ଶିଷ୍ୟଂତ୍ (NOI 1) । ଏହା ହେଉଛି ରୂପଗୋସ୍ଵାମୀଙ୍କ ନିର୍ଦ୍ଦେଶ । ଯେବେ ଆମେ ନିୟନ୍ତ୍ରଣ କରିପାରିବା ବାଚୋ-ବେଗମଂ କୁ ... ଏହା ହେଉଛି କ୍ରନ୍ଦନ-ବେଗମ୍ । (ହସ) ସେମାନେ କେବେ ନିୟନ୍ତ୍ରଣ କରିପାରିବେ ନାହିଁ । ସେମାନେ କେବେ ନିୟନ୍ତ୍ରଣ କରିପାରିବେ ନାହିଁ । ସେଥିପାଇଁ ସେମାନେ ଛୁଆଳିଆ । ଛୁଆ ମାନଙ୍କୁ କ୍ଷମା କରାଯାଇପାରେ, କିନ୍ତୁ ଯଦି କୌଣସି ବ୍ୟକ୍ତି ଆଧ୍ୟାତ୍ମିକ ଜୀବନ ଅବଲମ୍ବନକରେ, ଯଦି ସେ ନିୟନ୍ତ୍ରଣ କରି ନ ପାରେ, ତେବେ ତାହା ନିରାଶ ଜନକ । ତେବେ ତାହା ହେଉଛି ନିରାଶା ଜନକ । ତାହାକୁ ନିୟନ୍ତ୍ରଣ କରିବାକୁ ହେବ । ବାଚୋ-ବେଗମ୍, କ୍ରୋଧ-ବେଗମ୍, ଉଦର-ବେଗମ୍, ଉପସ୍ଥା- ବେଗମ୍ । କିନ୍ତୁ ସବୁଠାରୁ ମହତ୍ଵପୂର୍ଣ୍ଣ ହେଉଛି ଉଦର-ବେଗମ୍ ଏବଂ ଜିହ୍ଵା-ବେଗମ୍ । ଜିହ୍ଵା-ବେଗମ୍, ଏହା ବହୁତ ନିୟନ୍ତ୍ରିତ ଅଟେ । ଭକ୍ତିବିନୋଦ ଠାକୁର କହୁଛନ୍ତି ଯେ "ସବୁ ଇନ୍ଦ୍ରିୟ ମାନଙ୍କ ଅଛନ୍ତି, କିନ୍ତୁ ସେଗୁଡିକ ମଧ୍ୟରୁ, ଏହି ଜିହ୍ଵା ବହୁତ କ୍ଷତିକାରକ ଅଟେ ।" ତାର ମଧ୍ୟେ ଜିହ୍ଵା ଲୋଭମୟ ସୁଦୁର୍ମତି ତାକେ ଜେତେ କଠିନ ସଂସାରେ । ଏହି ଜିଭ କୁ ନିୟନ୍ତ୍ରଣ କରିବା ବହୁତ, ବହୁତ କଷ୍ଟକର ।