OR/Prabhupada 0118 - ପ୍ରଚାର କରିବା ଏତେ କଷ୍ଟକର କାମ ନୁହେଁ



Lecture on SB 1.5.8-9 -- New Vrindaban, May 24, 1969

ଯିଏ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଛି, କିମ୍ଵା ଭଗବାନଙ୍କୁ, ସେ ଅତ୍ୟନ୍ତ ଭାଗ୍ୟଶାଳୀ । ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ (BG 7.19) । ଯିଏ ଅତ୍ମସମର୍ପଣ କରେ, ସେ ସାଧାରଣ ବ୍ୟକ୍ତି ନୁହେଁ । ସେ ସମସ୍ତ ବିଦ୍ଵାନ, ସମସ୍ତ ଦାର୍ଶନିକ, ସମସ୍ତ ଯୋଗୀ, ସମସ୍ତ କର୍ମିମାନଙ୍କ ଠାରୁ ବଡ଼ । ଯିଏ ଆତ୍ମସମର୍ପଣ କରେ, ସେ ସର୍ବୋଚ୍ଚ ବ୍ୟକ୍ତି ଅଟେ । ତେଣୁ ଏହା ଅତ୍ୟନ୍ତ ଗୋପନୀୟ । ତେଣୁ ଆମର ଶିକ୍ଷା, କୃଷ୍ଣ ଚେତନା ଆନ୍ଦୋଳନ, ଭଗବଦ୍ ଗୀତା ମୌଳିକ ରୂପରେ ଉପସ୍ଥାପନ କରିବା, ଲୋକମାନଙ୍କୁ ଶିକ୍ଷା ଦେବାର ଏକ ପ୍ରକ୍ରିୟା କି କିପରି କୃଷ୍ଣଙ୍କୁ, କିମ୍ଵା ଭଗବାନଙ୍କୁ ଆତ୍ମସମର୍ପଣ କରିବ । ବାସ୍ । ସେଥିପାଇଁ, କୃଷ୍ଣ କୁହନ୍ତି ଏହା ଗୋପନୀୟ...କେହି ଗ୍ରହଣ କରିବେ ନାହିଁ । କିନ୍ତୁ ଯଦି ଜଣେ ଏହି ବିପତ୍ତି ନିଏ, "ଦୟାକରି, ଆତ୍ମସମର୍ପଣ କର..." ତେଣୁ ତୁମେ ଯେତେବେଳେ ପ୍ରଚାର କରିବାକୁ ଯାଉଛ, ତୁମେ ଜାଣିଛ ପ୍ରଚାରକମାନଙ୍କ ଉପରେ ବେଳେ ବେଳେ ଆକ୍ରମଣ ହୁଏ । ଯେପରି ନିତ୍ୟାନନ୍ଦ ପ୍ରଭୁଙ୍କୁ ଜଗାଇ-ମାଧାଇ ଆକ୍ରମଣ କରିଥିଲେ । ଏବଂ ଯେତେବେଳେ ଭଗବାନ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶୀବିଦ୍ଧ କରାଯାଇଥିଲା, ହତ୍ୟା... ତେଣୁ ଏକ ପ୍ରଚାରକ ପ୍ରତି ବିପଦ ଅଛି । ତେଣୁ କୃଷ୍ଣ କୁହଁନ୍ତି, "ଏହି କ୍ଷେତ୍ର କାର୍ଯ୍ୟକର୍ତ୍ତା ଯେଉଁମାନେ ଭଗବଦ୍ ଗୀତା ମୌଳିକ ରୂପରେ ପ୍ରଚାର କରିବାରେ ବ୍ୟସ୍ତ, ସେମାନେ ମୋର ଅତି ପ୍ରିୟ । ମୋର ଅତି ପ୍ରିୟ । "ନା ଚ ତସ୍ମାନ୍ମନୁଷ୍ୟେଷୁ କଶ୍ଚିନ୍ମେ ପ୍ରିୟକୃତ୍ତମଃ (BG 18.69) । ଯେଉଁ ବ୍ୟକ୍ତି ଏହି ଗୋପନୀୟ ସତ୍ୟ ଲୋକମାନଙ୍କୁ ପ୍ରଚାର କରେ ମୋ ପାଇଁ ତାଠାରୁ ଅଧିକ ପ୍ରିୟ ଆଉ କେହି ନାହାଁନ୍ତି ।

ସେଥିପାଇଁ ତୁମେ ଯଦି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛ, ଆମକୁ ଏହି ବିପବ ଉଠେଇବାକୁ ହେବ । କୃଷ୍ଣ, ଗୁରୁ । ମୋର ଆଧ୍ୟାତ୍ମିକ ଗୁରୁ ଏହି ବିପଦ ଉଠେଇଥିଲେ, ପ୍ରଚାର କାମ କରିବା, ଏବଂ ସେ ଆମକୁ ମଧ୍ୟ ଅନୁପ୍ରେରିତ କରିଲେ ପ୍ରଚାର କାମ କରିବା ପାଇଁ । ଏବଂ ଆମେମାନେ ମଧ୍ୟ ତୁମକୁ ଏହି ପ୍ରଚାର କାମ କରିବାକୁ ପ୍ରାର୍ଥନା କରୁଛୁ । ତେଣୁ ଏହି ପ୍ରଚାର କାମ, ତଥାପି, ମୋ କହିବାର ଅର୍ଥ ହେଲା, ଯେତେ ତୁଚ୍ଛ ଭାବରେ ଆମେ କରିଲେ ମଧ୍ୟ... ତୁଚ୍ଛ - ଏହା ତୁଚ୍ଛ ନୁହେଁ, କିନ୍ତୁ ମନେକର ମୁଁ ଏତେ ଶିକ୍ଷିତ ନୁହେଁ । ଯେପରିକି ଏହି ବାଳକ । ଯଦି ମୁଁ ତାକୁ ପ୍ରଚାର କାମ କରିବା ପାଇଁ ପଠେଇବି, ସେ ବର୍ତ୍ତମାନ ଏତେ ଶିକ୍ଷିତ ନୁହେଁ । ସେ ଏକ ଦାର୍ଶନିକ ନୁହେଁ । ସେ ଏକ ବିଦ୍ଵାନ ନୁହେଁ । କିନ୍ତୁ ସେ ମଧ୍ୟ ପ୍ରଚାର କରିପାରିବ । ସେ ମଧ୍ୟ ପ୍ରଚାର କରିପାରିବ । କାରଣ ଆମର ପ୍ରଚାର କରିବା ଏତେ କଷ୍ଟକର କାମ ନୁହେଁ । ଯଦି ଆମେ ଦ୍ଵାରରୁ ଦ୍ଵାରକୁ ଯିବା ଏଵଂ ଲୋକମାନଙ୍କୁ କେବଳ ଅନୁରୋଧ କରିବା, "ପ୍ରିୟ ମହାଶୟ, ଆପଣ ହରେ କୃଷ୍ଣ ମନ୍ତ୍ର ଜପ କରନ୍ତୁ ।" ଏବଂ ସେ ଯଦି ଅଳ୍ପ ଉନ୍ନତ, "ଦୟାକରି ଭଗବାନ ଚୈତନ୍ୟଙ୍କର ଶିକ୍ଷାଗୁଡ଼ିକୁ ପଢ଼ନ୍ତୁ । ଏହା ଭାରୀ ଭଲ । ଆପଣ ଲାଭବାନ ହେବେ ।" ଏହି ତିନି ଚାରି ଶଦ୍ଦ ତୁମକୁ ପ୍ରଚାରକ କରିଦେବ । ଏହା କଷ୍ଟକର କାମ କି? ତୁମେ ଅତି ଶିକ୍ଷିତ, ଅତି ଭଲ ବିଦ୍ଵାନ୍, ଅତି ଭଲ ଦାର୍ଶନିକ, ନ ହୋଇପାର । ତୁମେ କେବଳ କୁହ...ଏବଂ ଦ୍ଵାର ଦ୍ଵାର ଯାଅ: " ପ୍ରିୟ ମହାଶୟ, ଆପଣ ଭାରୀ ଶିକ୍ଷିତ ବ୍ୟକ୍ତି । କିଛି ସମୟ ପାଇଁ, ଆପଣ ଆପଣଙ୍କର ଶିକ୍ଷା ବନ୍ଦ କରନ୍ତୁ । କେବଳ ହରେ କୃଷ୍ଣ ଜପ କରନ୍ତୁ ।"