OR/Prabhupada 0122 - ଏହି ଦୁର୍ଜନମାନେ ଭାବୁଛନ୍ତି, 'ମୁଁ ହେଉଛି ଏହି ଶରୀର ।'
Morning Walk At Cheviot Hills Golf Course -- May 17, 1973, Los Angeles
ପ୍ରଭୁପାଦ: କୃଷ୍ଣ କୁହଁନ୍ତି, "ତୁମେ ସଂପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କର । ମୁଁ ତୁମକୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବି ।" ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷାୟିଷ୍ୟାମି (BG 18.66) । ସେ ତୁମକୁ ପୂର୍ଣ୍ଣ ଜ୍ଞାନ ଦେବେ । ତାହା ଆମର ବଡ଼ ସଫଳତା ହେବ ଯେତେବେଳେ ବୈଜ୍ଞାନିକ ଦୁନିଆ ଏହା ସ୍ଵୀକାର କରିବ । କେବଳ ସେମାନଙ୍କୁ ସ୍ଵୀକାର କରିବାର ଅଛି । ତେବେ ଆମର କୃଷ୍ଣ ଚେତନା ଆନ୍ଦୋଳନର ମହାନ ସଫଳତା ହେବ । ତୁମେ କେବଳ ସ୍ଵୀକାର କର, "ହଁ, ଭଗବାନ ଏବଂ ରହସ୍ୟବାଦୀ ଶକ୍ତ ଅଛନ୍ତି ।" ତେବେ ଆମର ଆନ୍ଦୋଳନ ବହୁତ ସଫଳ ହେବ । ଏବଂ ଏହା ହେଉଛି ଏକ ତଥ୍ୟ । କେବଳ ନିରର୍ଥକମାନଙ୍କ ମଧ୍ୟରେ ନିରର୍ଥକ ପରି କଥା ହେବା, ତାହା ବହୁତ ବଡ଼ ଶ୍ରେୟ ନୁହେଁ । ଅନ୍ଧ ଯଥାନ୍ଧେର୍ ଉପନୀୟମାନାଃ (SB 7.5.31) । ଜଣେ ଅନ୍ଧ ବ୍ୟକ୍ତି ଅନ୍ୟ ଏକ ଅନ୍ଧ ବ୍ୟକ୍ତିର ମାର୍ଗ ଦର୍ଶନ କରୁଛି । ଏହାର ମୂଲ୍ୟ କ'ଣ? ସେମାନେ ସମସ୍ତେ ଅନ୍ଧ । ଏବଂ ଯେତେ ପର୍ଯ୍ୟନ୍ତ ଜଣେ ଅନ୍ଧ ଏବଂ ଦୁର୍ଜନ ରହିବ, ସେ ଭଗବାନଙ୍କୁ ସ୍ଵୀକାର କରିବ ନାହିଁ । ତାହା ହେଉଛି ପରୀକ୍ଷା । ଯଥା ଶୀଘ୍ର ଆମେ ଦେଖିବା ଯେ ସେ ଭଗବାନଙ୍କୁ ସ୍ଵୀକାର କରୁନାହିଁ, ସେ ହେଉଛି ଅନ୍ଧ, ଦୁର୍ଜନ, ମୁର୍ଖ, ତୁମେ ତାକୁ ଯାହା ଡାକିପାର । ଏହା ଅନୁମତ, ତଥାପି, ସେ ଯାହା କିଛି ହେଉ । ସେ ହେଉଛି ଏକ ଦୁର୍ଜନ । ଏହି ସିଦ୍ଧାନ୍ତରେ ଆମେ ଅନେକ ବଡ଼, ବଡ଼ ରାସାୟନବିଦ୍, ଦାର୍ଶନିକ, ଯେ କେହି ଆମ ପାଖକୁ ଆସନ୍ତି ତାଙ୍କୁ ଆହ୍ଵାନ ଦେଇପାରିବା । ଆମେ କହୁ, "ତୁମେ ହେଉଛ ଅସୁର ।" ଅନ୍ୟ ଏକ ରାସାୟନବିଦ୍ ଆସିଥିଲେ, ତୁମେ ଆଣିଥିଲ, ସେହି ଭାରତୀୟ?
ସ୍ଵରୂପ ଦାମୋଦର: ହଁ । ଚୌରି (?)
ପ୍ରଭୁପାଦ: ତେଣୁ ମୁଁ କହିଲି ଯେ "ତୁମେ ଏକ ଅସୁର ।" କିନ୍ତୁ ସେ ରାଗିଲେ ନାହିଁ । ସେ ସ୍ଵୀକାର କରିଲେ । ଏବଂ ତାଙ୍କର ସମସ୍ତ ଯୁକ୍ତି ଖଣ୍ଡନ କରିଲି । ସମ୍ଭବତଃ ତୁମେ ମନେ ରଖିଥିବ ।
ସ୍ଵରୂପ ଦାମୋଦର: ହଁ, ବାସ୍ତବରେ, ସେ କହୁଥିଲେ ଯେ "କୃଷ୍ଣ ମୋତେ ପରୀକ୍ଷଣ କିପରି କରିବି ସେଥିପାଇଁ ସମସ୍ତ ପ୍ରକ୍ରିୟା, ସୋପାନ ଦେଇନାହାଁନ୍ତି । ତାହା...ସେ ସେପରି କହୁଥିଲେ ।
ପ୍ରଭୁପାଦ: ହଁ । ମୁଁ ତୁମକୁ କାହିଁକି ଦେବି? ତୁମେ ଏକ ଦୁର୍ଜନ, ତୁମେ କୃଷ୍ଣଙ୍କର ବିରୋଧରେ ଅଛ, କୃଷ୍ଣ କାହିଁକି ତୁମକୁ ସୁବିଧା ଦେବେ? ଯଦି ତୁମେ କୃଷ୍ଣଙ୍କର ବିରୋଧରେ ରୁହ ଏବଂ କୃଷ୍ଣଙ୍କର ବିନା ଶ୍ରେୟ ଚାହଁ, ତାହା ସମ୍ଭବ ନୁହେଁ । ପ୍ରଥମେ ତୁମକୁ ବିନମ୍ର ହେବାକୁ ପଡ଼ିବ । ତାପରେ କୃଷ୍ଣ ତୁମକୁ ସମସ୍ତ ସୁବିଧାମାନ ଦେବେ । ଯେପରି ଆମେ ଯେ କୌଣସି ରାସାୟନବିଦ୍, ଯେ କୌଣସି ବୈଜ୍ଞାନିକ, ଯେ କୌଣସି ଦାର୍ଶନିକ ର ସାମ୍ନା କରିବାକୁ ସାହାସ ରଖୁଛୁ । କାହିଁକି? କୃଷ୍ଣଙ୍କର ଶକ୍ତିର ଆଧାରରେ, ଆମେ ବିଶ୍ଵାସ କରୁଛୁ ଯେ "କୃଷ୍ଣ ଅଛନ୍ତ ।" ଯେତେବେଳେ ମୁଁ ତାଙ୍କ ସହିତ କଥା ହେବି, କୃଷ୍ଣ ମୋତେ ବୁଦ୍ଧି ଦେବେ ।" ଏହା ହେଉଛି ମୂଳ ଆଧାର । ଅନ୍ୟଥା, ଯୋଗ୍ୟତାରୁ, ମାନକ, ସେମାନେ ଭାରୀ ଯୋଗ୍ୟ ଅଟନ୍ତି । ଆମେମାନେ ସେମାନଙ୍କ ଆଗରେ ସାଧାରଣ ବ୍ୟକ୍ତି । କିନ୍ତୁ ଆମେ କିପରି ସେମାନଙ୍କୁ ଆହ୍ଵାନ ଦେଉଛୁ? କାରଣ ଆମେ ଜାଣିଛୁ । ଯେପରି ଏକ ଛୋଟ ପିଲା ଏକ ବଡ଼ ଲୋକକୁ ଆହ୍ଵାନ ଦେଇପାରେ କାରଣ ସେ ଜାଣିଛି, "ମୋ ପିତା ଅଛନ୍ତି ।" ସେ ପିତାଙ୍କର ହାତ ଧରିଛି, ଏବଂ ସେ ନିଶ୍ଚିତ ଯେ "କେହି ମୋର କିଛି କରି ପାରିବେ ନାହିଁ ।"
ସ୍ଵରୂପ ଦାମୋଦର: ଶ୍ରୀଲା ପ୍ରଭୁପାଦ, ମୁଁ ତଦ୍ ଅପି ଅଫଳତାମ୍ ଜାତମ୍ ର ଅର୍ଥ ବୁଝିବାକୁ ଚାହୁଁଛି ।
ପ୍ରଭୁପାଦ: ତଦ୍ ଅପି ଅଫଳତାମ୍ ଜାତମ୍ ।
ସ୍ଵରୂପ ଦାମୋଦର: ତେଶାମ୍ ଅାତ୍ମାଭିମାନିନାମ୍, ବାଳକାନାମ୍, ଅନାଶ୍ରିତ୍ୟ ତେଶାମ୍ ଆତ୍ମାଭିମାନିନାମ୍..., ବାଳକାନାମ୍, ଅନାଶ୍ରିତ୍ୟ ଗୋବିନ୍ଦ-ଚରଣ-ଦ୍ଵୟମ୍ ।
ସ୍ଵରୂପ ଦାମୋଦର: "ମନୁଷ୍ୟ ଜୀବନ ସେମାନଙ୍କ ପାଇଁ ଖରାପ ହୋଇଯାଏ..."
ପ୍ରଭୁପାଦ: ହଁ । "ଯେଉଁମାନେ କୃଷ୍ଣ ଚେତନା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।" କେବଳ ସେ ପଶୁ ପରି ମୃତ୍ୟୁ ବରଣ କରେ । ବାସ୍ । ଯେପରି ବିଲେଇ ଏବଂ କୁକୁର, ସେମାନେ ମଧ୍ୟ ଜନ୍ମ ଗ୍ରହଣ କରନ୍ତି, ସେମାନେ ଖାଆନ୍ତି, ଶୁଅନ୍ତି, ଏବଂ ପିଲା ଜନ୍ମ କରନ୍ତି, ଏବଂ ମୃତ୍ୟୁ ବରଣ କରନ୍ତି । ମନୁଷ୍ୟ ଜୀବନ ହେଉଛି ସେହିପରି ।
ସ୍ଵରୂପ ଦାମୋଦର: ଜାତର ଅର୍ଥ ହେଉଛି ପ୍ରଜାତି? ଜାତ?
ପ୍ରଭୁପାଦ: ଜାତ । ଜାତ ଅର୍ଥାତ୍ ଜନ୍ମ । ଅଫଳତମ୍ ଜାତମ୍ । ଜାତମ୍ ଅର୍ଥାତ୍ ବ୍ୟର୍ଥ ହୋଇଯିବା । ବ୍ୟର୍ଥ । ମନୁଷ୍ୟ ଜୀବନ ବ୍ୟର୍ଥ ହୋଇଯିବ ଯଦି ସେ ଗୋବିନ୍ଦ-ଚରଣ ସ୍ଵୀକାର ନ କରିବ । ଗୋବିନ୍ଦମ୍ ଆଦି ପୁରୁଷମ୍ ତମ ଅହମ୍ ଭଜାମି । ଯଦି ସେ ଦୃଢ଼ ନିଶ୍ଚୟୀ ହୁଏ ନାହିଁ ଯେ " ମୁଁ ପ୍ରକୃତ ପରମପୁରୁଷ ଭଗବାନ ଗୋବିନ୍ଦଙ୍କୁ ପୂଜା କରୁଛି," ତେବେ ସେ ନଷ୍ଟ ହୋଇଯିବ । ବାସ୍ । ତାର ଜୀବନ ନଷ୍ଟ ।
ସ୍ଵରୂପ ଦାମୋଦର: ଆତ୍ମାଭିମାନିନାମ୍ ଅର୍ଥାତ୍...
ପ୍ରଭୁପାଦ: ଆତ୍ମା, ଦେହାତ୍ମା-ମାନିନାମ୍
ସ୍ଵରୂପ ଦାମୋଦର: ତେଣୁ ଯିଏ ଆତ୍ମା କେନ୍ଦ୍ରିତ...
ପ୍ରଭୁପାଦ: "ମୁଁ ହେଉଛି ଏହି ଶରୀର ।" ସ୍ଵୟଂ? ସେମାନଙ୍କୁ ସ୍ଵୟଂର କିଛି ସୂଚନା ନାହିଁ । ଏହି ଦୁର୍ଜନମାନେ, ସେମାନେ ଭାବୁଛନ୍ତି, "ମୁଁ ହେଉଛି ଏହି ଶରୀର ।" ଆତ୍ମା ମାନେ ଶରୀର, ଆତ୍ମା ମାନେ ସ୍ଵୟଂ, ଆତ୍ମା ଅର୍ଥାତ୍ ମନ । ତେଣୁ ଏହି ଆତ୍ମାଭିମାନି ଅର୍ଥାତ୍ ଜୀବନର ଶାରୀରିକ ସଂକଳ୍ପନା । ବାଳକ । ବାଳକ ଅର୍ଥାତ୍ ଏକ ମୁର୍ଖ, ପିଲା, ବାଳକ । ଆତ୍ମାଭିମାନିନମ୍ ବାଳକାନାମ୍ । ଯେଉଁମାନେ ଜୀବନର ଶାରୀରିକ ସଂକଳ୍ପନାର ଅଧିନରେ ଅଛନ୍ତି, ସେମାନେ ପିଲାମାନଙ୍କ ପରି, ମୁର୍ଖ, କିମ୍ଵା ପଶୁମାନଙ୍କ ପରି ଅଟନ୍ତି ।
ସ୍ଵରୂପ ଦାମୋଦର: ତେଣୁ ମୁଁ ଏହି ଶ୍ଳୋକ ମାଧ୍ୟମରେ, ପୁନଜନ୍ମ ସଦ୍ଧାନ୍ତର ବ୍ୟାଖ୍ୟା କରିବା ପାଇଁ ଯୋଜନା କରୁଛି ।
ପ୍ରଭୁପାଦ: ହଁ । ସ୍ଥାନାନ୍ତର । ଭ୍ରମଦବିଃ । ଭ୍ରମଦବିଃ ଅର୍ଥାତ୍ ସ୍ଥାନାନ୍ତର, ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ଭ୍ରମଣ କରିବା । ଯେପରି ମୁଁ ଏଠାରେ ଅଛି । ମୋର ନିଜର ଶରୀର ଅଛି, ଏକ ପୋଷାକ, ଆବରଣ । ଏବଂ ଯେତେବେଳେ ମୁଁ ଭାରତ ଯାଏ, ଏହା ଆବଶ୍ୟକ ନାହିଁ । ତେଣୁ ସେମାନେ ଗ୍ରହଣ କରନ୍ତି ଯେ ଶରୀର ଏପରି ବିକସିତ ହୋଇଛି । କିନ୍ତୁ ନା । ଏଠାରେ, କିଛି ସର୍ତ୍ତ ଅନୁଯାୟୀ, ମୁଁ ଏହି ପୋଷାକ ସ୍ଵୀକାର କରୁଛି । ଅନ୍ୟ ସ୍ଥାନରେ, କିଛି ସର୍ତ୍ତ ଅନୁଯାୟୀ, ମୁଁ ଅନ୍ୟ ପୋଷାକ ସ୍ଵୀକାର କରୁଛି । ତେଣୁ ମୁଁ ମହତ୍ଵପୂର୍ଣ୍ଣ, ଏହି ପୋଷାକ ନୁହେଁ । କିନ୍ତୁ ଏହି ଦୁର୍ଜନମାନେ କେବଳ ପୋଷାକର ଅଧ୍ୟୟନ କରୁଛନ୍ତି । ତାହାକୁ ଆତ୍ମାଭିମାନମ୍ କୁହାଯାଏ, ପୋଷାକକୁ ବିଚାର କରି, ଶରୀର । ବାଳକାନମ୍ ।