OR/Prabhupada 0121 - ଶେଷରେ କୃଷ୍ଣ କାମକରୁଛନ୍ତି
Morning Walk At Cheviot Hills Golf Course -- May 17, 1973, Los Angeles
କୃଷ୍ଣ-କ୍ରାନ୍ତି: ଚିକିତ୍ସକ ମାନେ ମାନବ ମସ୍ତିଷ୍କର ଜଟିଳ ପ୍ରକୃତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ।
ପ୍ରଭୁପାଦ: ହଁ । ହଁ ।
କୃଷ୍ଣ କ୍ରାନ୍ତି: ସେମାନେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି ।
ପ୍ରଭୁପାଦ: ସେମାନେ ବଦମାସ । ଏହି କାମ ମସ୍ତିଷ୍କ କରୁନାହିଁ । ଏହି ଆତ୍ମା କାମ କରୁଛି । ସେହି ପରି: କମ୍ପ୍ୟୁଟର ଯନ୍ତ୍ର । ବଦମାସ ମାନେ ଭାବୁଛନ୍ତି କମ୍ପ୍ୟୁଟର କାମ କରୁଛି । ନା । ବ୍ୟକ୍ତି କାମ କରୁଛି । ସେ ବଟନ ଦବଉଛି ତେବେ ତାହା କାର୍ଯ୍ୟ କରୁଛି । ଅନ୍ୟଥା, ଏହି ଯନ୍ତ୍ରର ମୂଲ୍ୟ କ'ଣ? ତୁମେ ସେ ଯନ୍ତ୍ରକୁ ହଜାରେ ବର୍ଷ ରଖିଲେ, ମଧ୍ୟ ଏହା କାମ କରିବ ନାହିଁ । ଯେତେବେଳେ ଅନ୍ୟ ଏକ ବ୍ୟକ୍ତି ଆସି ବଟନଟି ଦବାଇବ, ତେବେ ଏହା କାମ କରିବ । ତେବେ କିଏ କାମ କରୁଛି? ଯନ୍ତ୍ର କାମ କରୁଛି ନା ମଣିଷ କାମ କରୁଛି? ଏବଂ ମଣିଷ ମଧ୍ୟ ଅନ୍ୟ ଏକ ଯନ୍ତ୍ର । ଏବଂ ଏହା ପରମାତ୍ମା, ଭଗବାନଙ୍କର ଉପସ୍ଥିତି ଯୋଗୁଁ କାମ କରୁଛି । ସେଥିପାଇଁ, ଅନ୍ତିମରେ, ଭଗବାନ୍ କାମ କରୁଛନ୍ତି । ଏକ ମୃତ ବ୍ୟକ୍ତି କାମ କରିପାରେ ନାହିଁ । ତେବେ କେତେ ସମୟ ଜଣେ ମଣିଷ ବଞ୍ଚିପାରିବ? ଯେବେ ପର୍ଯ୍ୟନ୍ତ ପରମାତ୍ମା ଅଛନ୍ତି, ଆତ୍ମା ସେଠାରେ ଅଛି । ଯଦିଓ ଆତ୍ମା ସେଥିରେ ଅଛି, ତେବେ ଯଦି ପରମାତ୍ମା ତାକୁ ବୁଦ୍ଧି ନ ଦିଅନ୍ତି, ତେବେ ସେ କାମ କରିପାରିବ ନାହିଁ । ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ (BG 15.15) ଭଗବାନ ମୋତେ ବୁଦ୍ଧି ଦିଅନ୍ତି, "ତୁମେ ଏହି ବଟନ ଦବାଅ ।" ତାପରେ ମୁଁ ଏହି ବଟନ ଦବେଇବି । ତେଣୁ ଶେଷରେ କୃଷ୍ଣ କାମକରୁଛନ୍ତି । ଅପ୍ରଶିକ୍ଷିତ ବ୍ୟକ୍ତି ଅସି ଏଥିରେ କାମ କରି ପାରିବେ ନାହିଁ କାରଣ ସେଥିରେ କୌଣସି ବୁଦ୍ଧିମତା ନାହିଁ । ଏବଂ ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଯିଏ ପ୍ରଶିକ୍ଷିତ, ସେ କାମ କରିପାରିବ । ତେଣୁ ଏହି ସବୁ କାଥା ଚାଲିଛି । ପରିଶେଷରେ କୃଷ୍ଣଙ୍କର କଥା ଆସେ । ତୁମେ କ'ଣ ଅନୁସନ୍ଧାନ କରୁଛ, ତୁମେ କ'ଣ କଥା ହେଉଛ, ତାହା କୃଷ୍ଣ ମଧ୍ୟ କରୁଛନ୍ତି । କୃଷ୍ଣ ତୁମକୁ ଦେଉଛନ୍ତି...ତୁମେ ଏହି ସୁବିଧା ପାଇଁ କୃଷ୍ଣଙ୍କୁ ପ୍ରାର୍ଥନା କରୁଛ । କୃଷ୍ଣ ତୁମକୁ ଦେଉଛନ୍ତି । ବେଳେ ବେଳେ ତୁମେ ପାଉଛ ଯେ ଆକସ୍ମକ ଭାବରେ ପରୀକ୍ଷଣ ସଫଳ ହୋଇଯାଏ । ତେଣୁ ଯେତେବେଳେ କୃଷ୍ଣ ଦେଖନ୍ତି ତୁମେ ପରୀକ୍ଷଣରେ ଏତେ ହଇରାଣ ହେଉଛ, "ଠିକ୍ ଅଛି ଏହା କର ।" ଯେପରିକି ଯଶୋଦା ମାତା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ କରିପାରିଲେ ନାହିଁ । କିନ୍ତୁ ଯେତେବେଳେ କୃଷ୍ଣ ରାଜି ହୋଇଗଲେ, ଏହା ସମ୍ଭବ ହୋଇଗଲା । ସେହିପରି, ଆକସ୍ମିକ ଅର୍ଥାତ୍ କୃଷ୍ଣ ତୁମକୁ ସାହାର୍ଯ୍ୟ କରୁଛନ୍ତି: "ଠିକ୍ ଅଛି, ତୁମେ ଏତେ ପରିଶ୍ରମ କରୁଛ, ଏହି ପରିଣାମ ନିଅ ।" ସବୁକିଛି ହେଉଛନ୍ତି କୃଷ୍ଣ । ମତ୍ତଃ ସର୍ବଂ ପ୍ରବର୍ତତେ (BG 10.8) । ଏହା ବର୍ଣ୍ଣନା କରାଯାଇଛି । ମତ୍ତଃ ସ୍ମୃତିଜ୍ଞାନମପୋହନଂ ଚ (BG 15.15) । ସବୁକିଛି କୃଷ୍ଣଙ୍କ ଠାରୁ ଆସୁଛି ।
ସ୍ଵରୂପ ଦାମୋଦର: ସେମାନେ କୁହଁନ୍ତି, "କୃଷ୍ଣ ମୋତେ ଉଚିତ୍ ସୋପାନ ଦେଇ ନାହାଁନ୍ତି କି କିପରି ପରୀକ୍ଷଣ କରିବା ଉଚିତ୍ ।"
ପ୍ରଭୁପାଦ: ହଁ, ସେ ତୁମକୁ ଦିଅନ୍ତି । ଅନ୍ୟଥା ତୁମେ କିପରି ଏହା କରୁଛ । ଯାହା କିଛି ତୁମେ କରୁଛ, ତାହା କୃଷ୍ଣଙ୍କ କୃପାରୁ । ଏବଂ ଯେତେବେଳେ ତୁମେ ଆହୁରି ଅନୁକୂଳ ହୋଇଯିବ, କୃଷ୍ଣ ତୁମକୁ ଅଧିକ ସୁବିଧା ଦେବେ । କୃଷ୍ଣ ତୁମକୁ ସୁବିଧା ଦେବେ, ତୁମର ପକ୍ଷ ନେବେ, ତୁମେ ଯେତିକି ଚାହଁ ସେତିକି, ତା ଠାରୁ ଅଧିକ ନୁହେଁ । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ... ତୁମେ କୃଷ୍ଣଙ୍କୁ ଯେତେ ପରିମାଣରେ ଆତ୍ମସମର୍ପଣ କରିବ, ସେତିକି ବୁଦ୍ଧି ଆସିବ । ଯଦି ତୁମେ ପୂର୍ଣ୍ଣ ଭାବରେ ସମର୍ପଣ କରିବ, ତେବେ ପୁର୍ଣ୍ଣ ବୁଦ୍ଧିମତା ମିଳିବ । ଭଗବଦ୍ ଗୀତାରେ ଏହା କୁହାଯାଇଛି । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ (BG 4.11) ।