OR/Prabhupada 0131 - ପିତାଙ୍କୁ ଆତ୍ମସମର୍ପଣ କରିବା ସ୍ଵାଭାବିକ



Lecture on BG 7.11-16 -- New York, October 7, 1966

ଏହି ପାଗଳାମି, ଏହି ଭ୍ରମ, ଏହି ଭୌତିକ ଦୁନିଆର ମାୟା, କାବୁ କରିବା ଭାରୀ କଷ୍ଟ । ଏହା ଭାରୀ କଷ୍ଟ । କିନ୍ତୁ କୃଷ୍ଣ କୁହଁନ୍ତି, ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ (BG 7.14) ଯଦି କେହି ସ୍ଵଇଛାରେ, କିମ୍ଵା ତାର ଦୟନୀୟ ଜୀବନ ବୁଝିପାରି, କୃଷ୍ଣଙ୍କୁ ଆତ୍ମସମର୍ପଣ କରେ, "ମୋର ପ୍ରିୟ କୃଷ୍ଣ, ମୁଁ ଅନେକ ଜୀବନ ପାଇଁ ଆପଣଙ୍କୁ ଭୁଲି ଯାଇଛି । ବର୍ତ୍ତମାନ ମୁଁ ବୁଝିପାରିଛି ଯେ ଆପଣ ହେଉଛନ୍ତି ମୋର ପିତା, ଆପଣ ମୋର ରକ୍ଷକ । ମୁଁ ଆପଣଙ୍କୁ ଆତ୍ମସମର୍ପଣ କରୁଛି ।" ଯେପରି ଏକ ହଜିଯାଇଥିବା ଶିଶୁ ତାର ପିତା ପାଖକୁ ଯାଏ, "ମୋର ପ୍ରିୟ ପିତା, ଏହା ମୋର ଭୁଲ ବୁଝାମଣା ଯେ ମୁଁ ଆପଣଙ୍କର ସୁରକ୍ଷାରୁ ଦୂରକୁ ଚାଲିଯାଇଥିଲି, କିନ୍ତୁ ମୁଁ ପୀଡ଼ା ସହିଲି । ବର୍ତ୍ତମାନ ମୁଁ ଆପଣଙ୍କ ପାଖକୁ ଆସିଛି ।" ପିତା ଆଲିଙ୍ଗନ କରିଲେ, "ମୋର ପ୍ରିୟ ବାଳକ, ତୁମେ ଚାଲିଆସ । ମୁଁ ତୁମ ପାଇଁ ଅନେକ ଦିନରୁ ଉତ୍ସୁକ ଥିଲି । ଓ, ଏହା ଖୁସୀକର ଯେ ତୁମେ ଫେରି ଆସିଲ ।" ପିତା ଭାରୀ ଦୟାଳୁ । ତେଣୁ ଆମେ ସେହି ସ୍ଥିତିରେ ଅଛୁ । ଯଥା ଶୀଘ୍ର ଆମେ ପରମ ଭଗବାନଙ୍କୁ ଆତ୍ମସମର୍ପଣ କରୁ... ତାହା ଏତେ କଷ୍ଟକର ନୁହେଁ । ଏକ ପୁତ୍ରର ଆତ୍ମସମର୍ପଣ ପିତାକୁ, ଏହା ଅତି କଷ୍ଟକର କାମ କି? ତୁମେ ଭାବୁଛ କି ଏହା ଅତି କଷ୍ଟକର କାମ? ଏକ ପୁତ୍ର ତାର ପିତାଙ୍କୁ ଆତ୍ମସମର୍ପଣ କରୁଛି । ଏହା ସ୍ଵାଭାବିକ । କୌଣସି ନିନ୍ଦା ନାହିଁ । ପିତା ସର୍ବଦା ବରିଷ୍ଠ ଅଟନ୍ତି । ତେଣୁ ମୁଁ ଯଦି ମୋ ପିତାଙ୍କ ଚରଣ ସ୍ପର୍ଶ କରେ, ଯଦି ମୁଁ ମୋ ପିତାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଏ, ଏହା ଗୌରବ ଅଟେ । ଏହା ମୋ ପାଇଁ ଶ୍ରେଷ୍ଠ । କୌଣସି ନିନ୍ଦା ନୁହେଁ । କୌଣସି କଷ୍ଟ ନାହିଁ । କାହିଁକି ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ ନ କରିବା?

ତେଣୁ ଏହା ହେଉଛି ପ୍ରଣାଳୀ । ମାମେବ ଯେ ପ୍ରପଦ୍ୟନ୍ତେ । " ଏହି ସମସ୍ତ ବିଚଳିତ ଜୀବ, ଯେତେବେଳେ ସେମାନେ ମୋତେ ଆତ୍ମସମର୍ପଣ କରିବେ," ମାୟାମେତାଂ ତରନ୍ତି ତେ (BG 7.14), "ତା ଜୀବନରେ ଆଉ କୌଣସି ଦୁଃଖ ରହିବ ନାହିଁ ।" ସେ ତୂରନ୍ତ ପିତାଙ୍କ ସୁରକ୍ଷା ଅଧିନରେ ଆସିଯିବ । ତୁମେ ଭଗବଦ୍ ଗୀତାର ଶେଷ ଭାଗରେ ପାଇବ, ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚିଃ (BG 18.66) । ଯେତେବେଳେ ପିତା...ଯେତେବେଳେ ଶିଶୁ ତାର ମାତା ସ୍ତନ ଉପରେ ଆସେ, ମାତା ତାର ସୁରକ୍ଷା କରେ । ଯଦି କୌଣସି ବିପଦ ଅଛି, ତେବେ ମାତା ଶିଶୁ ଜୀବନ ପୂର୍ବରୁ ପ୍ରଥମେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥାଏ । ସେହିପରି, ଯେତେବେଳେ ଆମେ ଭଗବାନଙ୍କର ସଂରକ୍ଷଣରେ ରହିବା, ତେବେ କୌଣସି ଭୟ ନାହିଁ ।