OR/Prabhupada 0142 - ଭୌତିକ ପ୍ରକୃତିର ଏହି ବଧ କରିବା ପ୍ରକ୍ରିୟାକୁ ବନ୍ଦ କର



Lecture on SB 6.1.15 -- Denver, June 28, 1975

ତେବେ ସର୍ବପ୍ରଥମେ ଲୋକମାନେ ବୁଝିପାରୁ ନାହାଁନ୍ତି ଜୀବନର ଲକ୍ଷ୍ୟ କ'ଣ । ସେମାନେ ବର୍ତ୍ତମାନ ମୂହୁର୍ତ୍ତରେ ଚିନ୍ତା କରୁ ନାହାଁନ୍ତି । ପାପି ଜୀବନ କ'ଣ କିମ୍ଵା ଧାର୍ମିକ ଜୀବନ କ'ଣ ସେମାନଙ୍କ ପାଇଁ କୌଣସି ଅନ୍ତର ନାହିଁ । କିନ୍ତୁ ଆମେ ଏହି ସବୁ କଥାରେ ବିଶ୍ଵାସ କରୁ ନାହୁଁ, କିନ୍ତୁ ଏପରି ଜିନିଷ ଅଛି । ଯେପରିକି ଯଦି ତୁମେ କିଛି ରୋଗରେ ସଂକ୍ରମିତ ହୁଅ, ଏହା ବାହାରକୁ ଆସିବ । ତୁମେ ବିଶ୍ଵାସ କର କିମ୍ଵା ନ କର, ଏହାର କିଛି ଫରକ ପଡ଼େ ନାହିଁ । ଏଠାରେ ଆମର ଚିକିତ୍ସକ ଅଛନ୍ତି । ସେ ଜାଣିଛନ୍ତି ଯେ ଯଦି ତୁମେ କିଛି ରୋଗରେ ସଂକ୍ରମିତ ହୁଅ, ଏହା ବାହାରକୁ ଆସିବ । ତେଣୁ ଆମେମାନେ ଅନେକ ସଂକ୍ରମିତ ଗୁଣଗୁଡ଼ିକୁ ସଂକ୍ରମିତ କରୁଛୁ । ତିନୋଟି ଗୁଣ ଅଛି - ସତ୍ଵ ଗୁଣ, ରଜୋ ଗୁଣ, ତମୋ ଗୁଣ - ଏବଂ ଆମର ସଂକ୍ରମଣ ଅନୁସାରେ, ଆମକୁ ଏକ ଭିନ୍ନ ପ୍ରକାରର ଶରୀର ସ୍ଵୀକାର କରିବାକୁ ପଡ଼େ । କର୍ମଣା ଦେବ-ନେତ୍ରେଣ (SB 3.31.1) । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେମାନେ ଭୌତିକ ପ୍ରକୃତିର ଗୁଣ ଅଧିନରେ କାମ କରୁଛୁ । ଏବଂ ଆମର ସଙ୍ଗ ଅନୁଯାୟୀ ଆମକୁ ଏକ ନିଦ୍ଧିଷ୍ଟ ପ୍ରକାରର ଶରୀର ସ୍ଵୀକାର କରିବାକୁ ପଡ଼େ, ତଥା ଦେହାନ୍ତରପ୍ରାପ୍ତି (BG 2.13) । ଦୁର୍ଭାଗ୍ୟବଶତଃ କୌଣସି ବିଜ୍ଞାନ ନାହିଁ, କୌଣସି ମହାବିଦ୍ୟାଳୟ ନାହିଁ, କୌଣସି ବିଶ୍ଵ ବିଦ୍ୟାଳୟ ନାହିଁ ପ୍ରକୃତିର ଏହି ବିଜ୍ଞାନକୁ ଶିଖେଇବା ପାଇଁ, କି କିପରି ସବୁ ଚାଲିଛି । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । ପ୍ରକୃତି ସେଠାରେ ଅଛି ।

ତେଣୁ ଆମେ ଏହି ଭୌତିକ ଜଗତରେ ସଂକ୍ରାମକ ଅବସ୍ଥା ଯୋଗୁଁ ଅଛୁ । ଏହା ଆମର ସମସ୍ୟା । ଏବଂ ଆମକୁ ମରିବାକୁ ପଡ଼ିବ । ତାହା ହେଉଛି ତଥ୍ୟ । ଯଦି ତୁମେ କହିବ ଯେ "ମୁଁ ମୃତ୍ୟୁରେ ବିଶ୍ଵାସ କରେ ନାହିଁ," ତାହା ବାହାନା ନୁହେଁ । ମୃତ୍ୟୁ ରହିବା ଉଚିତ୍ । ତୁମକୁ ମରିବାକୁ ପଡ଼ିବ । ତେଣୁ ଏହିପରି ଭାବରେ ଆମର ଜୀବନ ଚାଲିଛି । ତେଣୁ ମନୁଷ୍ୟ ଜୀବନରେ ଆମେ ଏହାକୁ ସୁଧାରି ପାରିବା । ଏହା ହେଉଛି କୃଷ୍ଣ ଚେତନାର ପ୍ରକ୍ରିୟା, ଯେ ଯଦି ଆମେ ଭୌତିକ ପ୍ରକୃତିର ବିଭିନ୍ନ ଗୁଣ ସହିତ ଆମର ନିରନ୍ତର ସହଯୋଗକୁ ସୁଧାରିବା... ଏବଂ ଏହି ସହଯୋଗର ପରିଣାମ ସ୍ଵରୂପ, ଆମେ ଏକ ଶରୀର ସ୍ଵୀକାର କରୁଛୁ ଏବଂ ପୁଣି ମରିଯାଉଛୁ, ଏବଂ ପୁଣି ଅନ୍ୟ ଏକ ଶରୀର ସ୍ଵୀକାର କରୁଛୁ, ପୁଣି ମରୁଛୁ । ଏହି ବ୍ୟାପାର ବନ୍ଦ ହୋଇଯିବ । ନ ତଦ୍ଭାସୟେତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) ଯେ କୌଣସି ପ୍ରକାରରେ, ଯଦି ତୁମେ ଘରକୁ ଫେରିବାକୁ ଯୋଗ୍ୟ ହୋଇଯାଅ, ଭଗବତ ଧାମକୁ, ଯଦ୍ ଗତ୍ଵା, ତେବେ ତୁମକୁ ପୁଣି ଫେରିବାକୁ ପଡ଼ିବ ନାହିଁ । କିନ୍ତୁ ସେମାନେ ବୁଝୁ ନାହାଁନ୍ତି ଯେ ଏହି ଭୌତିକ ବଦ୍ଧ ଜୀବନ ସର୍ବଦା ଦୁଃଖଦାୟକ ଅଟେ । ସେମାନେ ସ୍ଵୀକାର କରି ନେଇଛନ୍ତି, "ଏହା ଭାରୀ ଭଲ ।" ପଶୁ । ପଶୁ, ଯେପରି ବଦ୍ଧସ୍ଥଳୀରେ, ପଶୁମାନଙ୍କର ଗୋଦାମ, ସେଠାରେ ଏତେ ସାରା ପଶୁ ଅଛନ୍ତି, ଏବଂ ସେମାଙ୍କର ହତ୍ୟା କରାଯିବ । ସମସ୍ତେ ଜାଣିଛନ୍ତି, ସେ ପଶୁମାନେ ମଧ୍ୟ ଜାଣିଛନ୍ତି । କିନ୍ତୁ ତାଙ୍କର ପଶୁ ଗୁଣ ଯୋଗୁଁ, ସେମାନେ କିଛି କରିପାରନ୍ତି ନାହିଁ । ସେହିପରି, ଆମ୍ଭମାନଙ୍କୁ ମଧ୍ୟ ଏହି ଭୌତିକ ଜଗତର ବଦ୍ଧସ୍ଥଳୀରେ ଛାଡିଦିଆଯାଇଛି । ଏହାକୁ ମୃତ୍ୟୁଲୋକ କୁହାଯାଏ । ସମସ୍ତେ ଜାଣିଛନ୍ତି ଯେ ତାର ହତ୍ୟା କରାଯିବ । ଆଜି କିମ୍ବା କାଲି କିମ୍ବା ପଚାଶ ବର୍ଷ ପରେ କିମ୍ବା ଶହେ ବର୍ଷ ପରେ, ସମସ୍ତେ ଜାଣିଛନ୍ତି ଯେ ତାର ହତ୍ୟା କରାଯିବ । ସେ ମରି ଯିବ । ମୃତ୍ୟୁ ଅର୍ଥାତ୍ ହତ୍ୟା । କେହି ମଧ୍ୟ ମରିବାକୁ ଚାହାନ୍ତି ନାହିଁ । ପଶୁମାନେ ମଧ୍ୟ ମରିବାକୁ ଚାହାନ୍ତି ନାହିଁ । କିନ୍ତୁ ସେମାନଙ୍କୁ ବଳପୂର୍ବକ ଜୀବନ ନେଇଯାଆନ୍ତି । ଏହାକୁ ହତ୍ୟା କୁହାଯାଏ । ସେହିପରି, କିଏ ମରିବାକୁ ଚାହେଁ? କେହି ମଧ୍ୟ ମରିବାକୁ ଚାହାନ୍ତି ନାହିଁ । କିନ୍ତୁ ପ୍ରକୃତିର ନିୟମ ଯୋଗୁଁ ତାକୁ ମରିବାକୁ ପଡେ । ତାହା ହେଉଛି ବଦ୍ଧସ୍ଥଳି । ଏହି ସମଗ୍ର ଭୌତିକ ଜଗତ ହେଉଛି ବଦ୍ଧସ୍ଥଳି । ଆମକୁ ତାହା ବୁଝିବାକୁ ହେବ । ଏବଂ ଏହାକୁ ମୃତ୍ୟୁ ଲୋକ କୁହାଯାଏ । ଏହା ହେଉଛି ସମସ୍ୟା । କିନ୍ତୁ ସେମାନେ ଏହାକୁ ଗମ୍ଭୀରତାର ସହିତ ନିଅନ୍ତି ନାହିଁ, ପଶୁମାନଙ୍କ ଭଳି । ପଶୁ ଗମ୍ଭୀରତାର ସହିତ ନିଏ ନାହିଁ । ଏବଂ ଯଦି ସେ ଜାଣେ ଯେ ସେ ମରିଯିବ, ତେବେ ମଧ୍ୟ ସେ କିଛି ପଦକ୍ଷେପ ନେଇପାରେ ନାହିଁ ।

ତେଣୁ ଆମ ଅବସ୍ଥା ଏମିତି ହି ଅଛି । ମୃତ୍ୟୁ-ସଂସାର-ସାଗରାତ୍, ତେଶାମ୍ ଅହମ୍ ଅନୁକମ୍ପାର୍ଥମ୍ ଅହମ୍ ଅଜ୍ଞାନ ଜମ୍ ତମଃ । ତେଶାମ୍ ଅହମ୍ ସମୁଧର୍ତା ମୃତ୍ୟୁ ସଂସାର ସାଗରାତ୍ (BG 12.7) ତେଣୁ ଆମେ ଆମର ସ୍ଥିତିକୁ ବୁଝିବା ଉଚିତ୍ । କେହି ମରିବାକୁ ଚାହୁଁନାହାନ୍ତି, କିନ୍ତୁ ତାର ମୃତ୍ୟୁ ଘଟୁଛି । ପୁନର୍ବାର ତାକୁ ସୁଯୋଗ ଦିଆଯାଉଛି, ଅନ୍ୟ ଏକ ଶରୀର । ପନର୍ବାର ତାର ମୃତ୍ୟୁ ଘଟୁଛି । ଏହି ପ୍ରକୃତିର ନିୟମ ଚାଲିଆସୁଛି । ଦୈବି ହି ଏଶ ଗୁଣମୟୀ ମମ ମାୟା ଦୁରତ୍ୟୟ (BG 7.14) । ଆମ୍ଭମାନଙ୍କୁ ଏହା ଗମ୍ଭୀର ଭାବରେ ବୁଝିବିକୁ ହେବ, ଯେ ପ୍ରକୃତିର ଏହି ହତ୍ୟା କରିବା ପ୍ରକ୍ରିୟାକୁ କିପରି ବନ୍ଦ କରାଯିବ । ତାହା ହେଉଛି ବୁଦ୍ଧି । ଅନ୍ୟଥା, କୁକୁର ଏବଂ ବିଲେଈ ଭଳି ଖୁସି ହେବା, "ଓଃ, ମୁଁ କେତେ ଭଲରେ ଖାଉଛି ଏବଂ ଡେଉଁଛି । ମୋର ମୃତ୍ୟୁ ପାଇଁ ମୋର ଜମା ଖାତିର ନାହିଁ ।" ତାହା ଅତି ଭଲ ବୁଦ୍ଧି ସମ୍ପନ୍ନ ବିଚାର ଧାରା ନୁହଁ । ବୁଦ୍ଧିମତ୍ତା ହେଉଛି କିପରେ ଏହି ପ୍ରକୃତିର ହତ୍ୟା କରିବା ନିୟମକୁ ରୋକିବା । ତାହା ହେଉଛି ବୁଦ୍ଧିମତ୍ତା । ତାହା ବିଷୟରେ ଚର୍ଚ୍ଚା କରିଯାଉଛି ।

ତେଣୁ ଯେ କେହି ମଧ୍ୟ ଭକ୍ତି ସେବା ଦ୍ବାରା ଏହି ମୃତ୍ୟୁବରଣ ପ୍ରକ୍ରିୟାରୁ ବହାରକୁ ବାହାରିଯାଇ ପାରିବ । ତାହା ଏଠାରେ କୁହାଯାଇଛି, କେଚିତ କେବଲ୍ୟା ଭକ୍ତ୍ୟା (SB 6.1.15) । କେଚିତ୍ । ତାହା ବହୁତ ସାଧାରଣ ନୁହଁ । କଦାଚିତ୍ କେହି କୃଷ୍ଣ ଚେତନାରେ ଆସେ । କେଚିତ କେବଲ୍ୟା ଭକ୍ତ୍ୟା । କେବଳ ଭକ୍ତି ସେବା ଦ୍ଵାରା, ଜଣେ ବଧ ହେବାର ଏହି ବିପଦ ଜନକ ସ୍ଥିତିରୁ ବାହାରି ପାରିବ । କେଚିତ୍ କେବଳୟ ଭକ୍ତ୍ୟା (SB 6.1.15) । ଏବଂ ସେମାନେ କିଏ? ବାସୁଦେବ-ପରାୟନ, କୃଷ୍ଣଙ୍କର ଭକ୍ତ । କୃଷ୍ଣଙ୍କର ନାମ ହେଉଛି ବାସୁଦେବ । ସେ ବାସୁଦେବଙ୍କ ପୁତ୍ର; ସେଥିପାଇଁ ତାଙ୍କର ନାମ ହେଉଛି ବାସୁଦେବ । ତେଣୁ ବାସୁଦେବ-ପରାୟନ । ପରାୟନ ଅର୍ଥାତ୍ "ଆମର ଶେଷ ଲକ୍ଷ୍ୟ ହେଉଛନ୍ତି ବାସୁଦେବ, ଆଉ କିଛି ନୁହେଁ ।" ସେମାନଙ୍କୁ ବାସୁଦେବ ପରାୟନ କୁହାଯାଏ । ବାସୁଦେବ-ପରାୟନ, ଅଘମ୍ ଧୁନ୍ଵାନ୍ତି । ଅଘମ୍ ଅର୍ଥାତ୍ ଭୌତିକ ସଂଦୁଷଣ । ଆମେମାନେ ସର୍ବଦା ଭୌତିକ ସଂଦୁଷଣ ସଙ୍ଗରେ ରହୁଛୁ । ତେଣୁ ଆମେ ଯଦି ବାସୁଦେବ-ପରାୟଣ ହୋଇଯିବା... ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ (BG 7.19), ଏକା କଥା । ଏଠାରେ ଏହା କୁହାଯାଇଛି କେଚିତ୍ - ଅର୍ଥାତ୍ ଅତି ଦୁର୍ଲଭ । ଏବଂ କୃଷ୍ଣ ମଧ୍ୟ ଭାଗବଦ୍ ଗୀତାରେ କହିଛନ୍ତି, ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ (BG 7.19) । ସୁଦୁର୍ଲଭଃ ଅତି ଦୁର୍ଲଭ ।