OR/Prabhupada 0143 - ଲକ୍ଷେ ଏବଂ କୋଟି ବ୍ରହ୍ମାଣ୍ଡ ଅଛି



Sri Isopanisad, Mantra 13-15 -- Los Angeles, May 18, 1970

"ହେ ଭଗବାନ, ସମସ୍ତ ଜୀବନର ନିର୍ବାହକ, ତୁମର ପ୍ରକୃତ ଚେହେରା ତୁମର ଉଜ୍ଵଳ ଦୀପ୍ତିରେ ଲୁଚିଯାଉଛି । ଦୟାକରି ସେହି ଆବରଣକୁ ବାହାର କରନ୍ତୁ ଏବଂ ଆପଣଙ୍କର ଶୁଦ୍ଧ ଭକ୍ତକୁ ଆପଣଙ୍କର ଦର୍ଶନ ଦିଅନ୍ତୁ ।"

ଏଠାରେ ବୈଦିକ ପ୍ରମାଣ ଅଛି । ଏହି ଈଶୋପନିଷେଦ ହେଉଛି ବେଦ, ଯଜୁର୍ବେଦର ଅଂଶ । ତେଣୁ ଏଠାରେ କୁହାଯାଇଛି, ହିରଣ୍ମୟେତ ପାତ୍ରେନ ସତ୍ୟସ୍ୟ ଅପିହିତମ୍ ମୁଖମ୍ । ଯେପରିକି ସୂର୍ଯ୍ୟ । ସେଠାରେ, ସୂର୍ଯ୍ୟ ଗ୍ରହରେ, ଏକ ପ୍ରଧାନ ଦେବତା ଅଛନ୍ତି ଯାହାଙ୍କର ନାମ ହେଉଛି ବିବସ୍ଵାନ୍ । ଆମେ ଏହି ସୂଚନା ଭଗବଦ୍ ଗୀତାରୁ ପାଇଛୁ । ବିବସ୍ଵାନ୍ ମନବେ ପ୍ରାହ । ତେଣୁ ସମସ୍ତ ଗ୍ରହରେ ଏକ ପ୍ରଧାନ ଦେବତା ଅଛନ୍ତି । ଯେପରିକି ତୁମର ଏହି ଗ୍ରହରେ, ଯଦି ଦେବତା ନୁହଁନ୍ତି, କେହି ଯେପରି ରାଷ୍ଟ୍ରପତି ପରି ଅଛନ୍ତି । ପୂର୍ବେ, ଏହି ଗ୍ରହରେ କେବଳ ଏକମାତ୍ର ରାଜା ଥିଲେ, ମାହାରାଜା ପରୀକ୍ଷିତଙ୍କ ପର୍ଯ୍ୟନ୍ତ । ଜଣେ ରାଜା ଥିଲେ...ସମଗ୍ର ଗ୍ରହକୁ କେବଳ ଗୋଟିଏ ପତାକା ଶାସନ କରୁଥିଲା । ସେହିପରି, ପ୍ରତ୍ୟେକ ଗ୍ରହରେ ଜଣେ ପ୍ରଧାନ ଦେବତା ଅଛନ୍ତି । ତେଣୁ ଏଠାରେ କୁହାଯାଇଛି ଯେ ସର୍ବୋଚ୍ଚ ପ୍ରଧାନ ଦେବତା ହେଉଛନ୍ତି କୃଷ୍ଣ, ଆଧ୍ୟାତ୍ମିକ ଦୁନିଆରେ, ଆଧ୍ୟାତ୍ମିକ ଆକାଶରେ ସର୍ବୋଚ୍ଚ ଗ୍ରହ । ଏହା ହେଉଛି ଭୌତିକ ଆକାଶ । ଭୌତିକ ଆକାଶରେ ବ୍ରହ୍ମାଣ୍ଡମାନଙ୍କ ମଧ୍ୟରୁ ଏହା ହେଉଛି ଗୋଟିଏ । ଲକ୍ଷେ ଏବଂ କୋଟି ବ୍ରହ୍ମାଣ୍ଡ ଅଛି । ଏବଂ ଏହି ବ୍ରହ୍ମାଣ୍ଡ ମଧ୍ୟରେ ଲକ୍ଷେ ଏବଂ କୋଟି ଗ୍ରହ ଅଛନ୍ତି । ଯସ୍ୟ ପ୍ରଭା ପ୍ରଭବତୋ ଜଗଦ-ଅଂଡ-କୋଟି (Bs. 5.40) । ଜଗଦ-ଅଂଡ । ଜଗଦ-ଅଂଡ ର ଅର୍ଥ ହେଉଛି ବ୍ରହ୍ମାଣ୍ଡ । ଅଂଡ: ଯେପରି ଏକ ଅଣ୍ଡା, ଏହି ସମଗ୍ର ବ୍ରହ୍ମାଣ୍ଡ । ତେଣୁ କୋଟି । କୋଟି ଅର୍ଥାତ୍ ଶହେ ଏବଂ ହଜାରେ । ତେଣୁ ଏହି ବ୍ରହ୍ମଜ୍ୟୋତିରେ ଏପରି ଶହେ ଏବଂ ହଜାରେ ବ୍ରହ୍ମାଣ୍ତ ଅଛନ୍ତି, ଏବଂ ଏହି ବ୍ରହ୍ମାଣ୍ଡରେ ଶହେ ଏବଂ ହଜାରେ ଗ୍ରହ ଅଛନ୍ତି । ସେହିପରି ଆଧ୍ୟାତ୍ମିକ ଆକାଶରେ ମଧ୍ୟ, ଶହେ ଏବଂ ହଜାରେ, ଅସଂଖ୍ୟ ବୈକୁଣ୍ଠ ଲୋକ ଅଛି । ପ୍ରତ୍ୟେକ ବୈକୁଣ୍ଠ ଲୋକ ପରମ ପୁରୁଷ ଭଗବାନଙ୍କ ଦ୍ଵାରା ପ୍ରଭୁତ୍ଵ ଲାଭ କରିଛି । କୃଷ୍ଣଙ୍କର ଗ୍ରହ ବ୍ୟତୀତ, ଅନ୍ୟ ବୈକୁଣ୍ଠ ଲୋକମାନଙ୍କରେ ନାରାୟଣ ହେଉଛନ୍ତି ପ୍ରଧାନ, ଏବଂ ପ୍ରତ୍ୟେକ ନାରାୟଣଙ୍କର ଭିନ୍ନ ଭିନ୍ନ ନାମ ଅଛି, ସେମାନଙ୍କ ମଧ୍ୟରୁ କିଛି ଆମେ ଜାଣିଛୁ । ଯେପରି ଆମେ କହୁ ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ସଂକର୍ଷଣ... ଆମ ପାଖରେ କେବଳ ଚବିଶିଟି ନାମ ଅଛି, କିନ୍ତୁ ଅନେକ ଅନ୍ୟ ନାମ ଅଛି । ଅଦ୍ଵୈତମ୍ ଅଚ୍ୟୁତମ୍ ଅନାଦିମ୍ ଅନନ୍ତ ରୂପମ୍ (Bs 5.33) ।

ତେଣୁ ଏହି ଗ୍ରହ ଗୁଡିକ ବ୍ରହ୍ମଜ୍ୟୋତିର ଦୀପ୍ତି ଦ୍ଵାରା ଆଛାଦିତ । ତେଣୁ ଏଠାରେ ଏହା ପ୍ରାର୍ଥନା କରାଯାଇଛି ଯେ ହିରଣ୍ମୟେନ ପାତ୍ରେନ ସତ୍ୟସ୍ୟ ଅପିହିତମ୍ । ଅପିହିତମ୍ ଅର୍ଥାତ୍ ଆଛାଦିତ । ଯେପରି ତୁମେ ସୂର୍ଯ୍ୟ ଗ୍ରହକୁ ଏହି ଉଜ୍ଵଳ କିରଣ ଯୋଗୁଁ ଦେଖିପାରିବ ନାହିଁ, ସେହିପରି, କୃଷ୍ଣଙ୍କର ଗ୍ରହ, ଏଠାରେ ଆମ ପାଖରେ ଛବି ଅଛି । କୃଷ୍ଣଙ୍କ ଗ୍ରହରୁ ଦୀପ୍ତି ବାହାରକୁ ଆସୁଛି । ତେଣୁ ଜଣକୁ ଏହି ଦୀପ୍ତି ମଧ୍ୟରେ ପ୍ରବେଶ କରିବାକୁ ପଡିବ । ତାହା ଏଠାରେ ପ୍ରାର୍ଥନା କରାଯାଇଛି । ହିରଣ୍ମୟେନ ପାତ୍ରେନ ସତ୍ୟସ୍ୟ । ବାସ୍ତବିକ ପରମ ସତ୍ୟ, କୃଷ୍ଣ, ତାଙ୍କର ଗ୍ରହ ବ୍ରହ୍ମ ଦୀପ୍ତି ଦ୍ଵାରା ଆଛାଦିତ । ତେଣୁ ଭକ୍ତ ପ୍ରାର୍ଥନା କରୁଛନ୍ତି, "ଦୟାକରି ଏହାକୁ ହଟାନ୍ତୁ । ଏହାକୁ ହଟେଇ ଦିଅନ୍ତୁ ଯେପରିକି ମୁଁ ଆପଣଙ୍କୁ ବାସ୍ତବରେ ଦେଖିପାରିବି ।" ତେଣୁ ବ୍ରହ୍ମଜ୍ୟୋତି, ମାୟାବାଦୀ ଦାର୍ଶନିକ, ସେମାନେ ଜାଣି ନାହାଁନ୍ତି ଯେ ବ୍ରହ୍ମଜ୍ୟୋତି ଉପରେ ମଧ୍ୟ କିଛି ଅଛି । ଏଠାରେ ବୈଦିକ ପ୍ରମାଣ ଅଛି, ଯେ ବ୍ରହ୍ମଜ୍ୟୋତି ହେଉଛି ସ୍ଵର୍ଣ୍ଣ ଦୀପ୍ତି ସଦୃଶ । ହିରଣ୍ମୟେନ ପାତ୍ରେନ । ଏହା ପରମ ଭଗବାନଙ୍କର ପ୍ରକୃତ ମୁଖ ଆଛାଦିତ କରୁଛି । ତତ୍ ତ୍ଵମ୍ ପୂଶନ୍ନ ଅପାବୃନୁ । ତେଣୁ "ଆପଣ ହେଉଛନ୍ତି ନିର୍ବାହକ, ଆପଣ ହେଉଛନ୍ତି ଅନୁରକ୍ଷକ । ଦୟାକରି ଏହାକୁ ଅନାବରଣ କରନ୍ତୁ ଯେପରି କି ଆମେ ଆପଣଙ୍କୁ ବାସ୍ତବରେ ଦେଖିପାରିବୁ, ଆପଣଙ୍କର ମୁଖ ।"