OR/Prabhupada 0158 - ମାତୃ ହତ୍ୟାକାରି ସଭ୍ୟତା



Lecture on SB 5.5.3 -- Stockholm, September 9, 1973

ନୁନମ୍ ପ୍ରମତ୍ତଃ କୁରୁତେ ବିକର୍ମ (SB 5.5.4) । ବିକର୍ମ ଅର୍ଥାତ୍ ନିଷିଦ୍ଧ, ଅପରାଧିକ କାର୍ଯ୍ୟକଳାପ । ତନି ପ୍ରକାରର କାର୍ଯ୍ୟକଳାପ ଅଛି: କର୍ମ, ବିକର୍ମ, ଅକର୍ମ । କର୍ମ ଅର୍ଥାତ ନିର୍ଦ୍ଧାରିତ କର୍ତ୍ତବ୍ୟ । ତାହା ହେଉଛି କର୍ମ । ଯେପରିକି ସ୍ଵକର୍ମଣା । ଭଗବଦ୍ ଗୀତାରେ: ସ୍ଵକର୍ମଣା ତମଭ୍ୟର୍ଚ୍ୟ (BG 18.46) । ସମସ୍ତଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ଅଛି । ସେହି ବୈଜ୍ଞାନିକ ବୁଝାମଣା କାହିଁ ? ଏପରି ହେବା ଉଚିତ୍...ଯେପରି ମୁଁ ଅନ୍ୟ ଏକ ଦିନ କହୁଥିଲି, ମାନବ ସଭ୍ୟତାର ବୈଜ୍ଞାନିକ ବିଭାଜନ । ଅତି ବୁଦ୍ଧିମାନ ଶ୍ରେଣୀର ଲୋକମାନେ, ସେମାନେ ବ୍ରାହ୍ମଣ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ, ଟିକିଏ କମ ବୁଦ୍ଧିମାନ, ସେମାନେ ପ୍ରଶାସକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । କମ ବୁଦ୍ଧିମାନ, ସେମାନେ ବ୍ୟବସାୟୀ, କୃଷକ ଏବଂ ଗୋ ରକ୍ଷକ ରୂପରେ ପ୍ରଶିକ୍ଷିତ ହେବା ଉଚିତ୍ । ଅର୍ଥନୈତିକ ଉନ୍ନତି ପାଇଁ ଗୋ ରକ୍ଷା ଆବଶ୍ୟକ, କିନ୍ତୁ ଏହି ଦୁର୍ଜନମାନେ ଜାଣି ନାହାଁନ୍ତି । ଅର୍ଥନୈତିକ ଉନ୍ନତି ବର୍ତ୍ତମାନ ହେଉଛି ଗୋ ହତ୍ୟା । ଟିକିଏ ଦେଖ, ଦୁର୍ଜନ ସଭ୍ୟାତା । ଦୁଃଖ କର ନାହିଁ । ଏହା ହେଉଛି ଶାସ୍ତ୍ର । ଭାବନାହିଁ ଯେ ମୁଁ ପଶ୍ଚିମୀ ସଭ୍ୟତାର ସମାଲୋଚନା କରୁଛି । ଶାସ୍ତ୍ର ଏହା କହୁଛି । ଅତି ଅନୁଭବି ।

ତେବେ ବହୁତ ସାରା ଅର୍ଥନୈତିକ ଉନ୍ନତିର ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ଗୋ ରକ୍ଷା ହେଉଛି ଅର୍ଥନୈତିକ ଉନ୍ନତିର ଏକ ଅଂଶ । ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି । ସେମାନେ ଭାବନ୍ତି ଗୋ ହତ୍ୟା ଭାରି ଭଲ । ଠିକ୍ ବିପରୀତ । ସେଥିପାଇଁ କୁରୁତେ ବିକର୍ମ । କେବଳ ଜିଭର ଅଳ୍ପ ସନ୍ତୁଷ୍ଟି ପାଇଁ । ସେହି ଲାଭ ତୁମେ କ୍ଷୀରରୁ ପାଇପାରିବ, କିନ୍ତୁ କାରଣ ସେମାନେ ଦୁର୍ଜନ, ପାଗଳବ୍ୟକ୍ତି, ସେମାନେ ଭାବନ୍ତି ଯେ ଗାଈକୁ ଖାଇବା ଏବଂ ରକ୍ତ ପିଇବା କ୍ଷୀର ପିଇବା ଠାରୁ ଭଲ । କ୍ଷୀର କିଛି ନୁହେଁ କିନ୍ତୁ ରକ୍ତର ପରିବର୍ତ୍ତନ, ସମସ୍ତେ ଜାଣିଛନ୍ତି । ସମସ୍ତେ ଜାଣିଛନ୍ତି । ଯେପରି ମନୁଷ୍ୟ, ମା ପରି, ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ... ପିଲା ଜନ୍ମ ହେବା ପୂର୍ବରୁ, ତୁମେ ମା'ର ସ୍ତନରେ କ୍ଷୀରର ଏକ ବୁନ୍ଦା ପାଇବ ନାହିଁ । ଦେଖ । ଏକ ଯୁବତୀର ସ୍ତନରେ କୌଣସି କ୍ଷୀର ନ ଥାଏ । କିନ୍ତୁ ଯଥା ଶୀଘ୍ର ପିଲା ଜନ୍ମ ହୁଏ, ତୂରନ୍ତ କ୍ଷୀର ବାହାରେ । ତୂରନ୍ତ, ସ୍ଵତଃ । ଏହା ହେଉଛି ଭଗବାନଙ୍କର ବ୍ୟବସ୍ଥା । କାରଣ ପିଲାକୁ ଖାଦ୍ୟ ଆବଶ୍ୟକ । ଭଗବାନଙ୍କ ବ୍ୟବସ୍ଥା ଅମେ ଦେଖୁଛୁ । ତଥାପି, ଆମେ ଅର୍ଥନୈତିକ ଉନ୍ନତି ପାଇଁ ଚେଷ୍ଟା କରୁଛୁ । ଯଦି ଏକ ପିଲା ଜନ୍ମ ହୁଏ ଏବଂ ଭଗବାନଙ୍କର ଆର୍ଥିକ ବ୍ୟବସ୍ଥା ଏତେ ଭଲ, ପ୍ରକୃତିର ଆର୍ଥିକ କାର୍ଯ୍ୟକ୍ରମ, ଯେ ତୂରନ୍ତ ମା କ୍ଷୀର ସହିତ ପ୍ରସ୍ତୁତ... ଏହା ହେଉଛି ଆର୍ଥନୈତିକ ଉନ୍ନତି । ତେଣୁ ସେହି ସମାନ କ୍ଷୀର ଗାଈ ଦ୍ଵାରା ଯୋଗାଇ ଦିଆଯାଉଛି । ସେ ହେଉଛି ବାସ୍ତବରେ ମା, ଏବଂ ଏହି ଦୁର୍ଜନ ସଭ୍ୟତା ମା'ର ହତ୍ୟା କରୁଛି । ମାତୃ ହତ୍ୟାକାରି ସଭ୍ୟତା । ଟିକିଏ ଦେଖ । ତୁମେ ତୁମ ଜୀବନର ପ୍ରାରମ୍ଭ ମା'ର ସ୍ତନ୍ୟପାନ କରି କରୁଛ , ଏବଂ ଯେତେବେଳେ ସେ ବୃଦ୍ଧ ହୋଇଯାଏ ଯଦି ତୁମେ ଭାବିବ, "ମା ହେଉଛି ଅଦରକାରି ବୋଝ । ତାହର ବେକ କାଟ," ଏହା ସଭ୍ୟତା କି ?