OR/Prabhupada 0159 - କିପରି କଠିନ ପରିଶ୍ରମ କରିବ ସେହି ଶିକ୍ଷା ଲୋକମାନଙ୍କୁ ଦେବା ପାଇଁ ବଡ଼, ବଡ଼ ଯୋଯନା କରାଯାଉଛି

From Vanipedia
Jump to: navigation, search
Go-previous.png ପୂର୍ବ ପୃଷ୍ଠା - ବିଡିଓ 0158
ପର ପୃଷ୍ଠା - ବିଡିଓ 0160 Go-next.png

କିପରି କଠିନ ପରିଶ୍ରମ କରିବ ସେହି ଶିକ୍ଷା ଲୋକମାନଙ୍କୁ ଦେବା ପାଇଁ ବଡ଼, ବଡ଼ ଯୋଯନା କରାଯାଉଛି
- Prabhupāda 0159


Lecture on SB 5.5.15 -- Vrndavana, November 3, 1976

କଲିକତା ,ବମ୍ଵେ, ଲଣ୍ଡନ, ନ୍ୟୁୟର୍କ ପରି ବଡ଼, ବଡ଼ ସହରରେ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି । ଏହା ନୁହେଁ ଯେ ବଡ଼ ସହରରେ ଜଣକୁ ସହଜରେ ଖାଇବାକୁ ମିଳିଯାଉଛି । ନା । ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ଏବଂ ସମସ୍ତେ କଠିନ ପରିଶ୍ରମ କରୁଛନ୍ତି । ତୁମେ ଭାବୁଛ କି ସମସ୍ତେ ସମାନ ସ୍ଥିତିରେ ଅଛନ୍ତି? ନା । ତାହା ସମ୍ଭବ ନୁହେଁ । ଭାଗ୍ୟ । ଭାଗ୍ୟ । ଜଣେ ବ୍ୟକ୍ତି ଦିନ ରାତି କଠିନ ପରିଶ୍ରମ କରୁଛି, ଚବିଶ ଘଣ୍ଟା, ସେ କେବଳ ଦୁଇଟି ରୁଟି ପାଉଛି, ବାସ୍ । ଆମେ ବମ୍ଵେରେ ଦେଖିଛୁ । ସେମାନେ ଏତେ ଦୂଷିତ ଅବସ୍ଥାରେ ରହୁଛନ୍ତି ଯେ ଦିନରେ ମଧ୍ୟ ସେମାନଙ୍କୁ କିରୋସିନ ବତୀ ଲଗେଇବାକୁ ପଡ଼ୁଛି । ଏପରି ସ୍ଥାନରେ ସେମାନେ ରହୁଛନ୍ତି, ଏବଂ ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ । ଏହାର ମାନେ କି ବମ୍ବେରେ ସମସ୍ତେ ବିଳାସ ପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି? ନା । ସେହିପରି, ସମସ୍ତ ସହର । ଏହା ସମ୍ଭବ ନୁହେଁ । ତୁମେ ତୁମର ଅର୍ଥନୈତିକ ସ୍ଥିତି କେବଳ କଠିନ ପରିଶ୍ରମ କରି ଉନ୍ନତ କରିପାରିବ ନାହିଁ । ଏହା ସମ୍ଭବ ନୁହେଁ । ତୁମେ କଠିନ ପରିଶ୍ରମ କର କିମ୍ଵା ନ କର, ଯହା ତୁମର ଭାଗ୍ୟରେ ଅଛି, ତାହା ତୁମେ ପାଇବ । ସେଥିପାଇଁ ଆମର ଶକ୍ତି ଉପଯୋଗ ହେବା ଉଚିତ୍...ମଳ-ଲୋକ-କାମୋ ମଦ୍-ଅନୁଗ୍ରହାର୍ତଃ । ଶକ୍ତିର ଉପଯୋଗ ହେବା ଉଚିତ୍ କି କିପରି କୃଷ୍ଣଙ୍କୁ ସନ୍ତୁଷ୍ଟ କରିହେବ । ତାହା କରିବା ଉଚିତ୍ । ଶକ୍ତି ସେହି ଉଦ୍ଦେଶ୍ୟରେ ଉପଯୋଗ ହେବା ଉଚିତ୍, ଶକ୍ତି ନଷ୍ଟ କର ନାହିଁ କେବଳ ଏକ ମିଥ୍ୟା ଆଶା ପାଇଁ ଯେ "ମୁଁ ସୁଖୀ ହୋଇଯିବି । ମୁଁ ଏହା କରିବା ଉଚିତ୍ । ମୁଁ ଏହା କରିବା ଉଚିତ୍ । ମୁଁ ଏପରି ଟଙ୍କା ରୋଜଗାର କରିବି । ମୁଁ..".

କୁମ୍ଭାରର କାହାଣୀ । କୁମ୍ଭାର ଯୋଯନା କରୁଥିଲା । ତା ପାଖରେ କିଛି ପାତ୍ର ଥିଲା ଏବଂ ସେ ଯୋଯନା କରୁଥିଲା, "ବର୍ତ୍ତମାନ ମୋ ପାଖରେ ଏହି ଚାରୋଟି ପାତ୍ର ଅଛି ଏବଂ ମୁଁ ଏହାକୁ ବିକ୍ରି କରିବି । ମୋର କିଛି ଲାଭ ହେବ । ତାପରେ ଦଶଟି ପାତ୍ର ହୋଇଯିବ । ତେବେ ମୁଁ ଦଶଟି ପାତ୍ର ବିକ୍ରି କରିଦେବି, ମୋର କିଛି ଲାଭ ହେବ । ମୋତେ କୋଡ଼ିଏଟି ପାତ୍ର, ତାପରେ ତିରିସିଟି, ତାପରେ ଚାଳିସିଟି ପାତ୍ର ମିଳିବ । ଏହିପରି ଭାବରେ ମୁଁ କୋଟିପତି ହୋଇଯିବି । ଏବଂ ସେହି ସମୟରେ ମୁଁ ବିବାହ କରିବି, ଏବଂ ମୁଁ ମୋ ସ୍ତ୍ରୀକୁ ଏପରି ନିୟନ୍ତ୍ରଣ କରିବି । ଏବଂ ସେ ଯଦି ଅବଜ୍ଞାକାରୀ ହେବ, ତେବେ ମୁଁ ତାକୁ ଏପରି ଲାତ ମାରିବି ।" ତେଣୁ ସେ ଯେତେବେଳେ ଲାତ ମାରିଲା, ସେ ପାତ୍ରଗୁଡ଼ିକୁ ଲାତମାରିଲା ଏବଂ ସମସ୍ତ ପାତ୍ର ଭାଙ୍ଗିଗଲା । (ହାସ୍ୟ) ତେଣୁ ତାର ସ୍ଵପ୍ନ ଭାଙ୍ଗିଗଲା । ତୁମେ ଦେଖୁଛ? ସେହିପରି, ଆମେମାନେ କେବଳ ସ୍ଵପ୍ନ ଦେଖୁଛୁ । କିଛି ପାତ୍ର ସହିତ ଆମେ ସ୍ଵପ୍ନ ଦେଖୁଛୁ ଯେ "ଏହି ପାତ୍ରଗୁଡ଼ିକର ସଂଖ୍ୟା ବଢ଼ି ବହୁତ ସାରା ପାତ୍ର ହୋଇଯିବ, ବହୁତ ସାରା ପାତ୍ର, ବହୁତ ସାରା ପାତ୍ର," ତାପରେ ସମାପ୍ତ । କଳ୍ପନା କର ନାହିଁ, ଯୋଯନା କର ନାହିଁ । ତାହା ହେଉଛି... ଗୁରୁ, ଆଧ୍ୟାତ୍ମିକ ଗୁରୁ ଏବଂ ସରକାର ସଚେତନ ରହିବା ଉଚିତ୍ ଯେ "ଏହି ଦୁର୍ଜନମାନେ କୌଣସି ଯୋଯନା ନ କରନ୍ତୁ । ଏହି ଦୁର୍ଜନ ଖୁସୀ ହେବା ପାଇଁ କୌଣସି ଯୋଯନା ନ କରୁ । ନ ଯୋଯୟେତ୍ କର୍ମଶୁ କର୍ମ-ମୂଢ଼ାନ୍ । ଏହି ଜଗତ ହେଉଛି କର୍ମର ଜଗତ । ଏହି ଭୌତିକ ଜଗତ ହେଉଛି ତାହା । ସେମାନେ ପୂର୍ବରୁ ନଇଁ ଯାଇଛନ୍ତି, ତେବେ ଉପଯୋଗ କ'ଣ? ଲୋକ ବ୍ୟୟାୟାମିଶ-ମଦୟ-ସେବା ନିତ୍ୟାସତୁ ଜନ୍ତୁଃ । ଯେପରି ଯୌନ ଜୀବନ । ଯୌନ ଜୀବନ ସ୍ଵାଭାବିକ ଅଟେ । କିପରି ଯୌନ କ୍ରିୟା ଉପଭୋଗ କରିବ ଏଥିପାଇଁ କୌଣସି ବିଶ୍ଵବିଦ୍ୟାଳୟ ଶିକ୍ଷାର ଆବଶ୍ୟକତା ନାହିଁ । ସେମାନେ ଉପଭୋଗ କରିବେ । କେହି ନୁହେଁ..."କାହାକୁ କିପରି କାନ୍ଦିବ କିମ୍ଵା କିପରି ହସିବ କିମ୍ଵା କିପରି ଯୌନ କ୍ରିୟା ଉପଭୋଗ କରିବ ଶିକ୍ଷା ଦିଆଯାଏ ନାହିଁ ।" ଏକ ବେଙ୍ଗୋଲି ଢ଼ଗ ଅଛି । ତାହା ସ୍ଵାଭାବିକ । ଏହି କର୍ମ ପାଇଁ ତୁମକୁ ଶିକ୍ଷାର ଆବଶ୍ୟକତା ନାହିଁ । ବର୍ତ୍ତମାନ ସେମାନେ ଲୋକମାନଙ୍କୁ କିପରି କଠିନ ପରିଶ୍ରମ କରିବ ତାହା ଶିକ୍ଷା ଦେବା ପାଇଁ ବଡ଼, ବଡ଼ ଯୋଯନା କରୁଛନ୍ତି । ଏହା ହେଉଛି ସମୟର ଅପବ୍ୟୟ । ଶିକ୍ଷାନୁଷ୍ଠାନ ଗୁଡ଼ିକ ଲୋକମାନଙ୍କୁ କିପରି କୃଷ୍ଣ ଚେତନାଶୀଳ ହୋଇପାରିବ ସେଥିପାଇଁ ହେବା ଉଚିତ୍, ନା କି ଏହା ହେବା ପାଇଁ ତାହା ହେବା ପାଇଁ । ତାହା ହେଉଛି ସମୟର ଅପବ୍ୟୟ, କାରଣ ସେହି କାର୍ଯ୍ୟକ୍ରମ କଦାପି ସଫଳ ହେବ ନାହିଁ । ତଳ୍ ଲଭ୍ୟତେ ଦୁଃଖବଦ୍ ଅନ୍ୟତଃ ସୁଖମ୍ କାଳେନ ସର୍ବତ୍ର ଗଭିର-ରମ୍ହସା । ପ୍ରକୃତିର ନିୟମ କାମ କରୁଛି ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । ଯାହାକିଛି...

ସେଥିପାଇଁ ଆମର ଵୈଦିକ ସଭ୍ୟତା ହେଉଛି ଯେ ଲୋକମାନେ ନିଜର ସ୍ଥିତିରେ ସନ୍ତୁଷ୍ଟ, ଏକ ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ, ଶୂଦ୍ର । ଯାହା କିଛି ସେ ଭଗବାନଙ୍କ କୃପାରୁ ପାଏ, ସେ ସନ୍ତୁଷ୍ଟ ଥିଲା । ବାସ୍ତବ ଶକ୍ତି କିପରି କୃଷ୍ଣଙ୍କର କୃପା ପ୍ରାପ୍ତ କରିବା ପାଇଁ ଯୋଗ୍ୟ ହୋଇପାରିବ ସେଥିପାଇଁ ଉପଯୋଗ କାରା ଯାଉଥିଲା । ତାହା ଆବଶ୍ୟକ, କିପରି ଶିଖିବ କି କିପରି କୃଷ୍ଣଙ୍କୁ ଆତ୍ମସମର୍ପଣ କରିବ । ତାପରେ ଅହଂ ତ୍ଵାଂ ସର୍ବପାପେଭ୍ୟୋ ମୋକ୍ଷାୟିଷ୍ୟାମି (BG 18.66) । ତାହା ହେଉଛି ଅନ୍ତ । ଭାରତରେ ଆମେ ପାଇବା ନାହିଁ ଯେ... ମାହାନ ଋଷି, ସେମାନେ ଅନେକ ପୁସ୍ତକ ଲେଖିଛନ୍ତି, କିନ୍ତୁ ସେମାନେ କୁଟିଆରେ ରହୁଥିଲେ । କେବଳ ରାଜା, କ୍ଷେତ୍ରୀୟ, କାରଣ ସେମାନଙ୍କୁ ଶାସନ କରିବାକୁ ପଡୁଥିଲା, ସେମାନେ ବଡ଼, ବଡ଼ ପ୍ରାସାଦ ନିର୍ମାଣ କରୁଥିଲେ । ଆଉ କେହି ନୁହେଁ । ସେମାନେ ଅତି ସରଳ ଜୀବନ ଯାପନ କରୁଥିଲେ, ଅତି ସରଳ ଜୀବନ । ତଥା କଥିତ ଅର୍ଥନୈତିକ ଉନ୍ନତି ପାଇଁ ସମୟ ନଷ୍ଟ କର ନାହିଁ, ଗଗନଚୁମ୍ବୀ କୋଠାଘର, ଭୂମିଗତ ମାର୍ଗ ଏବଂ ଏହିପରି ଅନେକ କିଛି ନିର୍ମାଣ କରି । ଏହା ବୈଦିକ ସଭ୍ୟତା ନୁହଁ । ଏହାକୁ ଆସୁରିକ ସଭ୍ୟତା କୁହାଯାଏ ।