OR/Prabhupada 0160 - କୃଷ୍ଣ ବିରୋଧ କରୁଛନ୍ତି



Conversation at Airport -- October 26, 1973, Bombay

ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଜୀବନର ମୂଲ୍ୟ ବୁଝିବା ପାଇଁ ଶିକ୍ଷା ଦେବା । ଏହି ଆଧୁନିକ ଶିକ୍ଷା ପ୍ରଣାଳୀ ଏବଂ ସଭ୍ୟତା ଏତେ ପତିତ ଯେ ଲୋକମାନେ ଜୀବନର ମୂଲ୍ୟ ଭୁଲିଯାଇଛନ୍ତି । ସାଧାରଣତଃ, ଏହି ଭୌତିକ ଜଗତରେ ସମସ୍ତେ ଜୀବନର ମୂଲ୍ୟ ଭୁଲିଯାଇଛନ୍ତି । କିନ୍ତୁ ଏହି ମନୁଷ୍ୟ ଜନ୍ମ ଜୀବନର ମୂଲ୍ୟକୁ ପୁନଃ ଜାଗ୍ରତ କରିବା ପାଇଁ ଅବକାସ ଦିଏ । ଶ୍ରମଦ୍ ଭାଗବତରେ କୁହାଯାଇଛି, ପରାଭବସ୍ ତାବଦ୍ ଅଭୋଦ-ଜାତୋ ଯାବନଦ୍ ଜିଜ୍ଞାସତ୍ ଆତ୍ମ-ତତ୍ଵମ୍ ଯେପର୍ଯ୍ୟନ୍ତ ଜଣେ ନିଜର ଚେତନାକୁ ସ୍ଵୟଂ ଅନୁଭୁତି ସ୍ଥିତିକୁ ଜାଗ୍ରତ କରି ନାହିଁ, ସେ ମୂର୍ଖ ଜୀବ, ସେ ଯାହା କିଛି କାର୍ଯ୍ୟ କରେ ସବୁ ତା ପାଇଁ ବିଫଳ ହୋଇଯାଏ । ଏହି ପରାଜୟ ନିମ୍ନ ଜାତିର ପ୍ରାଣୀଙ୍କ ଜୀବନରେ ମଧ୍ୟ ଚାଲିଛି କାରଣ ସେମାନେ ଜୀବନର ମୂଲ୍ୟକୁ ବୁଝିପାରୁନାହାଁନ୍ତି । ସେମାନଙ୍କର ଚେତନା ଉଚ୍ଚସ୍ତରୀୟ ନୁହେଁ । କିନ୍ତୁ ଏହି ମନୁଷ୍ୟ ଜୀବନରେ ମଧ୍ୟ ସେହି ପରାଜୟ ଚାଲି ଆସୁଛି, ତେଣୁ ତାହା ଅତି ଭଲ ସଭ୍ୟତା ନୁହେଁ । ତାହା ପ୍ରାୟ ପଶୁ ସଭ୍ୟତା । ଆହାର-ନିଦ୍ରା-ଭୟ-ମୈଥୁନମ୍ ଚ ସମାନ୍ୟା ଏତତ୍ ପଶୁଭିର୍ ନରାନାମ୍ । ଯଦି ଲୋକମାନେ ଏହି ଚାରୋଟି ଶାରୀରିକ ନିୟମର ଆବଶ୍ୟକତାରେ ନିବୃତ ରୁହଁନ୍ତି - ଖାଇବା , ଶୋଇବା, ଯୌନକ୍ରୟା ଏବଂ ଆତ୍ମରକ୍ଷା - ତାହା ପଶୁ ସଭ୍ୟତାରେ ମଧ୍ୟ ଦେଖିବାକୁ ମିଳେ, ତେଣୁ ତାହା ଅତି ଉଚ୍ଚସ୍ତରୀୟ ସଭ୍ୟତା ନୁହେଁ । ତେଣୁ ଆମର ଏହି କୃଷ୍ଣ ଚେତନା ଆନ୍ଦୋଳନର ପ୍ରୟାସ ହେଉଛି ଲୋକମାନଙ୍କୁ ମନୁଷ୍ୟ ଜୀବନର ଦାୟିତ୍ଵ ବିଷୟରେ ଶିକ୍ଷାଦେବା । ଏହା ହେଉଛି ଆମର ବୈଦିକ ସଭ୍ୟତା । ଜିବନର ସମସ୍ୟା କେବଳ ଏହି ଜୀବନର ସମୟ ପରୀସରର କିଛି ସମୟ ପାଇଁ କଷ୍ଟଦାୟକ ନୁହେଁ । ଜୀବନର ପ୍ରକୃତ ସମସ୍ୟା ହେଉଛି ଯେ କିପରି ଏହି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ପୁନରାବୃତ୍ତିକୁ ସମାଧାନ କରିପାରିବା ।

ତାହା ହେଉଛି ଭଗବଦ୍ ଗୀତାର ନିର୍ଦ୍ଦେଶ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) ଲୋକମାନେ ଜୀବନର ଅନେକ ଗୁଡ଼ିଏ ସମସ୍ୟାର ଜଞାଳରେ ଅଛନ୍ତି, କିନ୍ତୁ ପ୍ରକୃତ ସମସ୍ୟା ହେଉଛି କିପରି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିକୁ ରୋକିପାରିବା । ତେଣୁ ଲୋକମାନେ ଅନୁଗ୍ରହୀ । ସେମାନେ ଏତେ କ୍ଷୀଣ ବୁଦ୍ଧି ସମ୍ପନ୍ନ ଯେ ସେମାନେ ଜୀବନର ସମସ୍ୟାକୁ ବୁଝିପାରୁ ନାହାଁନ୍ତି । ବହୁ ବର୍ଷ ପୂର୍ବେ, ଯେତେବେଳେ ବିଶ୍ଵାମିତ୍ର ମୁନି, ମହାରାଜା ଦଶରଥଙ୍କୁ ଦେଖା କରିଥିଲେ, ତେବେ ମହାରାଜା ଦଶରଥ ବିଶ୍ଵାମିତ୍ର ମୁନିଙ୍କୁ ପ୍ରଶ୍ନ କରିଥିଲେ, ଅୌହିସ୍ତମ୍ ଯତ ତମ୍ ପୁନର ଜନ୍ମ ଜୟୟ: "ପ୍ରିୟ ମହାଶୟ, ତୁମର ମୃତ୍ୟୁକୁ ଜୟ କରିବାର ପ୍ରୟାସ, ସେହି କାର୍ଯ୍ୟ ଭଲଭାବରେ ଚାଲିଛି ତ? ସେଥିରେ କୌଣସି ବାଧା ବିଘ୍ନ ଅଛି କି? ତେଣୁ ଏହା ହେଉଛି ଆମର ବୈଦିକ ସଭ୍ୟତା, କିପରି ଜନଚମ, ମୃତ୍ୟୁ, ଜରା ଏବଂ ବ୍ୟାଧି ଉପରେ ବିଜୟ ପ୍ରାପ୍ତ କରିବା । କିନ୍ତୁ ଆଧୁନିକ ସମୟରେ ଏପରି କୌଣସି ସୂଚନା ନାହିଁ, ଏବଂ କେହି ମଧ୍ୟ ଇଛୁକ ନୁହଁନ୍ତି । ଏପରିକି ବଡ଼ ବଡ଼ ଅଧ୍ୟାପକମାନେ, ସେମାନେ ଜାଣି ନାହାଁନ୍ତି ପରବର୍ତ୍ତୀ ଜୀବନ କ'ଣ । ସେମାନେ ବିଶ୍ଵାସ ମଧ୍ୟ କରନ୍ତି ନାହିଁ ଯେ ମୃତ୍ୟୁ ପରେ ଅନ୍ୟ ଏକ ଜୀବନ ଅଛି । ତେଣୁ ଏହି ଦୃଷ୍ଟିହୀନ ସଭ୍ୟତା ଚାଲିଛି । ଆମେ ଅମ ପକ୍ଷରେ ଜୀବନର ଲକ୍ଷ୍ୟ ସମ୍ପର୍କରେ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛୁ, ମୁଖ୍ୟତଃ ଏହି ମନୁଷ୍ୟ ଜନ୍ମରେ, ଏହା ଶାରୀରିକ ଆବଶ୍ୟକତା: ଖାଇବା, ଶୋଇବା, ଯୌନ କ୍ରିୟା ଏବଂ ଆତ୍ମରକ୍ଷା ଆଦିଠାରୁ ଭିନ୍ନ । ଭଗବଦ୍ ଗୀତାରେ ଏହା କୁହାଯାଇଛି, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ (BG 7.3) । "ଲକ୍ଷ ଲକ୍ଷ ଲୋକମାନଙ୍କ ମଧ୍ୟରୁ, କେହି ଜଣେ ସଫଳତା ପାଇବା ପାଇଁ ଚେଷ୍ଟା କରେ ।" ସିଧ୍ୟାୟେ, ସିଦ୍ଧି । ଏହା ହେଉଛି ସିଦ୍ଧି, କିପରି ଜନ୍ମ, ମୃତ୍ୟୁ, ଜରା, ଏବଂ ବ୍ୟାଧି ଉପରେ ବିଜୟ ପ୍ରାପ୍ତ କରିବ । ଏବଂ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ । ଆଧୁନିକ ଶିକ୍ଷିତ ଲୋକ ଏତେ ମାନ୍ଦା, ସେ ଜାଣି ନାହିଁ ସିଦ୍ଧି କ'ଣ । ସେମାନେ ଭାବନ୍ତି ଯେ "ଯଦି ମୁଁ ଟଙ୍କା ରୋଜଗାର କରିବି, ଏବଂ ଗୋଟିଏ କୋଠା ଏବଂ ଗୋଟିଏ ମଟରଗାଡ଼ି କରିବି, ତେବେ ତାହା ହେଉଛି ସିଦ୍ଧି ।" ତାହା ସିଦ୍ଧି ନୁହେଁ । ତୁମେ କିଛି ବର୍ଷ ପାଇଁ ଏକ ସୁନ୍ଦର କୋଠା, ମଟରଗାଡ଼ି, ଏକ ଭଲ ପରିବାର ପାଇପାରିବ । କିନ୍ତୁ କିଛି ମୂହୁର୍ତ୍ତରେ ଏହିସବୁ ବ୍ୟବସ୍ଥା ସରିଯିବ ଏବଂ ଅନ୍ୟ ଏକ ଶରୀର ଧାରଣ କରିବାକୁ ପଡ଼ିବ । ତାହା ତୁମେ ଜାଣି ନାହଁ । କିମ୍ଵା ସେମାନେ ଜାଣିବାକୁ ଚେଷ୍ଟା କରୁ ନାହାଁନ୍ତି । ତେଣୁ ସେମାନେ ଏତେ ମାନ୍ଦା ହୋଇଯାଇଛନ୍ତି, ଯଦିଓ ସୋମାନେ ତାଙ୍କର ଶିକ୍ଷା, ସଭ୍ୟତାର ବିକାଶ ଉପରେ ବହୁ ଗର୍ବିତ । କିନ୍ତୁ ଆମେ ବିରୋଧ କରୁଛୁ । ଆମେ ବିରୋଧ କରୁଛୁ । ଆମେ ବିରୋଧ କରୁନାହୁଁ । କୃଷ୍ଣ ବିରୋଧ କରୁଛନ୍ତି ।

ନ ମାଂ ଦୁଷ୍କୃତିନୋ ମୂଢ଼ାଃ
ପ୍ରପଦ୍ୟନ୍ତେ ନରାଧମାଃ
ମାୟୟାପହୃତଜ୍ଞାନା
ଆସୁରଂ ଭାବମାଶ୍ରିତାଃ
(BG 7.15)

ଏହି ଦୁର୍ଗନମାନେ, ମନୁଷ୍ୟ ଜାତିର ନିମ୍ନତର ଲୋକମାନେ ସବୁବେଳେ ପାପସମ୍ପନ୍ନ କାର୍ଯ୍ୟରେ ନିବୃତ୍ତ ରୁହନ୍ତି, ସେହିଭଳି ବ୍ୟକ୍ତି କୃଷ୍ଣ ଚେତନାକୁ ଗ୍ରହଣ କରନ୍ତି ନାହିଁ । "ନା । ବହୁତ ଶିକ୍ଷିତ ବ୍ୟକ୍ତି ଅଛନ୍ତି ଏମ୍.ଏ, ପିଏଚଡ଼ି ।" କୃଷ୍ଣ କହୁଛନ୍ତି, ମାୟୟାପହୃତଜ୍ଞାନା । "ଯଦିଓ ସେମାନେ ଭାରି ଶିକ୍ଷିତ, କିନ୍ତୁ ସେମାନଙ୍କର ପ୍ରକୃତ ଜ୍ଞାନ ମାୟା ନେଇଯାଇଛି ।" ଅାସୁରମ୍ ଭାବମ୍ ଆଶ୍ରିତଃ । ଏହି ନାସ୍ତିକ ସଭ୍ୟତା ଭାରି ବିପଦ ଜନକ । ଲୋକମାନେ ସେଥିପାଇଁ ପୀଡ଼ିତ । କିନ୍ତୁ ସେମାନେ ଗମ୍ଭୀର ନୁହଁନ୍ତି । ତେଣୁ ସେମାନେ କୃଷ୍ଣଙ୍କ ଦ୍ଵାରା ମୂଢ଼ା, ଦୁର୍ଜନ ଭାବରେ ସମ୍ଵୋଧିତ । ନ ମାମ୍ ଦୁଷ୍କ୍ରିତିନୋ ମୂଢ଼ାଃ । ତେଣୁ ଆମେ ଏହି ମୂଢ଼ାମାନଙ୍କୁ, ମୁଢ଼ା ସଭ୍ୟତାକୁ ଆଧ୍ୟାତ୍ମିକ ଜୀବନର ସଂସ୍ପର୍ଶରେ ଆଣିବାକୁ ଚେଷ୍ଟା କରୁଛୁ । ତାହା ଆମର ବିନମ୍ର ଚେଷ୍ଟା । କିନ୍ତୁ ପୂର୍ବରୁ କୁହାଯାଇଛି, ମନୁଷ୍ୟାଣାଂ ସହସ୍ରେଷୁ (BG 7.3) । "ଲକ୍ଷ ଲକ୍ଷ ଲୋକମାନଙ୍କ ମଧ୍ୟରୁ, ସେମାନେ ଏହାକୁ ଗ୍ରହଣ କରିପାରିବେ ।" ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ । କିନ୍ତୁ ତାହା ମାନେ ନୁହେଁ ଯେ ଆମେ ବନ୍ଦ କରିଦେବୁ । ଯେପରି ଆମର ବିଦ୍ୟାଳୟ, ମାହାବିଦ୍ୟାଳୟ ଦିନମାନଙ୍କରେ, ସାର୍ ଆଶୁତୋଷ ମୁଖର୍ଜୀ କିଛି ଉଚ୍ଚ ଅଧ୍ୟୟନ, ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କକ୍ଷ ଗୁଡ଼ିକରେ ଅଧ୍ୟୟନ ଆରମ୍ଭ କରିଥିଲେ । ଜଣେ କିମ୍ଵା ଦୁଇଜଣ ଛାତ୍ର ଥିଲେ, କିନ୍ତୁ ତଥାପି, କକ୍ଷ ଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଜାୟ ରଖାଯାଇଥିଲା, ଏହା ବିଚାର ନ କରି କି କେବଳ ଜଣେ କିମ୍ଵା ଦୁଇଜଣ ଛାତ୍ର ସେଠାରେ ଅଛନ୍ତି । ସେହିପରି ଏହି କୃଷ୍ଣ ଚେତନା ଅନ୍ଦୋଳନ ଜାରି ରହିବା ଉଚିତ୍ । ଏହା ଫରକ ପକାଏ ନହିଁ, ମୂର୍ଖ ବ୍ୟକ୍ତି, ସେମାନେ ଏହାକୁ ବୁଝିପାରୁଛନ୍ତି କିମ୍ଵା ଏଠାକୁ ଆସୁ ନାହାଁନ୍ତି । ଆମକୁ ଆମର ପ୍ରଚାର କରିବାକୁ ପଡ଼ିବ । ବହୁତ ବହୁତ ଧନ୍ୟବାଦ ।