OR/Prabhupada 0174 - ପ୍ରତ୍ୟେକ ଜୀବ ଭଗବାନଙ୍କର ସନ୍ତାନ ଅଟନ୍ତି



Lecture on SB 1.8.26 -- Los Angeles, April 18, 1973

ତେଣୁ ପ୍ରତ୍ୟେକ ଜୀବ ଭଗବାନଙ୍କର ସନ୍ତାନ ଅଟନ୍ତି । ଭଗବାନ ହେଉଛନ୍ତି ପରମ ପିତା । କୃଷ୍ଣ କୁହନ୍ତି: ଅହଂ ବୀଜ ପ୍ରଦ ପିତା । "ମୁଁ ପ୍ରତ୍ୟେକ ଜୀବଙ୍କର ବୀଜ ପ୍ରଦାନ କାରି ପିତା ଅଟେ । ସର୍ବଯୋନିଷୁ କୌନ୍ତେୟ (BG 14.4)। "ଯେ କୌଣସି ଭି ରୂପରେ ସେମାନେ ଅଛନ୍ତି, ସେମାନେ ସମସ୍ତେ ଜୀବ, ସେମାନେ ମୋର ପୁତ୍ର ଅଟନ୍ତି । ବାସ୍ତବରେ ତାହା ହେଉଛି ତଥ୍ୟ । ଆମେ ସମସ୍ତେ ଜୀବ, ଆମେ ଭଗବାନଙ୍କର ସନ୍ତାନ । କିନ୍ତୁ ଆମେ ଭୁଲିଯାଇଛୁ । ସେଥିପାଇଁ ଆମେ ଯୁଦ୍ଧ କରୁଛୁ । ଯେପରିକି ଏକ ଭଲ ପରିବାରରେ, ଯଦି କେହି ଜାଣିଛ: "ପିତା ଆମକୁ ଖାଦ୍ୟ ଯୋଗାଇ ଦିଅନ୍ତି । ତେବେ ଆମେ ଭାଈମାନେ, ଆମେ କାହିଁକି ଲଢ଼ିବା?" ସେହିପରି ଆମେ ଯଦି ଭଗବାନ ଚେତନାଶୀଳ ହୋଇଯିବା, ଯଦି ଆମେ କୃଷ୍ଣ ଚେତନାଶୀଳ ହୋଇଯିବା, ଏହି ଲଢ଼େଇ ଶେଷ ହୋଇଯିବ । "ମୁଁ ଆମେରିକୀୟ, ମୁଁ ଭାରତୀୟ, ମୁଁ ରୁଷିୟ, ମୁଁ ଚିନି ।" ଏହି ସବୁ ନିରର୍ଥକ କଥା ଶେଷ ହୋଇଯିବ । କୃଷ୍ଣ ଚେତନା ଆନ୍ଦୋଳନ ଭାରୀ ଭଲ । ଯଥା ଶୀଘ୍ର ଲୋକମାନେ କୃଷ୍ଣ ଚେତନାଶୀଳ ହୋଇଯିବେ, ଏହି ଲଢ଼େଇ, ଏହି ରାଜନୀତିକ ଲଢ଼େଇ, ରାଷ୍ଟିୟ ଲଢ଼େଇ, ତୂରନ୍ତ ଶେଷ ହୋଇଯିବ । କାରଣ ସେମ‍ାନେ ପ୍ରକୃତ ଚେତନାକୁ ଆସିଯିବେ ଯେ ସବୁକିଛି ଭଗବାନଙ୍କର । ଏବଂ ଏକ ସନ୍ତାନ ହିସାବରେ, ପରିବାରର ଏକ ସନ୍ତାନକୁ ପିତାଙ୍କ ଠାରୁ ଲାଭ ନେବାର ଅଧିକାର ମିଳେ, ସେହିପରି ଯଦି ସମସ୍ତେ ଭଗବାନଙ୍କର ଅଂଶ ବିଶେଷ, ଯଦି ସମସ୍ତେ ଭଗବାନଙ୍କର ସନ୍ତାନ, ତେବେ ସମସ୍ତେ ପିତାଙ୍କର ସମ୍ପତ୍ତି ବ୍ୟବହାର କରିବାର ଅଧିକାର ପାଆନ୍ତି । ତେବେ ସେହି ଅଧିକାର ହେଉଛି...ସେହି ଅଧିକାର ନୁହେଁ, ମନୁଷ୍ୟର ଅଧିକାର । ଭଗବଦ୍ ଗୀତା ହିସାବର ଏହି ଅଧିକାର, ସମସ୍ତ ଜୀବଙ୍କର ଅଛି । କିଛି ଫରକ ପଡ଼େ ନାହିଁ କି ସେମାନେ ଜୀବ କିମ୍ଵା ପଶୁ କିମ୍ଵା ବୃକ୍ଷ, କିମ୍ଵା ପକ୍ଷୀ କିମ୍ଵା ପଶୁ କିମ୍ଵା କୀଟ ଅଟନ୍ତି । ତାହା ହେଉଛି କୃଷ୍ଣ ଚେତନା । ଆମେ କେବଳ ଏହା ଭାବୁ ନାହିଁ ଯେ ମୋର ଭାଈ ଭଲ, ମୁଁ ଭଲ । ଏବଂ ସବୁ ଖରାପ । ଏହି ପ୍ରକାରର ସଂକୀର୍ଣ୍ଣ, ପଙ୍ଗୁ ଚେତନା ଆମେ ଘୃଣା କରୁ, ଆମେ ବହିସ୍କାର କରୁ । ଆମେ ଭାବୁଛୁ: ପଣ୍ଡିତାଃ ସମଦର୍ଶନଃ (BG 5.18) । ଭଗବଦ୍ ଗୀତାରେ ତୁମେ ପାଇବ ।

ବିଦ୍ୟାବିନୟସମ୍ପନ୍ନେ
ବ୍ରାହ୍ମଣେ ଗବି ହସ୍ତିନି
ଶୁନି ଚୈବ ଶ୍ଵପାକେ ଚ
ପଣ୍ଡିତାଃ ସମଦର୍ଶିନଃ
(BG 5.18)

ଜଣେ ଯିଏ ପଣ୍ଡିତାଃ, ଜଣେ ଯିଏ ବିଦ୍ଵାନ, ସେ ସମସ୍ତ ଜୀବଙ୍କୁ ସମାନ ଦୃଷ୍ଟିରେ ଦେଖେ । ସେଥିପାଇଁ ଜଣେ ବୈଷ୍ଣବ ଭାରୀ ଦୟାଳୁ ଅଟେ । ଲୋକନାମ ହିତ- କାରନିନୌ । ସେମାନେ ବାସ୍ତବରେ ମାନବ ଜାତି ପାଇଁ ଲାଭଜନକ କାମ କରିପାରିବେ । ସେମାନେ ଦେଖୁଛନ୍ତି, ବାସ୍ତବରେ ଅନୁଭବ କରୁଛନ୍ତି ଯେ ସମସ୍ତ ଜୀବ, ସେମାନେ ଭଗବାନଙ୍କର ଅଂଶ ବିଶେଷ । ଯେ କୌଣସି ପ୍ରକାରରେ, ସେମାନେ ଭୌତିକ ଜଗତର ସମ୍ପର୍କରେ ଆସିଛନ୍ତି, ଏବଂ ବିଭିନ୍ନ କର୍ମ ହିସାବରେ, ସେମାନେ ବିଭିନ୍ନ ପ୍ରକାରର ଶରୀର ଗ୍ରହଣ କରନ୍ତି । ତେଣୁ ପଣ୍ଡିତାଃ, ଯେଉଁମାନେ ବିଦ୍ଵାନ, ସେମାନେ କୌଣସି ଭେଦଭାବ କରନ୍ତି ନାହିଁ ଯେ: "ଏହା ଏକ ପଶୁ, ସେମାନଙ୍କୁ ବଦ୍ଧ ସ୍ଥଳି ପଠାଯିବା ଉଚିତ୍, ଏବଂ ଏହା ଏକ ମନୁଷ୍ୟ, ସେ ଏହାକୁ ଖାଇବ ।" ନା । ଏକ ବାସ୍ତବ କୃଷ୍ଣ ଚେତନାଶୀଳ ବ୍ୟକ୍ତି, ସେ ସମସ୍ତଙ୍କ ପ୍ରତି ଦୟାଳୁ ଅଟେ । ପଶୁମାନଙ୍କୁ କାହିଁକି ବଳି ଦିଆଯାଏ । ସେଥିପାଇଁ ଆମର ତତ୍ଵଜ୍ଞାନ ହେଉଛି କୌଣସି ମାଂସ ଆହାର ନାହିଁ । କୌଣସି ମାଂସ ଆହାର ନାହିଁ । ତୁମେ କରି ପାରିବ ନାହିଁ । ତେଣୁ ସେମାନେ ଆମକୁ ଶୁଣୁ ନାହାଁନ୍ତି । "ଓ, ଏହି ନିରର୍ଥକ କ'ଣ? ଏହା ଆମର ଖାଦ୍ୟ । ମୁଁ କାହିଁକି ଖାଇବି ନାହିଁ । କାରଣ ଏଧମାନ-ମଦଃ (SB 1.8.26) । ସେ ଦୁର୍ଜନ ନିଶାରେ ଅଛି । ସେ ପ୍ରକୃତ ତଥ୍ୟ ଶୁଣିବ ନାହିଁ ।