OR/Prabhupada 0175 - ଧର୍ମ ଅର୍ଥାତ୍ କାଉମାନଙ୍କୁ ଧିରେ ଧିରେ ହଂସରେ ପରିବର୍ତ୍ତନ କରିବା



Lecture on SB 1.8.33 -- Los Angeles, April 25, 1972

ଯେ କୌଣସି ସାହିତ୍ୟ ଯାହାର ସମ୍ପର୍କ ଭଗବାନଙ୍କର ଜ୍ଞାନ ସହିତ ନାହିଁ, ତଦ୍, ତଦ୍ ବାୟସମ୍ ତୀର୍ଥମ୍, ତାହା ସେପରି ଏକ ଜାଗା ଯେଉଁଠାରେ କାଉମାନେ ଅନନ୍ଦ ନିଅନ୍ତି । ଯେଉଁଠାରେ କାଉମାନେ ଅନନ୍ଦ ନିଅନ୍ତି? ଅଶୁଦ୍ଧ ସ୍ଥାନରେ । ଏବଂ ହଂସ, ଧଳା ହଂସ, ସେମାନେ ଆନନ୍ଦ ନିଅନ୍ତି ଭଲ, ପରିଷ୍କାର ପାଣିରେ ଯେଉଁଠାରେ ଉଦ୍ୟାନ ଥିବ, ଯେଉଁଠାରେ ପକ୍ଷୀମାନେ ଥିବେ ।

ତେଣୁ ସେଠାରେ, ଏପରିକି ପଶୁମାନଙ୍କ ଭିତରେ ମଧ୍ୟ ମତ ଭେଦ ଅଛି । ହଂସ ଶ୍ରେଣୀ, ଏବଂ କାଉ ଶ୍ରେଣୀ । ପ୍ରାକୃତିକ ବିଭାଜନ । କାଉ ହଂସ ପାଖକୁ ଯାଏ ନାହିଁ । ହଂସ କାଉ ପାଖକୁ ଯାଏ ନାହିଁ । ସେହିପରି ମାନବ ସମାଜରେ, କାଉ ଶ୍ରେଣୀର ମନୁଷ୍ୟ ଏବଂ ହଂସ ଶ୍ରେଣୀର ମନୁଷ୍ୟ ଅଛନ୍ତି । ହଂସ ଶ୍ରେଣୀର ବ୍ୟକ୍ତି ଏଠାକୁ ଆସନ୍ତି କାରଣ ଏଠାରେ ସବୁକିଛି ପରିଷ୍କାର, ଭଲ, ଭଲ ତତ୍ଵଜ୍ଞାନ, ଭଲ ଖାଦ୍ୟ, ଭଲ ଶିକ୍ଷା, ଭଲ ପୋଷାକ , ଭଲ ମନ, ସବୁକିଛି ଭଲ । ଏବଂ କାଉ ଶ୍ରେଣୀର ବ୍ୟକ୍ତିମାନେ ଅମକ କ୍ଲବ୍ ଯାଆନ୍ତି, ଅମକ ପାର୍ଟି କରନ୍ତି, ନଗ୍ନ ନୃତ୍ୟ, ଅନେକ ଜିନିଷ । ତୁମେ ଦେଖୁଛ?

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହଂସ ଶ୍ରେଣୀର ଲୋକମାନଙ୍କ ପାଇଁ । କାଉ ଶ୍ରେଣୀର ଲୋକମାନଙ୍କ ପାଇଁ ନୁହେଁ । ନା । କିନ୍ତୁ ଆମେ କାଉମାନଙ୍କୁ ହଂସରେ ପରିବର୍ତ୍ତନ କରିପାରିବା । ତାହା ହେଉଛି ଆମର ତତ୍ଵଜ୍ଞାନ । ଜଣେ ଯିଏ କାଉ ସେ ବର୍ତ୍ତମାନ ହଂସ ପରି ପହଁରୁଛି । ତାହା ଆମେ କରିପାରିବୁ । ତାହା ହେଉକଛି କୃଷ୍ଣ ଚେତନାର ଲାଭ । ତେବେ ଯେତେବେଳେ ହଂସ କାଉ ହୋଇଯାଏ, ତାହା ହେଉଛି ଭୌତିକ ଜଗତ । ତାହା କୃଷ୍ଣ କୁହନ୍ତି: ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି (BG 4.7) । ଜୀବ ଏହି ଭୌତିକ ଶରୀରରେ ବନ୍ଦି ହୋଇ ରହିଛି ଏବଂ ସେ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟି କରିବା ପାଇଁ ଚେଷ୍ଟା କରୁଛି, ଗୋଟିଏ ଶରୀର ପରେ ଆଉ ଗୋଟିଏ, ଗୋଟିଏ ଶରୀର ପରେ ଆଉ ଗୋଟିଏ, ଗୋଟିଏ ଶରୀର ପରେ ଆଉ ଗୋଟିଏ । ଏହା ହେଉଛି ସ୍ଥିତି । ଏବଂ ଧର୍ମ ଅର୍ଥାତ୍ କାଉମାନଙ୍କୁ ଧିରେ ଧିରେ ହଂସରେ ପରିବର୍ତ୍ତନ କରିବା । ତାହା ହେଉଛି ଧର୍ମ ।

ଯେପରିକି ଜଣେ ବ୍ୟକ୍ତି ଭାରୀ ଅଶିକ୍ଷିତ, ଅସଭ୍ୟ ହୋଇପାରେ, କିନ୍ତୁ ତାକୁ ଶିକ୍ଷିତ ଏବଂ ସଭ୍ୟ ବ୍ୟକ୍ତିରେ ପରିବର୍ତ୍ତନ କରାଯାଇପାରିବ । ଶିକ୍ଷା ଦ୍ଵାରା, ପ୍ରଶିକ୍ଷଣ ଦ୍ଵାରା । ତେଣୁ ସେହି ସଂଭାବନା ମନୁଷ୍ୟ ଜୀବନରେ ଅଛି । ମୁଁ ଏକ କୁକୁରକୁ ଭକ୍ତ ହେବାର ପ୍ରଶିକ୍ଷଣ ଦେଇପାରିବି ନାହିଁ । ତାହା କଷ୍ଟକର । ଏହା ମଧ୍ୟ କରାଯାଇପାରିବ । କିନ୍ତୁ ମୁଁ ଏତେ ଶକ୍ତିଶାଳୀ ହୋଇ ନ ପାରେ । ଯେପରି ଚୈତନ୍ୟ ମହାପ୍ରଭୁ କରିଥିଲେ । ଯେତେବେଳେ ସେ ଜଙ୍ଗଲ ଦେଇ ଗତି କରୁଥିଲେ, ଝାରଖଣ୍ଡ, ବାଘ, ସାପ, ହରିଣ, ସମସ୍ତ ଜୀବଜନ୍ତୁ, ସେମାନେ ଭକ୍ତ ହୋଇଗଲେ । ସେମାନେ ଭକ୍ତ ହୋଇଗଲେ । ତେଣୁ ଯାହା ଚୈତନ୍ୟ ମହାପ୍ରଭୁଙ୍କ ପାଇଁ ସମ୍ଭବ...କାରଣ ସେ ନିଜେ ହେଉଛନ୍ତି ଭଗବାନ । ସେ କିଛି ବି କରିପାରିବେ । ଆମେ ତାହା କରିପାରିବା ନାହିଁ । କିନ୍ତୁ ଆମେ ମାନବ ସମାଜରେ କାମ କରିପାରିବା । ଯେତେ ପତୀତ ବ୍ୟକ୍ତି ହୋଇଥିଲେ ମଧ୍ୟ, ଏହା କିଛି ଫରକ ପକାଏ ନାହିଁ । ଯଦି ସେ ଆମର ନିର୍ଦ୍ଦେଶ ଅନୁସରଣ କରିବ ସେ ପରିବର୍ତ୍ତୀତ ହୋଇ ପାରିବ ।

ତାହାକୁ ଧର୍ମ କୁହାଯାଏ । ଧର୍ମ ଅର୍ଥାତ୍ ଜଣକୁ ତାାର ପ୍ରକୃତ ସ୍ଥିତିକୁ ଆଣିବା । ତେଣୁ ତାହା ହେଉଛି ଧର୍ମ । ତେବେ ସ୍ତର ହୋଇପାରେ । କିନ୍ତୁ ପ୍ରକୃତ ସ୍ଥିତି ହେଉଛି ଯେ ଆମେ ଭଗବାନଙ୍କର ଅଂଶ ବିଶେଷ, ଏବଂ ଯେତେବେଳେ ଆମେ ବୁଝିପାରିବା ଯେ ଆମେ ଭଗବାନଙ୍କର ଅଂଶ ବିଶେଷ ଅଟୁ, ତାହା ହେଉଛି ଆମ ଜୀବନର ପ୍ରକୃତ ସ୍ଥିତି । ତାହାକୁ ଧର୍ମ ଭୂତ ଅବସ୍ଥା କୁହାଯାଏ (SB 4.30.20), ନିଜର ବ୍ରାହ୍ମଣ ବୋଧ, ପରିଚୟକୁ ବୁଝିବା ।