OR/Prabhupada 0183 - ମହାଶୟ ପେଚା ଦୟାକରି ତୁମର ଆଖି ଖୋଲ ଏବଂ ସୂର୍ଯ୍ୟଙ୍କୁ ଦେଖ



Lecture on SB 6.1.37 -- San Francisco, July 19, 1975

ଭଗବାନ ପ୍ରଚାର କରୁଛନ୍ତି ଯେ "ମୁଁ ଏଠାରେ ଅଛି । ମୁଁ ଆସିଛି ।" ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ (BG 4.8) । "ମୁଁ ତୁମ ସାମ୍ନାରେ ପ୍ରକଟ ହୋଇଛି କେବଳ ତୁମକୁ ସହାୟତା କରିବା ପାଇଁ ।" ପରିତ୍ରାଣାୟ ସାଧୂନାଂ । "ତୁମେ ମୋତେ ବୁଝିବାକୁ ଚେଷ୍ଟା କରୁଛ, ତେଣୁ ମୁଁ ଏଠାରେ ଅଛି । ମୁଁ ଉପସ୍ଥିତ । କାହିଁକି ତୁମେ ଭାବୁଛ ଯେ ଭଗବାନଙ୍କ କୌଣସି ରୂପ ନାହିଁ? ମୁଁ ଏଠାରେ ଅଛି, କୃଷ୍ଣ, ରୂପ । ତୁମେ ଦେଖୁଛ, ମୋ ହାତରେ ମୋର ବଂଶୀ ଅଛି । ମୁଁ ଗାଈମାନଙ୍କୁ ଭାରୀ ଭଲ ପାଏ । ମୁଁ ଗାଈ ଏବଂ ମୁନୀ ୠଷି ଏବଂ ବ୍ରାହ୍ମଣମାନଙ୍କୁ ଭାରୀ ଭଲ ପାଏ, ସମସ୍ତେ ସମାନ, କାରଣ ସେମାନେ ବିଭିନ୍ନ ଶରୀରରେ ମୋର ପୁତ୍ର ଅଟନ୍ତି । କୃଷ୍ଣ ଖେଳୁଛନ୍ତି । କୃଷ୍ଣ କଥା କହୁଛନ୍ତି । ତଥାପି, ଏହି ଦୁର୍ଜନମାନେ କୃଷ୍ଣଙ୍କୁ ବୁଝିପାରୁ ନାହାଁନ୍ତି । ତେବେ କୃଷ୍ଣଙ୍କର ଦୋଷ କ'ଣ? ଏହା ଆମର ଦୋଷ । ଅନ୍ଧ । ଯେପରିକି ପେଚା । ପେଚା କେବେ ସୂର୍ଯ୍ୟ କିରଣ ଦେଖିବା ପାଇଁ ଆଖି ଖୋଲେ ନାହିଁ । ତୁମେ ଜାଣିଛ ଏହି, ପେଚା? ତେବେ ସେମାନେ ଆଖି ଖୋଲନ୍ତି ନାହଁ । ଯଦ୍ୟପି ତୁମେ କୁହ, "ମହାଶୟ ପେଚା, ଦୟାକରି ତୁମର ଆଖି ଖୋଲ ଏବଂ ସୂର୍ଯ୍ୟଙ୍କୁ ଦେଖ," "ନା, ସୂର୍ଯ୍ୟ ନାହାଁନ୍ତି । ମୁଁ ଦେଖିବି ନାହିଁ ।" (ହସ) ଏହି ପେଚା ସଭ୍ୟତା । ତେବେ ତୁମକୁ ଏହି ପେଚାମାନଙ୍କ ସହିତ ଲଢ଼ିବାକୁ ହେବ । ତୁମକୁ ଦୃଢ଼ ହେବାକୁ ହେବ, ବିଶେଷ କରି ସନ୍ୟାସୀମାନଙ୍କୁ । ଆମକୁ ପେଚାମନଙ୍କ ସହିତ ଲଢ଼ିବାକୁ ହେବ । ଆମକୁ ବଳ ପ୍ରୟୋଗ କରି ସେମାନଙ୍କର ଆଖି ଖୋଲିବାକୁ ହେବ, ଯନ୍ତ୍ର ଦ୍ଵାରା । (ହସ) ତେବେ ଏହା ଚାଲିଛି ।

ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ସମସ୍ତ ପେଚାମାନଙ୍କ ବିରୋଧରେ ଏକ ଲଢ଼େଇ । ତେବେ ଏଠାରେ ଏକ ଆହ୍ଵାନ ଅଛି: ଯୁଯମ ବୈ ଧର୍ମ-ରାଜସ୍ୟ ଯଦି ନିର୍ଦେଶ-କାରିନଃ(SB 6.1.38) । ନିର୍ଦ୍ଦେଶ-କାରିନଃ । ସେବକ ଅର୍ଥାତ୍ ମାଲିକଙ୍କର ଆଦେଶ ପାଳନ କରିବା ବ୍ୟତୀତ ସେମାନଙ୍କ ପାଖରେ ଦ୍ଵିତୀୟ ବିକଳ୍ପ ନ ଥାଏ । ସେଥିପାଇଁ ନିର୍ଦ୍ଦେଶ-କାରିନଃ । ସେମାନେ ଯୁକ୍ତି କରି ପାରିବେ ନାହିଁ । ନା । ଯାହା କିଛି ଆଦେଶ ଦିଆଯାଏ, ତାହା ପାଳନ କରାଯାଏ । ତେଣୁ ଯଦି କେହି ହେବାର ଦାବୀ କରେ...ସେ ଆଶା କରୁଛି...ମୁଁ ଭାବୁଛି... ଏଠାରେ ବିଷ୍ଣୁଦୂତମାନଙ୍କର ମଧ୍ୟ ଉଲ୍ଲେଖ କରାଯାଇଛି, ବାସୁଦେବୋକ୍ତ-କାରୀନଃ । ସେମାନେ ମଧ୍ୟ ସେବକ । ତେଣୁ ଉକ୍ତ ଅର୍ଥାତ୍ ଯାହା କିଛି ଆଦେଶ ବାସୁଦେବଙ୍କ ଦ୍ଵାରା ଦିଆଯାଏ, ସେମାନେ ପାଳନ କରିବେ । ସେହିପରି, ଯମଦୂତ, ସେମାନେ ଯମ ରାଜାଙ୍କର ସେବକ । ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ-କାରିନଃ ରୂପରେ ସଂବୋଧନ କରାଯାଏ: "ଯଦି ତୁମେ ବାସ୍ତବରେ ଯମ ରାଜାଙ୍କର ସେବକ, ତୁମକୁ ତାଙ୍କ ଆଦେଶ ଅନୁସାରେ କାମ କରିବାକୁ ହେବ, ତାପରେ ତୁମେ ଜାଣିଥିବା ଉଚିତ୍ ଧର୍ମ କ'ଣ ଅଧର୍ମ କ'ଣ ।" ତେବେ ସେମାନେ ବାସ୍ତବରେ ଯମ ରାଜାଙ୍କର ଯଥାର୍ଥ ସେବକ, ଏଥିରେ କୌଣସି ସନ୍ଦେହ ନାହିଁ । ବର୍ତ୍ତମାନ ସେମାନେ ସେମାନଙ୍କର ପରିଚୟ ଏହିପରି ଦେଉଛନ୍ତି, ଯମଦୂତ ଉଚୁଃ ବେଦ-ପ୍ରଣିହିତୋ ଧର୍ମଃ, ତୂରନ୍ତ ଉତ୍ତର ଦିଅ । "ଧର୍ମ କ'ଣ?" ତାହା ପ୍ରଶ୍ନ ଥିଲା । ତୂରନ୍ତ ଉତ୍ତର ଦିଆଗଲା । ସେମାନେ ଜାଣିଛନ୍ତି ଧର୍ମ କ'ଣ । ବେଦ-ପ୍ରଣିହିତୋ ଧର୍ମଃ "ଧର୍ମ ଅର୍ଥାତ୍ ଯାହା ବେଦରେ ବର୍ଣ୍ଣନା କରାଯାଇଛି ।" ତୁମେ ଧର୍ମ ତିଆରି କରି ପାରିବ ନାହିଁ । ବେଦ, ମୂଳ ଜ୍ଞାନ, ବେଦ ଅର୍ଥାତ୍ ଜ୍ଞାନ । ବେଦ-ଶାସ୍ତ୍ର । ତେଣୁ ସୃଷ୍ଟି ହେବା ସମୟରୁ, ବ୍ରହ୍ମାଙ୍କୁ ବେଦ ଦିଆଯାଇଥିଲା । ବେଦ...ସେଥିପାଇଁ ଏହାକୁ ଅପୌରୂଶୋୟ କୁହାଯାଏ; ଏହାକୁ ନିର୍ମାଣ କରାଯାଇନାହିଁ । ତାହା ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି, ତେନେ ବ୍ରହ୍ମା ହ୍ରଦ ଅାଦି-କବୟେ । ବ୍ରହ୍ମା, ବ୍ରହ୍ମା ଅର୍ଥାତ୍ ବେଦ । ବେଦର ଅନ୍ୟ ନାମ ହେଉଛି ବ୍ରହ୍ମା, ଆଧ୍ୟାତ୍ମିକ ଜ୍ଞାନ, କିମ୍ଵା ସମସ୍ତ ଜ୍ଞାନ, ବ୍ରହ୍ମା । ତେବେ ତେନେ ବ୍ରହ୍ମା ଅାଦି-କବୟେ ହ୍ରଦ । ତେଣୁ ବେଦର ଅଧ୍ୟୟନ ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ କରିବା କଥା ।

ତେଣୁ ଏହା କୁହାଯାଇଛି ଯେ ବ୍ରହ୍ମା ହେଉଛନ୍ତି ପ୍ରଥମ ଜୀବ ଯିଏ ବେଦ ବୁଝିଲେ । ତେବେ ସେ କିପରି ବୁଝିଲେ? ଶିକ୍ଷକ କାହାଁନ୍ତି? ଅନ୍ୟ କୌଣସି ପ୍ରାଣୀ ନାହାଁନ୍ତି । ସେ କିପରି ବେଦ ବୁଝିଲେ? କୃଷ୍ଣ ଶିକ୍ଷକ ଥିଲେ, ଏବଂ ସେ ସମସ୍ତଙ୍କର ହୃଦୟରେ ଅବସ୍ଥିତ । ଈଶ୍ଵରଃ ସର୍ଭଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (BG 18.61) ତେବେ ସେ ହୃଦୟରେ ରହି ଶିକ୍ଷା ଦେଉଛନ୍ତି । ତେବେ କୃଷ୍ଣ ଶିକ୍ଷା ଦିଅନ୍ତି - ସେ ଭାରୀ ଦୟାଳୁ - ଚୈତ୍ୟ-ଗୁରୁ ରୂପରେ, ହୃଦୟରୁ , ଏବଂ ସେ ତାଙ୍କର ପ୍ରତିନିଧିକୁ ବାହାରକୁ ପଠାନ୍ତି । ଚୈତ୍ୟ ଗୁରୁ ଏବଂ ଗୁରୁ, ଉଦ୍ଭୟ ଉପାୟରେ, କୃଷ୍ଣ ଚେଷ୍ଟା କରୁଛନ୍ତି । କୃଷ୍ଣ ଭାରୀ ଦୟାଳୁ । ତେଣୁ ସେଥିପାଇଁ ବେଦଗୁଡ଼ିକ, ସେଗୁଡ଼ିକ ମନୁଷ୍ୟ ନିର୍ମିତ ପୁସ୍ତକ ନୁହେଁ । ବେଦ, ଅପୌରୂଶୋୟ, ଅପୌରୂଶୋୟ ଅର୍ଥାତ୍ ତଆରି କରାଯାଇ ନାହିଁ... ଆମେ ବେଦଗୁଢ଼ିକୁ ସାଧାରଣ ମାନସିକ ମନଗଢ଼ଣ ପୁସ୍ତକ ଭାବରେ ନେବା ଉଚିତ୍ ନୁହଁ । ନା । ଏହା ହେଉଛି ପୂର୍ଣ୍ଣ ଜ୍ଞାନ । ଏହା ହେଉଛି ପୂର୍ଣ୍ଣ ଜ୍ଞାନ । ଏବଂ ଜଣେ ଏହାକୁ ମୌଳିକ ରୂପରେ ଗ୍ରହ୍ମଣ କରିବା ଉଚିତ୍, କୌଣସି ପରିବର୍ତ୍ତନ, ବ୍ୟାଖ୍ୟା ବିନା । ତେବେ ଏହା ଭଗବାନଙ୍କ ଦ୍ଵାରା କୁହାଯାଇଛି । ସେଥିପାଇଁ ଭଗବଦ ଗୀତା ମଧ୍ୟ ହେଉଛି ବେଦ । ଏହା କୃଷ୍ଣଙ୍କ ଦ୍ଵାରା କୁହାଯାଇଛି । ତେଣୁ ତୁମେ କିଛି ଯୋଡ଼ି ପାରିବ ନାହିଁ, ପରିବର୍ତ୍ତନ କରି ପାରିବ ନାହିଁ । ତୁମେ ଏହାକୁ ମୌଳିକ ରୂପରେ ଗ୍ରହଣ କରିବା ଉଚିତ୍ । ତାପରେ ତୁମେ ଠିକ୍ ଜ୍ଞାନ ପାଇ ପାରିବ ।