OR/Prabhupada 0184 - ଆସକ୍ତି ଭାବକୁ ଭୌତିକ ଧ୍ଵନିରୁ ଆଧ୍ୟାତ୍ମିକ ଧ୍ଵନିକୁ ସ୍ଥାନାନ୍ତର କର



Lecture on SB 3.26.47 -- Bombay, January 22, 1975

ତେବେ ଧ୍ଵନି ଅତି ମହତ୍ତ୍ଵପୂର୍ଣ୍ଣ ଅଟେ । ଧ୍ଵନି ଏହି ଭୌତିକ ଦୁନିଆରେ ଆମର ବନ୍ଧନର କାରଣ । ଯେପରିକି ବଡ଼, ବଡ଼ ସହରରେ ସେମାନେ ସିନେମା ଅଭିନେତାମାନଙ୍କର ଧ୍ଵନି ସହିତ ଆସକ୍ତ । ଏବଂ କେବଳ ତାହା ନୁହେଁ, ଆମେ ରେଡିଓ ସନ୍ଦେଶ ମାଧ୍ୟମରେ ଏତେ ସାରା ଅନେକ କଥା ଶୁଣୁଛୁ । ଧ୍ଵନି ପାଇଁ ସଂଲଗ୍ନ । ଏବଂ କାରଣ ଏହା ଭୌତିକ ଧ୍ଵନି, ଆମେମାନେ ଭୌତିକ ଭାବରେ ଫଶିଯାଇଛୁ, ଅଧିକରୁ ଅଧିକ ଫଶୁଛୁ । କିଛି ଅଭିନେତ୍ରିମାନେ, କିଛି ସିନେମା କଳାକାର, ଗାନ କରିବା, ଏବଂ ଲୋକମାନେ ସେହି ଗୀତ ଶୁଣିବାକୁ ଭାରି ଭଲ ପାଆନ୍ତି, ଯେ ସେହି କଳାକାରକୁ ଗୋଟିଏ ଗୀତ ଗାଇବା ପାଇଁ ପନ୍ଦର ହଜାର ଟଙ୍କା ଦିଆଯାଏ । ବମ୍ଵେରେ ଅନେକ ଅଛନ୍ତି । ତେଣୁ ଟିକିଏ ଦେଖ ଆମର ଭୌତିକ ଧ୍ଵନି ପାଇଁ କେତେ ଆକର୍ଷଣ ଅଛି । ସେହିପରି, ସେହି ଏକା ପ୍ରିତିରେ, ଯଦି ଆମେ ହରେ କୃଷ୍ଣ ମହାମନ୍ତ୍ର ବିଷୟରେ ଶୁଣିବା, ତେବେ ଆମେ ମୁକ୍ତ ହୋଇଯିବା, ସେହି ଏକା ଧ୍ଵନି । ଗୋଟିଏ ଭୌତିକ, ଗୋଟିଏ ଆଧ୍ୟାତ୍ମିକ । ତେଣୁ ତୁମେ ଏହି ଆଧ୍ୟାତ୍ମିକ ଧ୍ଵନି ଦ୍ଵାରା ଆସକ୍ତ ହେବା ପାଇଁ ଅଭ୍ୟାସ କର । ତେବେ ତୁମର ଜୀବନ ସାର୍ଥକ ହୋଇଯିବ ।

ଚେତୋ-ଦର୍ପଣ-ମାର୍ଜନମ ଭବ-ମହା-ଦବାଗ୍ନୀ-ନିର୍ବାପଣମ
ଶ୍ରେୟ-କୈରବ-ଚନ୍ଦ୍ରିକ-ବିତରନମ ବିଦୟା-ବଧୁ-ଜୀବନମ
ଅନନ୍ଦମବୁଦ୍ଧି-ବର୍ଧନମ ପ୍ରତି-ପଦମ ପୂରନାମ୍ରତ
ସ୍ଵାଦନମ ପରମ ବିଜୟତେ ଶ୍ରୀ-କୃଷ୍ଣ-ସଂକୀର୍ତ୍ତନମ
(CC Antya 20.12)

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଏହି ଉଦ୍ଦେଶ୍ୟରେ ପାଇଁ ଅଛି, ଯେ "ତୁମର ଧ୍ଵନି ସହିତ ଆସକ୍ତି ପୂର୍ବରୁ ଅଛି । ବର୍ତ୍ତମାନ ଏହି ଆସକ୍ତିକୁ ଆଧ୍ୟାତ୍ମିକ ଧ୍ଵନିରେ ପରିବର୍ତ୍ତନ କର । ତେବେ ତୁମର ଜୀବନ ସାର୍ଥକ ହେବ ।" ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ, ଲୋକମାନଙ୍କୁ ଶିକ୍ଷା ଦିଏ କିପରି ଆସକ୍ତି ଭାବକୁ ଭୌତିକ ଧ୍ଵନିରୁ ଆଧ୍ୟାତ୍ମିକ ଧ୍ଵନିକୁ ସ୍ଥାନାନ୍ତର କରିବ । ନରୋତ୍ତମ ଦାସ ଠାକୁର ସେଥିପାଇଁ ଗାଇଛନ୍ତି, ଗୋଲକେର ପ୍ରେମଧନ, ହରି-ନାମ-ସଂକୀର୍ତ୍ତନ, ରତି ନ ଜନ୍ମିଲୋ ମୋରେ ତେ । ଏହି ଧ୍ଵନି ଆଧ୍ୟାତ୍ମିକ ଦୁନିଆରୁ ଆସୁଛି, ଗୋଲୋକେର ପ୍ରେମ ଧନ, ଜପ କରିବା ଦ୍ଵାରା, ଏହି ଧ୍ଵନି ଶୁଣିବା ଦ୍ଵାରା, ଆମେ ଭଗବାନଙ୍କ ପ୍ରତି ଆମର ମୂଳ ନିଷ୍କ୍ରିୟ ପ୍ରେମ ବିକସିତ କରିପାରିବା । ଏହା ଆବଶ୍ୟକ । ପ୍ରେମ ପୁମାର୍ଥୋ ମହାନ । ଭୌତିକ ଜଗତରେ ଆମେ, ଧର୍ମାର୍ଥ-କାମ-ମୋକ୍ଷ (SB 4.8.41) ଅତି ମହତ୍ତ୍ଵପୂର୍ଣ୍ଣ ରୂପରେ ସ୍ଵୀକାର କରୁ । ପୁରୁଷାର୍ଥ । ଧର୍ମ, ଧାର୍ମିକ ହେବା, ଏବଂ ଧାର୍ମିକ ହେବା ଦ୍ଵାରା, ଆମେ ଆମର ଅର୍ଥନୈତିକ ବିକାସ କରିପାରିବା । ଧନମ ଦେହି, ରୂପମ ଦେହି, ୟଶୋ ଦେହି, ଦେହି ଦେହି । କାମ । କାହିଁକି ଦେହି ଦେହି? ବର୍ତ୍ତମାନ, କାମ, ଆମର ଇଛା ପୂର୍ଣ୍ଣ କରିବା ପାଇଁ, କାମାତୁର ଇଛାଗୁଡ଼ିକ । ଧର୍ମାର୍ଥ-କାମ, ଏବଂ ଯେତେବେଳେ ଆମେ ଇଛାଗୁଡ଼ିକୁ ପୁରଣ କରିବା ପାଇଁ ବିରକ୍ତ କିମ୍ଵା ଅସମର୍ଥ ହୋଇଯାଉ, ତାପରେ ଆମେ ମୋକ୍ଷ ଚାହୁଁ, ଭଗବାନଙ୍କ ସହିତ ଏକ ହେବା ପାଇଁ । ଏହା ହେଉଛି ଆମର ଚାରି ପ୍ରକାରର ଭୌତିକ କାମ । କିନ୍ତୁ ଆଧ୍ୟାତ୍ମିକ କାମ ହେଉଛି ପ୍ରେମ ପୁମାର୍ଥୋ ମହାନ । ଭଗବାନଙ୍କ ପାଇଁ ପ୍ରେମ ପ୍ରାପ୍ତ କରିବା, ଏହା ହେଉଛି ସର୍ବୋଚ୍ଚ ପୂର୍ଣ୍ଣତା । ପ୍ରେମ ପୁମାର୍ଥୋ ମହାନ ।

ତେଣୁ ଜୀବନର ଏହି ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ, ପ୍ରେମ ପୁମାର୍ଥୋ ମହାନ, ଏହି ଯୁଗରେ ବିଶେଷକରି, କଳି ଯୁଗରେ, କାରଣ ଆମେ ଅନ୍ୟ କୌଣସି ଜିନିଷ କରିପାରିବା ନାହିଁ, ଏହା ବହୁତ, ବହୁତ କଷ୍ଟକର । ଏହି ସମୟ ଅବରୋଧରେ ପୂର୍ଣ୍ଣ । ସେଥିପାଇଁ କଳୌ... ଏହା ହେଉଛି ବିଧି, ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍: (CC Adi 17.21) । "ହରେ କୃଷ୍ଣ ମନ୍ତ୍ର ଜପ କର, "କେବଳମ୍, "କେବଳ ।" କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା । ଏହି କଳି ଯୁଗରେ, କାରଣ ମୂଖ୍ୟ କାମ ହେଉଛି କିପରି ଏହି ଭୌତିକ ବନ୍ଧନରୁ ମୁକ୍ତି ପାଇବା... ଭୂତ୍ଵା ଭୂତ୍ଵା ପ୍ରଲୀୟତେ (BG 8.19) । ଲୋକମାନେ ତାହା ମଧ୍ୟ ବୁଝିପାରନ୍ତିନି, ଯେ ବାସ୍ତବରେ ଆମର ସଂକଟ କ'ଣ । କୃଷ୍ଣ କୁହଁନ୍ତି, ପରମ ପୁରୁଷ ଭଗବାନ ବ୍ୟକ୍ତିଗତ ଭାବରେ କୁହଁନ୍ତି, "ଏଗୁଡ଼ିକ ହେଉଛି ତୁମର ଦୁଃଖ ।" କ'ଣ? ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି: (BG 13.9) "ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି । ଏହା ହେଉଛି ତୁମ ଜୀବନର ପ୍ରକୃତ ଦୁଃଖ ।" ତୁମେ ଏହି ଦୁଃଖ ଏବଂ ସେହି ଦୁଃଖ ବିଷୟରେ କ'ଣ ଭାବୁଛ? ସେମାନେ କ୍ଷଣ ସ୍ଥାୟୀ । ସେମାନେ ସମସ୍ତେ ପ୍ରକୃତିର ନିୟମ ଅଧିନରେ ଅଛନ୍ତି । ତୁମେ ଏଥିରୁ ବାହାରି ପାରିବ ନାହିଁ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । ପ୍ରକୃତି ତୁମକୁ କିଛି କରିବା ପାଇଁ ବାଧ୍ୟ କରିବ କାରଣ ତୁମେ ପ୍ରକୃତିର ଭୌତିକ ଗୁଣରେ ଦୂଷିତ ହୋଇଯାଇଛ । ସେଥିପାଇଁ ତୁମକୁ ପ୍ରକୃତିର ନିର୍ଦ୍ଦେଶ ଅନୁସାରେ କାମ କରିବାକୁ ପଡ଼ିବ, ଭୌତିକ ପ୍ରକୃତି । ଏବଂ ଯେ ପର୍ଯ୍ୟନ୍ତ ତୁମେ ଭୌତିକ ପ୍ରକୃତି ଅଧିନରେ ଅଛ, ତୁମକୁ ଏହି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ସ୍ଵୀକାର କରିବାକୁ ପଡ଼ିବ । ଏହା ହେଉଛି ତୁମର ପ୍ରକୃତ ଦୁଃଖ ।