OR/Prabhupada 0192 - ସମଗ୍ର ମାନବ ସମାଜକୁ ଘୋର ଅନ୍ଧକାରରୁ ବାହାର କରିବା



Lecture on SB 6.1.62 -- Vrndavana, August 29, 1975

ଭଗବଦ୍ ଗୀତାରେ କୁହାଯାଇଛି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍, ପୁରୁଷଂ ଶାଶ୍ଵତଂ ଆଦ୍ୟମ୍ (BG 10.12) । କୃଷ୍ଣ, ଭଗବାନ, ପୁରୁଷ ରୂପରେ, ଏବଂ ଜୀବମାନଙ୍କୁ ପ୍ରକୃତି ରୂପରେ ବର୍ଣ୍ଣନା କରାଯାଇଛି । ଅପରେୟମିତସ୍ତ୍ଵନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍, ଜୀବଭୁତାଂ ମହାବାହୋ ଯୟୋଦଂ ଧାର୍ଯ୍ୟତେ ଜଗତ୍ (BG 7.5) । କୃଷ୍ଣ ବର୍ଣ୍ଣନା କରିଛନ୍ତି । ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ଅଛି । ତେଣୁ, ଜୀବ-ଭୂତ । ଜୀବ-ଭୂତ, ଜୀବମାନେ, ସେମାନଙ୍କୁ ପ୍ରକୃତି ଭାବରେ ବର୍ଣ୍ଣନା କରାଯାଇଛି, ଏବଂ ପ୍ରକୃତି ଅର୍ଥାତ୍ ମହିଳାମାନେ । ଏବଂ କୃଷ୍ଣଙ୍କୁ ପୁରୁଷ ଭାବରେ ବର୍ଣ୍ଣନା କରାଯାଇଛି । ତେଣୁ ପୁରୁଷ ହେଉଛି ଉପଭୋକ୍ତା, ଏବଂ ପ୍ରକୃତି ହେଉଛି ଭୋକ୍ତା । ଭାବ ନାହିଁ ଯେ "ଭୋକ୍ତା" ର ଅର୍ଥ ହେଉଛି କେବଳ ମୈଥୁନ । ନା । "ଭୋକ୍ତା" ଅର୍ଥାତ୍ ଅଧିନସ୍ଥ, ପୁରୁଷଙ୍କର ଆଦେଶ ପାଳନ କରିବା । ଏହା ହେଉଛି କୃଷ୍ଣ ଏବଂ ଆମର ସ୍ଥିତି । ଆମେ ହେଉଛୁ ଅଂଶ ବିଶେଷ, ଯେପରି ହାତ ଏବଂ ଗୋଡ ମୋ ଶରୀର ର ଅଂଶ ବିଶେଷ । ତେଣୁ ହାତ ଏବଂ ଗୋଡର କର୍ତ୍ତବ୍ୟ ହେଉଛି ମୋର ଆଦେଶ ପାଳନ କରିବା । ମୁଁ ମୋ ଗୋଡକୁ କୁହେ, "ମୋତେ ସେଠାକୁ ନିଅ ।" ସେ କରିବ...ଏହା ତୂରନ୍ତ କରିବ । ମୋ ହାତ - "ବାସ୍ ଏହା ନିଅ ।" ମୁଁ ଏହାକୁ ନେବି । ହାତ ଏହାକୁ ନେବ । ତେଣୁ ଏହା ହେଉଛି ପ୍ରକୃତି ଏବଂ ପୁରୁଷ । ପୁରୁଷ ଆଦେଶ ଦିଏ, ଏବଂ ପ୍ରକୃତି ତାର କର୍ତ୍ତବ୍ୟ ପାଳନ କରେ । ଏହା ହେଉଛି ପ୍ରକୃତ..., ଏହା ନୁହେଁ ଯେ ଯଥା ଶୀଘ୍ର ଆମେ ପ୍ରକୃତ ଏବଂ ପୁରୁଷ କହୁ, ତୂରନ୍ତ ମୈଥୁନର ପ୍ରଶ୍ନ ଅସିବ । ନା । ଅର୍ଥାତ୍...ପ୍ରକୃତି ଅର୍ଥାତ୍ ଆଜ୍ଞାକାରୀ, ପୁରୁଷ ପ୍ରତି ଆଜ୍ଞାକାରୀ । ଏହା ହେଉଛି ପ୍ରାକୃତିକ ଉପାୟ । ପଶ୍ଚିମୀ ଦେଶମାନଙ୍କରେ ସେମାନେ କୃତ୍ରିମ ଭାବରେ ସମାନ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାହା ପ୍ରକୃତି ଦ୍ଵାରା ସମ୍ଭବ ନୁହେଁ । ଏବଂ ଏପରି କୌଣସି ପ୍ରଶ୍ନ ନାହିଁ, ନ୍ୟୁନତା କିମ୍ଵା ବରିଷ୍ଠତା । ଏପରି କୌଣସି ପ୍ରଶ୍ନ ନାହିଁ । ଯେପରି, ପ୍ରାରମ୍ଭରେ, ଯତୋ ୱା ଇମାନି ଭୂତାନି ଜାୟନ୍ତେ । ଜନ୍ମାଦି ଅସ୍ୟ ଯତଃ (SB 1.1.1) । କେଉଁଠାରୁ ଏହି ପୁରୁଷ ଏବଂ ପ୍ରକୃତିର ସମ୍ପର୍କ ଆରମ୍ଭ ହେଲା? ଜନ୍ମାଦି ଅସ୍ୟ ଯତଃ । ଏହା ପୂର୍ଣ୍ଣ ସତ୍ୟରୁ ଆରମ୍ଭ ହେଲା । ସେଥିପାଇଁ ପରମ ସତ୍ୟ ହେଉଛନ୍ତି ରାଧା-କୃଷ୍ଣ, ସେହି ଏକା ପୁରୁଷ ଏବଂ ପ୍ରକୃତି । କିନ୍ତୁ ରାଧାରାଣୀ ହେଉଛନ୍ତି ସେବକ, ସେବା କରନ୍ତି । ରାଧାରାଣୀ ଏତେ ଦକ୍ଷ ଯେ ସେ ସର୍ବଦା କୃଷ୍ଣଙ୍କୁ ନିଜ ସେବା ଦ୍ଵାରା ଆକର୍ଷିତ କରନ୍ତି । ଏହା ହେଉଛି ରାଧାରାଣୀଙ୍କର ସ୍ଥିତି । କୃଷ୍ଣଙ୍କୁ ମଦନ ମୋହନ କୁହାଯାଏ । ଏଠାରେ ବୃନ୍ଦାବନରେ ମଦନ ମୋହନ ଅଛନ୍ତି, ଏବଂ ରାଧାରାଣୀଙ୍କୁ ମଦନ ମୋହନ ମୋହିନୀ କୁହାଯାଏ । କୃଷ୍ଣ ଏତେ ଆକର୍ଷକ ଯେ...ଆମେମାନେ କାମଦେବ ଦ୍ଵାରା ଆକର୍ଷିତ ହେଉ, ଏବଂ କୃଷ୍ଣ କାମଦେବଙ୍କୁ ଆକର୍ଷିତ କରନ୍ତି । ସେଥିପାଇଁ ତାଙ୍କର ନାମ ହେଉଛି ମଦନ ମୋହନ । ଏବଂ ରାଧାରାଣୀ ଏତେ ମହାନ ଯେ ସେ କୃଷ୍ଣଙ୍କୁ ଆକର୍ଷିତ କରନ୍ତି । ସେଥିପାଇଁ ସେ ହେଉଛନ୍ତି ସବୁଠାରୁ ବଡ଼ । ବୃନ୍ଦାବନରେ, ସେଥିପାଇଁ, ଲୋକମାନେ କୃଷ୍ଣଙ୍କ ନାମଠାରୁ ରାଧାରାଣୀଙ୍କର ନାମ ଅଧିକ ଜପ କରିବାରେ ଅଭ୍ୟସ୍ତ - "ଜୟ ରାଧେ ।" ହଁ, ତୁମେ ଯଦି କୃଷ୍ଣଙ୍କର କୃପା ଚାହୁଁଛ, ତୁମେ କେବଳ ରାଧାରାଣୀଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କର । ତେଣୁ ଏହା ହେଉଛି ଉପାୟ ।

ବର୍ତ୍ତମାନ ଏଠାରେ କୁହାଯାଇଛି, ମନ ମଦନ ବେପିତମ: "ମନ ଉତ୍ତେଜିତ ଥିଲା ।" ତେଣୁ ମନର ଏହି ଉତ୍ତେଜନା ଚାଲିଥିବ ଯେ ପର୍ଯ୍ୟନ୍ତ ଜଣେ ମଦନ ମୋହନ ଦ୍ଵାରା ଅାକର୍ଷିତ ହୋଇନାହିଁ । ଯଦି ଆମେ ମଦନ ମୋହନ ଦ୍ଵାରା ଅାକର୍ଷିତ ହୋଇନାହୁଁ, ଯେ ପର୍ଯ୍ୟନ୍ତ ଜଣେ ମଦନ ମୋହନ ଦ୍ଵାରା ଅାକର୍ଷିତ ହୋଇନାହିଁ ଆମେ ମଦନ ଦ୍ଵାରା ଆକର୍ଷିତ ରହିବା, ମଦନ ବେପିତମ । ଏହା ହେଉଛି ପ୍ରକ୍ରିୟା । ଏବଂ ଯେ ପର୍ଯ୍ୟନ୍ତ ତୁମେ ତୁମର ମନ ନିଯନ୍ତ୍ରଣ କରି ନାହଁ, ଏବଂ ଯେ ପର୍ଯ୍ୟନ୍ତ ତୁମେ ମଦନ ଦ୍ଵାରା ଅଶାନ୍ତ ନ ହେବା ପାଇଁ ମନକୁ ନିୟନ୍ତ୍ରଣ କରିବା ପାଇଁ ଯୋଗ୍ୟ ହୋଇନାହଁ, ସେ ପର୍ଯ୍ୟନ୍ତ ମୁକ୍ତି କିମ୍ଵା ମୋକ୍ଷର କୌଣସି ପ୍ରଶ୍ନ ନାହିଁ । ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି କିପରି ଏହି ଭୌତିକ ଜଞାଳରୁ ମୁକ୍ତି ପାଇବା, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି, ଏବଂ ତ୍ରିଗୁଣ ଦୁଃଖ । ତାହା ହେଉଛି ପୂର୍ଣ୍ଣତା । ସେମାନେ ଜାଣି ନାହାଁନ୍ତି ଜୀବନର ଲକ୍ଷ୍ୟ କ'ଣ, ଜୀବନର ପୂର୍ଣ୍ଣତା କ'ଣ, ସଂପୂର୍ଣ୍ଣ ଦୁନିଆ । ବିଶେଷ କରି ଏହି ଯୁଗରେ ସେମାନେ ଏତେ ପତିତ ଯେ ସେମାନେ ଜାଣି ନାହାଁନ୍ତି ଜୀବନର ଲକ୍ଷ୍ୟ କ'ଣ । ଏହି ସମସ୍ତ ବଡ଼, ବଡ଼ ରାଜନୈତିକ ଦଳଗୁଡ଼ିକ, ଦାର୍ଶନିକମାନେ, ବୈଜ୍ଞାନିକମାନେ, ସେମାନଙ୍କର କୌଣସି ଜ୍ଞାନ ନାହିଁ । ସେମାନେ ଅନ୍ଧକାରରେ ଅଛନ୍ତି । ତେଣୁ ଏହାକୁ ଭ୍ରମ କୁହାଯାଏ, ଅନ୍ଧକାରରେ । କିନ୍ତୁ ଆମେ ବୁଝିପାରୁଛୁ ଯେ କୃଷ୍ଣ ସୂର୍ଯ୍ୟ ସମ: "କୃଷ୍ଣ ହେଉଛନ୍ତି ସୂର୍ଯ୍ୟ ପରି ।" କୃଷ୍ଣ ସୂର୍ଯ୍ୟ ସମ; ମାୟା ଅନ୍ଧକାର: "ଏବଂ ଏହି ଅନ୍ଧକାର ଅର୍ଥାତ୍ ମାୟା ।"

କୃଷ୍ଣ ସୂର୍ଯ୍ୟ ସମ; ମାୟା ଅନ୍ଧକାର,
ଯହାଁ କୃଷ୍ଣ, ତାହିଁ ନାହି ମାୟାର ଅଧିକାର
(CC Madhya 22.31)

ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ (BG 7.14) ।

ଏହା ହେଉଛି ପ୍ରକ୍ରିୟା । ତେଣୁ ଏହା ଏକ ମହାନ ବିଜ୍ଞାନ ଅଟେ । କୃଷ୍ଣ ଚେତନା ଅନ୍ଦୋଳନ ହେଉଛି ଅତ୍ୟନ୍ତ ବୈଜ୍ଞାନିକ ଆନ୍ଦୋଳନ ସମଗ୍ର ମାନବ ସମାଜକୁ ଘୋର ଅନ୍ଧକାରରୁ ବାହାର କରିବା ପାଇଁ ।