OR/Prabhupada 0193 - ଆମର ସମଗ୍ର ସମାଜ ଏହି ପୁସ୍ତକଗୁଡ଼ିକରୁ ଶୁଣୁଛି



Room Conversation with Professor Durckheim German Spiritual Writer -- June 19, 1974, Germany

ଡ଼ା.ପି.ଜେ ସାହେର: ତେଣୁ ଦୟାକରି ଆପଣ ଆଗକୁ ଉପାୟ ବିସ୍ତାର କରି କହିବେ... ଜଣେ ଭଗବାନଙ୍କର ନାମ ଜପ କରୁଛି, ଏବଂ ଆପଣ ଆଗକୁ ବିସ୍ତାର କରି କହିବେ, କିଛି ନିର୍ଦ୍ଧିଷ୍ଟ ଉପାୟରେ, କିମ୍ଵା କ'ଣ ଆସେ... (ଜର୍ମାନ) ଏହା ସହିତ ଆଉ କ'ଣ କରିବାକୁ ପଡ଼ିବ କିମ୍ଵା କିପରି ଏହା ସେଥିରେ ବ୍ୟବସ୍ଥିତ, ଆପଣଙ୍କର ସମଗ୍ର ଭକ୍ତି ଯୁକ୍ତ ଶିକ୍ଷଣ ପ୍ରଣାଳୀରେ?

ପ୍ରଭୁପାଦ: ହଁ । ଏହା ହେଉଛି ଭକ୍ତି ମାର୍ଗ, ଅର୍ଥାତ୍, ପ୍ରଥମ କଥା ହେଉଛି ଶ୍ରବଣଂ, ଶୁଣିବା । ଯେପରିକି ଏହି ପୁସ୍ତକଗୁଡ଼ିକ ଲେଖା ଯାଉଛି ଲୋକମାନଙ୍କୁ ଶୁଣିବା ପାଇଁ ସୁଯୋଗ ଦେବା ପାଇଁ । ତାହା ହେଉଛି ପ୍ରଥମ କାମ । ଯଦି ଆମେ ଭଗବାନଙ୍କ ବିଷୟରେ ଶୁଣିବା ନାହିଁ କେବଳ କିଛି କଳ୍ପନା କରିବା । ନା । ଆମେ ଭଗବାନଙ୍କ ବିଷୟରେ ଶୁଣିବା ଉଚିତ୍ । ଆମେ ଏପରି ଅଶୀଟି ପୁସ୍ତକ ପ୍ରକାଶିତ କରିଛୁ, କେବଳ ଭଗବାନଙ୍କ ବିଷୟରେ ଶୁଣିବା ପାଇଁ । ତେଣୁ ତୁମେ ଯେତେବେଳେ ଭଲ ଭାବରେ ଶୁଣିବ ତେବେ ତୁମେ ଅନ୍ୟମାନଙ୍କୁ ବର୍ଣ୍ଣନା କରିପାରିବ । ଏହାକୁ କୀର୍ତ୍ତନଂ କୁହାଯାଏ । ଶ୍ରବଣଂ, କୀର୍ତ୍ତନଂ । ଏବଂ ଯେତେବେଳେ ପ୍ରକ୍ରିୟା ଚାଲୁଛି ଶୁଣିବା ଏବଂ ଜପ କରିବା କିମ୍ଵା ବର୍ଣ୍ଣନା କରିବା, କୀର୍ତ୍ତନଂ ଅର୍ଥାତ୍ ବର୍ଣ୍ଣନା କରିବା । ଯେପରିକି ଆମର, ଏହି ସମଗ୍ର ସମାଜ ଏହି ପୁସ୍ତକଗୁଡ଼ିକରୁ ଶୁଣୁଛି ଏବଂ ସେମାନେ ବର୍ଣ୍ଣନା କରିବା ପାଇଁ ବାହାରକୁ ଯାଉଛନ୍ତି । ଏହାକୁ କୀର୍ତ୍ତନ କୁହାଯାଏ । ତାପରେ ଏହି ଦୁଇ ପ୍ରକ୍ରିୟା ଦ୍ଵାରା, ଶୁଣିବା ଏବଂ ଜପ କରିବା, ତୁମେ ମନେ ରଖ, ସ୍ମରଣଂ । ତାହାର ଅର୍ଥ ମନେରଖିବା, ତୁମେ ସର୍ବଦା ଭଗବାନଙ୍କର ସଂଙ୍ଗତରେ ରହିବ ।

ଡ଼ା.ପି.ଜେ.ସାହେର: ତେଣୁ ସବୁ ସମୟରେ, "ମୋତେ ମନେରଖ ।"

ପ୍ରଭୁପାଦ: ହଁ । ହଁ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ (SB 7.5.23) । ତାପରେ ବିଗ୍ରହ ପୂଜା କରିବା, ଭଗବାନଙ୍କର ପାଦ ପଦ୍ମରେ ପୁଷ୍ପ ଅର୍ପଣ କରିବା, ମାଳ ପିନ୍ଧେଇବା, ବସ୍ତ୍ର ପିନ୍ଧେଇବା, ପାଦସେବନମ୍, ଅର୍ଚନଂ ବନ୍ଦନଂ, ପ୍ରାର୍ଥନା କରିବା, ଦାସ୍ୟଂ, ସେବା କରିବା । ଏହିପରି ଭାବରେ, ନଅଟି ଭିନ୍ନ ପ୍ରକ୍ରିୟା ଅଛି ।

ଡ଼ା.ପି.ଜେ.ସାହେର: ଆମର ଖ୍ରୀଷ୍ଟିୟାନ୍ ଧର୍ମରେ ମଧ୍ୟ ଏପରି ଏକ ସମାନ ଜିନିଷ ଅଛି, ସମାନ୍ତର... (ଜର୍ମାନ)

ପ୍ରଭୁପାଦ: ହଁ । ଖ୍ରୀଷ୍ଟିୟାନ୍ ବିଧି, ପ୍ରାର୍ଥନା କରିବା । ତାହା ହେଉଛି ଭକ୍ତି, ତାହା ହେଉଛି ଭକ୍ତି । (ଜର୍ମାନ) କଳି ଯୁଗ ଅର୍ଥାତ୍ ଲଢ଼େଇ କରିବା । ସତ୍ୟ ବୁଝିବା ପାଇଁ କେହି ଆଗ୍ରହି ନୁହଁନ୍ତି, କିନ୍ତୁ ସେମାନେ କେବଳ ଲଢ଼େଇ କରୁଛନ୍ତି । "ମୋ ମତରେ, ଏହା ।" ମୁଁ କହୁଛି, "ମୋ ମତରେ, ଏହା ।" ତୁମେ କହୁଛ, "ତାର ମତ ।" ତେଣୁ ଆନେକ ମୂର୍ଖ ମତ ଏବଂ ସେମାନଙ୍କ ମଧ୍ୟରେ ଲଢ଼େଇ । ଏହି ଯୁଗ । କୌଣସି ଆଦର୍ଶ ମତ ନାହିଁ । ସମସ୍ତଙ୍କର ନିଜର ମତ ଅଛି । ସେଥିପାଇଁ ଲଢ଼େଇ ହେଉଛି । ସମସ୍ତେ କୁହଁନ୍ତି, "ମୁଁ ଏପରି ଭାବୁଛି ।" ତେଣୁ ତୁମର ମୂଲ୍ୟ କ'ଣ, ତୁମେ ସେପରି ଭାବୁଛ? ଏହା ହେଉଛି କଳି ଯୁଗ । କାରଣ ତୁମର କୌଣସି ଆଦର୍ଶ ଜ୍ଞାନ ନାହିଁ । ଯଦି ଜଣେ ଶିଶୁ ପିତାକୁ କୁହେ, "ମୋ ମତରେ, ଆପଣ ଏହା କରିବା ଉଚିତ୍ ।" ସେହି ମତ ନେବା କଥା କି? ଯଦି ସେ କିଛି ଜାଣି ନାହିଁ, କିପରି ସେ ତାର ମତ ଦେଇପାରିବ? କିନ୍ତୁ ଏଠାରେ, ଏହି ଯୁଗରେ, ସମସ୍ତେ ନିଜର ମତ ସହିତ ପ୍ରସ୍ତୁତ ଅଛନ୍ତି । ସେଥିପାଇଁ ଲଢ଼େଇ, ଜଗଢ଼ା ହେଉଛି । ଯେପରିକି ଯୁକ୍ତରାଷ୍ଟ୍ର, ସମସ୍ତ ବଡ଼ ବ୍ୟକ୍ତି ସେଠାକୁ ଯାଆନ୍ତି ଏକଜୁଟ ହେବା ପାଇଁ, କିନ୍ତୁ ସେମାନେ ପତାକାରେ ବୃଦ୍ଧି କରୁଛନ୍ତି । ବାସ୍ । ଲଢ଼େଇ, ଏହା କେବଳ ଏକ ଲଢ଼େଇର ସମାଜ । ପାକିସ୍ଥାନ, ହିନ୍ଦୁସ୍ଥାନ, ଆମେରିକା, ଭିଏତନାମ । ଏହା ଏକଜୁଟ ହେବା ପାଇଁ ହୋଇଛି କିନ୍ତୁ ଏହା ଲଢ଼େଇର ସଂଘ ହେବାରେ ଲାଗିଛି । ବାସ୍ । ସବୁକିଛି । କାରଣ ସମସ୍ତେ ଅପୂର୍ଣ୍ଣ ଅଟନ୍ତି, କେହି ତାର ପୂର୍ଣ୍ଣ ଜ୍ଞାନ ଦେବା ଉଚିତ୍ ।

ଜର୍ମାନ ମହିଳା: ଆପଣଙ୍କର କହିବାର ଅର୍ଥ କଳି ଯୁଗର ଅସ୍ତିତ୍ଵ ସବୁ ସମୟରେ?

ପ୍ରଭୁପାଦ: ନା । ଏହା ହେଉଛି ଅବଧୀ ଯେତେବେଳେ ମୂର୍ଖ ଲୋକମାନେ ବିକସିତ କରନ୍ତି... ସମାଧାନ କରିବା ପରିବର୍ତ୍ତେ ଲଢ଼େଇ ବୃଦ୍ଧି ପାଉଛି । କାରଣ ସେମାନଙ୍କର କୌଣସି ଆଦର୍ଶ ଜ୍ଞାନ ନାହିଁ । ସେଥିପାଇଁ ଏହି ବ୍ରହ୍ମ-ସୂତ୍ର କୁହେ ଯେ ତୁମେ ପରମ ସତ୍ୟ ବିଷୟରେ ଅନୁସନ୍ଧାନ କରିବା ପାଇଁ ଉତ୍ସୁକ ହେବା ଉଚିତ୍ । ଅଥାତୋ ବ୍ରହ୍ମ ଜିଜ୍ଞାସା । ବର୍ତ୍ତମାନ ଉତ୍ତର ହେଉଛି, ପରବର୍ତ୍ତୀ ଉଦ୍ଧୃତ ହେଉଛି, ଯେ ବ୍ରହ୍ମ, କିମ୍ଵା ପରମ ସତ୍ୟ ହେଉଛି ଯେଉଁଥିରୁ, କିମ୍ଵା ଯାହା ଠାରୁ, ସବୁକିଛି ଆସିଛି । ଅଥାତୋ ବ୍ରହ୍ମ ଜିଜ୍ଞାସା, ଜନ୍ମାଦି ଯସ୍ୟ ଯତଃ (SB 1.1.1) । ବର୍ତ୍ତମାନ ତୁମକୁ ଖୋଜିବାର ଅଛି କେଉଁଠାରୁ...ସମସ୍ତେ ଖୋଜିବାକୁ ଚେଷ୍ଟା କରୁଛନ୍ତି ଅନ୍ତିମ କାରଣ କ'ଣ । ତାହା ଲକ୍ଷ୍ୟ ହେବା ଉଚିତ୍ । ଯଦି ତୁମେ ଏହି ତତ୍ତ୍ଵଜ୍ଞାନ ସଂବନ୍ଧୀ ଉଦାହରଣଗୁଡ଼ିକୁ ଅନୁସରଣ କରିବ ତେବେ ତୁମର ଲଢ଼େଇ ବନ୍ଦ ହୋଇଯିବ । ତୁମେ ଶାନ୍ତ ହୋଇଯିବ । ଏହି ଶ୍ଳୋକ ମଧ୍ୟ ତତ୍ତ୍ଵ ଜିଜ୍ଞାସା । ତତ୍ତ୍ଵ ଜିଜ୍ଞାସା ଅର୍ଥାତ୍ ପରମ ସତ୍ୟ ବିଷୟରେ ଅନୁସନ୍ଧାନ କରିବା । ବସ, କାରଣ ପୁରୁଷମାନଙ୍କର ଏକ ଶ୍ରେଣୀ ହେବା ଉଚିତ୍, ସମାଜରେ ପୁରୁଷମାନଙ୍କର ଅତି ବୁଦ୍ଧିମାନ ଶ୍ରେଣୀ, ଯେଉଁମାନେ ପରମ ସତ୍ୟ ବିଷୟରେ ଆଲୋଚନା କରିପାରିବେ, ଏବଂ ସେମାନେ ଅନ୍ୟମାନଙ୍କୁ ସୂଚନା ଦେଇପାରିବେ, "ଏହା ହେଉଛି ପରମ ସତ୍ୟ, ମୋର ପ୍ରିୟ ସାଙ୍ଗମାନେ, ମୋର ପ୍ରିୟ..." ତୁମେ ଏପରି କର । ଏହା ଆବଶ୍ୟକ । କିନ୍ତୁ ଏଠାରେ ସମସ୍ତେ ପରମ ସତ୍ୟ ଅଟନ୍ତି । ତାହା ହେଉଛି ଲଢ଼େଇ ।