OR/Prabhupada 0203 - ଏହି ହରେ କୃଷ୍ଣ ଆନ୍ଦୋଳନକୁ ବନ୍ଦ କର ନାହିଁ



Lecture and Initiation -- Chicago, July 10, 1975

ପ୍ରଭୁପାଦ: ଯଜ୍ଞ, ବଳିଦାନ...ଯଜ୍ଞ-ଦାନ-ତପଃ-କ୍ରିୟା । ମାନବ ଜୀବନ ଯଜ୍ଞ କରିବା ପାଇଁ ଅଛି, ଦାନ ଦେବା ପାଇଁ, ଏବଂ ତପସ୍ୟା ଅଭ୍ୟାସ କରିବା ପାଇଁ । ତିନୋଟି ଜିନିଷ । ତାହା ହେଉଛି ମାନବ ଜୀବନର ଅର୍ଥ । ମାନବ ଜୀବନ କୁକୁର, ବିଲେଇମାନଙ୍କ ପରି ରହିବା ପାଇଁ ହୋଇନାହିଁ । ତାହା ହେଉଛି ଅସଫଳତା । ସେହି ପ୍ରକାରର ସଭ୍ୟତା, କୁକୁର ସଭ୍ୟତା, ହେଉଛି ମାନବ ସଭ୍ୟତାର ଅସଫଳତା । ମାନବ ଜୀବନ ତିନୋଟି ଜିନିଷ ପାଇଁ ଅଛି: ଯଜ୍ଞ-ଦାନ-ତପଃ-କ୍ରିୟା । କିପରି ଯଜ୍ଞ କରାଯିବା କଥା ତାହା ଜଣେ ଜାଣିବା ଉଚିତ୍, କିପରି ଦାନ ଦିଆଯାଏ, ଏବଂ କିପରି ତପସ୍ୟା ଅଭ୍ୟାସ କରିବା । ତହା ହେଉଛି ମନୁଷ୍ୟ ଜୀବନ । ତେଣୁ ଯଜ୍ଞ-ଦାନ-ତପସ୍ୟା, ଅନ୍ୟ ଯୁଗମାନଙ୍କରେ ସେଗୁଡ଼ିକ ସାଧନ ଅନୁସାରେ କରାଯାଉ ଥିଲା । ଯେପରି ସତ୍ୟଯୁଗରେ, ବାଲ୍ମୀକି ଋଷି, ସେ ତପସ୍ୟା ଅଭ୍ୟାସ କରୁଥିଲେ, ଧ୍ୟାନ, ଷାଠିଏ ବର୍ଷ ପାଇଁ । ସେହି ସମୟରେ ଲୋକମାନେ ଶହେ ହଜାରେ ବର୍ଷ ପାଇଁ ଜୀବିତ ରହୁଥିଲେ । ତାହା ବର୍ତ୍ତମାନ ସମ୍ଭବ ନୁହେଁ । ଧ୍ୟାନ ସେହି ଯୁଗରେ ସମ୍ଭବ ଥିଲା, କିନ୍ତୁ ବର୍ତ୍ତମାନ ତାହା ସମ୍ଭବ ନୁହେଁ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ଯଜ୍ଞ ସଂକୀର୍ତ୍ତନ-ପ୍ରାୟଃ: "ତୁମେ ଏହି ଯଜ୍ଞ, ସଂକୀର୍ତ୍ତନ କର ।" ତେଣୁ ସଂକୀର୍ତ୍ତନ-ଯଜ୍ଞ କରିବା ଦ୍ଵାରା, ତୁମେ ସେହି ପରିଣାମ ପ୍ରାପ୍ତ କରିପାରିବ । ଯେପରି ବାଲ୍ମୀକି ମୁନି ପରିଣାମ ପାଇଲେ ଷାଠିଏ ହଜାର ବର୍ଷ ତପସ୍ୟା କରିବା ପରେ, ତୁମେ ସେହି ପରିଣାମ କେବଳ ସଂକୀର୍ତ୍ତନ ଯଜ୍ଞ କରିବା ଦ୍ଵାରା ହୋଇପାରେ କିଛି ଦିନରେ ପାଇପାରିବ । ଏହା ହେଉଛି ଅତି ଦୟା ।

ତେଣୁ ମୁଁ ଭାରୀ ପ୍ରସନ୍ନ ଯେ ପଶ୍ଚିମୀ ଦେଶମାନଙ୍କରେ, ବିଶେଷ କରି ଆମେରିକାରେ, ତୁମେ ଭାଗ୍ୟବାନ ବାଳକ ଏବଂ ବାଳିକାମାନେ, ତୁମେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିଛ । ଲୋକମାନେ ପ୍ରଶଂସା କରୁଛନ୍ତି । ମୁଁ ମଧ୍ୟ ଭାରୀ ପ୍ରସନ୍ନ ଅଛି । ତେଣୁ ଏହି ଯଜ୍ଞ, ଯେପରି ତୁମେ ବସ୍ ରେ ବିଗ୍ରହ ନେଇଯାଉଛ, ଅଭ୍ୟନ୍ତର ଭାଗକୁ ଯାଇ ଯଜ୍ଞ କରୁଛ...ଏହି ପ୍ରକ୍ରିୟାକୁ ଜାରି ରଖ ଯେପର୍ଯ୍ୟନ୍ତ ସମଗ୍ର ଦେଶ ରାଷ୍ଟ୍ରିୟ ସ୍ତରରେ ଏହି ଧାର୍ମିକ ମତକୁ ସ୍ଵୀକାର ନ କରିଛି ।

ଭକ୍ତ: ଜୟ!

ପ୍ରଭୁପାଦ:ସେମାନେ ଏହାକୁ ସ୍ଵୀକାର କରିବେ । ଏହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଭବିଷ୍ୟ ବାଣୀ,

ପୃଥିବୀତେ ଅଛେ ଯତ ନଗରାଦି-ଗ୍ରାମ
ସର୍ବତ୍ର ପ୍ରଚାର ହେବେ ମୋର ନାମ

ଚୈତନ୍ୟ ମହାପ୍ରଭୁ କହିଥିଲେ ଯେ ସମସ୍ତ ଗ୍ରାମ, ସମସ୍ତ ନଗର, ସମସ୍ତ ଦେଶ, ସମସ୍ତ ସହରରେ, ଏହି ସଂକୀର୍ତ୍ତନ ଆନ୍ଦୋଳନ ରହିବ, ଏବଂ ଲୋକମାନେ ଚୈତନ୍ୟ ମହାପ୍ରଭୁଙ୍କର କୃତଜ୍ଞତା ଅନୁଭବ କରିବେ: "ହେ ଭଗବାନ, ଆପଣ ଆମକୁ ଏତେ ଉତ୍କୃଷ୍ଠ ଜିନିଷ ଦେଇଛନ୍ତି ।" ଏହା ହେଉଛି ଭବିଷ୍ୟ ବାଣୀ । ଆମକୁ କେବଳ ଆମ ତରଫରୁ ଭଲ ଭାବରେ ଚେଷ୍ଟା କରିବାକୁ ହେବ । ତେଣୁ ଏହା ଏତେ କଷ୍ଟକର ନୁହେଁ । ତୁମେ ବିଗ୍ରହ ପ୍ରତିଷ୍ଠା କରିଛ । ବିଭିନ୍ନ ବସରେ ସହରରୁ ସହରକୁ, ନଗରରୁ ନଗରକୁ, ଗାଁରୁ ଗାଁକୁ ନେଉଛ । ଏବଂ ବର୍ତ୍ତମାନ ତୁମର ଅନୁଭବ ଅଛି, ତେଣୁ ଏହି ଆନ୍ଦୋଳନକୁ ବିସ୍ତାର କର । ଯେପରି ମୁଁ ବାରମ୍ବାର କହୁଛି ଯେ ତୁମ ଦେଶ, ଅମେରିକା, ଭାଗ୍ୟବାନ ଅଟେ, ଏବଂ ସେମାନଙ୍କୁ କେବଳ ଏହାର ଆବଶ୍ୟକତା ଅଛି, ସଂକୀର୍ତ୍ତନ...ତାପରେ ସେମାନେ ପୂର୍ଣ୍ଣ ହୋଇଯିବେ । ଗତକାଲି ମୁଁ ଏତେ ସାରା ଜିନିଷ ଆଲୋଚନା କରିଥିଲି - ସଂଭବତଃ ତୁମେ ଖବରକାଗଜରେ ଦେଖିଥିବ - ଯେ ଏକ ସଂପୂର୍ଣ୍ଣ ନିରୀକ୍ଷଣ ଆବଶ୍ୟକ, ଆଧ୍ୟାତ୍ମିକ ନିରୀକ୍ଷଣ । ବର୍ତ୍ତମାନ, ସମୟରେ ସବୁକିଛି ବହୁତ ଭଲଭାବରେ ଚାଲିନାହିଁ । ଭୌତିକ ଭାବରେ, ତୁମେ ଦୁଃଖୀତ ହୁଅ ନାହିଁ ଯେ ଏହି ଦୌଡ଼ା ଦୌଡ଼ି ଆମକୁ ଆଧ୍ୟାତ୍ମିକ ଜୀବନରେ ସାହାର୍ଯ୍ୟ କରିବ ନାହିଁ । ଭୌତିକ ପ୍ରଗତି କର, କିନ୍ତୁ ତୁମର ଆଧ୍ୟାତ୍ମିକ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ ପରିଚୟ ଭୁଲ ନାହିଁ । ଅନ୍ୟଥା ଏହା କ୍ଷତି ହେବ । ତେବେ ଏହା ହେଉଛି ଶ୍ରମ ଏବ ହି କେବଳମ (SB 1.2.8), କେବଳ ବିନା ଲାଭରେ କାମ କରିବା । ଯେପରିକି ତୁମର ଚନ୍ଦ୍ର ଅଭିଯାନ, କେବଳ ସମୟର ନଷ୍ଟ ଏବଂ ଟଙ୍କାର ଅନାବଶ୍ୟକ ଖର୍ଚ୍ଚ । ତେଣୁ ଏତେ କୋଟି ଡଲାର୍ ତୁମେ ନଷ୍ଟ କରିଛ, ଏବଂ ତୁମେ କ'ଣ ପାଇଲ? ଅଳ୍ପ ଧୂଳି, ବାସ୍ । ଏହି ଭାବରେ ମୂର୍ଖ ହୁଅ ନାହିଁ । ବ୍ୟବହାରିକ ହୁଅ । ଯଦି ଏତେ ପରିମାଣର ଟଙ୍କା, ଡଲାର୍, ଖର୍ଚ୍ଚ କରାଯାଇ ଥାନ୍ତା, ଏହି କୃଷ୍ଣ ଚେତନା ଆନ୍ଦୋଳନ ସମଗ୍ର ଦେଶରେ ବିତରଣ କରିବା ପାଇଁ, ତେବେ ଅପରିମିତ ଲାଭ ପ୍ରାପ୍ତ ହୋଇଥାନ୍ତା । ଯାହା ହେଉ, ଆମେ କିଛି କହି ପାରିବା ନାହିଁ । ତୁମର ଟଙ୍କା ତୁମେ ଅପବ୍ୟୟ କରିପାରିବ । ତାହା ତୁମର କାମ । କିନ୍ତୁ ଆମେ ସାଧୁ ଏବଂ ପ୍ରକୁସ୍ଥିତ ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛୁ ଯେ ତୁମେ ଏହି ସଂକୀର୍ତ୍ତନ ଆନ୍ଦୋଳନ ସ୍ଵୀକାର କର, ବିଶେଷ କରି ଆମେରିକାରେ, ଏବଂ ଅନ୍ୟ ଦେଶମାନଙ୍କୁ ଏହା ବିସ୍ତାର କର, ଇଉରୋପ, ଏସିଆ । ତୁମକୁ ପୂର୍ବରୁ ହିଁ ଦୁନିଆର ସବୁଠାରୁ ଧନୀ ଦେଶ ରୂପରେ ସମ୍ମାନ ମିଳିଛି । ତୁମର ବୁଦ୍ଧି ଅଛି । ତୁମେ ସବୁ କିଛି ପାଇଛ । କେବଳ ଏହି ଆନ୍ଦୋଳନ, ହରେ କୃଷ୍ଣ ଆନ୍ଦୋଳନକୁ, ଧୈର୍ଯ୍ୟର ସହିତ, ତତ୍ପରତାର ସହିତ ଏବଂ ବୁଦ୍ଧିର ସହିତ ସ୍ଵୀକାର କର । ଏହା ଅତି ସରଳ । ତୁମେ ପୂର୍ବରୁ ଅନୁଭବ କରୁଛ । ଏହାକୁ ବନ୍ଦ କର ନାହିଁ । ଅଧିକରୁ ଅଧିକ ବୃଦ୍ଧି କର । ତୁମର ଦେଶ ଖୁସୀ ହେବ, ଏବଂ ସମଗ୍ର ଦୁନିଆ ଖୁସୀ ହେବ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ!