OR/Prabhupada 0206 - ବୈଦିକ ସମାଜରେ ଟଙ୍କାର ପ୍ରଶ୍ନ ନାହିଁ
Morning Walk -- October 16, 1975, Johannesburg
ପ୍ରଭୁପାଦ: "ସମସ୍ତ ଦୁର୍ଜନମାନଙ୍କୁ ନିଅ," ତାପରେ ସେମାନଙ୍କୁ ପ୍ରଶିକ୍ଷିତ କର । ତାହା ଆବଶ୍ୟକ । ସମସ୍ତଙ୍କୁ ଦୁର୍ଜନ ରୂପେ ନିଅ । କୌଣସି ପ୍ରଶ୍ନ ନାହିଁ ଯେ "ଏଠାରେ ବୁଦ୍ଧିମାନ ବ୍ୟକ୍ତି ଅଛି, ଏଠାରେ ଦୁର୍ଜନ ଅଛି, ଏଠାରେ..." ନା । ସର୍ବପ୍ରଥମେ ସମସ୍ତଙ୍କୁ ଦୁର୍ଜନ ରୂପରେ ନିଅ, ଏବଂ ତାପରେ ସେମାନଙ୍କୁ ପ୍ରଶିକ୍ଷିତ କର । ତାହା ଆବଶ୍ୟକ । ତାହା ବର୍ତ୍ତମାନ ଆବଶ୍ୟକ । ବର୍ତ୍ତମାନ ସମୟରେ ସମଗ୍ର ଦୁନିଆ ଦୁର୍ଜନ ବ୍ୟକ୍ତିମାନଙ୍କ ଦ୍ଵାରା ପୂର୍ଣ୍ଣ । ବର୍ତ୍ତମାନ, ଯଦି ସେମାନେ କୃଷ୍ଣ ଚେତନା ସ୍ଵୀକାର କରନ୍ତି, ସେମାନଙ୍କ ମଧ୍ୟରୁ ମନୋନୀତ କର । ଯେପରିକି ମୁଁ ପ୍ରଶିକ୍ଷଣ ଦେଉଛି । ତୁମେମାନେ ପ୍ରଶିକ୍ଷଣ ଦ୍ଵାରା ବ୍ରାହ୍ମଣ ହୋଇଛ । ତେଣୁ ଜଣେ ଯିଏ ପ୍ରଶିକ୍ଷଣ ଦ୍ଵାରା ବ୍ରାହ୍ମଣ ହେବା ପାଇଁ ପ୍ରସ୍ତୁତ ଅଛି, ତାକୁ ବ୍ରାହ୍ମଣ ବର୍ଗୀକୃତ କର । ଯିଏ କ୍ଷେତ୍ରିୟ ଭାବରେ ପ୍ରଶିକ୍ଷିତ, ତାକୁ ବର୍ଗୀକୃତ କର । ଏହିପରି ଭାବରେ, ଚାର୍ତୁବର୍ଣ୍ଣ୍ୟଂ ମୟା ସୃଷ୍ଟ...
ହରିକେଶ: ଏବଂ ସେହି କ୍ଷେତ୍ରିୟ ମୂଲତଃ ସମସ୍ତଙ୍କୁ ନିଯୁକ୍ତ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଚୟନ କରନ୍ତି ।
ପ୍ରଭୁପାଦ: ହମ୍?
ହରିକେଶ: ସେ ପ୍ରଥମରୁ ଚୟନ...
ପ୍ରଭୁପାଦ: ନା, ନା, ନା । ତୁମେ ଚୟନ କର... ତୁମେ ସମଗ୍ର ଜନସମୂହକୁ ଶୂଦ୍ର ରୂପରେ ନିଅ । ତାପରେ...
ହରିକେଶ: ଚୟନ କରିବି ।
ପ୍ରଭୁପାଦ: ଚୟନ କର । ଏବଂ ବାକି ଯେଉଁମାନେ ଅଛନ୍ତି, ଯିଏ ନା ବ୍ରାହ୍ମଣ, ନା କ୍ଷେତ୍ରିୟ, ନା ବୈଶ୍ୟ, ତେବେ ସେ ଶୂଦ୍ର । ବାସ୍, ଏହା ବହୁତ ସହଜ କଥା । ଯଦି ସେ ଯନ୍ତ୍ରି ଭାବରେ ପ୍ରଶିକ୍ଷିତ ହୋଇ ପାରିବ ନାହିଁ, ତେବେ ସେ ସାଧାରଣ ବ୍ୟକ୍ତି ହୋଇ ରହିଯିବ । ବାଧ୍ୟତା ମୂଳକ ନୁହେଁ । ଏହା ସମାଜକୁ ଅୟୋଜିତ କରିବାର ଉପାୟ । ବାଧ୍ୟତା ମୂଳକ ନୁହେଁ । ଶୂଦ୍ର ମଧ୍ୟ ଆବଶ୍ୟକ ।
ପୁଷ୍ଟ କୃଷ୍ଣ: ବର୍ତ୍ତମାନ ଆଧୁନିକ ସମାଜରେ ପ୍ରୋତ୍ସାହନ ହେଉଛି ଶିକ୍ଷିତ ହେବା କିମ୍ଵା ଯନ୍ତ୍ରି ହେବା ହେଉଛି ଟଙ୍କା । ବୈଦିକ ସଂସ୍କୃତିରେ ପ୍ରୋତ୍ସାହନ କ'ଣ?
ପ୍ରଭୁପାଦ: ଟଙ୍କାର କୌଣସି ଆବଶ୍ୟକତା ନାହିଁ । ବ୍ରାହ୍ମଣମାନେ ବିନା ଶୁଲ୍କରେ ସବୁ କିଛି ଶିଖଉଥିଲେ । ଟଙ୍କାର କୌଣସି ପ୍ରଶ୍ନ ନାହିଁ । କେହି ବି ଶିକ୍ଷା ନେଇପାରିବ ଏକ ବ୍ରାହ୍ମଣ ପରି କିମ୍ଵା ଏକ କ୍ଷେତ୍ରିୟ ପାରି, ଏକ ବୈଶ୍ୟ ପରି । ସେଠାରେ ନାହିଁ ...ବୈଶ୍ୟ କୌଣସି ଶିକ୍ଷା ଆବଶ୍ୟକ କରେ ନାହିଁ । କ୍ଷେତ୍ରିୟ ଅଳ୍ପ ଆବଶ୍ୟକ କରେ । ବ୍ରାହ୍ମଣ ଆବଶ୍ୟକ କରେ । କିନ୍ତୁ ତାହା ନିଶୁଳ୍କ । କେବଳ ଏକ ବ୍ରାହ୍ମଣ ଗୁରୁ ଖୋଜ ଏବଂ ସେ ତୁମକୁ ନିଶୁଳ୍କ ଶିକ୍ଷା ଦେବେ । ବାସ୍ । ଏହା ହେଉଛି ସମାଜ । ବର୍ତ୍ତମାନ, ଯଥା ଶୀଘ୍ର...ବର୍ତ୍ତମାନ ସମୟରେ, ଯଥା ଶିଘ୍ର କେହି ଶିକ୍ଷିତ ହେବାକୁ ଚାହେଁ, ସେ ଟଙ୍କା ଆବଶ୍ୟକ କରେ । କିନ୍ତୁ ବୈଦିକ ସମାଜରେ ଟଙ୍କାର ପ୍ରଶ୍ନ ନାହିଁ । ନିଶୁଳ୍କ ଶିକ୍ଷା ।
ହରିକେଶ: ତେଣୁ ପ୍ରୋତ୍ସାହନ ହେଉଛି ସମାଜରେ ଖୁସୀ? ପ୍ରଭୁପାଦ: ହଁ, ତାହା ହେଉଛି...ସମସ୍ତେ ଉତ୍କଣ୍ଠାରେ ଅଛନ୍ତି: "ଖୁସୀ କେଉଁଠାରେ ଅଛି?" ଏହା ଖୁସୀ ହୋଇପାରିବ । ଯେତେବେଳେ ଲୋକମାନେ ଶାନ୍ତିପୂର୍ଣ୍ଣ ହୋଇଯିବେ, ସେମାନଙ୍କର ଜୀବିକା ନିର୍ବାହ ଅବସ୍ଥାରେ ଖୁସୀ, ତାହା ଖୁସୀ ଆଣିବ, ନା କି କଳ୍ପନା ଦ୍ଵାରା ଯେ "ଯଦି ମୋତେ ଏକ ଗଗନଚୁମ୍ବୀ କୋଠାଘର ମିଳେ, ମୁଁ ଖୁସୀ ହେବି," ଏବଂ ତାପରେ ତା ଉପରୁ ଡିଆଁ ମାର ଏବଂ ଆତ୍ମ ହତ୍ୟା କର । ତାହା ଚାଲିଛି । ସେ ଭାବୁଛି ଯେ, "ଯଦି ମୋର ଏକ ଗଗନଚୁମ୍ବୀ କୋଠାଘର ଥିବ, ମୁଁ ଖୁସୀ ହେବି," ଏବଂ ଯେତେବେଳେ ସେ ନିରାଶ ହୋଇଯାଏ, ସେ ତଳକୁ ଡେଇଁ ପଡ଼େ । ତାହା ଚାଲିଛି । ଏହା ହେଉଛି ଖୁସୀ । ତାହା ଅର୍ଥାତ୍ ସମସ୍ତେ ଦୁର୍ଜନ ଅଟନ୍ତି । ସେମାନେ ଜାଣି ନାହାଁନ୍ତି ଖୁସୀ କ'ଣ । ସେଥିପାଇଁ ସମସ୍ତଙ୍କୁ କୃଷ୍ଣଙ୍କ ଠାରୁ ମାର୍ଗ ଦର୍ଶନର ଆବଶ୍ୟକତା ଅଛି । ଏହା ହେଉଛି କୃଷ୍ଣ ଚେତନା । ବର୍ତ୍ତମାନ ତୁମେ କହୁଥିଲ ଯେ ଏଠାରେ ଅଧିକ ପରିମାଣରେ ଆତ୍ମହତ୍ୟା ହୁଏ?
ପୁଷ୍ଟ କୃଷ୍ଣ: ହଁ ।
ପ୍ରଭୁପାଦ: କାହିଁକି? ଏହା ଏପରି ଦେଶ ଯାହା ପାଖରେ ସୁନା ଖଣି ଅଛି, ଏବଂ କାହିଁକି ସେମାନେ...? ଏବଂ ତୁମେ କହୁଛ ଏଠାରେ ଗରୀବ ହେବା କଷ୍ଟକର ।
ପୁଷ୍ଟ କୃଷ୍ଣ: ହଁ । ତୁମକୁ ଗରୀବ ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ।
ପ୍ରଭୁପାଦ: ହଁ । ଏବଂ ତଥାପି ଆତ୍ମ ହତ୍ୟା ହେଉଛି । କାହିଁକି? ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଧନୀ, ଏବଂ କାହିଁକି ସେ ଆତ୍ମ ହତ୍ୟା କରୁଛନ୍ତି । ହମ୍? ତୁମେ ଉତ୍ତର ଦେଇ ପାରିବ କି?
ଭକ୍ତ: ସେମାନଙ୍କ ପାଖରେ କେନ୍ଦ୍ରିୟ ସୁଖର ଅଭାବ ଅଛି?
ପ୍ରଭୁପାଦ: ହଁ । କୌଣସି ଖୁସୀ ନାହିଁ ।