OR/Prabhupada 0217 - ଦେବହୁତିଙ୍କର ସ୍ଥିତି ଏକ ଅଦର୍ଶ ମହିଳାକୁ ଦର୍ଶାଏ



Lecture on SB 3.28.1 -- Honolulu, June 1, 1975

ତେବେ ଏହି ରାଜକୁମାରୀ, ଅର୍ଥାତ୍ ମନୁର ଝିଅ, ସେ କରଦମ ମୁନୀଙ୍କର ସେବା କରିବାକୁ ଲାଗିଲେ । ଏବଂ ଯୋଗ ଆଶ୍ରମରେ, ଏହା ଏକ କୁଟିଆ ଥିଲା, ଏବଂ ସେଠାରେ ଭଲ ଖାଦ୍ୟ ନ ଥିଲା, ଦାସୀ ନ ଥିଲେ, ଏପରି କିଛି ନ ଥିଲା । ତେଣୁ ଧିରେ ଧିରେ ଦୁର୍ବଳ ଏବଂ ପତଳା ହୋଇଗଲେ, ଏବଂ ସେ ଭାରୀ ସୁନ୍ଦର, ରାଜାଙ୍କର ଝିଅ । ତେଣୁ କରଦମ ମୁନୀ ଭାବିଲେ ଯେ "ତାଙ୍କର ପିତା ତାଙ୍କୁ ମୋତେ ଦେଇଛନ୍ତି, ଏବଂ ସେ ତାଙ୍କର ସ୍ଵାସ୍ଥ୍ୟରେ, ତାଙ୍କର ସୁନ୍ଦରତାରେ ବିକୃତ ହୋଇଯାଉଛନ୍ତି । ତେଣୁ ସ୍ଵାମୀ ହିସାବରେ, ମୁଁ ତାଙ୍କ ପାଇଁ କିଛି କରିବାକୁ ହେବ । ତେଣୁ ଯୋଜ ଶକ୍ତି ଦ୍ଵାରା ସେ ଏକ ବଡ଼ ଉଡ଼ାଜାହାଜ ନିର୍ମାଣ କରିଲେ । ତାହା ହେଉଛି ଯୋଗ ଶକ୍ତି । ନା କି ୭୪୭ । (ହସ) ଏକ ଏତେ ବଡ଼ ସହର, ସେଠାରେ ହ୍ରଦ ଥିଲା, ବଗିଚା ଥିଲା, ଦାସୀ ଥିଲେ, ବଡ଼, ବଡ଼ ରାଜମହଲ, ଏବଂ ସଂପୂର୍ଣ୍ଣ ସହର ଆକାଶରେ ଭାସୁଥିଲା, ଏବଂ ସେ ତାଙ୍କୁ ବିଭିନ୍ନ ଗ୍ରହ ଦେଖେଇଲେ । ଏହି ପରି ଭାବରେ...ତାହା ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ତୁମେ ଏହାକୁ ପଢ଼ି ପାରିବ । ତେଣୁ ଯୋଗୀ ହିସାବରେ ସେ ତାଙ୍କୁ ସବୁ ପ୍ରକାରରେ ସନ୍ତୁଷ୍ଟ କରିଲେ । ଏବଂ ପରେ ସେ ସନ୍ତାନ ପାଇଁ ଇଛା କରିଲେ । ତେଣୁ କରଦମ ମୁନୀଙ୍କ ସହିତ ତାଙ୍କର ନଅଟି ଝିଅ ଏବଂ ଗୋଟିଏ ପୁଅ ହେଲା, ଏହି ପ୍ରତିଜ୍ଞା ସହିତ ଯେ "ଯଥା ଶୀଘ୍ର ତୁମେ ତୁମର ସନ୍ତାନ ପାଇବ, ତାପରେ ମୁଁ ଚାଲି ଯିବି ।" ମୁଁ ସର୍ବଦା ତୁମ ସହିତ ରହି ପାରିବି ନାହିଁ ।" ତେଣୁ ସେ ରାଜି ହେଲେ । ତେଣୁ ସେ ସନ୍ତାନମାନଙ୍କୁ ପାଇବା ପରେ ଯେଉଁମାନଙ୍କ ମଧ୍ୟରୁ କପିଳ ଦେବ ଜଣେ ଥିଲେ, ପୁତ୍ର, ଏବଂ ସେ ଯେତେବେଳେ ବଡ଼ ହେଲେ ସେ ମଧ୍ୟ କହିଲେ, "ମୋର ପ୍ରିୟ ମାତା, ମୋର ପିତା ଘର ଛାଡ଼ି ଚାଲି ଯାଇଛନ୍ତି । ମୁଁ ମଧ୍ୟ ଘର ଛାଡ଼ି ଦେବି । ଯଦି ତୁମେ ମୋ ଠାରୁ କିଛି ଶିକ୍ଷା ନେବାକୁ ଚାହୁଁଛ ତୁମେ ନେଇ ପାରିବ । ତାପରେ ମୁଁ ଚାଲି ଯିବି । ତେଣୁ ଯିବା ପୂର୍ବରୁ ସେ ତାଙ୍କ ମାତାକୁ ଉପଦେଶ ଦେଲେ ।

ବର୍ତ୍ତମାନ, ଏହି ଦେବହୁତିଙ୍କର ସ୍ଥିତି ଏକ ଅଦର୍ଶ ମହିଳାକୁ ଦର୍ଶାଏ । ସେ ଭଲ ପିତା ପାଇଲେ, ଭଲ ସ୍ଵାମୀ ପାଇଲେ, ଏବଂ ସେ ଉତ୍ତମ ପୁତ୍ର ପାଇଲେ । ତେଣୁ ମହିଳା ଜୀବନରେ ଏହି ତିନୋଟି ସ୍ତର ଅଛି । ପୁରୁଷଙ୍କର ଦଶଟି ସ୍ତର ଅଛି । ଏହି ତିନୋଟି ସ୍ତର ଅର୍ଥାତ୍ ଯେତେବେଳେ ସେ କିଶୋରୀ ଥାନ୍ତି, ସେ ତାଙ୍କର ପିତାଙ୍କର ସୁରକ୍ଷା ଅଧିନରେ ରହିବା ଉଚିତ୍ । ଯେପରି ଦେବହୁତି ଯେତେବେଳେ ସେ ବଡ଼ ହେଲେ, ଯୁବତୀ, ସେ ତାଙ୍କ ପିତାଙ୍କୁ କହିଲେ ଯେ "ମୁଁ ସେହି ଭଦ୍ର ବ୍ୟକ୍ତି, ସେହି ଯୋଗୀଙ୍କ ସହିତ ବିବାହ କରିବାକୁ ଚାହୁଁଛି ।" ଏବଂ ପିତା ଝିଅର ହାତ ମୁନୀଙ୍କୁ ଦେଲେ । ତେଣୁ, ଯେ ପର୍ଯ୍ୟନ୍ତ ସେ ବିବାହ କରିନାହାଁନ୍ତି ସେ ପିତାଙ୍କ ସୁରକ୍ଷା ଅଧିନରେ ରୁହଁନ୍ତି । ଏବଂ ଯେତେବେଳେ ସେ ବିବାହ କରିଲେ ସେ ଯୋଗୀ ସ୍ଵାମୀ ସହିତ ରହିଲେ । ଏବଂ ସେ ଅନେକ ପ୍ରକାର ର ଅସୁବିଧାରେ ଥିଲେ କାରଣ ସେ ରାଜକୁମାରୀ ଥିଲେ, ରାଜାଙ୍କର ଝିଅ । ଏବଂ ଏହି ଯୋଗୀ, ସେ କୁଟିଆରେ ରହୁଥିଲେ, ଖାଦ୍ୟ ନାହିଁ, ଆଶ୍ରୟ ନାହିଁ, ସେ ପ୍ରକାରର କିଛି ବି । ତେଣୁ ତାଙ୍କୁ ପୀଡ଼ିତ ହେବାକୁ ପଡ଼ିଲା । ସେ କେବେ କହିଲେ ନାହିଁ ଯେ "ମୁଁ ରାଜାଙ୍କର ଝିଅ । ମୁଁ ଜୀବନର ଅନେକ ସମୃଦ୍ଧ ଅବସ୍ଥାରେ ବଢ଼ିଛି । ବର୍ତ୍ତମାନ ମୁଁ ଏକ ସ୍ଵାମୀ ପାଇଲି ଯିଏ ମୋତେ ଭଲ ଘର, ଭଲ ଖାଦ୍ୟ ଦେଇ ପାରିବ ନାହିଁ । ତାକୁ ଛାଡ଼ପତ୍ର ଦିଅ ।" ନା । ଏହା କଦ‍ାପି କରାଯାଇ ନ ଥିଲା । ତାହା ସ୍ଥିତି ନୁହେଁ । "ଯାହା ହେଉ, ମୋର ସ୍ଵାମୀ, ସେ ଯାହା କିଛି ବି ହେଉ, କାରଣ ମୁଁ ମୋର ସ୍ଵାମୀ ହିସାବରେ ଏକ ଭଦ୍ର ବ୍ୟକ୍ତିଙ୍କୁ ସ୍ଵୀକର କରିଛି, ମୁଁ ତାଙ୍କ ଆରମ କଥା ଦେଖିବା ଉଚିତ୍, ଏବଂ ଯାହା କିଛି ତାଙ୍କର ସ୍ଥିତି ଅଛି, ଏହା କିଛି ଫରକ୍ ପକାଏ ନାହିଁ ।" ଏହା ହେଉଛି ସ୍ତ୍ରୀର କର୍ତ୍ତବ୍ୟ । କିନ୍ତୁ ତାହା ହେଉଛି ବୈଦିକ ଉପଦେଶ । ଆଜିକାଲି, ଯଥା ଶୀଘ୍ର ଟିକିଏ ଅନ୍ତର, ଭେଦଭାବ ହେଲେ - ଛାଡ଼ପତ୍ର । ଅନ୍ୟ ଏକ ସ୍ଵାମୀ ଖୋଜ । ନା । ସେ ରହିଲେ । ଏବଂ ସେ ତାପରେ ଅତି ଉତ୍ତମ ସନ୍ତାନ ପାଇଲେ, ଭଗବାନଙ୍କର ବ୍ୟକ୍ତିତ୍ଵ, କପିଳ । ତେଣୁ ଏହା ହେଉଛି ତିନୋଟି ସ୍ତର । ମହିଳାଙ୍କୁ କାମନା କରିବା ଉଚିତ୍...ସର୍ବପ୍ରଥମେ ତାଙ୍କର କର୍ମ ହିସାବରେ ସେ ଏକ ଉପଯୁକ୍ତ ପିତାଙ୍କ ଅଧିନରେ ଆସନ୍ତି, ଏବଂ ତାପରେ ଉପଯୁକ୍ତ ସ୍ଵାମୀ ଅଧିନରେ, ଏବଂ ତାପରେ ଏକ ଉତ୍ତମ ସନ୍ତାନକୁ ଜନ୍ମ ଦିଅଁନ୍ତି ଯେପରି କପିଳ ଦେବ ।