OR/Prabhupada 0218 - ଗୁରୁ ଆଖି ଖୋଲନ୍ତି



Lecture on SB 6.1.55 -- London, August 13, 1975

ତେଣୁ ଆମେ ଜୀବମାନେ, ଆମେ ହେଉଛୁ କୃଷ୍ଣଙ୍କର ଅଂଶ ବିଶେଷ । ଯେପରିକି ଅଗ୍ନି ଏବଂ ଅଗ୍ନିର ଛୋଟ ଖଣ୍ତ, ଅଗ୍ନିକଣିକା, ତହା ହେଉଛି ଆମର ସ୍ଥିତି । କିମ୍ଵା ସୂର୍ଯ୍ୟ ଏବଂ ଚମକୁ ଥିବା କ୍ଷୁଦ୍ର କଣିକା ସବୁମିଶି ସୂର୍ଯ୍ୟକିରଣ ହୋଇଯାଆନ୍ତି । ଯେଉଁ ସୂର୍ଯ୍ୟକିରଣ ଆମେ ପ୍ରତିଦିନ ଦେଖୁ, ଏହା ସମଜାତୀୟ ମିଶ୍ରଣ ନୁହେଁ । ଅଣୁକଣିକା ଅଛି, ଅତି କ୍ଷୁଦ୍ର, ଚମୁକୁ ଥିବା କଣିକା । ତେଣୁ ଆମେ ହେଉଛୁ ସେହିପରି, ଏକ ଅତି କ୍ଷୁଦ୍ର... ଯେପରି ପରମାଣୁ ଅଛି, ଭୌତିକ ପରମାଣୁ - କେହି ଗଣି ପାରିବେନି - ସେହିପରି, ଆମେମାନେ ହେଉଛୁ ଭଗବାନଙ୍କର କଣିକା । ଆମେ କେତେ ସାରା ଅଛୁ, ଗଣତି ନାହିଁ । ଅସଂଖ୍ୟ । ଅସଂଖ୍ୟ ଅର୍ଥାତ୍ ଆମେ ଗଣି ପାରିବା ନାହିଁ । ଏତେ ସାରା ଜୀବ । ତେଣୁ ଆମେ ହେଉଛୁ ଅତି କ୍ଷୁଦ୍ର କଣିକା, ଏବଂ ଆମେ ଏହି ଭୌତିକ ଜଗତକୁ ଆସିଛୁ । ଯେପରି ବିଶେଷ କରି ଇଉରୋପୀୟମାନେ, ସେମାନେ ଅନ୍ୟ ଦେଶକୁ ଉପନିବେଶ ସ୍ଥାପନ କରିବା ପାଇଁ ଯାଆନ୍ତି, ସେମାନଙ୍କର ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ଭୌତିକ ସାଧନ ଉପଯୋଗ କରିବା ପାଇଁ । ଆମେରିକା ଆବିଷ୍କାର ହେଲା, ଏବଂ ଇଉରୋପୀୟମାନେ ସେଠାକୁ ଗଲେ । ଧାରଣା ହେଉଛି ସେଠାକୁ ଯିବା ଏବଂ... ବର୍ତ୍ତମାନ ସେମାନେ ଚନ୍ଦ୍ର ଗ୍ରହକୁ ଯିବାକୁ ଚେଷ୍ଟା କରୁଛନ୍ତି ଯଦି ସେଠାରେ କିଛି ସୁବିଧା ଅଛି ଖୋଜିବା ପାଇଁ । ଏହା ହେଉଛି ବଦ୍ଧ ଜିବାତ୍ମାର ପ୍ରବୃତ୍ତି । ତେଣୁ ସେମାନେ ଏହି ଭୌତିକ ଜଗତକୁ ଆସିଛନ୍ତି । କୃଷ୍ଣ ଭୁଲିୟା ଜିବ ଭୋଗ ବାଞ୍ଛା କରେ । ଅର୍ଥାତ୍ ପୁରୁଷ ହେଉଛି ଭୋକ୍ତା ।

ଭୋକ୍ତା । କୃଷ୍ଣ ହେଉଛନ୍ତି ବାସ୍ତବ ଭୋକ୍ତା । ଭୋକ୍ତାରଂ ଯଜ୍ଞତପସାଂ (BG 5.29) । ତେଣୁ ଆମେ କୃଷ୍ଣଙ୍କର ନକଲ କରୁଛୁ । ଏହା ହେଉଛି ଆମର ସ୍ଥିତି । ସମସ୍ତେ କୃଷ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି । ମାୟାବାଦୀମାନେ, ଯଦିଓ ସେମାନେ ତପସ୍ୟା କରନ୍ତି - ସେମାନେ ଅତି କଠୋର ଭାବରେ ଆଧ୍ୟାତ୍ମିକ ଜୀବନର ସିଦ୍ଧାନ୍ତ ଅନୁସରଣ କରନ୍ତି - କିନ୍ତୁ କାରଣ ସେମାନେ ମାୟା ଅଧିନରେ ଅଛନ୍ତି, ପରିଶେଷରେ ସେମାନେ ଭାବନ୍ତି ଯେ "ମୁଁ ହେଉଛି ଭଗବାନ, ପୁରୁଷ," ସେହି ଏକା ରୋଗ, ପୁରୁଷ । ପୁରୁଷ ଅର୍ଥାତ୍ ଭୋକ୍ତା । ଯେ "ମୁଁ ହେଉଛି କୃଷ୍ଣ..." ଭୋକ୍ତାରଂ ଯଜ୍ଞ... ଏବଂ ତପସ୍ୟା, ନିୟନ୍ତ୍ରକ ସିଦ୍ଧାନ୍ତ ପାଳନ କରିବା ଦ୍ଵାରା ଏତେ ଉନ୍ନତି କରିସାରିଲା ପରେ ମଧ୍ୟ, ମାୟା ଏତେ ଶକ୍ତିଶାଳୀ ଯେ, ସେ ଏହି ଧାରଣାରେ ଅଛନ୍ତି ଯେ "ମୁଁ ହେଉଛି ପୁରୁଷ ।" କେବଳ ସାଧାରଣ ପୁରୁଷ ନୁହେଁ, କିନ୍ତୁ ସର୍ବୋଚ୍ଚ ପୁରୁଷ, ଯେପରି କୃଷ୍ଣଙ୍କୁ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍, ପୁରୁଷଂ ଶାଶ୍ଵତଂ (BG 10.12) "ତୁମେ ହେଉଛ ପୁରୁଷ ।" ତେଣୁ ମାୟା ଏତେ ଶକ୍ତିଶାଳୀ ଯେ ଏତେ ସାରା ଜୀବନରେ ଲାତ ଖାଇବା ପରେ ବି, ସବୁ ଜୀବନରେ, ତଥାପି ସେ ଭାବୁଛି, "ମୁଁ ହେଉଛି ପୁରୁଷ । ମୁଁ ହେଉଛି ଭୋକ୍ତା ।" ଏହା ହେଉଛି ରୋଗ ।

ସେଥିପାଇଁ ଏଠାରେ କୁହାଯାଇଛି ଯେ ଏଶ ପ୍ରକୃତି ସଂଗେନ ପୁରୁଷସ୍ୟ ବିପର୍ଯ୍ୟଃ । ତାର ଭୌତିକ ଜୀବନ ଏହି ଧାରଣାରୁ ଆରମ୍ଭ ହୁଏ, ଯେ "ମୁଁ ହେଉଛି ପୁରୁଷ । ମୁଁ ହେଉଛି ଭୋକ୍ତା ।" ଏବଂ ଯେ ହେତୁ ସେ ଏହି ଧାରଣା ତ୍ୟାଗ କରି ପାରେ ନାହିଁ ଯେ "ମୁଁ ହେଉଛି ଭୋକ୍ତା," ସବୁ ଜନ୍ମରେ ସେ ହେଉଛି ବିପର୍ଯ୍ୟଃ, ବିପରୀତ ଅବସ୍ଥା । ବିପରୀତ ଅବସ୍ଥା ଅର୍ଥାତ୍... କାରଣ ଜୀବ ହେଉଛି ଭଗବାନଙ୍କର ଅଂଶ ବିଶେଷ ଏବଂ ଭଗବାନ ହେଉଛନ୍ତି ସତ୍-ଚିତ୍-ଅନନ୍ଦ-ବିଗ୍ରହଃ (Bs 5.1), ତେଣୁ ଆମେମାନେ ମଧ୍ୟ ସତ୍-ଚିତ୍-ଆନନ୍ଦ-ବିଗ୍ରହଃ ଅଟୁ, ଏକ ଛୋଟ ସତ୍-ଚିତ୍-ଆନନ୍ଦ-ବିଗ୍ରହଃ, କିନ୍ତୁ ଆମର ସ୍ଥିତି ହେଉଛି ପ୍ରକୃତି, ପୁରୁଷ ନୁହେଁ । ଉଦ୍ଭୟ... ଯେପରି ରାଧା ଏବଂ କୃଷ୍ଣ, ସେମାନଙ୍କର ଗୁଣ ସମାନ । ରାଧା କୃଷ୍ଣ ପ୍ରଣୟ ବିକ୍ରତିର ହ୍ଲାଦିନି ଶକ୍ତିର ଅସମାତଃ । ସେମାନେ ଏକ, କିନ୍ତୁ ତଥାପି, ରାଧା ହେଉଛନ୍ତି ପ୍ରକୃତି, ଏବଂ କୃଷ୍ଣ ହେଉଛନ୍ତି ପୁରୁଷ । ସେହିପରି, ଆମେମାନେ, ଯଦିଓ କୃଷ୍ଣଙ୍କର ଅଂଶ ବିଶେଷ ଅଟୁ, କିନ୍ତୁ ଆମେମାନେ ପ୍ରକୃତି, ଏବଂ କୃଷ୍ଣ ହେଉଛନ୍ତି ପୁରୁଷ । ତେଣୁ ଭୁଲରେ, ଯେତେବେଳେ ଆମେ କୃଷ୍ଣ ହେବା ପାଇଁ ଭାବୁ, ଏହାକୁ ମାୟା କିମ୍ଵା ବିପର୍ଯ୍ୟଃ କୁହାଯାଏ । ତାହା ଏଠାରେ କୁହାଯାଇଛି । ଏବଂ ପ୍ରକୃତି ସଂଗେନ ପରୁଷସ୍ୟ ବିପର୍ଯ୍ୟଃ । ବିପର୍ଯ୍ୟ ଅର୍ଥାତ୍ ସେ ବାସ୍ତବରେ ପୁରୁଷ ସହିତ ଉପଭୋଗ କରିବା ପାଇଁ ହୋଇଛି । ଯେତେବେଳେ ପୁରୁଷ ଏବଂ ପ୍ରକୃତି, ପୁରୁଷ ଏବଂ ନାରୀ, ଉପଭୋଗ କରନ୍ତି, ସେମାନେ ଉପଭୋଗ କରନ୍ତି, ସେମାନଙ୍କୁ ସମାନ ଆନନ୍ଦ ମିଳେ, କିନ୍ତୁ ଜଣେ ହେଉଛି ପୁରୁଷ; ଜଣେ ହେଉଛି ପ୍ରକୃତି । ସେହିପରି, କୃଷ୍ଣ ହେଉଛନ୍ତି ପୁରୁଷ, ଏବଂ ଆମେମାନେ ପ୍ରକୃତି । ଯଦି ଆମେ କୃଷ୍ଣଙ୍କ ସହିତ ଉପଭୋଗ କରିବା, ତେବେ ଆନନ୍ଦ, ସେଠାରେ ସତ୍-ଚିତ୍-ଆନନ୍ଦ ଅଛି । ତାହା ଆମେ ଭୁଲିଯାଉଛୁ । ଆମେ ପୁରୁଷ ହେବା ପାଇଁ ଚାହୁଁଛୁ । ତେଣୁ ଯେ କୌଣସି ପ୍ରକାରରେ, ଏହି ଅବସ୍ଥା ଅସ୍ଥିତ୍ଵକୁ ଆସେ, ପୁରୁଷ, ଉପଭୋକ୍ତା ହେବାର ଏକ ଭୁଲ ଧାରଣା । ତାପରେ ପରିଣାମ କ'ଣ? ପରିଣାମ ହେଉଛି ଆମେ ସବୁ ଜୀବନରେ ଉପଭୋକ୍ତା ହେବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ଆମେ ହେଉଛୁ ଭୋଗୀ, ଭୋକ୍ତା ନୁହେଁ । ଅମେ ଉପଭୋକ୍ତା ହେବା ପାଇଁ କେବଳ ସଂଘର୍ଷ କରୁଛୁ । ଏହା ହେଉଛି ଆମର ସ୍ଥିତି ।

ତେଣୁ ତୁମେ କିପରି ଏହି ସଂଘର୍ଷ ରୋକିବ ଏବଂ ତୁମର ପ୍ରକୃତ ସ୍ଥିତିକୁ ଆସିବ? ତାହା ଏଠାରେ କୁହାଯାଇଛି । ସ ଏବ ଚିରଦ ଈଶ ସଂଗାଦ ବିଲିଯତେ । ଜୀବନର ଏହି ଭୁଲ ଧାରଣା, ଯେ "ମୁଁ ହେଉଛି ପୁରୁଷ," ଏହାକୁ ସଂପୂର୍ଣ୍ଣ ଭାବରେ ପରାସ୍ତ କରାଯାଇ ପାରିବ । କିପରି? ଈଶ ସାଙ୍ଗ, ଭଗବାନଙ୍କର ସଙ୍ଗ ଦ୍ଵାରା, ଈଶ । ଈଶ ଅର୍ଥାତ୍ ସର୍ବୋଚ୍ଚ ନିୟନ୍ତ୍ରକ । ଈଶ ସଙ୍ଗ । "ତେଣୁ ଈଶ କେଉଁଠାରେ ଅଛି? ମୁଁ ଈଶକୁ ଦେଖିପାରୁ ନାହିଁ । ମୁଁ ଦେଖିପାରୁ ନାହିଁ... ଏପରିକି କୃଷ୍ଣ ମଧ୍ୟ ଈଶ, ସର୍ବୋଚ୍ଚ, କିନ୍ତୁ ମୁଁ ତାଙ୍କୁ ଦେଖିପାରୁ ନାହିଁ ।" ବର୍ତ୍ତମାନ, କୃଷ୍ଣ ସେଠାରେ ଅଛନ୍ତି । ତୁମେ ହେଉଛ ଅନ୍ଧ । ତୁମେ କାହିଁକି ତାଙ୍କୁ ଦେଖିପାରୁ ନାହିଁ? ସେଥିପାଇଁ ତୁମେ ଦେଖିପାରୁ ନାହଁ । ତେବେ ତୁମକୁ ତୁମର ଆଖି ଖୋଲିବାକୁ ହେବ, ବନ୍ଦ ନୁହେଁ । ତାହା ହେଉଛି ଗୁରୁଙ୍କର କାମ । ଗୁରୁ ଆଖି ଖୋଲନ୍ତି ।

ଅଜ୍ଞାନ ତିମିରାନ୍ଧସ୍ୟ
ଜ୍ଞନାଞ୍ଜନଶଳାକୟା
ଚକ୍ଷୁରୁନ୍ମୀଳିତଂ ଯେନ
ତସ୍ମୈ ଶ୍ରୀଗୁରବେ ନମଃ
(Gautamīya Tantra)

ତେଣୁ କୃଷ୍ଣ କିପରି ଆଖି ଖୋଲନ୍ତି? ଜ୍ଞନାଞ୍ଜନଶଳାକୟା ଦ୍ଵାରା । ଯେପରି ଅନ୍ଧକାରରେ ଆମେ କିଛି ଦେଖି ପାରୁ ନାହୁଁ । କିନ୍ତୁ ଯଦି ସେଠାରେ ଦିଆସିଲି ଏବଂ ମହମବତୀ ଅଛି, ଯଦି ମହମବତୀ ଜଳେଇବା, ତେବେ ଆମେ ଦେଖି ପାରିବା । ସେହିପରି, ଗୁରୁଙ୍କର କାମ ହେଉଛି ଆଖି ଖୋଲିବା । ଆଖି ଖୋଲିବାର ଅର୍ଥ ତାକୁ ଜ୍ଞାନ ଦେବା ଯେ "ତୁମେ ପୁରୁଷ ନୁହଁ । ତୁମେ ହେଉଛ ପ୍ରକୃତି । ନିଜର ଦୃଷ୍ଟିକୋଣ ବଦଳାଅ । ତାହା ହେଉଛି କୃଷ୍ଣ ଚେତନା ।