OR/Prabhupada 0227 - ମୁଁ କାହିଁକି ମରିବି? ମୁଁ ମରିବାକୁ ଚାହୁଁ ନାହିଁ



Lecture -- Los Angeles, May 18, 1972

ତେବେ କୃଷ୍ଣଙ୍କୁ ବୁଝିବା ଟିକିଏ କଷ୍ଟକର । ବାସ୍ତବରେ, ଭଗବାନଙ୍କୁ ବୁଝିବା କଷ୍ଟକର ବିଷୟ । କିନ୍ତୁ ଭଗବାନ ନିଜେ ନିଜ ବିଷୟରେ ଭଗବଦ୍ ଗୀତାରେ କହୁଛନ୍ତି । "ମୁଁ ଏହିପରି । ମୁଁ ଏହିପରି, ଏହି ଭୌତିକ ପ୍ରକୃତି ହେଉଛି ଏହି ପର, ଏହି ଆଧ୍ୟାତ୍ମିକ ପ୍ରକୃତି ହେଉଛି ଏହି ପରି, ଜୀବମାନେ ଏହିପରି..." ସବୁକିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ଭଗବାନ ନିଜେ, ନିଜର ଜ୍ଞାନ ପ୍ରଦାନ କରୁଛନ୍ତି, ଏବଂ ତାହା ଏକମାତ୍ର ପ୍ରକ୍ରୟା ଭଗବାନଙ୍କୁ ବୁଝିବା ପାଇଁ । ଅନ୍ୟଥା, କଳ୍ପନା ଦ୍ଵାରା ଭଗବାନଙ୍କୁ ବୁଝି ହେବ ନାହିଁ । ଏହା ସମ୍ଭବ ନୁହେଁ । ସେ ହେଉଛନ୍ତି ଅସୀମ ଏବଂ ଆମେ ହେଉଛୁ ସୀମୀତ । ଆମର ଜ୍ଞାନ, ଅଭିଜ୍ଞତା ଏହି ସବୁ ବହୁ ସୀମୀତ । ତେଣୁ ଅସୀମୀତକୁ ଆମେ କିପରି ବୁଝିପାରିବା? କିନ୍ତୁ ଯଦି ଆମେ ଅସୀମୀତର ସଂସ୍କରଣକୁ ଗ୍ରହଣ କରିବା ଯେ ସେ ଏହିପରି, ସେ ସେହି ପରି, ତେବେ ଆମେ ବୁଝିପାରିବା । ତାହା ହେଉଛି ପୂର୍ଣ୍ଣ ଜ୍ଞାନ । ଭଗବାନଙ୍କର କାଳ୍ପନିକ ଜ୍ଞାନର କୌଣସି ମୂଲ୍ୟ ନାହିଁ । ପ୍ରକୃତ ଜ୍ଞାନ, ଯେପରି...ମୁଁ ଏହି ଉଦାହରଣ ଦେଉଛି । ଯେପରି ଏହି ବାଳକ ଜାଣିବାକୁ ଚାହୁଁଛି ତାର ପିତା କିଏ, ତାର ପିତା କିଏ, ସାଧାରଣ କଥା ମାତାଙ୍କୁ ପଚାରିବ । କିମ୍ଵା ମାତା କହିବେ, "ଇଏ ହେଉଛନ୍ତି ତୋର ପିତା ।" ତାହା ହେଉଚି ପ୍ରକୃତ ଜ୍ଞାନ । ଏବଂ ଯଦି ତୁମେ କଳ୍ପନା କରିବ, "ମୋର ପିତା କିଏ?" ଏବଂ ସମଗ୍ର ସହର ବାସୀଙ୍କୁ ପଚାରିବ "ତୁମେ ମୋର ପିତା କି? ତୁମେ ମୋର ପିତା କି? ତୁମେ ମୋର ପିତା କି?" ଏହି ଜ୍ଞାନ ସର୍ବଦା ଅସମ୍ପୂର୍ଣ୍ଣ ରହିବ । ସେ କେବେ ହେଲେ ଜାଣି ପାରିବ ନାହିଁ ତାର ପିତା କିଏ । କିନ୍ତୁ ଏହି ସରଳ ଉପାୟ, ଯଦି ସେ ତା ପିତାଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରେ, ଅଧିକାରୀ, ମାତାଙ୍କ ଠାରୁ, "ମୋର ପ୍ରିୟ ପୁତ୍ର, ଇଏ ହେଉଛନ୍ତି ତୋର ପିତା," ତେବେ ତୁମର ଜ୍ଞାନ ପୂର୍ଣ୍ଣ ଅଟେ ।

ସେହିପରି, ଦିବ୍ୟଜ୍ଞାନ...ଯେପରି ମୁଁ କହୁଛି ଯେ ଆଧ୍ୟାତ୍ମିକ ଦୁନିଆ ଅଛି । ଏହା ଆମର କଳ୍ପନା କରିବାର ବିଷୟବସ୍ତୁ ନୁହେଁ । କିନ୍ତୁ ଯେତେବେଳେ ଭଗବାନ କୁହଁନ୍ତି, "ହଁ ଆଧ୍ୟାତ୍ମିକ ଦୁନିଆ ଅଛି, ତାହା ହେଉଛି ମୋର ମୂଖ୍ୟାଳୟ," ତାହା ଠିକ୍ ଅଛି । ହଁ । ତେବେ ଆମେ କୃଷ୍ଣଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରୁଛୁ, ସର୍ବଶ୍ରେଷ୍ଠ ପ୍ରାମାଣିକ ସୂତ୍ରରୁ । ସେଥିପାଇଁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ । ଆମେ ପୂର୍ଣ୍ଣ ନାହୁଁ, କିନ୍ତୁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ । କାରଣ ଆମେ ସମ୍ପୂର୍ଣ୍ଣଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରୁଛୁ । ସେହି ଉଦାହରଣ, ଯେ ମୂଁ ପୂର୍ଣ୍ଣ ନୁହେଁ ଏହା ବୁଝିବା ପାଇଁ ଯେ ମୋର ପିତା କିଏ, କିନ୍ତୁ ମୋର ମାତା ପୂର୍ଣ୍ଣ, ଏବଂ କାରଣ ମୁଁ ମୋର ମାତାଙ୍କ ଠାରୁ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିଛି, ସେଥିପାଇଁ ପିତାଙ୍କ ବିଷୟରେ ମୋର ଜ୍ଞାନ ପୂର୍ଣ୍ଣ ଅଟେ । ତେବେ ଏହି କୃଷ୍ଣ ଚେତନା ଅନ୍ଦୋଳନ ମାନବ ସମାଜକୁ ପୂର୍ଣ୍ଣ ଜ୍ଞାନ ଦେବା ପାଇଁ ଅଛି: ସେ କ'ଣ, ଭଗବାନ କ'ଣ, ଏହି ଭୌତିକ ଜଗତ କ'ଣ, ତୁମେ କାହିଁକି ଏଠାକୁ ଆସିଛ, କାହିଁକି ତୁମକୁ ଏତେ ସାରା ଅସୁବିଧା ଦେଇ ଗତି କରିବାକୁ ପଡ଼ୁଛି, ଜୀବନର ଦୟନୀୟ ଅବସ୍ଥା, ମୁଁ କାହିଁକି ମରୁଛି । ମୁଁ ମରିବାକୁ ପସନ୍ଦ କରୁ ନାହିଁ, କିନ୍ତୁ ମୃତ୍ୟୁବରଣ କରିବା ବାଧ୍ୟତା ମୂଳକ । ମୁଁ ବୃଦ୍ଧ ହେବା ପାଇଁ ପସନ୍ଦ କରୁ ନାହିଁ, କିନ୍ତୁ ତଥାପି, ଏହା ହେଉଛି ବାଧ୍ୟତା ମୂଳକ । ମୁଁ ରୋଗ ଗ୍ରସ୍ତ ହେବା ପାଇଁ ଚାହୁଁ ନାହିଁ, ଏହା ହେଉଛି ବାଧ୍ୟତା ମୂଳକ । ଏହାର ସମାଧାନ କରିବା ଆବଶ୍ୟକ । ତାହା ହେଉଛି ମାନବ ଜୀବନର ପ୍ରକୃତ ସମସ୍ୟା ।

ନା କି ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷାର ପ୍ରକ୍ରିୟା ଉନ୍ନତ କରିବା । ତାହା ମାନବ ଜୀବନ ନୁହେଁ । ଏକ ମନୁଷ୍ୟ ଶୋଉଛି ଏକ କୁକୁର ଶୋଉଛି । ତେବେ କାରଣ ମନୁଷ୍ୟ ଏକ ସୁନ୍ଦର ଘରେ ଶୋଉଛି, ତାହାର ମାନେ ନୁହେଁ ସେ କୁକୁର ଠାରୁ ଅଧିକ ଉନ୍ନତ । କାମ ହେଉଛି ଶୋଇବା । ବାସ୍ । କାରଣ ମନୁଷ୍ୟ ଆତ୍ମରକ୍ଷା ପାଇଁ ପରମାଣୁ ଅସ୍ତ୍ରଶସ୍ତ୍ର ଆବିଷ୍କାର କରିଛି, ଏବଂ କୁକୁର ପାଖରେ ତାର ଦାନ୍ତ ଏବଂ ନଖ ଅଛି... ସେ ମଧ୍ୟ ଆତ୍ମରକ୍ଷା କରି ପାରିବ । ଆତ୍ମରକ୍ଷା ଅଛି । ତୁମେ କହି ପାରିବ ନାହିଁ ଯେ "କାରଣ ମୋ ପାଖରେ ଏହି ପରମାଣୁ ବୋମା ଅଛି ସେଥିପାଇଁ ମୁଁ ସମଗ୍ର ଦୁନିଆରେ କିମ୍ଵା ସମଗ୍ର ବିଶ୍ଵ ଉପରେ ବିଜୟ ପ୍ରାପ୍ତ କରି ପାରିବି ।" ତାହା ସମ୍ଭବ ନୁହେଁ । ତୁମେ ତୁମ ହିସାବରେ ଆତ୍ମରକ୍ଷା କରିପାରିବ, ଏବଂ କୁକୁର ତା ହିସାବରେ ଆତ୍ମରକ୍ଷା କରି ପାରିବ । ତେଣୁ ଆତ୍ମରକ୍ଷାର ଏକ ସୁନ୍ଦର ବିଧି, ଖାଇବାର ଏକ ସୁନ୍ଦର ବିଧି, ଶୋଇବାର ଏକ ସୁନ୍ଦର ବିଧି, ଏବଂ ଯୌନ ଜୀବନର ଏକ ସୁନ୍ଦର ବିଧି ଏକ ରାଷ୍ଟ୍ରକୁ କିମ୍ଵା ଏକ ବ୍ୟକ୍ତିକୁ ଉନ୍ନତ କରି ପାରିବ ନାହିଁ । ତାହା ଉନ୍ନତି ନୁହେଁ । ତାହା ହେଉଛି ଏକା କଥା । ଅନୁପାତରେ, ଦୁଇହଜାର ଉପରେ ପାଞ୍ଚ, ଦୁଇହଜାର ଉପରେ ପାଞ୍ଚଶହ, ଏବଂ କୋଡ଼ିଏ ଉପରେ ପାଞ୍ଚ, ଏକା ଅନୁପାତ । ସେଥିପାଇଁ ପଶୁ ଗୁଣାତ୍ମକ ପରିଷ୍କୃତ ଭାବରେ, ବୈଜ୍ଞାନିକ ଭାବରେ, ଏହାର ଅର୍ଥ ନୁହେଁ ଯେ ମାନବ ସମାଜ ଉନ୍ନତ ଅଟେ । ତାହାକୁ ପରିଷ୍କୃତ ପଶୁଧର୍ମ କୁହାଯାଇ ପାରେ । ବାସ୍ । ପ୍ରକୃତ ଉନ୍ନତି ହେଉଛି ଭଗବାନଙ୍କୁ ଜାଣିବା । ତାହା ହେଉଛି ଉନ୍ନତି ।