OR/Prabhupada 0229 - ମୁଁ ଦେଖିବାକୁ ଚାହୁଁଛି ଯେ ଜଣେ ଶିଷ୍ୟ କୃଷ୍ଣଙ୍କର ତତ୍ତ୍ଵଜ୍ଞାନ ବୁଝିପାରିଛି



Conversation with Indian Guests -- April 12, 1975, Hyderabad

ପ୍ରଭୁପାଦ: ଅସୁବିଧା ଏହିକି ଯେ ଆମେ ନିୟମିତ ଛାତ୍ର ହେବା ପାଇଁ ଚାହୁଁ ନାହୁଁ । ବେଖାତିର୍ ଭାବରେ, ଏଠାରେ ଏବଂ ସେଠାରେ, ଏଠାରେ ଏବଂ ସେଠାରେ, କନ୍ତୁ ମୁଁ ସେହି ଏକା ହୋଇ ରହେ । ଏହା ଏକ ବିଜ୍ଞାନ । ବେଦ କୁହେ, ତଦ୍ ବିଜ୍ଞାନର୍ଥମ ସ ଗୁରୁମ ଏବାଭିଗଚ୍ଛେତ (MU 1.2.12) । ଯଦି ତୁମେ ତାହା ବିଷୟରେ ଶିଖିବା ପାଇଁ ଗମ୍ଭୀର, ତଦ୍ ବିଜ୍ଞାନ । ତଦ୍ ବିଜ୍ଞାନାମ ଗୁରୁମ ଏବାଭିଗଚ୍ଛେତ । ତୁମକୁ ଏକ ଯଥାର୍ଥ ଗୁରୁଙ୍କ ପାଖକୁ ଯିବାକୁ ହେବ ଯିଏ ତୁମକୁ ଶିକ୍ଷା ଦେଇ ପାରିବେ । କେହି ଗମ୍ଭୀର ନୁହଁନ୍ତି । ତାହା ହେଉଛି ଅସୁବିଧା । ସମସ୍ତେ ଭାବୁଛନ୍ତି ଯେ, "ମୁଁ ହେଉଛି ମୁକ୍ତ." ଯଦିଓ ପ୍ରକୃତି ତାର କାନ ଟାଣେ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । ତୁମେ ଏପରି କରିଛ, ଚାଲ, ଏଠାରେ, ବସ । ପ୍ରକୃତିରେ ଏପରି ଚାଲିଛି । ଅହଂକାର ବିମୂଢ଼ତ୍ମା କର୍ତ୍ତାହମିତି ମନ୍ୟତେ (BG 3.27) । ଦୁର୍ଜନ, ତାର ମିଥ୍ୟା ଅହଂକାର ଦ୍ଵାରା ଭାବେ ଯେ, "ମୁଁ ହେଉଛି ସବୁକିଛି । ମୁଁ ହେଉଛି ସ୍ଵତନ୍ତ୍ର ।" ଯେଉଁମାନ ସେପରି ଭାବନ୍ତି, ସେମାନଙ୍କୁ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଅହଂକାର ବିମୂଢ଼ାତ୍ମା । ମିଥ୍ୟା ଅହଂକାର ହେଉଛି ହତବୁଦ୍ଧି ଏବଂ ଭାବିବା, "ଯାହା ମୁଁ ଭାବୁଛି ତାହା ଠିକ୍ ।" ନା, ତୁମେ ତୁମ ହିସାବରେ ଭାବି ପାରିବ ନାହିଁ । କୃଷ୍ଣ ଯେପରି କୁହଁନ୍ତି ସେପରି ଭାବିବା ଉଚିତ୍, ତେବେ ତୁମେ ଠିକ୍ ଅଛ । ଅନ୍ୟଥା, ତୁମେ ମାୟାର ସମ୍ମୋହନ ଅଧିନରେ ରହି ଭାବୁଛ, ବାସ୍ । ତ୍ରିଭିର୍ଗୁଣମୟୈ ର୍ଭାବୈର ମୋହିତ, ନାଭିଜାନାତି ମାମେଭ୍ୟଃ ପରମବ୍ୟୟମ୍ । ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ (BG 9.10) । ଏହିସବୁ କଥା ଅଛି । ଭଗବଦ୍ ଗୀତା ଭାବରେ ପଢ଼, ନିିୟମ ଏବଂ ବିନିମୟ ପାଳନ କର, ତେବେ ତୁମର ଜୀବନ ସଫଳ ହେବ । ଏବଂ ଯେ ପର୍ଯ୍ୟନ୍ତ ତୁମେ ଭାବୁଛ, ଏହା ମଧ୍ୟ ଠିକ୍ ଅଛି, ତାହା ମଧ୍ୟ ଠିକ୍ ଅଛି, ତେବେ ତୁମେ ଠିକ୍ କାମ କରି ପାରିବ ନାହିଁ । ତୁମେ ପଥଚ୍ୟୁତ ହେବ । ବାସ୍ । ତାହା ନିହେଁ... ଯାହା କୃଷ୍ଣ କୁହଁନ୍ତି, ତାହା ଠିକ୍ । ତହା ହେବା ଉଚିତ୍ (ଅସ୍ପଷ୍ଟ) । ଅନ୍ୟଥା, ତୁମେ ପଥଭ୍ରଷ୍ଟ ହୋଇଯିବ । ତେଣୁ ଆମେ ଏହି ତତ୍ତ୍ଵଜ୍ଞାନ ସେହିପରି ଭାବରେ ପ୍ରଚାର କରିବାକୁ ଚେଷ୍ଟା କରୁଛୁ । ହୋଇପାରେ, ଅତି କମ ସଂଖ୍ୟା, କିନ୍ତୁ ଏକଶ୍ ଚନ୍ଦ୍ରସ ତମୋ ହଂତି ନ ଚିତ୍ତର ସହସ୍ର । ଯଦି ଗୋଟିଏ ଚନ୍ଦ୍ର ଅଛି, ତାହା ଯଥେଷ୍ଟ । ଲକ୍ଷେ ତାରାଙ୍କର ଝଲ୍ ମଲ୍ ହେବା କ'ଣ ଦରକାର । ତେବେ ତାହା ହେଉଛି ଆମର ପ୍ରଚାର । ଯଦି ଜଣେ ବ୍ୟକ୍ତି ବୁଝିପାରିବ କୃଷ୍ଣଙ୍କର ତତ୍ତ୍ଵଜ୍ଞାନ କ'ଣ, ତେବେ ମୋର ପ୍ରଚାର ସଫଳ ହେବ, ବାସ୍ । ଆମେ ବିନା ଆଲୋକରେ ଅନେକ ଲକ୍ଷ ତାରା ଚାହୁଁ ନାହୁଁ । ବିନା ଆଲୋକରେ ଲକ୍ଷେ ତାରାର ଆବଶ୍ୟକତା କ'ଣ? ତାହା ହେଉଛି ଚାଣକ୍ୟ ପଣ୍ଡିତ ଉପଦେଶ, ବରମ ଏକ ପୁତ୍ର ଛବୁର କସତନ ଆପି । ଏକ ପୁତ୍ର, ଯଦି ସେ ବିଦ୍ଵାନ୍, ତାହା ଯଥେଷ୍ଟ । ନା ଛାବୁର କସତନ ଆପି । ଶହେ ପୁତ୍ରର ଆବଶ୍ୟକତା କ'ଣ, ସମସ୍ତେ ମୂର୍ଖ ଏବଂ ଦୁର୍ଜନ? ଏକଶ୍ ଚନ୍ଦ୍ରସ ତମୋ ହଂତି ନ ଚିତ୍ତର ସହସ୍ର । ଏକ ଚନ୍ଦ୍ର ଆଲୋକିତ କରିବା ପାଇଁ ଯଥେଷ୍ଟ । ଲକ୍ଷେ ତାରାଙ୍କର ଆବଶ୍ୟକତା ନାହିଁ । ସେହିପରି, ଆମେମାନେ ଲକ୍ଷେ ଶିଷ୍ୟଙ୍କ ପଛରେ ନାହୁଁ । ମୁଁ ଦେଖିବାକୁ ଚାହୁଁଛି ଯେ ଜଣେ ଶିଷ୍ୟ କୃଷ୍ଣଙ୍କର ତତ୍ତ୍ଵଜ୍ଞାନ ବୁଝିପାରିଛି । ତାହା ହେଉଛି ସଫଳତା । ବାସ୍ । କୃଷ୍ଣ କୁହଁନ୍ତି, ଯତତାମପି ସିଦ୍ଧାନାଂ, କଶ୍ଚିଦ୍ ବେତ୍ତି ମାମଂ ତତ୍ତ୍ଵତଃ (BG 7.3) । ତେଣୁ, ସର୍ବପ୍ରଥମେ, ସିଦ୍ଧ ହେବା କଷ୍ଟକର କାମ । ଏବଂ ତାପରେ, ଯତତାମପି ସିଦ୍ଧାନାଂ (BG 7.3) । ତଥାପି କଷ୍ଟକର କାମ ଅଛି । ତେଣୁ କୃଷ୍ଣଙ୍କର ତତ୍ତ୍ଵଜ୍ଞାନ ବୁଝିବା ଟିକିଏ କଷ୍ଟକର କାମ । ଯଦି ସେମାନେ ଏତେ ସହଜରେ ବୁଝୁଛନ୍ତି, ତାହା ବୁଝିବା ନୁହେଁ । ଏହା ଅତି ସହଜ, ଯଦି ତୁମେ କୃଷ୍ଣଙ୍କର ଶଦ୍ଦ ଗ୍ରହଣ କରିବ, ଏହା ଅତି ସହଜ । କଷ୍ଟ କେଉଁଠାରେ ରହିଲା? କୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65), ସର୍ବଦା ମୋତେ ସ୍ମରଣ କର । ତେବେ କଷ୍ଟ କେଉଁଠାରେ ରହିଲା? ତୁମେ କୃଷ୍ଣଙ୍କର ଛବି ଦେଖିଛ, କୃଷ୍ଣଙ୍କର ବିଗ୍ରହ, ଏବଂ ଯଦି ତୁମେ କୃଷ୍ଣଙ୍କର ବିଷୟରେ ଭାବିବ, କଷ୍ଟ କେଉଁଠାରେ ରହିଲା? ପରିଶେଷରେ, ଆମକୁ କିଛି ଭାବିବାର ଅଛି । ତେବେ କିଛି ବ୍ୟତୀତ, କୃଷ୍ଣଙ୍କ ବିଷୟରେ କାହିଁକି ନୁହେଁ? କଷ୍ଟ କେଉଁଠାରେ ରହିଲା? କିନ୍ତୁ ସେ ଗମ୍ଭୀରତାର ସହ ନିଅଁନ୍ତି ନାହିଁ । ସେ ବହୁତ ସାରା କଥା ଭାବେ, କୃଷ୍ଣଙ୍କ ବ୍ୟତୀତ । ଏବଂ କୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ । କୃଷ୍ଣ ଚେତନା ଗ୍ରହ୍ମଣ କରିବାରେ କଷ୍ଟ ନାହିଁ । ଆଦୌ ନୁହେଁ । କିନ୍ତୁ ଲୋକମାନେ ଏହାକୁ ଗ୍ରହଣ କରନ୍ତି ନାହିଁ, ତାହା ହେଉଛି ସମସ୍ୟା । ସେମାନେ କେବଳ ଯୁକ୍ତି କରନ୍ତି, କୂଟକ । କୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ, ଏହା ବିପକ୍ଷରେ ଯୁକ୍ତି କାହିଁ? ତୁମେ କହୁଛ ଯେ, ସେମାନେ କୃଷ୍ଣଙ୍କ ବିଷୟରେ ଭାବି ନ ପାରନ୍ତି, ସେମାନେ କୃଷ୍ଣଙ୍କ ବିଷୟରେ କହି ନ ପାରନ୍ତି । ଏବଂ କୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ । ଏହା ହେଉଛି ଯୁକ୍ତି, ଏହା ତତ୍ତ୍ଵଜ୍ଞାନ ନୁହେଁ । ତତ୍ତ୍ଵଜ୍ଞାନ ଅଛି, ପ୍ରତ୍ୟକ୍ଷ, ତୁମେ ଏପରି କରିବା ଉଚିତ୍, ବାସ୍ । ତୁମେ ଏହା କର ଏବଂ ପରିଣାମ ପ୍ରାପ୍ତ କର । ତୁମେ କିଛି କିଣିବାକୁ ଯାଇଛ, ମୂଲ୍ୟ ନିର୍ଦ୍ଧାରିତ ଅଛି, ତୁମେ ମୂଲ୍ୟ ଦିଅ ଏବଂ ଏହାକୁ ନିଅ । ଯୁକ୍ତି କେଉଁଠାରେ ରହିଲା? ଯଦି ତୁମେ, ଯଦି ତୁମେ ସେହି ଜିନିଷ ପାଇଁ ଗମ୍ଭୀର, ତୁମେ ମୂଲ୍ୟ ଦେଇପାର ଏବଂ ନିଅ । ତାହା ହେଉଛି ଶ୍ରୀଲା ରୂପ ଗୋସ୍ଵାମୀଙ୍କର ପରାମର୍ଶ । କୃଷ୍ଣ ଭକ୍ତି ରସ ଭାବିତ ମତି କ୍ରିୟତାମ ଯଦି କୁତୋ ଅପି ଲଭ୍ୟତେ । ଯଦି ତୁମେ କେଉଁଠାରେ କୃଷ୍ଣଙ୍କର ଚିନ୍ତନ କିଣିପାରିବ, କୃଷ୍ଣ ଭକ୍ତି ରସ ଭାବିତ ମତି । ତାହା ଆମେ ଅନୁବାଦ କରିଛୁ "କୃଷ୍ଣ ଚେତନା" ଭାବରେ । ଯଦି ତୁମେ ଏହି ଚେତନା କିଣି ପାରିବ, କୃଷ୍ଣ ଚେତନା, କେଉଁଠାରେ, ତୂରନ୍ତ ଏହାକୁ କିଣ । କୃଷ୍ଣ ଭକ୍ତି ରସ ଭାବିତ ମତି କ୍ରିୟତାମ, କେବଳ କିଣି ଦିଅ, ଯଦି କୁତୋ ଅପି ଲଭ୍ୟତେ, ଯଦି ଏହା କେଉଁଠାରେ ଉପଲବ୍ଧ ଅଛି । ଏବଂ ଯଦି ମୋତେ କିଣିବାର ଅଛି, ତେବେ କେଉଁ ମୂଲ୍ୟରେ? ତତ୍ର ଲୌଲ୍ୟମ ଏକମ ମୂଲମ ନ ଜନ୍ମ କୋଟିବିଃ ଲଭ୍ୟତେ । ଯଦି ତୁମେ ଚାହୁଁଛ ମୂଲ୍ୟ କେତେ, ସେ କୁହଁନ୍ତି ମୂଲ୍ୟ ହେଉଛି ତୁମର ଉତ୍ସୁକତା । ଏବଂ ସେହି ଉତ୍ସୁକତା ଏହାକୁ ପ୍ରାପ୍ତ କରିବା ପାଇଁ, ଅନେକ ଲକ୍ଷ ଜନ୍ମ ନେବାକୁ ପଡ଼େ । ତୁମକୁ କୃଷ୍ଣ କାହିଁକି ଦରକାର? ଯେପରି ଅନ୍ୟ ଏକ ଦିନ ମୁଁ କହିଥିଲି ଯେ ଯଦି ଜଣେ କୃଷ୍ଣଙ୍କୁ ଦେଖିଛି, ସେ କୃଷ୍ଣଙ୍କ ପଛରେ ପାଗଳ ହୋଇଯାଏ । ତାହା ହେଉଛି ଲକ୍ଷଣ ।