OR/Prabhupada 0228 - କିପରି ଅମର ହେବ ତାହା ଅନୁଭବ କର



Lecture on BG 2.15 -- London, August 21, 1973

ତେବେ ସେମାନଙ୍କର ସମ୍ମିଳନୀ, ସେମାନଙ୍କର ଯିକ୍ତରାଷ୍ଟ୍ର ଆମେରିକା, ସେମାନଙ୍କର ବୈଜ୍ଞାନିକ ଉନ୍ନତି, ସେମାନଙ୍କର ଶିକ୍ଷା ପ୍ରଣାଳୀ, ତତ୍ତ୍ଵଜ୍ଞାନ, ଏବଂ ବାକି ସବୁ, ସବୁକିଛି ଭୌତିକ ଦୁନିଆରେ କିପରି ଖୁସୀରେ ରହିବା ସେଥିପାଇଁ ଅଛି । ଗୃହ ବ୍ରତାନାମ । ଲକ୍ଷ୍ୟ ହେଉଛି କିପରି ଏଠାରେ ଖୁସୀ ହେବ । ଏବଂ ତାହା ସମ୍ଭବ ନୁହେଁ । ଏହି ଦୁର୍ଜନମାନେ ସେମାନେ ତାହା ବୁଝିପାରୁ ନାହାଁନ୍ତି । ଯଦି ତୁମେ ଖୁସୀ ହେବା ପାଇଁ ଚାହୁଁଛ, ତେବେ ତୁମକୁ କୃଷ୍ଣଙ୍କୁ ପାଖକୁ ଯିବାକୁ ପଡ଼ିବ । ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମଶାଶ୍ଵତମ୍ ନାପ୍ରୁବନ୍ତି (BG 8.15) । କୃଷ୍ଣ କୁହଁନ୍ତି, "ଯଦି କେହି ମୋ ପାଖକୁ ଆସେ, ତେବେ ସେ ପୁଣି ଥରେ ଏହି ସ୍ଥାନ ପାଇବ ନାହିଁ, ଯାହା ଦୁଃଖରେ ପୂର୍ଣ୍ଣ ।" ଦୁଃଖାଳୟମ । କୃଷ୍ଣଙ୍କ ଦ୍ଵାରା ଏହି ଦୁନିଆ ଦୁଃଖାଳୟ ଭାବରେ ବର୍ଣ୍ଣନା କରାଯାଇଛି । ଆଳୟ ଅର୍ଥାତ୍ ସ୍ଥାନ, ଏବଂ ଦୁଃଖ ଅର୍ଥାତ୍ ସଂକଟ । ଏଠାରେ ସବୁକିଛି ସଂକାଟାପୂର୍ଣ୍ଣ, କିନ୍ତୁ ମୂର୍ଖମାନେ ଭ୍ରମିତ ହୋଇ, ମାୟାର ଭ୍ରମରେ ଆଛାଦିତ ହୋଇ, ସଂକଟକୁ ସେ ଖୁସୀ ଭାବରେ ଗ୍ରହଣ କରନ୍ତି । ତାହା ହେଉଛି ମାୟା । ତାହା କଦାପି ଖୁସୀ ନୁହେଁ । ଏକ ବ୍ୟକ୍ତି ଦିନ ଏବଂ ରାତି କାମ କରେ, ଏବଂ କାରଣ ତାକୁ କିଛି କାଗଜ ମିଳୁଛି ଯେଉଁଠାରେ ଏହା ଲେଖା ହୋଇଛି, "ଆମେ ଭଗବାନଙ୍କ ଉପରେ ବିଶ୍ଵାସ କରୁ । ଏହି କାଗଜ ନିଅ, ଶହେ ଡଲାର । ମୁଁ ତୁମକୁ ଠକୁଛି । ଏହା ନୁହେଁ କି? ଆମେ ଭଗବାନଙ୍କ ଉପରେ ବିଶ୍ଵାସ କରେ । ମୁଁ ତୁମର କରଜ ସୁଜିବାର ପ୍ରତିଜ୍ଞା କରୁଛି । ବର୍ତ୍ତମାନ ଏହି କାଗଜ ନିଅ । ଏକ ପଇସାର ମଧ୍ୟ ମୂଲ୍ୟ ନାହିଁ । ସେଠାରେ ଲେଖା ହୋଇଛି ଶହେ ଡଲାର ।" ତେଣୁ ମୁଁ ଭାବୁଛି ମୁଁ ଭାରୀ ଖୁସୀ: "ବର୍ତ୍ତମାନ ମୁଁ ଏହି କାଗଜ ପାଇଛି ।" ବାସ୍ । ଠକ ଏବଂ ଠକି ହେବା । ଏହା ଚାଲିଛି ।


ତେଣୁ ଆମେ ଏହି ଭୌତିକ ଦୁନିଆର ଖୁସୀ ଏବଂ ସଂକଟ ଦ୍ଵାରା ଅଶାନ୍ତ ହେବା ଉଚିତ୍ ନୁହେଁ । ତାହା ଆମର ଲକ୍ଷ୍ୟ ହେବା ଉଚିତ୍ । କିପରି କୃଷ୍ଣ ଚେତନା ସଂପାଦନ କରିବା ତାହା ଆମର ଲକ୍ଷ୍ୟ ହେବା ଉଚିତ୍ । କିପରି ସଂପାଦନ କରିବା । ଏବଂ ଚୈତନ୍ୟ ମହାପ୍ରଭୁ ଅତି ସରଳ ସୂତ୍ର ଦେଇଛନ୍ତି:

ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍
କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା
(CC Adi 17.21)

ଏହି ଯୁଗରେ, କଳି, ତୁମେ କୌଣସି କଠୋର ତପସ୍ୟା ସଂପାଦନ କରିପାରିବ ନାହିଁ । କେବଳ ହରେ କୃଷ୍ଣ ମନ୍ତ୍ର ଜପ କର । ତାହା ମଧ୍ୟ କରିବାକୁ ଆମେ ସକ୍ଷମ ନୁହେଁ । ଆମେ କେତେ ଅଭାଗା । ତେଣୁ ଏହା ହେଉଛି କଳି ଯୁଗର ସ୍ଥିତି । ମନ୍ଦା ସୁମନ୍ଦ ମତୟୋ ମନ୍ଦ ଭାଗ୍ୟା ଉପଦୃତାଃ (SB 1.1.10) ସେମାନେ ଭାରୀ ଦୁର୍ଜନ, ମନ୍ଦ । ମନ୍ଦ ଅର୍ଥାତ୍ ଅତି ଖରାପ, ମନ୍ଦ । ଏବଂ ସୁମନ୍ଦ ମତୟୋଃ । ଏବଂ ସେମାନେ ଯଦି କିଛି ଉନ୍ନତି କରିବାକୁ ଚାହୁଁଛନ୍ତି, ସେମାନେ କିଛି ଦୁର୍ଜନ ଗୁରୁ ମାହାରାଜଙ୍କୁ ସ୍ଵୀକାର କରିବେ । ମନ୍ଦ ସୁମନ୍ଦ ମତୟୋ । ଏବଂ କିଛି ଦଳ ଯାହାର କିଛି ଯଥାର୍ଥ ଯୋଗଦାନ ନାହିଁ , ସେମାନେ ସ୍ଵୀକାର କରିବେ ଯେ, " ଓ, ଏହା ଭାରୀ ଭଲ ।" ତେଣୁ ସର୍ବପ୍ରଥମେ ସମସ୍ତେ ହେଉଛନ୍ତି ଖରାପ, ଏବଂ ସେମାନେ ଯଦି କିଛି ସ୍ଵୀକାର କରୁଛନ୍ତି, ତାହା ମଧ୍ୟ ଅତି ଖରାପ ଅଟେ । କାହିଁକି? ଦୁର୍ଭାଗ୍ୟବଶତଃ । ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟଃ (SB 1.1.10) । ମନ୍ଦ ଭାଗ୍ୟ ଅର୍ଥାତ୍ ଦୁର୍ଭାଗ୍ୟ । ଏବଂ ତାହା ଉପରେ ଉପଦୃତାଃ । ସର୍ବଦା କର ଦ୍ଵାରା ଅଶାନ୍ତ, ବର୍ଷା ନାହିଁ, ଯଥେଷ୍ଟ ଖାଦ୍ୟ ନାହିଁ । ବହୁତ ସାରା ଜିନିଷ । ଏହା ହେଉଛି କଳି ଯୁଗର ସ୍ଥିତି । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି...ଚୈତନ୍ୟ ମହାପ୍ରଭୁ ନୁହେଁ । ଏହା ବୈଦିକ ଶାସ୍ତ୍ରରେ ଅଛି, ଯେ ତୁମେ ଯୋଗ ଅଭ୍ୟାସ କରି ପାରିବ ନାହିଁ, ଧ୍ୟାନ ଏବଂ ବଡ଼, ବଡ଼ ଯଜ୍ଞ କରିବା କିମ୍ଵା ବିଗ୍ରହ ପୂଜା କରିବା ପାଇଁ ମନ୍ଦିର ନିର୍ମାଣ କରିବା । ଆଜିକାଲି ଏହା ବହୁତ କଷ୍ଟ । କେବଳ ଜପ କର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ, ଏବଂ ଧିରେ ଧିରେ ତୁମେ ଅନୁଭବ କରିପାରିବ କିପରି ଅମର ହୋଇପାରିବ ।

ବହୁତ ବହୁତ ଧନ୍ୟବାଦ ।