OR/Prabhupada 0246 - ଯେ କେହି କୃଷ୍ଣଙ୍କର ଭକ୍ତ ହୁଏ,ସମସ୍ତ ଭଲ ଗୁଣ ତାଙ୍କ ଶରୀରରେ ପ୍ରକଟ ହୁଏ



Lecture on BG 2.9 -- London, August 15, 1973

ଏହି ଭୌତିକ ଦୁନିଆ, ତଥାକଥିତ ପ୍ରେମ, ସମାଜ, ବନ୍ଧୁତା ଏବଂ ଭଲ ପାଇବା - ସବୁ କିଛି ସେହି ଇନ୍ଦ୍ରିୟ ସନ୍ତୁଷ୍ଟି ଉପରେ ନିର୍ଭର କରେ, ମୈଥୁନାଦି, ଯୌନ କ୍ରିୟାରୁ ଆରମ୍ଭ କରି । ଯନ ମୈଥୁନାଦି ଗ୍ରହମେଧି ସୁଖମ ହି ତୁଚ୍ଛମ । ତେଣୁ ଯେତେବେଳେ ଜଣେ ଏହି ମୈଥୁନାଦି ସୁଖମରୁ ମୁକ୍ତ ହୋଇଯାଏ, ସେ ମୁକ୍ତ ହୋଇଯାଏ, ସେ ମୁକ୍ତ ହୋଇଯାଏ, ସ୍ଵାମୀ, ଗୋସ୍ଵାମୀ । ଯେ ପର୍ଯ୍ୟନ୍ତ ଜଣେ ଏହି ମୈଥୁନାଦି ପ୍ରତି ଆସକ୍ତ ରୁହେ, ଯୌନ ଲାଳସା, ସେ ନା ସ୍ଵାମୀ ନା ଗୋସ୍ଵାମୀ । ସ୍ଵାମୀ ଅର୍ଥାତ୍ ଯେତେବେଳେ ଜଣେ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଏ । ଯେପରି କୃଷ୍ଣ ହେଉଛନ୍ତି ଇନ୍ଦ୍ରିୟମାନଙ୍କର ମାଲିକ, ତେଣୁ ଜଣେ ଯେତେବେଳେ ଜଣେ କୃଷ୍ଣ ଚେତନାଶୀଳ ହୋଇଯାଏ, ସେ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଏ । ଏହା ନୁହେଁ ଯେ ଇନ୍ଦ୍ରିୟମାନଙ୍କୁ ରୋକିବାକୁ ହେବ । ନା । ଏହାକୁ ନିୟନ୍ତ୍ରଣ କରିବାକୁ ହେବ । "ଯେତେବେଳେ ମୋର ଆବଶ୍ୟକ, ମୁଁ ଏହାକୁ ବ୍ୟବହାର କରିବି; ଅନ୍ୟଥା ନୁହେଁ ।" ତାହା ହେଉଛି ଇନ୍ଦ୍ରିୟମାନଙ୍କର ମାଲିକ । "ମୁଁ ଇନ୍ଦ୍ରିୟମାନଙ୍କ ଦ୍ଵାରା ପ୍ରେରିତ ହୋଇ କାମ କରିବା ଉଚିତ୍ ନୁହେଁ । ଇନ୍ଦ୍ରିୟମାନେ ମୋ ନିର୍ଦ୍ଦେଶରେ କାମ କରିବା ଉଚିତ୍ ।" ତାହା ହେଉଛି ସ୍ଵାମୀ ।

ସେଥିପାଇଁ ଅର୍ଜୁନଙ୍କୁ ଗୁଡାକେଶ କୁହାଯାଏ । ସେ ହେଉଛନ୍ତି ମାଲିକ...ସେ ମଧ୍ୟ, ଯେତେବେଳେ ଇଛା କରନ୍ତି । ସେ ଭୀରୁ ନୁହଁନ୍ତି, କିନ୍ତୁ ସେ ଦୟାଳୁ କାରଣ ସେ ହେଉଛନ୍ତି ଏକ ଭକ୍ତ । କାରଣ ସେ କୃଷ୍ଣଙ୍କର ଭକ୍ତ...ଯେ କେହି କୃଷ୍ଣଙ୍କର ଭକ୍ତ ହୁଏ, ସମସ୍ତ ଭଲ ଗୁଣ ତାଙ୍କ ଶରୀରରେ ପ୍ରକଟ ହୁଏ । ଯସ୍ୟାସ୍ତି ଭକ୍ତିର ଭଗବତି ଆକିନ୍ଚନା ସର୍ବୈର ଗୁନୈସ୍ ତତ୍ର ସମାସତେ ସୁରାଃ (SB 5.18.12) ସମସ୍ତ ଈଶ୍ଵରୀୟ ଗୁଣ । ତେଣୁ ଅର୍ଜୁନ, ସେ ମଧ୍ୟ... ଅନ୍ୟଥା ସେ କିପରି କୃଷ୍ଣଙ୍କର ଘନିଷ୍ଠ ବନ୍ଧୁ ହୋଇ ପାରିବେ ଯେ ପର୍ଯ୍ୟନ୍ତ ସମାନ ସ୍ଥିତିରେ ନ ରହିବେ? ବନ୍ଧୁତା ଅତି ଘନିଷ୍ଠ ହେବ ଯେତେବେଳେ ଦୁଇ ବନ୍ଧୁ ସମାନ ସ୍ତରରେ ରହିବେ: ସମାନ ବୟସ, ସମାନ ଶିକ୍ଷା, ସମାନ ଖ୍ୟାତି, ସମାନ ସୁନ୍ଦରତା । ସ୍ଥିତିରେ ଯେତେ ଅଧିକ ସମାନତା ରହିବ, ବନ୍ଧୁତା ସେତେ ଘନିଷ୍ଠ ହେବ । ତେଣୁ ଅର୍ଜୁନ ମଧ୍ୟ କୃଷ୍ଣଙ୍କର ସ୍ତରରେ ଅଛନ୍ତି । ଯେପରି ଜଣେ ରାଷ୍ଟ୍ରପତିର ସାଙ୍ଗ ହୁଏ, ରାଜାଙ୍କର ସାଙ୍ଗ କିମ୍ଵା ରାଣୀଙ୍କର ସାଙ୍ଗ । ତେବେ ସେ ସାଧାରଣ ବ୍ୟକ୍ତି ନୁହେଁ । ସେ ମଧ୍ୟ ସମାନ ସ୍ଥିତିରେ ରହିବା ଉଚିତ୍ । ଯେପରି ଗୋସ୍ଵାମୀମାନେ । ଗୋସ୍ଵାମୀମାନେ, ଯେତେବେଳେ ସେମାନେ ସେମାନଙ୍କର ପାରିବାରିକ ଜୀବନ ତ୍ୟାଗ କରି ଦିଅନ୍ତି... ଏହା ଶ୍ରୀନିବାସ ଆଚାର୍ଯ୍ୟ ଦ୍ଵାରା କୁହାଯାଇଛି, ତ୍ୟକ୍ତ୍ଵା ତୂରନମ ଅଶେଶ ମଣ୍ତଳ ପତି ଶ୍ରୋଣିମ ସଦା ତୁଚ୍ଛବତ । ମଣ୍ଡଳ ପତି, ବଡ଼, ବଡ଼ ନେତା, ମଣ୍ତଳ ପତି । ବଡ଼, ବଡ଼ ନେତାମାନେ, ଜମିଦାରମାନେ, ବଡ଼, ବଡ଼, ବଡ଼ ଲୋକ । ସେ ମନ୍ତ୍ରୀ ଥିଲେ । କିଏ ତାଙ୍କର ସାଙ୍ଗ ହୋଇ ପାରିବ ଯେ ପର୍ଯ୍ୟନ୍ତ ସେ ମଧ୍ୟ ବଡ଼ ବ୍ୟକ୍ତି ହୋଇ ନାହାଁନ୍ତି? ତେଣୁ ରୂପ ଗୋସ୍ଵାମୀ ତାଙ୍କର ସଙ୍ଗତି ଛାଡ଼ି ଦେଲେ । ଯଥା ଶୀଘ୍ର ରୂପ ଗୋସ୍ଵାମୀ ଏବଂ ସନାତନ ଗୋସ୍ଵାମୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ପରିଚିତ ହେଲେ, ତୂରନ୍ତ ସେମାନେ ସ୍ଥିର କରିଲେ ଯେ ଅମେ ଏହି ମନ୍ତ୍ରୀ ପଦରୁ ବାହାରି ଯିବା ଏବଂ ଚୈତନ୍ୟ ମାହାପ୍ରଭୁଙ୍କୁ ସାହାର୍ଯ୍ୟ କରିବା ପାଇଁ ତାଙ୍କ ସହିତ ଯୋଗ ଦେବା ଉଚିତ୍ ।" ତାଙ୍କର ସେବା କରିବା ପାଇଁ, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ନୁହେଁ । ଶ୍ରୀ ଚୈତନ୍ୟ ମାହାପ୍ରଭୁଙ୍କୁ କାହାର ସହାୟତାର ଆବଶ୍ୟକତା ନାହିଁ । କିନ୍ତୁ ଆମେ ଯଦି ଆମେ ସହଯୋଗି ହେବା ପାଇଁ ଚେଷ୍ଟା କରୁ ଏବଂ ତାଙ୍କର ସେବା କରିବା ପାଇଁ ଚେଷ୍ଟା କରୁ, ତେବେ ଆମର ଜୀବନ ସଫଳ ହୋଇଯିବ । ଯେପରି କୃଷ୍ଣ କୁହଁନ୍ତି...କୃଷ୍ଣ ଭଗବଦ୍ ଗୀତାର ଉପଦେଶ କରିବା ପାଇଁ ଆସିଥିଲେ । ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ (BG 18.66) । ତାହା ତାଙ୍କର ଲକ୍ଷ୍ୟ ଥିଲା, ଯେ "ଏହି ଦୁର୍ଜନମାନେ ବହୁତ ସାରା ଜିନିଷର ସେବକ ହୋଇ ଯାଇଛନ୍ତି: ସମାଜ, ବନ୍ଧୁତା, ପ୍ରେମ, ଧର୍ମ, ଏହା, ତାହା, ବହୁତ ସାରା ଜିନିଷ, ରାଷ୍ଟ୍ରିୟତା, ସମୁଦାୟ । ତେଣୁ ଏହି ଦୁର୍ଜନମାନେ ଏହି ସମସ୍ତ ନିରର୍ଥକ କାମ ବନ୍ଦ କରିବା ଉଚିତ୍ ।" ସର୍ବ ଧର୍ମାନ୍ ପରିତ୍ୟଜ୍ୟ: "ଏହି ସମସ୍ତ ନିରର୍ଥକ ତ୍ୟାଗ କର । କେବଳ ମୋତେ ଆତ୍ମସମର୍ପଣ କର ।" ଏହା ହେଉଛି ଧର୍ମ । ଅନ୍ୟଥା, କୃଷ୍ଣ କିପରି ପରାମର୍ଶ ଦେଲେ ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ, (BG 18.66) "ତୁମେ ସମସ୍ତ ଧାର୍ମିକ ପ୍ରଣାଳୀ ତ୍ୟାଗ କର?" ସେ ଆସିଥିଲେ - ଧର୍ମ ସଂସ୍ଥାପନାର୍ଥାୟ । ସେ ଧର୍ମର ସିଦ୍ଧାନ୍ତଗୁଡ଼ିକୁ ପୁନଃ ସ୍ଥାପନ କରିବା ପାଇଁ ଆସିଥିଲେ । ବର୍ତ୍ତମାନ ସେ କହୁଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ: "ସବୁ କିଛି ଛାଡ଼ି ଦିଅ ।" ତାହାର ଅର୍ଥ ହେଉଛି କୃଷ୍ଣ ଚେତନା ବିନା, ଭଗବାନ ଚେତନା ବିନା, ସେ ସବୁ ଠକ ଧର୍ମ । ସେମାନେ ଧର୍ମ ନୁହଁନ୍ତି । ଧର୍ମ ଅର୍ଥାତ୍ ଧର୍ମମ୍ ତୁ ସାକ୍ଶାତ୍ ଭଗବତ ପ୍ରଣିତମ, ପରମ ଭଗବାନଙ୍କର ଆଦେଶ । ଯଦି ଆମେ ଜାଣି ନାହୁଁ ପରମ ଭଗବାନ କିଏ, ଯଦି ଆମେ ଜାଣି ନାହୁଁ ପରମ ଭଗବାନଙ୍କର ଆଦେଶ କ'ଣ, ତେବେ ଧର୍ମ କାହିଁ? ତାହା ଧର୍ମ ନୁହେଁ । ତାହା ଧର୍ମ ନାମରେ ଚାଲିପାରେ, କିନ୍ତୁ ତାହା ହେଉଛି କପଟ ।