OR/Prabhupada 0264 - ମାୟା ମଧ୍ୟ କୃଷ୍ଣଙ୍କର ସେବା କରୁଛି, କିନ୍ତୁ କୌଣସି ଧନ୍ୟବାଦ ନାହିଁ
Lecture -- Seattle, September 27, 1968
ତମାଳ କୃଷ୍ଣ: ମାୟା ଏକ ଶୁଦ୍ଧ ଭକ୍ତ କି? ମାୟା ।
ପ୍ରଭୁପାଦ: ଶୁଦ୍ଧ ଭକ୍ତ, ନା, ସେ ମାୟା ଅଧିନରେ ନାହିଁ ।
ତମାଳ କୃଷ୍ଣ: ନା, ନା । ମାୟା, ମାୟା ଦେବୀ, ଏକ ଶୁଦ୍ଧ ଭକ୍ତ କି?
ପ୍ରଭୁପାଦ: ହଁ, ନିଶ୍ଚିତ । ପୋଲିସ୍ ବଳ, ସେମାନେ ସରକାରଙ୍କର ବିଶ୍ଵସ୍ତ ସେବକ ନୁହଁନ୍ତି କି? ଏହାର ମାନେ କି ପୋଲିସ୍ ବଳ ତୁମକୁ ନିର୍ଯ୍ୟାତନା ଦେଉଛନ୍ତି; ସେଥିପାଇଁ ସେମାନଙ୍କୁ ବହିଷ୍କୃତ କରିଦେବା ଉଚିତ୍? ସେମାନଙ୍କର କାମ ହେଉଛି ଅକୃତଜ୍ଞ କାମ, ବାସ୍ । ସେହିପାରି, ମାୟା ମଧ୍ୟ କୃଷ୍ଣଙ୍କର ସେବା କରୁଛି, କିନ୍ତୁ କୌଣସି ଧନ୍ୟବାଦ ନାହିଁ । ତାହା ହେଉଛି ଅନ୍ତର । ସେ ଯେଉଁ ବ୍ୟକ୍ତିମାନେ ନାସ୍ତିକ ସେମାନଙ୍କୁ ଦଣ୍ଡ ଦେବାର ଏକ ଅକୃତଜ୍ଞ କାମ ଗ୍ରହଣ କରିଛନ୍ତି, ବାସ୍ । ତେଣୁ ମାୟା ମୌଳିକ ରୂପରେ, ଏହା ନୁହେଁ ଯେ ସେ କୃଷ୍ଣଙ୍କ ସହିତ ସମ୍ପର୍କ ବାହରେ ଅଛନ୍ତି । ବୈଷ୍ଣବୀ । ଚଣ୍ଡୀରେ, ମାୟାର ପୁସ୍ତକରେ, ଏହା କୁହାଯାଇଛି ଯେ "ବୈଷ୍ଣବୀ ।" ମୟାକୁ ବୈଷ୍ଣବୀ ରୂପରେ ବର୍ଣ୍ଣନା କରାଯାଇଛି । ଠିକ୍ ଯେପରି ଶୁଦ୍ଧ ଭକ୍ତକୁ ବୈଷ୍ଣବ କୁହାଯାଏ, ସେହିପାରି ଭାବରେ ତାଙ୍କୁ ମଧ୍ୟ ବୈଷ୍ଣବୀ ରୂପରେ ବର୍ଣ୍ଣନା କରାଯାଇଛି ।
ବିଷ୍ଣୁଜନ: ଆପଣ କିପରି ସବୁକିଛି ଏତେ ସରଳ କରିଦିଅନ୍ତି ବୁଝିବା ପାଇଁ?
ପ୍ରଭୁପାଦ: କାରଣ ସମ୍ପୂଣ୍ଣ ତତ୍ତ୍ଵଜ୍ଞାନ ହେଉଛି ଅତି ସରଳ । ଭଗବାନ ମାହାନ, ତୁମେ ମାହାନ ନୁହଁ । ଦାବୀ କର ନାହିଁ ଯେ ତୁମେ ହେଉଛ ଭଗବାନ । ଦାବୀ କର ନାହିଁ ଯେ ଭଗବାନ ନାହାଁନ୍ତି । ଭଗବାନ ଅଛନ୍ତି, ଏବଂ ସେ ହେଉଛନ୍ତି ମାହାନ, ଏବଂ ତୁମେ ହେଉଛ ଛୋଟ । ତେବେ ତୁମର ସ୍ଥିତି କ'ଣ? ତୁମକୁ କୃଷ୍ଣଙ୍କର ସେବା କରିବାକୁ ହେବ । ଏହା ହେଉଛି ସରଳ ସତ୍ୟ । ତେବେ ସେହି ଉପଦ୍ରବୀ ପ୍ରବୃତିକୁ ମାୟା କୁହାଯାଏ । ଯେ କେହି ଘୋଷଣା କରନ୍ତି ଯେ "ଭଗବାନ ନାହାଁନ୍ତି । ଭଗବାନ ହେଉଛନ୍ତି ମୃତ । ମୁଁ ହେଉଛି ଭଗବାନ, ତୁମେ ହେଉଛ ଭଗବାନ," ସେମାନେ ସମସ୍ତେ ମାୟାର ସମ୍ମୋହନରେ ଅଛନ୍ତି । ପିଶାଚି ପେଲେ ଯେନ ମତି-ଛନ୍ନ ହୟ । ଠିକ୍ ଯେପରି ଯେତେବଳେ ଏକ ବ୍ୟକ୍ତି ଭୂତ ଦ୍ଵାରା ଆକ୍ରମିତ ହୋଇଥାଏ, ସେ ସବୁ ନିରର୍ଥକ କଥା କୁହେ । ତେଣୁ ଏହି ସବୁ ଲୋକମାନେ ଦ୍ଵାରା ପୀଡ଼ିତ, ଏବଂ ସେଥିପାଇଁ ସେମାନେ କୁହଁନ୍ତି, "ଭଗବାନ ହେଉଛନ୍ତି ମୃତ । ମୁଁ ହେଉଛି ଭଗବାନ । କାହିଁକି ତୁମେ ସବୁଜାଗାରେ ଭଗବାନଙ୍କୁ ଖୋଜୁଛ? ସଡ଼କରେ ଏତେ ସାରା ଭଗବାନ ବୁଲୁଛନ୍ତି ।" ସେମାନେ ସମସ୍ତେ ଭୂତ ଦ୍ଵାରା ଆକ୍ରମିତ, ପାଗଳ । ତେଣୁ ଆମକୁ ସେମାନଙ୍କୁ ଏହି ଦିବ୍ୟ ଧ୍ଵନି ଦ୍ଵାରା ଭଲ କରିବାକୁ ହେବ, ହରେ କୃଷ୍ଣ । କେବଳ ଏହା ହେଉଛି ଚିକିତ୍ସାର ପ୍ରକ୍ରିୟା । କେବଳ ସେମାନଙ୍କୁ ଶୁଣିବାକୁ ଦିଅ ଏବଂ ସେମାନେ ଧିରେ ଧିରେ ଭଲ ହୋଇଯିବେ । ଠିକ୍ ଯେପରି ଏକ ବ୍ୟକ୍ତି ଗଭୀର ନିଦରେ ଶୁଏ, ତୁମେ ତା କାନ ପାଖରେ ଯାଇ ଚିଲେଇଲେ ସେ ଉଠିଯାଏ । ତେଣୁ ଶୋଇଥିବା ସମାଜକୁ ଜଗୃତ କରିବା ପାଇଁ ଏହା ହେଉଛି ମାନ୍ତ୍ର । ଉତ୍ତିଷ୍ଠ ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ନିବୋଧତ । ବେଦ କୁହଁନ୍ତି, "ହେ ମାନବ ଜାତି, ଦୟାକରି ଉଠ । ଆଉ ଶୁଅ ନାହିଁ । ତୁମେ ଏହି ମନୁଷ୍ୟ ଶରୀରର ସୁଯୋଗ ପାଇଛ । ଏହାର ଉପଯୋଗ କର । ନିଜକୁ ମାୟାର ଜାଲରୁ ବାହାର କର ।" ଏହା ହେଉଛି ବେଦର ଘୋଷଣା । ତେବେ ତୁମେ ସେହି କାମ କରୁଛ । ହରେ କୃଷ୍ଣ, ହରେ କୃଷ୍ଣ ଜପ କର ଏବଂ ସେମାନେ...
ଭକ୍ତ: ହରେ କୃଷ୍ଣ!
ପ୍ରଭୁପାଦ: ହଁ?
ଜୟ ଗୋପାଳ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ, ଭୌତିକ ଅର୍ଥରେ, ତାର ଏକ ବିକୃତ ପ୍ରତିବିମ୍ଵ କି...
ପ୍ରଭୁପାଦ: ହଁ, ଅତୀତ. ବର୍ତ୍ତମାନ, ଭବିଷ୍ୟତ ବିଭିନ୍ନ ପ୍ରକାରର ସାପେକ୍ଷତା ଅନୁସାରେ ହୁଏ । ତାହା ହେଉଛି ବୈଜ୍ଞାନିକ ପ୍ରମାଣ । ଅଧ୍ୟାପକ ଅଇନଷ୍ଟାଇନ୍ ଏହାକୁ ପ୍ରମାଣ କରିଥିଲେ । ଠିକ୍ ଯେପରି ତୁମର ଅତୀତ ବ୍ରହ୍ମାଙ୍କର ଅତୀତ ନୁହେଁ । ତୁମର ବର୍ତ୍ତମାନ ଏକ ପିମ୍ପୁଡ଼ିର ବର୍ତ୍ତମାନ ନୁହେଁ । ତେଣୁ ଅତୀତ, ବର୍ତ୍ତମାନ, ଭବିଷ୍ୟତ - ସମୟ ହେଉଛି ଶାଶ୍ଵତ । ଏହା ଶରୀରର ସାପେକ୍ଷିତାର ବିଭିନ୍ନ ଅୟତନ ଅନୁସାରେ ହୁଏ । ସମୟ ହେଉଛି ଶାଶ୍ଵତ । ଯେପରି ଏକ ଛୋଟ ପିମ୍ପୁଡ଼ି । ଚବିଶ ଘଣ୍ଟାରେ ତାର ଚବିଶ ଥର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଅଛି । ସ୍ପୁଟନିକରେ, ରୁଷିୟ ସ୍ପୁଟନିକରେ, ପୃଥିବୀର ପରିକ୍ରମା ଏକ ଘଣ୍ଟା, ପଚିଶ ମିନିଟ୍ ରେ କରିଲା, କିମ୍ଵା ସେହିପରି କିଛି । ସେମାନେ, ମୋର କହିବାର ଅର୍ଥ ହେଲା, ସେମାନେ ପଚିଶି ଥର ପୃଥିବୀର ପରିକ୍ରମା କରିଲେ । ତାହାର ଅର୍ଥ ହେଉଛି ଏକ ଘଣ୍ଟା, ପଚିଶ ମିନିଟ୍ ମଧ୍ୟରେ, ସ୍ପୁଟନିକ ବ୍ୟକ୍ତି ପଚିଶି ଥର ଦିନ ଏବଂ ରାତି ଦେଖିଲା । ତେଣୁ ଉଚ୍ଚ ବାତାବରଣରେ ଅତୀତ ଏବଂ ବର୍ତ୍ତମାନ ଭିନ୍ନ ଅଟେ । ତେଣୁ ଏହି ଅତୀତ, ବର୍ତ୍ତମାନ, ଭବିଷ୍ୟତ ତୁମ ଶରୀର ଅନୁସାରେ ହେଉଛି ସାପେକ୍ଷିକ, ପରିସ୍ଥିତି ଅନୁସାରେ । ବାସ୍ତବରେ, କୌଣସି ଅତୀତ, ବର୍ତ୍ତମାନ, ଭବିଷ୍ୟତ ନାହିଁ । ସବୁକିଛି ହେଉଛି ଶାଶ୍ଵତ । ତୁମେ ହେଉଛ ଶାଶ୍ଵତ, ନିତ୍ୟଃ ଶାଶ୍ଵତୋଽୟଂ ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ତୁମେ ମରିବ ନାହିଁ । ସେଥିପାଇଁ...ଲୋକମାନେ ଜାଣିନାହାଁନ୍ତି ଯେ ମୁଁ ହେଉଛି ଶାଶ୍ଵତ । ମୋର ଶାଶ୍ଵତ ନିଯୁକ୍ତି କ'ଣ? ମୋର ଶାଶ୍ଵତ ଜୀବନ କ'ଣ? ସେମାନେ କେବଳ ବର୍ତ୍ତମାନ ଜୀବନରେ ମୋହିତ: "ମୁଁ ହେଉଛି ଆମେରିକୀୟ," "ମୁଁ ହେଉଛି ଭାରତୀୟ," "ମୁଁ ହେଉଛି ଏହା," "ମୁଁ ହେଉଛି ତାହା ।" ବାସ୍ । ଏହା ହେଉଛି ଅଜ୍ଞାନତା । ତେଣୁ ଜଣକୁ କୃଷ୍ଣଙ୍କ ସହିତ ଏହି ଶାଶ୍ଵତ ସମ୍ଵନ୍ଧକୁ ଖୋଜିବାକୁ ହେବ । ତେବେ ସେ ଖୁସି ହେବ । ଧନ୍ୟବାଦ ।