OR/Prabhupada 0292 - ଜ୍ଞାନର ଅନୁସରଣ କରି ପରମକୁ ପାଇବା



Lecture -- Seattle, October 4, 1968

ପ୍ରଭୁପାଦ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି ।

ଭକ୍ତଗଣ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ ଭଜାମି ।

ପ୍ରଭୁପାଦ: କେହି ତାକୁ ସାହାର୍ଯ୍ୟ କରୁଛି? ହଁ, ଏହା ସବୁ ଅଛି... ତେଣୁ ଆମେ ମୂଳ ବ୍ୟକ୍ତିକୁ ଧରିବା ପାଇଁ ରୁଚି ରଖୁ । (ହସ) ଆମେ କୌଣସି ଅଧିନସ୍ତ ସହିତ ରୁଚି ରଖୁ ନାହୁଁ । ଗୋବିନ୍ଦମ ଆଦି ପୁରୁଷମ । କିନ୍ତୁ ଯଦି ଜଣେ ମୂଳ ବ୍ୟକ୍ତିକୁ ଧରିପାରେ, ତେବେ ସେ ସମସ୍ତଙ୍କୁ ଧରି ପାରିବ । ଯେପରି ସେହି ସମାନ ଉଦାହରଣ । ବେଦରେ ଏହା କୁହାଯାଇଛି ଯେ, ଉପନିଷେଦରେ: ଯସ୍ମୀନ ବିଜ୍ଞାତେ ସର୍ବମ ଏବମ ବିଜ୍ଞାତମ ଭବନ୍ତି । ଯଦି ତୁମେ ପରମ ପୁରୁଷ ଭଗବାନଙ୍କୁ ବୁଝିପାର କିମ୍ଵା ପରମ ସତ୍ୟକୁ, ତେବେ ତୁମେ ସବୁକିଛି ବୁଝିପାରିବ । ପୃଥକ ଭାବରେ ବୁଝିବାର କୌଣସି ଆବଶ୍ୟକତା ନାହିଁ । ଯସ୍ମୀନ ବିଜ୍ଞାତେ ସର୍ବମ ଏବମ ବିଜ୍ଞାତମ ଭବନ୍ତି । ସେହିପରି, ଭଗବଦ୍ ଗୀତାରେ ମଧ୍ୟ ଏହା କୁହାଯାଇଛି,

ଯଂ ଲବ୍ଦ୍ଵା ଚାପରଂ ଲାଭଂ
ମନ୍ୟତେ ନାଧିକଂ ତତଃ
ଯସ୍ମିନ୍ ସ୍ଥିତୋ ନ ଦୁଃଖେନ
ଗୁରୁଣାପି ବିଚାଲ୍ୟତେ
(BG 6.20-23)

ବର୍ତ୍ତମାନ ଆମେମାନେ, ସମସ୍ତେ, ଜୀବନର କିଛି ମାନଦଣ୍ତ ଖୋଜୁଛୁ ଯେଉଁଠାରେ ଆମର କୌଣସି ଉତ୍କଣ୍ଠା ନ ଥିବ । ତାହା ହେଉଛି ସମସ୍ତଙ୍କର ଲକ୍ଷ୍ୟ । କାହିଁକି ଆମେ ସଂଘର୍ଷ କରୁଛୁ? ଆମେ ନିଦ୍ଧିଷ୍ଟ ପ୍ରସଙ୍ଗରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛୁ । ଯେପରି ଦୁଇଟି ଦଳ ଫୁଟ୍ ବଲ ଖେଳୁଛନ୍ତି, ସେମାନେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ତାହା ହେଉଛି ସଫଳତା । ତେଣୁ ସମସ୍ତେ କିଛି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ବିଭିନ୍ନ ସ୍ଥିତି ଅନୁସାରେ, ବିଭିନ୍ନ ବିଚାର ଅନୁସାରେ । ସମସ୍ତେ ଏକା ଜିନିଷ ଖୋଜୁ ନାହାଁନ୍ତି । କେହି ଭୌତିକ ଖୁସୀ ଖୋଜୁଛନ୍ତି, କେହି ନିଶା ଖୋଜୁଛନ୍ତି, କେହି ମୈଥୁନ ଖୋଜୁଛନ୍ତି, କେହି ଟଙ୍କା ଖୋଜୁଛନ୍ତି, କେହି ଜ୍ଞାନ ଖୋଜୁଛନ୍ତି, କେହି ଏତେ ସାରା ଜିନିଷ ଖୋଜୁଛନ୍ତି । କିନ୍ତୁ, ଗୋଟିଏ କଥା ଅଛି । ଯଦି ଆମେ ତାହା ପାଇପାରିବା, ସେହି ପୂର୍ଣ୍ଣତା ପ୍ରାପ୍ତ କରିପାରିବା, ତେବେ ଆମେ ସନ୍ତୁଷ୍ଟ ହେବା ଏବଂ ଆମେ କହିବା ଯେ "ଅାମକୁ କିଛି ଦରକାର ନାହିଁ ।" ସ୍ଵାମିନ୍ କୃତାର୍ଥୋ ଅସ୍ମି ବରମ୍ ନ ଯାଚେ (CC Madhya 22.42) । ଅନେକ ଉଦାହରଣ ଅଛି । ତେବେ ସେଠାରେ ସେପରି ଅଛି, ଏବଂ ସେ ହେଉଛନ୍ତି କୃଷ୍ଣ । ଯଦି ତୁମେ କେବଳ କୃଷ୍ଣଙ୍କୁ ବୁଝିପାରିବ, ତେବେ ତୁମର ଜ୍ଞାନ ସମ୍ପୂର୍ଣ୍ଣ ଅଟେ, ତୁମେ ସବୁକିଛି ବୁଝିପାରିବ । ତୁମେ ବିଜ୍ଞାନ ବୁଝିପାରିବ, ତୁମେ ଗଣିତ ବୁଝିପାରିବ, ତୁମେ ରାସାୟନିକ ବିଜ୍ଞାନ, ପଦାର୍ଥବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ତତ୍ତ୍ଵଜ୍ଞାନ, ସାହିତ୍ୟ, ସବୁକିଛି । ଏହା ଭାରୀ ଭଲ । ତେଣୁ ଭାଗବତ ସେଥିପାଇଁ କୁହଁନ୍ତି ଯେ ସମ୍ସିଦ୍ଧିର ହରି ତୋଶନମ୍ (SB 1.2.13) । ଜ୍ଞାନର ଯେକୌଣସି ବିଭାଗ କିମ୍ଵା କାର୍ଯ୍ୟକଳାପର ଯେକୌଣସି ବିଭାଗ ଯେଉଁଥିରେ ତୁମେ ନିଯୁକ୍ତ, ଏହା ଫରକ ପକାଏ ନାହିଁ । କିନ୍ତୁ ଯଦି ତୁମେ ଜ୍ଞାନର ଅନୁସରଣ କରି ପରମକୁ ପାଇ ପାରିବ, ତାହା ହେଉଛି ତୁମର ପୂର୍ଣ୍ଣତା । ତୁମେ ଏକ ବୈଜ୍ଞାନିକ, ଠିକ୍ ଅଛି, ଏହା ଫରକ ପକାଏ ନାହିଁ । ତୁମର ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟ ଦ୍ଵାରା ତୁମେ ପରମକୁ ପାଇପାରିବ । ତେବେ ଏହା ହେଉଛି ତୁମର ପୂର୍ଣ୍ଣତା । ତୁମେ ବ୍ୟବସାୟୀ? ଓ । ତୁମର ଟଙ୍କା ଦ୍ଵାରା କେବଳ ପରମକୁ ଖୋଜ । ତୁମେ ଏକ ପ୍ରେମି? କେବଳ ପରମ ପ୍ରେମିକୁ ଖୋଜ । ତୁମେ ସ୍ଵାଦ ପଛରେ, ସୌନ୍ଦର୍ଯ୍ୟାତ୍ମକ, କିମ୍ଵା...ନାସ୍ତିକ ନୁହେଁ - ସୌନ୍ଦର୍ଯ୍ୟତ୍ମକ ବୋଦ୍ଧ, ସ୍ଵାଦ, ସୁନ୍ଦରତା, ଯଦି ତୁମେ ପରମକୁ ଖୋଜି ପାରିବ, ତୁମର ସୁନ୍ଦରତାର ଖୋଜ ସନ୍ତୁଷ୍ଟ ହେବ । ସବୁକିଛି । କୃଷ୍ଣ, ସେ ହେଉଛନ୍ତି କୃଷ୍ଣ । କୃଷ୍ଣ ଅର୍ଥାତ୍ ସର୍ବ ଆକର୍ଷକ । ତୁମେ କିଛି ଖୋଜୁଛ । ଯଦି ତୁମେ କୃଷ୍ଣଙ୍କୁ ପାଇବ ତେବେ ତୁମେ ଦେଖିବ ହଁ, ତୁମେ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ସେଥିପାଇଁ ତାଙ୍କର ନାମ ହେଉଛି କୃଷ୍ଣ ।