OR/Prabhupada 0300 - ମୂଳ ବ୍ୟକ୍ତି ମୃତ ନୁହେଁ



Lecture -- Seattle, October 2, 1968

ପ୍ରଭୁପାଦ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ୍ ଭଜାମି ।

ଭକ୍ତଗଣ: ଗୋବିନ୍ଦମ ଆଦି ପୁରୁଷମ ତମ ଅହମ୍ ଭଜାମି ।

ପ୍ରଭୁପାଦ: ତେବେ ଆମର କାର୍ଯ୍ୟକ୍ରମ ହେଉଛି ମୂଳ ପରମ ପୁରୁଷ, ଗୋବିନ୍ଦଙ୍କୁ ପୂଜା କରିବା । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ, ଖୋଜି ବାହାର କରିବା କିଏ ହେଉଛନ୍ତି ମୂଳ ବ୍ୟକ୍ତି । ସ୍ଵାଭାବିକ ଭାବରେ, ସମସ୍ତେ ପରିବାରର ମୂଳ ବ୍ୟକ୍ତିକୁ ଖୋଜିବା ପାଇଁ ଉତ୍କଣ୍ଠିତ, ସମାଜର ମୂଳ ବ୍ୟକ୍ତି, ରାଷ୍ଟ୍ରର ମୂଳ ବ୍ୟକ୍ତି, ମାନବତାର ମୂଳ ବ୍ୟକ୍ତି...ତୁମେ ଖୋଜି ଚାଲ । କିନ୍ତୁ ତୁମେ ଯଦି ମୂଳ ବ୍ୟକ୍ତିକୁ ଖୋଜି ପାରିବ ଯାହା ଠାରୁ ସବୁ କିଛି ବାହାରିଛି, ସେ ହେଉଛନ୍ତି ବ୍ରାହ୍ମଣ । ଜନ୍ମାଦି ଅସ୍ୟ ଯତଃ (SB 1.1.1) । ବେଦାନ୍ତ ସୂତ୍ର କୁହଁନ୍ତି ବ୍ରାହ୍ମଣ, ପରମ ସତ୍ୟ, ହେଉଛି ତାହା ଯାହା ଠାରୁ ସବୁକିଛି ବାହାରିଛି । ଅତି ସରଳ ବର୍ଣ୍ଣନା । ଭଗବାନ କିଏ, ପରମ ସତ୍ୟ କ'ଣ, ଅତି ସରଳ ବର୍ଣ୍ଣନା - ମୂଳ ବ୍ୟକ୍ତି ।

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ମୂଳ ବ୍ୟକ୍ତି ପାଖରେ ପହଁଞ୍ଚିବା । ମୂଳ ବ୍ୟକ୍ତି ମୃତ ନୁହେଁ, କାରଣ ସବୁକିଛି ମୂଳ ବ୍ୟକ୍ତି ଠାରୁ ବାହାରେ, ତେଣୁ ସବୁକିଛି ଭଲ ଭାବରେ କାମ କରୁଛି । ସୂର୍ଯ୍ୟ ଉଦୟ ହେଉଛି, ଚନ୍ଦ୍ର ଉଦୟ ହେଉଛି, ୠତୁ ପରିବର୍ତ୍ତନ ହେଉଛି, ତେବେ... ରାତି ଅଛି, ଦିନ ଅଛି, କେବଳ କ୍ରମରେ । ତେବେ ମୂଳ ବ୍ୟକ୍ତିର ଶାରୀରିକ ପ୍ରକ୍ରିୟା ଭଲ ଭାବରେ ଚାଲିଛି । କିପରି ତୁମେ କହି ପାରିବ ଯେ ଭଗବାନ ହେଉଛନ୍ତି ମୃତ? ଯେପରି ତୁମ ଶରୀରରେ, ଯେତେବେଳେ ଚିକିତ୍ସକ ତୁମର ନାଡୀ ଅନୁଭବ କରି ପାଏ ଯେ ହୃଦସ୍ପନ୍ଦନ ଭଲ ଭାବରେ ଚାଲିଛି, ସେ ଘୋଷଣା କରେ ନାହିଁ ଯେ "ଏହି ବ୍ୟକ୍ତି ମୃତ ଅଟେ ।" ସେ କୁହଁନ୍ତି, "ହଁ, ସେ ଜୀବିତ ।" ସେହିପରି, ଯଦି ତୁମେ ଯଥେଷ୍ଟ ବୁଦ୍ଧିମାନ, ତୁମେ ସର୍ବଭୌମ ଶରୀରର ନାଡୀ ଅନୁଭବ କରି ପାରିବ - ଏବଂ ଏହା ଭଲ ଭାବରେ ଚାଲିଛି । ତେବେ ତୁମେ କିପରି କହିପାରିବ ଭଗବାନ ହେଉଛନ୍ତି ମୃତ? ଭଗବାନ କଦାପି ମୃତ ନୁହଁନ୍ତି । ଏହା ହେଉଛି ଦୁର୍ଜନମାନଙ୍କର ସଂସ୍କରଣ ଯେ ଭଗବାନ ହେଉଛନ୍ତି ମୃତ - ମୂର୍ଖ ବ୍ୟକ୍ତି, ବ୍ୟକ୍ତି ଯିଏ ଜାଣେ ନାହିଁ ମୃତ କି ଜୀବିତ କିପରି ଅନୁଭବ କରିବ । ଜଣେ ଯାହାର ଚେତନା ଅଛି ମୃତ କିମ୍ଵା ଜୀବିତ କିପରି ଅନୁଭବ କରିବ, ବୁଝିବା ପାଇଁ, ସେ କଦାପି କହିବ ନାହିଁ ଭଗବାନ ହେଉଚନ୍ତି ମୃତ । ସେଥିପାଇଁ ଭଗବଦ୍ ଗୀତାରେ ଏହା କୁହାଯାଇଛି ଯେ: ଜନ୍ମ କର୍ମ ମେ ଦିବ୍ୟମଂ ଯେ ଜାନାତି ତତ୍ତ୍ଵତଃ (BG 4.9) "ଯେ କେହି ବୁଦ୍ଧିମାନ ବ୍ୟକ୍ତି ଯିଏ କେବଳ ବୁଝିପାରେ, କିପରି ମୁଁ ଜନ୍ମ ଗ୍ରହଣ କରେ ଏବଂ ମୁଁ କିପରି କାର୍ଯ୍ୟ କରେ," ଜନ୍ମ କର୍ମ... ବର୍ତ୍ତମାନ, ଏହି ଶଦ୍ଦ ଉପରେ ଧ୍ୟାନ ଦିଅ, ଜନ୍ମ; ଏବଂ କର୍ମ । ସେ କଦାପି କୁହଁନ୍ତି ନାହିଁ ଜନ୍ମ ମୃତ୍ୟୁ । ମୃତ୍ୟୁ ଅର୍ଥାତ୍ ମୃତ୍ୟୁ । ସବୁକିଛି ଯାହା ଜନ୍ମ ହୁଏ, ତାହାର ମୃତ୍ୟୁ ମଧ୍ୟ ଅଛି । ଯାହା କିଛି । ଆମର କୌଣସି ଅନୁଭବ ନାହିଁ ଯାହା ଜନ୍ମ ହୁଏ ମରେ ନାହିଁ । ଏହି ଶରୀର ଜନ୍ମ ହୁଏ; ସେଥିପାଇଁ ଏହା ମରିଯିବ । ମୃତ୍ୟୁ ଜନ୍ମ ହୁଏ ମୋ ଶରୀରର ଜନ୍ମ ସହିତ । ମୁଁ ମୋର ବୟସ ବୃଦ୍ଧି କରେ, ମୋ ବୟସର ବର୍ଷର ସଂଖ୍ୟା, ଅର୍ଥାତ୍ ମୁଁ ମରୁଛି । କିନ୍ତୁ ଭଗବଦ୍ ଗୀତାର ଏହି ଶ୍ଳୋକରେ, କୃଷ୍ଣ କୁହଁନ୍ତି ଜନ୍ମ କର୍ମ, କିନ୍ତୁ କଦାପି କୁହଁନ୍ତି ନାହିଁ "ମୋର ମୃତ୍ୟୁ ।" ମୃତ୍ୟୁ ହୋଇ ପାରିବ ନାହିଁ । ଭଗବାନ ହେଉଛନ୍ତି ଶାଶ୍ଵତ । ତୁମେ ମଧ୍ୟ, ତୁମେ ମଧ୍ୟ ମରିବ ନାହିଁ । ତାହା ମୁଁ ଜାଣି ନାହିଁ । ମୁଁ କେବଳ ମୋର ଶରୀର ପରିବର୍ତ୍ତନ କରେ । ତେବେ ଏହା ବୁଝିବାକୁ ହେବ । କୃଷ୍ଣ ଚେତନା ବିଜ୍ଞାନ ହେଉଛି ମାହାନ ବିଜ୍ଞାନ । ଏହା କୁହାଯାଇଛି...ଏହା ନୂଆ କଥା ନୁହେଁ, ଏହା ଭଗବଦ୍ ଗୀତାରେ କୁହାଯାଇଛି... ତୁମମାନଙ୍କ ମଧ୍ୟରୁ ଅଧିକାଂଶ, ତୁମେ ଭଗବଦ୍ ଗୀତା ସହିତ ଭଲ ଭାବରେ ପରିଚିତ । ଭଗବଦ୍ ଗୀତାରେ, ଏହା ସ୍ଵୀକାର କରାଯାଏ ନାହିଁ ଯେ ଏହି ଶରୀରର ମୃତ୍ୟୁ ପରେ... ମୃତ୍ୟୁ ନୁହେଁ - ଧ୍ଵସଂ ହେବା ପରେ, ଏହି ଶରୀରର ଆବିର୍ଭାବ କିମ୍ଵା ଅନ୍ତର୍ଦ୍ଧାନ ପରେ, ତୁମେ କିମ୍ଵା ମୁଁ ମରୁ ନାହୁଁ । ନ ହନ୍ୟତେ । ନ ହନ୍ୟତେ ଅର୍ଥାତ୍ "କଦାପି ମରେ ନାହିଁ" କିମ୍ଵା "କଦାପି ଧ୍ଵସଂ ହୁଏ ନାହିଁ," ଏପରିକି ଶରୀରର ବିନାଶ ପରେ ମଧ୍ୟ । ଏହା ହେଉଛି ସ୍ଥିତି ।