OR/Prabhupada 0369 - ମୋର ଶିଷ୍ୟମାନେ ସେମାନେ ହେଉଛନ୍ତି ମୋର ଅଂଶବିଶେଷ



Room Conversation with Life Member, Mr. Malhotra -- December 22, 1976, Poona

ଶ୍ରୀ ମଲହୋତ୍ରା: ଏହା କିପରି ଯେ ଏତେ ସାରା ୠଷି ଅତୀତରେ, ସେମାନେ ଅହମ୍ ବ୍ରହ୍ମାସ୍ମୀର ଘୋଷଣା କରିଥିଲେ ।

ପ୍ରଭୁପାଦ: (ହିନ୍ଦୀ) । ତୁମେ ହେଉଛ ବ୍ରହ୍ମଣ । କାରଣ ତୁମେ ପରବ୍ରହ୍ମଣର ଅଂଶ ବିଶେଷ ଅଟ । ତାହା ମୁଁ ତୁମକୁ ପୂର୍ବରୁ କହିଛି... ଯେ ସୁନା, ବଡ଼ ସୁନା ଏବଂ କ୍ଷୁଦ୍ର କଣିକା, ତାହା ହେଉଛି ସୁନା । ସେହିପରି, ଭଗବାନ ପରବ୍ରହ୍ମଣ, ଏବଂ ଆମେ ତାଙ୍କର ଅଂଶବିଶେଷ ଅଟୁ । ସେଥିପାଇଁ ମୁଁ ହେଉଛି ବ୍ରହ୍ମଣ । କିନ୍ତୁ ମୁଁ ପରବ୍ରହ୍ମଣ ନୁହେଁ । କୃଷ୍ଣ ଅର୍ଜୁନଙ୍କ ଦ୍ଵାରା ପରବ୍ରହ୍ମଣ ରୂପେ ସ୍ଵୀକାର କରାଯାଇଛନ୍ତି: ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) । ପରବ୍ରହ୍ମଣ । ତେଣୁ ପରମ, ଏହି ଶଦ୍ଦ ବ୍ୟବହାର କରାଯାଏ, ପରମାତ୍ମା, ପରବ୍ରହ୍ମଣ, ପରମେଶ୍ଵର । କାହିଁକି? ତାହା ହେଉଛି ପାର୍ଥକ୍ୟ । ଜଣେ ହେଉଛନ୍ତି ସର୍ବୋଚ୍ଚ ଏବଂ ଜଣେ ଅଧିନସ୍ତ । ଅଧିନସ୍ତ ବ୍ରହ୍ମଣ । ତୁମେ ହେଉଛ ବ୍ରହ୍ମଣ, ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ପରବ୍ରହ୍ମଣ ନୁହେଁ । ଯଦି ତୁମେ ପରବ୍ରହ୍ମଣ, ତେବେ ତୁମେ ପରବ୍ରହ୍ମନ ହେବା ପାଇଁ କାହିଁକି ସାଧନା କରୁଛ? କାହିଁକି? ଯଦି ତୁମେ ପରବ୍ରହ୍ମଣ, ତେବେ ତୁମେ ସର୍ବଦା ପରବ୍ରହ୍ମଣ । କାହିଁକି ତୁମେ ଏହି ସ୍ଥିତିରେ ପଡିଛ ଯେ ପରବ୍ରହ୍ମଣ ହେବା ପାଇଁ ତୁମକୁ ସାଧନା କରିବାକୁ ପଡୁଛ? ତାହା ହେଉଛି ବୋକାମି । ତୁମେ ପରବ୍ରହ୍ମଣ ନୁହଁ । ତୁମେ ହେଉଛ ବ୍ରହ୍ମଣ । ତୁମେ ହେଉଛ ସୁନା, ଏକ କ୍ଷୁଦ୍ର କଣିକା । କିନ୍ତୁ ତୁମେ କହି ପାରିବ ନାହିଁ ଯେ "ମୁଁ ହେଉଛି ସୁନା ଖଣି ।" ତାହା ତୁମେ କରି ପାରିବ ନାହିଁ । ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) ।

ଗୋପାଳ କୃଷ୍ଣ: ତେବେ ସେମାନେ ପଚାରୁଛନ୍ତି ଯିବା ସମୟ ହୋଇଗଲାଣି କି ନାହିଁ । ଆପଣ ମଧ୍ୟ ଆମ ସହିତ ଆସୁଛନ୍ତି କି? ବହୁତ ଭଲ ।

ପ୍ରଭୁପାଦ: ଟିକିଏ ପାଣି ଆଣ । ଏମାନେ, ମୋର ଶିଷ୍ୟମାନେ ସେମାନେ ମୋର ଅଂଶବିଶେଷ । ସଂପୂର୍ଣ୍ଣ ଶିଷ୍ଟମଣ୍ଡଳ ସେମାନଙ୍କର ସହଯୋଗରେ ଚାଲିଛି । କିନ୍ତୁ ଯଦି ସେମନାେ କୁହଁନ୍ତି ଯେ ମୁଁ ମୋର ଗୁରୁ ମାହାରାଜଙ୍କ ସହିତ ସମାନ, ତେବେ ତାହା ହେଉଛି ଅପରାଧ ।

ଶ୍ରୀ ମଲହୋତ୍ରା: ବେଳେ ବେଳେ ଗୁରୁ ଇଛା କରନ୍ତି ଯେ ମୋର ଶିଷ୍ୟମାନେ ମୋଠାରୁ ଅଧିକ ଉଚ୍ଚକୁ ଯାଆନ୍ତୁ ।

ପ୍ରଭୁପାଦ: ତା ମାନେ ସେ ନିମ୍ନ ସ୍ତରରେ ଅଛନ୍ତି । ତାହା ତୁମକୁ ପ୍ରଥମେ ସ୍ଵୀକାର କରିବାକୁ ହେବ ।

ଶ୍ରୀ ମଲହୋତ୍ରା: ଯେପରି ସମସ୍ତ ପିତା ଦେଖନ୍ତି ଯେ ତାଙ୍କର ପିଲାମାନେ ବଡ଼ ହେଉଛନ୍ତି ।

ପ୍ରଭୁପାଦ: ହଁ, ତଥାପି ପିତା ପିତା ହୋଇ ରୁହଁନ୍ତି, ଏବଂ ଏକ ପିଲା ପିତା ହୋଇ ପାରେ ନାହିଁ ।

ଶ୍ରୀ ମଲହୋତ୍ରା: ପିତା ପିତା ରୁହଁନ୍ତି କିନ୍ତୁ ସେ ଭାବନ୍ତି ଯେ ହୋଇପାରେ ସେ, ପ୍ରଗତି କରିପାରିବେ...

ପ୍ରଭୁପାଦ: ନା, ନା । ପିତା ଆଶା ରଖିପାରିବେ କି ପୁତ୍ର ସମାନ ରୂପେ ଯୋଗ୍ୟ ହେଉ, କିନ୍ତୁ ତଥାପି ପିତା ହେଉଛନ୍ତି ପିତା, ଏବଂ ପିଲା ହେଉଛି ପିଲା । ତାହା ଶାଶ୍ଵତ ଅଟେ । ସେହିପରି, ଭଗବାନଙ୍କର ଏକ ଅଂଶବିଶେଷ ଅତି ଶକ୍ତିଶାଳୀ ହୋଇପାରେ, କିନ୍ତୁ ତାହାମାନେ ନୁହେଁ ଯେ ସେ ଭଗବାନ୍ ହୋଇଯିବ ।

ଶ୍ରୀ ମଲହୋତ୍ରା: ଅନ୍ୟ ପରମ୍ପରା ଗୁଡିକରେ, ଗୁରୁ ଶିଷ୍ୟ, ତା'ପରେ ଶିଷ୍ୟ ଗୁରୁ ହୋଇଥାନ୍ତି, ତା'ପରେ ଶିଷ୍ୟ । ଗୁରୁମାନେ ବଦଳିପାରନ୍ତି ।

ପ୍ରଭୁପାଦ: ସେମାନେ ବଦଳିପାରିବେ ନାହିଁ । ଯଦି ଗୁରୁ ପରିବର୍ତ୍ତନ ହୁଅନ୍ତି, ତେବେ ଶିଷ୍ୟ ଭୁମିକା ଗ୍ରହଣ କରେ, କିନ୍ତୁ ସେ କଦାପି କହିବ ନାହିଁ ଯେ ମୁଁ ଗୁରୁ ସହିତ ସମାନ ବା ଏକ ହୋଇଯାଇଛି । ତାହା ନୁହେଁ ।

ଶ୍ରୀ ମଲହୋତ୍ରା: ମୁଁ ଏହି ବିଷୟରେ ଭାବୁଛି, ମହାଶୟ, ଯେ ଆପଣଙ୍କର ଗୁରୁମହାରାଜ ଆପଣଙ୍କ ମାଧ୍ୟମରେ ପ୍ରଚାର କରୁଛନ୍ତି, ଏବଂ ଆପଣ ସେମାନଙ୍କ ମାଧ୍ୟମରେ ପ୍ରଚାର କରୁଛନ୍ତି ।

ପ୍ରଭୁପାଦ: ହଁ ।

ଶ୍ରୀ ମଲହୋତ୍ରା: ତେବେ ଶିଷ୍ୟ ହେଉଛି ଗୁରୁ ସେମାନଙ୍କ ଶିଷ୍ୟ ମାଧ୍ୟମରେ ।

ପ୍ରଭୁପାଦ: ତାହା ଠିକ୍ ଅଛି । ଏବଂ ପରମ୍ପରାପ୍ରାପ୍ତ (BG 4.8) । କିନ୍ତୁ ତାହା ହୋଇପାରିବ ନାହିଁ, ସେ ହୋଇପାରିବ... ସେ ଗୁରୁଙ୍କ ପ୍ରତିନିଧି, ଭଗବାନଙ୍କର ପ୍ରତିନିଧି ହୋଇପାରେ, କିନ୍ତୁ ଏହା ମାନେ ନୁହେଁ ଯେ ସେ ଭଗବାନ୍ ହୋଇଯିବ ।

ଶ୍ରୀ ମଲହୋତ୍ରା: କିନ୍ତୁ ସେ ଶିଷ୍ୟମାନଙ୍କ ସହିତ ଗୁରୁ ହୋଇଯାଆନ୍ତି ।

ପ୍ରଭୁପାଦ: ତାହା ଠିକ୍ ଅଛି ।

ଶ୍ରୀ ମଲହୋତ୍ରା: କଦାପି ଗୁରୁଙ୍କ ସହିତ ସମାନ ନୁହେଁ ।

ପ୍ରଭୁପାଦ: ସମାନ ନୁହେଁ, ପ୍ରତିନିଧି । ସମାନ ନୁହେଁ । ମୁଁ ଏହି ବ୍ୟକ୍ତିକୁ ପ୍ରତିନିଧି ରୂପେ ପଠାଏ, ଏବଂ ସେ ଅତି ନିପୂଣ ହୋଇପାରେ, ଭଲ ବ୍ୟବସାୟ କରିଥାଉ ପାରେ, ତଥାପି ସେ ମୋ ସହିତ ସମାନ ହୋଇପାରିବ ନାହିଁ । ସେ ମୋ ପ୍ରତିନିଧି ରୂପେ କାର୍ଯ୍ୟ କରେ, ତାହା ଅନ୍ୟ ଏକ କଥା । କିନ୍ତୁ ଏହା ନୁହେଁ ଯେ ସେ ମୂଳ ମାଲିକ ହୋଇଯିବ ।

ଶ୍ରୀ ମକହୋତ୍ରା: କିନ୍ତୁ ଆପଣଙ୍କର ଶିଷ୍ୟ ରୂପେ, ଆପଣଙ୍କୁ ଗୁରୁ ରୂପେ ନିଆଯାଏ ।

ପ୍ରଭୁପାଦ: କିନ୍ତୁ ସେମାନେ କଦାପି କହିପାରିବେ ନାହିଁ ଯେ ସେମାନେ ମୋ ସହିତ ସମାନ ହୋଇଯିବେ । "ମୁଁ ଉନ୍ନତି କରିଛି ମୋର ଗୁରୁ ହେବା ପାଇଁ ।" କଦାପି କହିପାରିବେ ନାହିଁ । ଯେପରି ଏହି ବ‍ାଳକ, ସେ ଦଣ୍ଡବତ ପ୍ରଣାମ କରୁଛି । ସେ ପ୍ରଚାର କରିବାରେ ମୋଠାରୁ ଅଧିକ ନିପୁଣ ହୋଇପାରେ, କିନ୍ତୁ ସେ ଜାଣିଛି ଯେ "ମୁଁ ହେଉଛି ଅଧିନସ୍ତ ।" ଅନ୍ୟଥା ସେ କିପରି ଦଣ୍ଡବତ ପ୍ରଣାମ କରୁଛ? ସେ ଭାବିପାରେ, "ଓ, ବର୍ତ୍ତମାନ ମୁଁ ଏତେ ବିଦ୍ଵାନ । ମୁଁ ଏତେ ଉନ୍ନତ । କାହିଁକି ମୁଁ ତାଙ୍କୁ ସର୍ବୋଚ୍ଚ ସ୍ଵୀକାର କରିବି?" ନା । ତାହା ଚାଲୁଛି । ଏପରିକି ମୋର ମୃତ୍ୟୁ ପରେ, ମୁଁ ଚାଲିଗଲା ପରେ, ସେମାନେ ମୋର ଛବିକୁ ଦଣ୍ଡବତ ପ୍ରଣାମ କରିବେ ।

ଶ୍ରୀ ମଲହୋତ୍ରା: କିନ୍ତୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ସେ ପୂଜା ପାଇବେ...

ପ୍ରଭୁପାଦ: ତାହା ଠିକ୍ ଅଛି, କିନ୍ତୁ ସେ ତାର ଗୁରୁଙ୍କର ଶିଷ୍ୟ ହୋଇରହିବ । ସେ କଦାପି ତାହା କହିପାରିବ ନାହିଁ ଯେ "ବର୍ତ୍ତମାନ ମୁଁ ଗୁରୁ ହୋଇଯାଇଛି, ତେଣୁ ମୁଁ ମୋର ଗୁରୁଙ୍କୁ ଖାତିର କରିବି ନାହିଁ ।" ସେ କଦାପି କହିପାରିବ ନାହିଁ । ଠିକ୍ ଯେପରି ମୁଁ କରୁଛି, କିନ୍ତୁ ତଥାପି ମୁଁ ମୋର ଗୁରୁଙ୍କୁ ପୂଜା କରୁଛି । ତେଣୁ ମୁଁ ସର୍ବଦା ମୋର ଗୁରୁଙ୍କର ଅଧିନସ୍ତ ରହିବି । ଏପରିକି ମୁଁ ଗୁରୁ ହୋଇଯାଇଛି, ତଥାପି ମୁଁ ମୋର ଗୁରୁଙ୍କର ଅଧିନସ୍ତ ।