OR/Prabhupada 0380 - ଦଶଅବତାର ସ୍ରୋତର ଭାବାର୍ଥ



Purport to Dasavatara Stotra, CD 8

ତାପରେ, ପରବର୍ତ୍ତୀ ଅବତାର ହେଉଛନ୍ତି ବାମନଦେବ । ଏହି ବାମନଦେବ, ଏକ ବାମନ, ସେ ବଳୀ ମାହାରାଜା ପାଖକୁ ଗଲେ ଏବଂ ତାଙ୍କୁ ତିନି ଫୁଟ ଜାଗା ମାଗିଲେ, ଏବଂ ତାଙ୍କର ଗୁରୁ, ଶୁକ୍ରାଚାର୍ଯ୍ୟ, ପ୍ରତିଜ୍ଞା ନ କରିବା ପାଇଁ ର‍ାଜି କରେଇଲେ, କାରଣ ସେ ହେଉଛନ୍ତି ବିଷ୍ଣୁ । କିନ୍ତୁ ବଳୀ ମାହାରାଜା ବିଷ୍ଣୁଙ୍କୁ କିଛି ପ୍ରଦାନ କରିବା ପାଇଁ ବହୁତ ସନ୍ତୁଷ୍ଟ ଥିଲେ, ସେ ତାଙ୍କ ଗୁରୁଙ୍କ ସହିତ ସମ୍ବନ୍ଧ ଭାଙ୍ଗି ଦେଲେ, କାରଣ ସେ ତାଙ୍କୁ ବିଷ୍ଣୁଙ୍କର ସେବା କରିବା ପାଇଁ ମନା କରୁଥିଲେ । ସେଥିପାଇଁ ବଳୀ ମାହାରାଜା ହେଉଛନ୍ତି ମହାଜନମାନଙ୍କ ମଧ୍ୟରୁ ଜଣେ । କେହି ବିଷ୍ଣୁଙ୍କର ପୂଜା ବନ୍ଦ କରି ପାରିବେ ନାହିଁ । ଯଦି କେହି ବନ୍ଦ କରେ, ସେ ଗୁରୁ ହୋଇପାରନ୍ତି, ସେ ପିତା ହୋଇପାରନ୍ତି, ସେ ବନ୍ଧୁ ହୋଇପାରନ୍ତି, ତାଙ୍କୁ ତୁରନ୍ତ ତ୍ୟାଗ କରିବା ଉଚିତ୍ । ସେଥିପାଇଁ ବଳୀ ମାହାରାଜା ହେଉଛନ୍ତି ଜଣେ ମାହାଜନ । ସେ ଏହି ଉଦାହରଣ ଦେଲେ: ଯେହେତୁ ତାଙ୍କର ଗୁରୁ ବିଷ୍ଣୁଙ୍କୁ ପୂଜା କରିବାର ମାର୍ଗ ଅବରୋଧ କରୁଥିଲେ, ସେ ତାଙ୍କ ଗୁରୁଙ୍କ ସହିତ ସମ୍ବନ୍ଧ ଭାଙ୍ଗିଦେଲେ । ତେଣୁ ଏହି ପ୍ରକ୍ରିୟା ଦ୍ଵାରା ସେ ଭିକ୍ଷା ମାଗିଲେ, କିନ୍ତୁ ତାହା ଭିକ୍ଷା ମାଗିବା ନ ଥିଲା, ବ୍ୟବହାରିକ ଭାବରେ ତାହା ଛଳ ଥିଲା । କିନ୍ତୁ ବଳୀ ମାହାରାଜା ଭଗବାନଙ୍କ ଦ୍ଵାରା ଛଳିତ ହେବା ପାଇଁ ରାଜି ହେଲେ । ତାହା ହେଉଛି ଭକ୍ତର ଲକ୍ଷଣ । ଭକ୍ତ ଭଗବାନଙ୍କର ଯେକୌଣସି କ୍ରିୟା ପାଇଁ ରାଜି ହୁଏ, ଏବଂ ବଳୀ ମାହାରାଜା ଦେଖିଲେ ଯେ ଭଗବାନ ଛଳ କରିବା ପାଇଁ ଚାହୁଁଛନ୍ତି । ତିନି ଫୁଟ ଜାଗା ମାଗି, ସେ ସମଗ୍ର ବ୍ରହ୍ମାଣ୍ଡ ନେଇଗଲେ, ତେବେ ସେ ରାଜି ହୋଇଗଲେ । ଏବଂ ଦୁଇ ଫୁଟରେ ସମଗ୍ର ବ୍ରହ୍ମାଣ୍ଡ ମାପି ଦେଲେ ଉପର ଏବଂ ତଳ । ତାପରେ ବାମନଦେବ ତାଙ୍କୁ ପଚାରିଲେ ଯେ ତୃତିୟ ପାଦ କେଉଁଠାରେ ରଖିବି? ତେଣୁ ବଳୀ ମାହାରାଜ ରାଜି ହେଲେ, "ମୋର ପ୍ରଭୁ, ଆପଣ ଏହା ମୋ ମୁଣ୍ଡ ଉପରେ ରଖନ୍ତୁ, ମୋର ଶରୀର ବର୍ତ୍ତମାନ ବି ବାକି ଅଛି ।" ଏହିପରି ଭାବରେ ସେ ଭଗବାନ ବିଷ୍ଣୁଙ୍କୁ କିଣି ନେଲେ, ବାମନଦେବ, ଏବଂ ବାମନ ଦେବ ବଳୀ ମାହାରାଜାଙ୍କର ଦ୍ଵାରପାଳ ହୋଇ ରହିଲେ । ତେବେ ସବୁକିଛି ପ୍ରଦାନ କରିବା ଦ୍ଵାରା, ସର୍ବାତ୍ମା ସ୍ନପନେ ବଳୀ, ସେ ସବୁକିଛି ଭଗବାନଙ୍କୁ ପ୍ରଦାନ କରିଦେଲେ, ଏବଂ ସେହି ପ୍ରଦାନ କରିବା ଦ୍ଵାରା, ସେ ଭଗବାନଙ୍କୁ କିଣି ନେଲେ । ସେ ସ୍ଵତଃ ଭାବରେ ବଳୀ ମାହାରାଜାଙ୍କର ଦ୍ଵାରପାଳ ହୋଇ ରହିଲେ । ତେଣୁ, ଛଳଯସୀ ବିକ୍ରମନେ ବଳିମ ଅଦ୍ଭୁତ-ବାମନ ପାଦ-ନଖ-ନୀର-ଜନିତା-ଜନ-ପାବନ, ଯେତେବେଳେ ବାମନଦେବ ତାଙ୍କର ଗୋଡ଼ ଉପରକୁ ବିସ୍ତାର କରିଲେ, ତାଙ୍କର ପାଦ ଆଙ୍ଗୁଳି ଦ୍ଵାରା ବ୍ରହ୍ମାଣ୍ଡର ଆବରଣରେ ଏକ ଛିଦ୍ର ହୋଇଗଲା, ଏବଂ ସେହି ଛିଦ୍ର ଦ୍ଵାରା ଗଙ୍ଗା ବୈକୁଣ୍ଠରୁ ଆସିଲେ । ପାଦ-ନଖ-ନୀର-ଜନିତା, ଏବଂ ସେହି ଗଙ୍ଗା ବର୍ତ୍ତମାନ ବ୍ରହ୍ମାଣ୍ଡରେ ପ୍ରବାହିତ ହେଉଛନ୍ତି, ସବୁଜାଗା ପବିତ୍ର କରି, ଯେଉଁଠାରେ ଗଙ୍ଗା ଜଳ ଅଛି । ପାଦ-ନଖ-ନୀର-ଜନିତା-ଜୀବନ-ପାବନ ।

ତାପରେ ପରବର୍ତ୍ତୀ ଅବତାର ହେଉଛନ୍ତି ଭୃଗୁପତି, ପର୍ଶୁରାମ । ପରଶୁରାମ ହେଉଛନ୍ତି ଏକ ଶକ୍ତ୍ୟାବେଶ ଅବତାର । ତେଣୁ ସେ, ଏକୋଇଶି ଥର, କ୍ଷେତ୍ରିୟମାନଙ୍କୁ ମାରିଥିଲେ । ତେଣୁ ପରଶୁରାମଙ୍କର ଭୟରେ, ସମସ୍ତ କ୍ଷେତ୍ରିୟମାନେ, ସେମାନେ ଇଉରୋପ ଆଡ଼କୁ ଚାଲିଗଲେ, ଏହା ଇତିହାସରେ କୁହାଯାଇଛି, ମାହାଭାରତ । ତେବେ ଏକୋଇଶି ଥର ସେ ସମସ୍ତ କ୍ଷେତ୍ରିୟମାନଙ୍କୁ ଆକ୍ରମଣ କରିଥିଲେ । ସେମାନେ ଠିକ୍ ନ ଥିଲେ, ତେଣୁ ସେ ସେମାନଙ୍କୁ ମାରିଦେଲେ, ଏବଂ କୁରୁକ୍ଷେତ୍ରରେ ଏକ ବିରାଟ କୁଣ୍ଡ ଅଛି ଯେଉଁଠାରେ ସମସ୍ତ ରକ୍ତ ସଂରକ୍ଷିତ ହୋଇଥିଲା । ପରେ ଏହା ପାଣି ହୋଇଗଲା । ତେବେ କ୍ଷେତ୍ରିୟ-ରୁଧିର, ପୀଡ଼ିତ ପୃଥିବୀକୁ ଶାନ୍ତ କରିବା ପାଇଁ, ସେ କ୍ଷେତ୍ରିୟମନଙ୍କର ରକ୍ତରେ ପୃଥିବୀକୁ ଭିଜେଇ ଦେଲେ, ସ୍ନାପୟସି ପୟସି ସମିତ-ଭବ-ତାପମ ।

ବିତରସି ଦିକ୍ଷୁ ରଣେ ଦିକ-ପତି-କମନୀୟମ ଦଶ-ମୁଖ-ମୌଳି-ବଳିମ-ରମନୀୟମ । ତାପରେ ପରବର୍ତ୍ତୀ ଅବତାର ହେଉଛନ୍ତି ରାମଚନ୍ଦ୍ର । ତେବେ ରାବଣ, ଯାହାର ଦଶଟି ମୁଣ୍ଡ ଥିଲା, ସେ ଭଗବାନଙ୍କୁ ଆହ୍ଵାନ ଦେଲା, ଏବଂ ଭଗବାନ ରାମଚନ୍ଦ୍ର ଆହ୍ଵାନ ସ୍ଵୀକାର କରିଲେ ଏବଂ ତାର ବଧ କରିଲେ । ତାପରେ ବହସି ବପୁସି ବଶଦେ ବସନମ ଜଳଦଭମ ହଳ-ହତି-ଭିତି-ମିଳିତ-ଯମୁନଭମ । ଯେତେବେଳେ ବଳରାମ ଚାହୁଁଥିଲେ କି ଯମୁନା ତାଙ୍କ ପାଖକୁ ଆସୁ, ତେବେ ସେ ଆସୁ ନ ଥିଲା । ସେଥିପାଇଁ ତାଙ୍କ ହଳ ଦ୍ଵାରା ସେ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚାହୁଁଥିଲେ, ଏବଂ ସେହି ସମୟରେ ଯମୁନା ସମର୍ପଣ କରିଲେ, ଏବଂ ସେ ଭଗବାନଙ୍କର ନିକଟକୁ ଆସିଲେ । ହଳ-ହିତି-ଭିତି-ଯମୁନା, ହଳ-ହିତି-ଭିତି-ମିଳିତ-ଯମୁନଭମ, ଯମୁନା ଭଗବାନ ବଳରାମଙ୍କ ଦ୍ଵାରା ଦଣ୍ଡିତ ହେଲେ । କେଶବ-ଧୃତ-ହଳଧର-ରୂପ, ହଳ, ହଳଧର ଅର୍ଥାତ୍ ହଳ, ହଳଧର-ରୂପ ଜୟ ଜଗଦିଶ ହରେ ।

ପରବର୍ତ୍ତୀ, ବୁଦ୍ଧ, ଭଗବାନ ବୁଦ୍ଧ । ନିନ୍ଦାସି ଯଜ୍ଞ-ବିଧେର ଅହହ ଶୃତି-ଜାତମ । ଭଗବାନ ବୁଦ୍ଧ ବୈଦିକ ନିଷେଧାଜ୍ଞାଗୁଡିକୁ ସ୍ପଷ୍ଟ କରିଥିଲେ, କାରଣ ତାଙ୍କର ଲକ୍ଷ୍ୟ ଥିଲା ପଶୁ ହତ୍ୟା ବନ୍ଦ କରିବା, ଏବଂ ବେଦଗୁଡିକରେ, କେତେକ ବଳିଦାନରେ, ପଶୁ ହତ୍ୟା ନିର୍ଧାରିତ କରାଯାଇଛି । ତେଣୁ ଯେଉଁମାନେ ବେଦର ତଥାକଥିତ ଅନୁସରଣକାରୀ ଅଟନ୍ତି, ସେମାନେ ବୁଦ୍ଧଦେବଙ୍କର ପଶୁ ହତ୍ୟା ବନ୍ଦ କରିବାର ଲକ୍ଷ୍ୟକୁ ରୋକିବାକୁ ଚାହୁଁଥିଲେ, ତେଣୁ ଯେତେବେଳେ ଲୋକମାନେ ବେଦରୁ ସାକ୍ଷ୍ୟ ଦେବା ପାଇଁ ଚାହୁଁଥିଲେ, ଯେ ବେଦରେ ବର୍ଣ୍ଣନା କରାଯାଇଛି, ବଳିଦାନରେ ପଶୁ ହତ୍ୟାର ମଞ୍ଜୁରି ଅଛି, ତୁମେ କାହିଁକି ବନ୍ଦ କରୁଛ? ସେ, ନିନ୍ଦସି, ସେ ବର୍ଣ୍ଣନା କରିଲେ । ଏବଂ ଯେହେତୁ ସେ ବେଦଗୁଡ଼ିକର ଅଧିକାର ବର୍ଣ୍ଣନା କରିଲେ, ସେଥିପାଇଁ ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ଭାରତରେ ସ୍ଵୀକାର କରାଗଲା ନାହିଁ । ନାସ୍ତିକ, ଯେ କେହି ବେଦର ଅଧିକାରଗୁଡ଼ିକୁ ମନା କରେ, ତାକୁ ନାସ୍ତିକ କୁହାଯାଏ, ଅବିଶ୍ଵାସୀ । ବେଦର ଅପମାନ କରାଯାଇ ପାରିବ ନାହିଁ । ତେଣୁ ଏହିପରି ଭାବରେ, ଭଗବାନ ବୁଦ୍ଧ, ନିରିହ ପଶୁମାନଙ୍କୁ ବଞ୍ଚେଇବା ପାଇଁ, ସେ ବେଳେବେଳେ ବେଦର ନିଷେଧାଜ୍ଞା ସ୍ପଷ୍ଟ କରୁଥିଲେ । କେଶବ ଧୃତ ବୁଦ୍ଧ-ଶରୀର ଜୟ ଜଗଦୀଶ ।

ପରବର୍ତ୍ତୀ ଅବତାର ହେଉଛି କଳକୀ ଅବତାର । ଆମେ ପ୍ରତୀକ୍ଷା କରୁଛୁ, ଏହି ସମୟରୁ ଚାରିଶହ ହଜାର ବର୍ଷ ପରେ, କଳକୀ ଅବତାର ଆସିବେ, ଏବଂ ସେ ଘୋଡା ପିଠିରେ ଏକ ଖଣ୍ଡା ନେଇ ଆସିବେ, ଏକ ରାଜା ପରି, ସେ କେବଳ ଏହି ଅବିଶ୍ଵାସୀମାନଙ୍କୁ ମାରି ଚାଲିବେ, ଭଗବାନ ବିହୀନ ପ୍ରାଣୀମାନେ । ଆଉ ପ୍ରଚାର ରହିବ ନାହିଁ । ଯେପରି ଅନ୍ୟ ଅବତାରଗୁଡିକରେ ପ୍ରଚାର ଅଛି, କଳକୀ ଅବତାରରେ ସମଗ୍ର ବିଶ୍ଵର ଜନସଂଖ୍ୟା ବହୁମାତ୍ରାରେ ପଶୁଧର୍ମକୁ ଖସି ଯାଇଥିବ, ଯେ ଭଗବାନ କ'ଣ, କିମ୍ଵା ଆଧ୍ୟାତ୍ମବାଦ କ'ଣ ବୁଝିବା ପାଇଁ ଆଉ ଶକ୍ତି ନ ଥିବ । ଏବଂ ଏହା ପୂର୍ବରୁ ଅଛି, କଳି ଯୁଗ । ଏହା ବୃଦ୍ଧି ପାଇବ । ଲୋକମାନଙ୍କର ତତ୍ତ୍ଵଜ୍ଞାନ, ଭଗବାନ ଚେତନା ବୁଝିବା ପାଇଁ ଶକ୍ତି ରହିବ ନାହିଁ । ତେଣୁ ସେହି ସମୟରେ ମାରିବା ବ୍ୟତୀତ ଅନ୍ୟ କିଛି ଉପାୟ ରହିବ ନାହିଁ, ଏବଂ ଅନ୍ୟ ଏକ ସତ୍ୟଯୁଗରେ ପ୍ରବେଶ କରିବା । ତାହା ହେଉଛି ମାର୍ଗ (ଅସ୍ପଷ୍ଟ) ।