OR/Prabhupada 0402 - ବିଭାବରି ଶେଷର ଭାବାର୍ଥ
ଏହା ଭକ୍ତିବିନୋଦ ଠାକୁରଙ୍କ ଦ୍ଵାରା ବୋଲା ଯାଇଥିବା ଏକ ଗୀତ । ସେ ସମସ୍ତଙ୍କୁ ସକାଳୁ ଜଲଦି ଉଠିବା ପାଇଁ କହୁଛନ୍ତି । ବିଭାବରୀ ଶେଷ, ରାତି ସରି ଯାଇଛି, ଆଲୋକ-ପ୍ରବେଶ, ସୂର୍ଯ୍ୟକିରଣର ଝଲକ ଦେଖା ଯାଉଛି, ବର୍ତ୍ତମାନ ତୁମେ ଉଠ । ନିଦ୍ରା ଛାଡି ଉଠ ଯିବା, ଆଉ ଶୁଅ ନାହିଁ । ତାହା ହେଉଛି ବୈଦିକ ଜୀବନ । ଜଣେ ସୂର୍ଯ୍ୟ ଉଦୟ ହେବା ପରେ ଶୋଇବା ଉଚିତ୍ ନୁହେଁ । ସେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ୍ । ତାହା ମଧ୍ୟ ସୁସ୍ଥ ଜୀବନ ଅଟେ । ତେବେ ତୁରନ୍ତ ବିଛଣାରୁ ଉଠିବା ପରେ, ଜଣେ ଭଗବାନଙ୍କର ପବିତ୍ର ନାମ ଉଚ୍ଚାରଣ କରିବା ଉଚିତ୍ । ଏଠାରେ ଏହି ପ୍ରସ୍ତାବ ଦିଆଯାଇଛି, ବୋଲୋ ହରି ହରି, ବର୍ତ୍ତମାନ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର, ମୁକୁନ୍ଦ ମୁରାରୀ, କୃଷ୍ଣଙ୍କର ଭିନ୍ନ ନାମ ।
ମୁକୁନ୍ଦ ଅର୍ଥାତ୍ ଜଣେ ଯିଏ ମୁକ୍ତି ଦିଏ । ମୁରାରୀ, ମୁରାରୀ ଅର୍ଥାତ୍ କୃଷ୍ଣ ମୁର ନାମକ ଅସୁରର ଶତ୍ରୁ । ରାମ ହେଉଛି ଅନ୍ୟ ଏକ ନାମ, ପ୍ରସିଦ୍ଧ, ରାମ, କୃଷ୍ଣ । ହୟଗ୍ରୀବ, ହୟଗ୍ରୀବ ହେଉଛି କୃଷ୍ଣଙ୍କର ଅନ୍ୟ ଏକ ଅବତାର । ସେହିପରି ନୃସିଂହ, ନର-ହରି, ଅଧା ସିଂହ, ଅଧା ମନୁଷ୍ୟ, ନୃସିଂହ-ଦେବ । ବାମନ ଅବତାର, ନୃସିଂହ ବାମନ, ଶ୍ରୀ ମଧୁସୂଦନ । ମଧୁସୂଦନ, ମଧୁ ନାମକ ଏକ ଅସୁର ଥିଲା, ଏବଂ କୈତଭ, ସେମାନେ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟିର ରଚନା ହେବା ପରେ ତାଙ୍କୁ ଗିଳିବାକୁ ଆସିଥିଲେ, ସେଥିପାଇଁ ସେମାନଙ୍କର ହତ୍ୟା କରାଗଲା । ସେଥିପାଇଁ କୃଷ୍ଣଙ୍କର ଅନ୍ୟ ଏକ ନାମ ହେଉଛି ମଧୁସୂଦନ । ମଧୁସୂଦନ ନାମ ଭଗବଦ୍ ଗୀତାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ମଧୁସୂଦନ ଅର୍ଥାତ୍ ମଧୁର ଶତ୍ରୁ। କୃଷ୍ଣ ହେଉଛନ୍ତି ଉଦ୍ଭୟ ମିତ୍ର ଏବଂ ଶତ୍ରୁ । ବାସ୍ତବରେ ସେ ସମସ୍ତଙ୍କର ମିତ୍ର, କିନ୍ତୁ ସେ ଶତ୍ରୁ ହୋଇ ଯାଆନ୍ତି ସେମାନଙ୍କ ପାଇଁ ଯିଏ କୃଷ୍ଣଙ୍କ ସହିତ ଶତ୍ରୁ ପରି ବ୍ୟବହାର କରେ । ସେ କାହାର ଶତ୍ରୁ ନୁହଁନ୍ତି, କିନ୍ତୁ ଯଦି ଜଣେ ତାଙ୍କୁ ଶତ୍ରୁ ରୂପେ ଦେଖିବାକୁ ଚାହେଁ, ସେ ଶତ୍ରୁ ରୂପେ ଦେଖା ଯାଆନ୍ତି । ତାହା ହେଉଛି ପରମ ତତ୍ତ୍ଵ । ଅସୁରମାନେ, ସେମାନେ କୃଷ୍ଣଙ୍କୁ ଶତ୍ରୁ ରୂପେ ଦେଖିବାକୁ ଚାହାଁନ୍ତି, ସେଥିପାଇଁ, ଅସୁରମାନଙ୍କର ଇଛା ସ୍ଵୀକାର କରି, ସେ ଶତ୍ରୁ ରୂପେ ତାସମ୍ମୁଖରେ ପ୍ରକଟ ହୁଅଁନ୍ତି, ତାର ବଧ କରନ୍ତି, ଏବଂ ତାକୁ ମୁକ୍ତି ଦିଅନ୍ତି । ତାହା ହେଉଛି କୃଷ୍ଣଙ୍କର ନିତ୍ୟ ଲୀଳା, ମଧୁସୂଦନ ବ୍ରଜେନ୍ଦ୍ର-ନନ୍ଦନ ଶ୍ୟାମା । ବାସ୍ତବରେ ଭଗବାନଙ୍କର କୌଣସି ନାମ ନାହିଁ, କିନ୍ତୁ ତାଙ୍କର ନାମଗୁଡିକ ତାଙ୍କର ଲୀଳା ଅନୁସାରେ ବଛା ଯାଏ । ଠିକ୍ ଯେପରି ଏହି ମଧୁସୂଦନ ନାମ ତାଙ୍କୁ ଦିଆଗଲା କାରଣ ସେ ମଧୁ ଅସୁରର ବଧ କରିଥିଲେ ।
ସେହିପରି, ସେ ବ୍ରଜେନ୍ଦ୍ର-ନନ୍ଦନ ରୂପେ ଜଣା ଯାଆନ୍ତି, ବ୍ରଜର ପୁତ୍ର, ବୃନ୍ଦାବନ, କାରଣ ସେ ଯଶୋଦା ଏବଂ ନନ୍ଦ ମାହାରାଜଙ୍କର ପୁତ୍ର ରୂପେ ପ୍ରକଟ ହୋଇଥିଲେ, ବ୍ରଜେନ୍ଦ୍ର-ନନ୍ଦନ । ଶ୍ୟାମା, ତାଙ୍କର ଶାରୀରର ରଙ୍ଗ ହେଉଛି କଳା, ସେଥିପାଇଁ ତାଙ୍କୁ ଶ୍ୟାମସୁନ୍ଦର କୁହାଯାଏ । ପୁତନା-ଘାତନ, କୈତବ-ସାତନ, ଜୟ ଦଶରଥି ରାମା । ଯେ ହେତୁ ସେ ପୁତନା ରାକ୍ଷସୀର ବଧ କରିଥିଲେ, ତାଙ୍କର ନାମ ହେଉଛି ପୁତନା-ଘାତନ । ଘାତନ ଅର୍ଥାତ୍ ହତ୍ୟାକାରି । କୈତବ ସାତନ, ଏବଂ ସେ ସବୁ ପ୍ରକାରର ବିପଦକୁ ଦଣ୍ଡିତ କରନ୍ତି । ଜୟ-ଦଶରଥି-ରାମ । ରାବଣର ହତ୍ୟା ସମ୍ଵନ୍ଧରେ, ତାଙ୍କୁ ଗୌରବାନ୍ଵିତ କରାଯାଏ, ଜୟ ଦଶରଥି । ଦଶରଥି ଅର୍ଥାତ୍: ତାଙ୍କର ପିତାଙ୍କର ନାମ ହେଉଛି ଦଶରଥ, ତେଣୁ ସେ ହେଉଛନ୍ତି ଦଶରଥି, ଦଶରଥି-ରାମ । ଯଶୋଦା-ଦୁଲାଲ ଗୋବିନ୍ଦ ଗୋପାଳ । ଯଶୋଦା ଦୁଲାଲ ଅର୍ଥାତ୍ ମାତା ଯଶୋଦାଙ୍କର ଗେହ୍ଲା ପୁତ୍ର । ଗୋବିନ୍ଦ-ଗୋପାଳ, ଏବଂ ସେ ହେଉଛନ୍ତି ଗୋପାଳ ବାଳକ, ଗୋବିନ୍ଦ, ଗାଈମାନଙ୍କୁ ଅନନ୍ଦିତ କରୁଛନ୍ତି । ବୃନ୍ଦାବନ-ପୁରନ୍ଦର, ବୃନ୍ଦାବନ ଭୂମିର ମୁଖିଆ । ବୃନ୍ଦାବନରେ ସେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟନ୍ତି । ରାବଣଅନ୍ତକର ଗୋପୀ-ପ୍ରିୟ-ଜନ, ସେ ଗୋପୀମାନଙ୍କର ହିତକାରୀ ଥିଲେ, ଗୋପୀ-ପ୍ରୟ । ରାଧିକା-ରମଣ, ଏବଂ ସେ ସର୍ବଦା ରାଧାରାଣୀଙ୍କର ସଙ୍ଗ ଉପଭୋଗ କରୁଥିଲେ, ସେଥିପାଇଁ ତାଙ୍କର ନାମ ହେଉଛି ରାଧିକା-ରମଣ । ଭୁବନ-ସୁନ୍ଦର-ବର । ତେବେ ସେ ଏତେ ସାରା ଗୋପୀମାନଙ୍କୁ ଆକର୍ଷିତ କରିଲେ, ତାର ଅର୍ଥ ହେଉଛି ସେ ସମଗ୍ର ବ୍ରହ୍ମାଣ୍ଡ ପାଇଁ ଆକର୍ଷକ ଅଟନ୍ତି । ଏହି ବ୍ରହ୍ମାଣ୍ଡରେ କୃଷ୍ଣଙ୍କ ଠାରୁ ଅଧିକ ଆକର୍ଷକ ଆଉ କେହି ନାହାଁନ୍ତି, କିମ୍ଵା ଆଉ କେଉଁଠାରେ, ସେଥିପାଇଁ ତାଙ୍କୁ ଭୁବନ-ସୁନ୍ଦର-ବର କୁହାଯାଏ । ବର ଅର୍ଥାତ୍ ମୁଖ୍ୟ । ରାବଣଅନ୍ତକର, ମାଖନ-ତସ୍କର, ଗୋପୀ-ଜନ-ବସ୍ତ୍ର-ହାରୀ ।