OR/Prabhupada 0403 - ବିଭାବରି ଶେଷର ଭାବାର୍ଥ
ଯେପରି ରାମ, ଯେତେବେଳେ ସେ ଭଗବାନ ରାମଚନ୍ଦ୍ର ରୂପେ ଅବତରିତ ହେଲେ, ସେ ରାବଣର ବଧ କରିଲେ, ରାବଣଅନ୍ତକର । ମାଖନ-ତସ୍କର, ଏବଂ ବୃନ୍ଦାବନରେ ସେ ଲହୁଣୀ ଚୋର ରୂପେ ପରିଚିତ । ତାଙ୍କର ବାଲ୍ୟ ଲୀଳାରେ, ସେ ଗୋପୀମାନଙ୍କର ମାଠିଆରୁ ଲହୁଣୀ ଚୋରି କରୁଥିଲେ । ତାହା ହେଉଛି ତାଙ୍କର ଆନନ୍ଦମୟ ଲୀଳା, ସେଥିପାଇଁ ତାଙ୍କୁ ମାଖନ-ତସ୍କର କୁହାଯାଏ, ମାଖନଚୋର । ଗୋପୀ-ଜନ-ବସ୍ତ୍ର-ହାରୀ, ଏବଂ ସେ ଗୋପୀମାନଙ୍କର ବସ୍ତ୍ର ମଧ୍ୟ ଚୋରି କରୁଥିଲେ, ଯେତେବେଳେ ସେମାନେ ସ୍ନାନ କରୁଥିଲେ । ଏହା ଅତି ଗୋପନୀୟ । ବାସ୍ତବରେ ଗୋପୀମାନେ କୃଷ୍ଣଙ୍କୁ ଚାହୁଁଥିଲେ । ସେମାନେ କାତ୍ୟାୟନୀ-ଦେବୀଙ୍କୁ ପ୍ରାର୍ଥନା କରିଲେ, ଦେବୀ କାତ୍ୟାୟନୀ, କାରଣ ସେ ତାଙ୍କ ବୟସର ସମସ୍ତ ଝିଅମାନଙ୍କ ପାଇଁ ଆକର୍ଷକ ଥିଲେ, ତେଣୁ ସେମାନେ କୃଷ୍ଣଙ୍କୁ ସ୍ଵାମୀ ରୂପେ ଚାହୁଁଥିଲେ । ତେବେ, ଉପରଠଉରିଆ ଭାବରେ, କୃଷ୍ଣ ସମାନ ବୟସର ଥିଲେ, ଏବଂ ସେ ସମସ୍ତ ଗୋପୀମାନଙ୍କର ସ୍ଵାମୀ କିପରି ହୋଇ ପାରିବେ? କିନ୍ତୁ ସେ ସ୍ଵୀକାର କରିଲେ । କାରଣ ଗୋପୀମାନେ କୃଷ୍ଣଙ୍କର ସ୍ତ୍ରୀ ହେବା ପାଇଁ ଚାହୁଁଥିଲେ, ସେଥିପାଇଁ କୃଷ୍ଣ ସେମାନଙ୍କର ପ୍ରସ୍ତାବ ସ୍ଵୀକାର କରିଲେ । ସେମାନଙ୍କ ଉପରେ ଦୟା ଦେଖାଇବା ପାଇଁ, ସେ ବସ୍ତ୍ର ଚୋରି କରୁଥିଲେ, କାରଣ ସ୍ଵାମୀ ସ୍ତ୍ରୀର ଶାରୀରିକ ବସ୍ତ୍ର ବାହାର କରି ପାରିବ । ଆଉ କେହି ଏହାକୁ ସ୍ପର୍ଶ କରିପାରିବେ ନାହିଁ । ତେବେ ଏହା ହେଉଛି ଉଦ୍ଦେଶ୍ୟ, କିନ୍ତୁ ଲୋକମାନେ ଜାଣି ନାହାଁନ୍ତି । ସେଥିପାଇଁ କୃଷ୍ଣ ଲୀଳା ଏକ ଆତ୍ମ ବୋଧ ବ୍ୟକ୍ତି ଠାରୁ ଶୁଣିବା ଉଚିତ୍, କିମ୍ଵା ଏହି ପ୍ରସଙ୍ଗରୁ ଦୂରରେ ରହିବା ଉଚିତ୍ । ଅନ୍ୟଥା ଆମେ ଭୁଲ ବୁଝିବା ଯେ କୃଷ୍ଣ ବସ୍ତ୍ର ନେଇ ଯାଉଥିଲେ, ଏବଂ ସେ ବହୁତ ପତୀତ, ମହିଳା-ଶିକାରୀ, ସେପରି । ନା ତାହା ନୁହେଁ । ସେ ହେଉଛନ୍ତି ପରମ ଭଗବାନ । ସେ ସମସ୍ତ ଭକ୍ତମାନଙ୍କର ଇଛା ପୁରଣ କରନ୍ତି । ତେବେ କୃଷ୍ଣ ଗୋପୀମାନଙ୍କୁ ନଗ୍ନ ଅବସ୍ଥାରେ ଦେଖିବା ପାଇଁ ଚାହୁଁ ନ ଥିଲେ, କିନ୍ତୁ କାରଣ ସେମାନେ ସ୍ତ୍ରୀ ହେବା ପାଇଁ ଚାହୁଁ ଥିଲେ, ତେଣୁ ସେସେମାନଙ୍କର ଇଛା ପୁରଣ କରିଲେ । ଏକ ପ୍ରତିକ, "ହଁ, ମୁଁ ତୁମର ସ୍ଵାମୀ, ମୁଁ ତୁମର ବସ୍ତ୍ର ନେଇଛି । ବର୍ତ୍ତମାନ ତୁମେ ତୁମର ବସ୍ତ୍ର ନିଅ ଏବଂ ଘରକୁ ଯାଅ ।" ସେଥିପାଇଁ ସେ ଗୋପୀ-ଜନ-ବସ୍ତ୍ର-ହାରୀ ରୂପେ ପରିଚିତ । ବ୍ରଜେର ରାଖଳ, ଗୋପ-ବୃନ୍ଦା-ପାଳ, ଚିତ-ହାରୀ-ବଂଶୀ-ଧାରୀ । ବ୍ରଜେର-ରାଖଳ, ଗୋପାଳ ବାଳକ ବୃନ୍ଦାବନରେ, ଏବଂ ଗୋପ-ବୃନ୍ଦା-ପାଳ, ତାଙ୍କର ଉଦ୍ଦେଶ୍ୟ ଥିଲା ଗୋପାଳ ପୁରୁଷମାନଙ୍କୁ କିପରି ସନ୍ତୁଷ୍ଟ କରିବେ, ତାଙ୍କର ପିତା, ଦଦାଙ୍କ ସହିତ, ସେମାନେ ସମସ୍ତେ ଗାଈ ରଖୁଥିଲେ, ସେମାନଙ୍କୁ ଖୁସୀ କରିବା ପାଇଁ । ତେଣୁ ସେ ହେଉଛନ୍ତି ଗୋପ-ବୃନ୍ଦା-ପାଳ । ଚିତ-ହାରି ବଂଶୀ-ଧାରୀ, ଏବଂ ସେ ଯେତେବେଳେ ବଂଶୀ ବଜାନ୍ତ, ଏହା ସମସ୍ତଙ୍କର ହୃଦୟ ଜିତୁ ଥିଲା, ଚିତ-ହାରୀ । ଏହା ସମସ୍ତଙ୍କର ହୃଦୟ ଜିତୁ ଥିଲା । ଯୋଗୀନ୍ଦ୍ର-ବନ୍ଦନ, ବୃନ୍ଦାବନରେ କୃଷ୍ଣଙ୍କର ଛୋଟ ଗୋପାଳ ବାଳକ ପରି ଖେଳିବା ବ୍ୟତିତ, ଠିକ୍ ଯେପରି ଗାଁର ବାଳକମାନେ ସେମାନଙ୍କର ସାଙ୍ଗମାନଙ୍କ ସହିତ ମଜା କରନ୍ତି, କିନ୍ତୁ ତଥାପି, ସେ ହେଉଛନ୍ତି ଯୋଗୀନ୍ଦ୍ର-ବନ୍ଦନ । ଯୋଗୀନ୍ଦ୍ର ଅର୍ଥାତ୍ ମହାନ ଯୋଗୀ, ରହସ୍ୟବାଦୀ । ଧ୍ୟାନାବସ୍ଥିତା-ତଦ-ଗତେନ-ମନସା ପଶ୍ୟାନ୍ତି ଯମ ଯୋଗୀନଃ (SB 12.13.1) । ଯୋଗୀନଃ, ଧ୍ୟାନ, ସେମାନେ କାହାକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି? ଏହି କୃଷ୍ଣ । ସେମାନେ କୃଷ୍ଣଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ସେମାନେ କୃଷ୍ଣଙ୍କ ଉପରେ ନିଜର ମନକୁ ସ୍ଥିର କରିବାର ସ୍ଥିତିକୁ ଆସି ନାହାଁନ୍ତି, ସେମାନଙ୍କର ଯୋଗୀ ସିଦ୍ଧାନ୍ତ, କିମ୍ଵା ରହସ୍ୟବାଦୀ ଶକ୍ତି, ଦ୍ଵନ୍ଦରେ ପକାଏ । ଯୋଗିନାମପି ସର୍ବେଷାଂ ମଦ-ଗତ-ଅନ୍ତର (BG 6.47) । ଯୋଗୀ, ପ୍ରଥମ ଶ୍ରେଣୀର ଯୋଗୀ, କୃଷ୍ଣଙ୍କୁ ସର୍ବଦା ନିଜର ହୃଦୟରେ ରଖିବା ଉଚିତ୍ । ଏହା ହେଉଛି ଯୋଗୀର ପୂର୍ଣ୍ଣତା । ସେଥିପାଇଁ ଏହା କୁହାଯାଇଛି ଯୋଗୀନ୍ଦ୍ର-ବନ୍ଦନ, ଶ୍ରୀ-ନନ୍ଦ-ନନ୍ଦନ, ବ୍ରଜ-ଜନ-ଭୟ-ହାରୀ । ଯଦିଓ ସେ ବଡ ଆଧ୍ୟାତ୍ମିକତାର ସହିତ ପୂଜା ପାଆନ୍ତି, ତଥାପି ସେ ବୃନ୍ଦାବନରେ ନନ୍ଦ ମହାରାଜଙ୍କର ପୁତ୍ର ଭାବରେ ରହନ୍ତି, ଏବଂ ବୃନ୍ଦାବନର ନିବାସୀମାନେ, ସେମାନେ କୃଷ୍ଣଙ୍କର ରକ୍ଷଣରେ ସୁରକ୍ଷିତ ଅନୁଭବ କରନ୍ତି । ନବିନ ନିରଦ, ରୂପ ମନୋହର, ମୋହନ-ବଂଶୀ-ବିହାରୀ । ନବୀନ ନିରଦ, ନିରଦ ଅର୍ଥାତ୍ ମେଘ, ତାଙ୍କର ବର୍ଣ୍ଣ ହେଉଛି ନୂତନ ମେଘ ପରି । ନୂତନ ମେଘ, କାଳିଆ, ରୂପ । ତଥାପି ସେ ବହୁତ ସୁନ୍ଦର । ସାଧାରଣତଃ କାଳିଆ ଏହି ଭୌତିକ ଦୁନିଆରେ ସୁନ୍ଦର ଭାବରେ ଧରାଯାଏ ନାହିଁ, କିନ୍ତୁ କାରଣ ତାଙ୍କର ଶରୀର ହେଉଛି ଦିବ୍ୟ, ଏପରିକି ସେ କଳା ହେଲେ ମଧ୍ୟ, ସେ ସର୍ବଭୌମିକ ଆକର୍ଷକ ଅଟନ୍ତି । ରୂପ ମନୋହର । ମୋହନ-ବଂଶୀ-ବିହାରି, ସେ କେବଳ ତାଙ୍କର ବଂଶୀ ସହିତ ଯେତେବେଳେ ଛିଡା ହୁଅଁନ୍ତି, ସେ, ସେ କଳା ହେଲେ ମଧ୍ୟ, ସେ ସମସ୍ତଙ୍କ ପାଇଁ ବହୁତ ଆକର୍ଷକ ହୋଇ ଯାଆନ୍ତି । ଯଶୋଦା-ନନ୍ଦନ, କଂସ-ନିସୁଦନ, ସେ ମାତା ଯଶୋଦାଙ୍କର ପୁତ୍ର ଭାବରେ ବହୁତ ପ୍ରସିଦ୍ଧ, ସେ ହେଉଛନ୍ତି କଂସର ହତ୍ୟାକାରୀ, ଏବଂ ନିକୁଞ୍ଜ-ରାସ-ବିଳାସି, ଏବଂ ସେ ନୃତ୍ୟ କରୁଥିଲେ, ରାସ ନୃତ୍ୟ, ନିକୁଞ୍ଜରେ, ବଂଶୀ-ବଟ୍ଟ, ନିକୁଞ୍ଜ । କଦମ୍ଵ-କାନନ, ରାସ-ପରାୟଣ, ବହୁତ କଦମ୍ଵ ବୃକ୍ଷ ଅଛି, କଦମ୍ଵ ହେଉଛି ଏକ ପ୍ରକାରର ଫୁଲ, ଯାହା ବିଶେଷ କରି ବୃନ୍ଦାବନରେ ଚାଷ କରାଯାଏ, ବହୁତ ସୁଗନ୍ଧିତ ଏବଂ ସୁନ୍ଦର ଫୁଲ, ଶକ୍ତ ଫୁଲ, ଗୋଲିଆ । ତେଣୁ କଦମ୍ଵ-କାନନ, ସେ ତାଙ୍କର ରାସ ନୃତ୍ୟ ଏହି କଦମ୍ଵ ବୃକ୍ଷର ତଳେ ଉପଭୋଗ କରୁଥିଲେ । ଆନନ୍ଦ-ବର୍ଦ୍ଧନ ପ୍ରେମ-ନିକେତନ, ଫୁଲ-ସର-ଯୋଜକ-କାମ । ତେବେ ସେ ଗୋପୀମାନଙ୍କର କାମୁକ ଇଛାକୁ ଉତ୍ତେଜିତ କରୁଥିଲେ, ଏବଂ ସେମାନଙ୍କର ଦିବ୍ୟ ଆନନ୍ଦକୁ ବଢଉଥିଲେ । ଆନନ୍ଦ-ବର୍ଦ୍ଧନ ପ୍ରେମ-ନିକେତନ, କାରଣ ସେ ସମସ୍ତ ସୁଖର ଭଣ୍ଡାର ଥିଲେ । ଗୋପୀମାନେ ଉପଭୋଗ କରିବା ପାଇଁ ଆସୁଥିଲେ କାରଣ ସେ ସମସ୍ତ ସୁଖର ଭଣ୍ଡାର ଥିଲେ । ଠିକ୍ ଯେପରି ଆମେ ପାଣି ଆଣିବାକୁ ହ୍ରଦକୁ ଯାଉ ଯେଉଁଠାରେ ପାଣି ଅଛି । ସେହିପରି, ଯଦି ତୁମେ ବାସ୍ତବରେ ଆନନ୍ଦମୟ ଜୀବନ ଚାହଁ, ତେବେ ଆମେ ଏହାକୁ ସୁଖର ଭଣ୍ଡାର, କୃଷ୍ଣଙ୍କ ଠାରୁ ଆଣିବାକୁ ହେବ । ଆନନ୍ଦ-ବର୍ଦ୍ଧନ, ସେହି ସୁଖ ବଢିବ । ଭୌତିକ ସୁଖ କମିବ । ତୁମେ ଲମ୍ଵା ସମୟ ପର୍ଯ୍ୟନ୍ତ ଉପଭୋଗ କରି ପାରିବ ନାହିଁ, ଏହା କମିବ, କିନ୍ତୁ ଆଧ୍ୟାତ୍ମିକ ସୁଖ, ଯଦି ତୁମେ ଏହାକୁ ସୁଖର ଭଣ୍ଡାର, କୃଷ୍ଣଙ୍କ ଠାରୁ ନିଅ, ତେବେ ଏହା ବଢିବ । ତୁମର ଉପୋଭୋଗ କରିବାର ଶକ୍ତି ବୃଦ୍ଧି ପାଇବ, ଏବଂ ତୁମେ ଅଧିକରୁ ଅଧିକ ସୁଖ ପାଇବ । ଯେପରି ତୁମେ ତୁମର ଉପଭୋଗ କରିବାର ଶକ୍ତିକୁ ବଢାଅ, କିମ୍ଵା ଇଛା, ଯୋଗାଣ ମଧ୍ୟ ସତତ ଅଟେ । କୌଣସି ସୀମା ନାହିଁ । ଫୁଲ-ସର-ଯୋଜକ-କାମ, ସେ ହେଉଛନ୍ତି ଦିବ୍ୟ କାମ ଦେବ । କାମ ଦେବ, ତାଙ୍କର ଧନୁଷ ଏବଂ ତୀର ସହିତ, ସେ ଭୌତିକ ଦୁନିଆର କାମୁକ ଇଛାକୁ ବଢାନ୍ତି । ସେହିପରି ଆଧ୍ୟାତ୍ମିକ ଦୁନିଆରେ, ସେ ହେଉଛନ୍ତି ପରମ କାମ ଦେବ । ସେ ଗୋପୀମାନଙ୍କର କାମୁକ ଇଛାଗୁଡିକୁ ବଢାନ୍ତି । ସେମାନେ ସେଠାକୁ ଆସନ୍ତ, ଏବଂ ସେମାନେ ଦୁଇଜଣ, କିଛି କମ ନାହିଁ । ସେମାନେ ସେମାନଙ୍କର ଇଛାକୁ ବୃଦ୍ଧି କରନ୍ତି, ଏବଂ କୃଷ୍ଣ ସେମାନଙ୍କୁ ଯୋଗାଇ ଦିଅନ୍ତି, ଜୀବନର କୌଣସି ଭୌତିକ ଅବଧାରଣା ବିନା । ସେମାନେ କେବଳ ନୃତ୍ୟ କରନ୍ତି, ବାସ୍ । ଗୋପାଙ୍ଗନା-ଗଣ, ଚିତ-ବିନୋଦନ, ସମସ୍ତ-ଗୁଣ-ଗଣ-ଧାମ । ସେ ବିଶେଷକରି ଗୋପାଙ୍ଗନାଙ୍କ ପ୍ରତି ଆକର୍ଷକ ଅଟନ୍ତି । ଗୋପାଙ୍ଗନା ଅର୍ଥାତ୍ ବ୍ରଜ-ଧାମର ନର୍ତ୍ତକୀମାନେ । ଗୋପାଙ୍ଗନା-ଗଣ, ଚିତ-ବିନୋଦନ, ସେମାନେ କେବଳ କୃଷ୍ଣଙ୍କର ଚିନ୍ତାରେ ମଗ୍ନ । ସେମାନେ କୃଷ୍ଣଙ୍କ ପ୍ରତି ଏତେ ଆକର୍ଷିତ ଥିଲେ, ସଂଯୁକ୍ତ ଥିଲେ, ସେମାନେ ତ୍ୟାଗ କରି ପାରିଲେ ନାହିଁ, ତାଙ୍କୁ, ତାଙ୍କର ଉପସ୍ଥିତିର ରୂପକୁ ତାଙ୍କ ହୃଦୟରୁ କ୍ଷଣକ ପାଇଁ, ଚିତ-ବିନୋଦନ, ସେ ଗୋପୀମାନଙ୍କର ହୃଦୟକୁ ଧରି ରଖି ଥିଲେ, ଚିତ-ବିନୋଦନ । ସମସ୍ତ-ଗୁଣ-ଗଣ-ଧାମ, ସେ ହେଉଛନ୍ତି ସମସ୍ତ ଦିବ୍ୟ ଗୁଣଗୁଡିକର ଭଣ୍ଡାର । ଯମୁନା-ଜୀବନ, କେଳୀ-ପରାୟଣ, ମାନସ-ଚନ୍ଦ୍ର-ଚକୋରା । ମାନସ-ଚନ୍ଦ୍ର-ଚକୋରା, ଏକ ପକ୍ଷୀ ଅଛି ଯାହାକୁ ଚକୋରା କୁହାଯାଏ । ସେ ଚନ୍ଦ୍ର ଆଲୋକକୁ ଦେଖେ । ସେହିପରି, ସେ ଗୋପୀମାନଙ୍କ ମଧ୍ୟରେ ଚନ୍ଦ୍ର ପରି ଥିଲେ, ଏବଂ ସେମାନେ କେବଳ ତାଙ୍କୁ ଦେଖୁଥିଲେ । ଏବଂ ସେ ଯମୁନା ନଦୀର ଜୀବନ ଥିଲେ, କାରଣ ସେ ଯମୁନା ନଦୀକୁ ଡେଇଁ ଉପଭୋଗ କରୁଥିଲେ । ନାମ-ସୁଦ୍ଧା-ରସ, ଗାଓ-କୃଷ୍ଣା-ଯଶ, ରାଖୋ ବଚନ । ତେଣୁ ଭକ୍ତି ବିନୋଦ ଠାକୁର ସମସ୍ତଙ୍କୁ ଅନୁରୋଧ କରୁଛନ୍ତି, "ବର୍ତ୍ତମାନ ତୁମେ ଭଗବାନଙ୍କର ଏହି ସମସ୍ତ ଭିନ୍ନ ଭିନ୍ନ ନାମଗୁଡିକର ଜପ କର, ଏବଂ ମୋତେ ରକ୍ଷା କର ।" ରାଖୋ ବଚନ ମନୋ: "ମୋର ପ୍ରିୟ ମନ, ଦୟାକରି ମୋର କଥାର ମାନ ରଖ । ମନା କର ନାହିଁ, କୃଷ୍ଣଙ୍କର ଏହି ସମସ୍ତ ନାମଗୁଡିକର ଜପ କରି ଚାଲ ।"