OR/Prabhupada 0404 - କୃଷ୍ଣ ଚେତନାର ଏହି ଖଣ୍ଡା ନିଅ - କେବଳ ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର

From Vanipedia
Jump to: navigation, search
Go-previous.png ପୂର୍ବ ପୃଷ୍ଠା - ବିଡିଓ 0403
ପର ପୃଷ୍ଠା - ବିଡିଓ 0405 Go-next.png

କୃଷ୍ଣ ଚେତନାର ଏହି ଖଣ୍ଡା ନିଅ - କେବଳ ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର
- Prabhupāda 0404


Lecture on SB 1.2.16 -- Los Angeles, August 19, 1972

ତେବେ ଶୁଶୃଶୋ, ଶୁଶୃଶୋ ଶ୍ରଦ୍ଧାଧାନସ୍ୟ (SB 1.2.16) । ଯେଉଁମାନେ ବିଶ୍ଵାସର ସହିତ ଶୁଣିବାରେ ବ୍ୟସ୍ତ, ଶ୍ରଦ୍ଧାଧାନସ୍ୟ... ଆଦୌ ଶ୍ରଦ୍ଧା । ବିଶ୍ଵାସ ବିନା, ତୁମେ କୌଣସି ଉନ୍ନତି କରି ପାରିବ ନାହିଁ । ଏହା ହେଉଛି ଆଧ୍ୟାତ୍ମିକ ଜୀବନର ପ୍ରାରମ୍ଭ । ଆଦୌ ଶ୍ରଦ୍ଧା । "ଓ, ଏଠାରେ ଅଛି..., କୃଷ୍ଣ ଚେତନା ଚାଲିଛି । ଏହା ବହୁତ ଭଲ । ସେମାନେ ଭଲ ଭାବରେ ପ୍ରଚାର କରୁଛନ୍ତି ।" ଲୋକମାନେ ଏବେ ମଧ୍ୟ, ଆମେ କାର୍ଯ୍ୟକଳାପର ପ୍ରଶଂସା କରୁଛନ୍ତି । ଯଦି ଆମେ ଅମର ସ୍ଥିତି ବଜାୟ ରଖିବା, ତେବେ ସେମାନେ ପ୍ରଶଂସା କରିବେ । ତେବେ ଏହାକୁ ଶ୍ରଦ୍ଧା କୁହାଯାଏ । ଏହି ପ୍ରଶଂସାକୁ ଶ୍ରଦ୍ଧା କୁହାଯାଏ, ଶ୍ରଦ୍ଧାଧାନସ୍ୟ । ଏପରିକି ସେ ସଂଯୁକ୍ତ ହୁଏ ନାହିଁ, ଯଦି ଜଣେ କୁହେ, "ଓ, ଏହା ବହୁତ ଭଲ, ଏହା ବହୁତ... ଏହି ଲୋକମାନେ ଭଲ ।" ବେଳେ ବେଳେ ସେମାନେ, ଖବର କାଗଜରେ ସେମାନେ କୁହଁନ୍ତି ଯେ "ଏହି ହରେ କୃଷ୍ଣ ଲୋକମାନେ ଭଲ । ସେମାନଙ୍କ ପରି ଆଉ ଅଧିକ ଆମେ ଚାହୁଁଛୁ ।" ସେମାନେ କୁହଁନ୍ତି । ତେବେ ଏହି ପ୍ରଶଂସା ମଧ୍ୟ ଏକ, ସେହି ବ୍ୟକ୍ତି ପାଇଁ ମଧ୍ୟ ଏକ ପ୍ରଗତି । ଯଦି ସେ ଶୁଣେ ନାହିଁ, ଆସେ ନାହିଁ, କେବଳ ଜଣେ କୁହେ "ଏହା ବହୁତ ଭଲ । ହଁ ।" ଠିକ୍ ଯେପରି ଏକ ଛୋଟ ଶିଶୁ, ଏକ ଛୋଟ ପିଲା, ସେ ମଧ୍ୟ ପ୍ରଶଂସା କରୁଛି, କରତାଳ ଧରି ଛିଡା ହେବା ପାଇଁ ଚେଷ୍ଟା କରୁଛି । ପ୍ରଶଂସା କରିବା । ଜୀବନର ପ୍ରାରମ୍ଭରୁ, ପ୍ରଶଂସା କରିବା, "ଏହା ବହୁତ ଭଲ ।" ସେ ଜାଣୁ କିମ୍ଵା ନ ଜାଣୁ, ଏହା କିଛି ଫରକ ପକାଏ ନାହିଁ । କେବଳ ପ୍ରଶଂସା କରିବା ତାକୁ ଆଧ୍ୟାତ୍ମିକ ଜୀବନର ଏକ ସ୍ପର୍ଶ ଦିଏ । ଏହା ବହୁତ ଭଲ । ଶ୍ରଦ୍ଧା । ଯଦି ସେମାନେ ବିପକ୍ଷରେ ଯିବେ ନାହିଁ, କେବଳ ପ୍ରଶଂସା କରିବେ, "ଓ, ସେମାନେ ଭଲ କରୁଛନ୍ତି..." ତେଣୁ ଆଧ୍ୟାତ୍ମିକ ଜୀବନର ବିକାସ ଅର୍ଥାତ୍ ଏହି ପ୍ରଶଂସାର ବିକାସ, ବାସ୍ । କିନ୍ତୁ ମାତ୍ରା, ଭିନ୍ନ ଭିନ୍ନ ଅଛି ପ୍ରଶଂସାରେ ।

ତେବେ ଶୁଶ୍ରୁଷୋଃ, ଶ୍ରଦ୍ଧାଧାନସ୍ୟ ବାସୁଦେବ-କଥା-ରୁଚିଃ । ପୂର୍ବ ଶ୍ଲୋକରେ, ଏହା ବର୍ଣ୍ଣନା କରାଯାଇଛି ଯେ, ଯଦ ଅନୁଧ୍ୟାସିନା ଯୁକ୍ତାଃ । ଜଣେ ଲୀନ ହେବାକୁ ପଡିବ ସର୍ବଦା ଭାବନାରେ । ଏହା ହେଉଛି ଖଣ୍ଡା । ତୁମକୁ କୃଷ୍ଣ ଚେତନାର ଏହି ଖଣ୍ଡାକୁ ନେବାକୁ ହେବ । ତାପରେ ତୁମେ ମୁକ୍ତ ହୋଇଯିବ । ଏହି ଖଣ୍ଡା ଦ୍ଵାରା ଗଣ୍ଠି କଟା ଯାଏ । ତେବେ...ବର୍ତ୍ତମାନ ଆମେ କିପରି ଏହି ଖଣ୍ଡା ପାଇବା? ସେହି ପ୍ରକ୍ରିୟା ଏଠାରେ ବର୍ଣ୍ଣନା କରାଯାଇଛି, ଯେ ତୁମେ କେବଳ, ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର । ତୁମେ ଖଣ୍ଡା ପାଇବ । ବାସ୍ । ବାସ୍ତବରେ, ଆମର ଏହି କୃଷ୍ଣ ଚେତନା ଅନ୍ଦୋଳନ ବିସ୍ତାର ହେଉଛି । ଆମେ ଗୋଟିଏ ପରେ ଗୋଟେ ଖଣ୍ଡା ପାଉଛୁ, କେବଳ ଶୁଣିବା ଦ୍ଵାରା । ମୁଁ ଏହି ଆନ୍ଦୋଳନ ନ୍ୟୁୟର୍କରେ ଆରମ୍ଭ କରିଥିଲି । ତୁମେ ସମସ୍ତେ ଜାଣିଛ । ମୋ ପାଖରେ ବାସ୍ତବରେ କୌଣସି ଖଣ୍ଡା ନ ଥିଲା । ଯେପରି କିଛି ଧାର୍ମିକ ସିଦ୍ଧାନ୍ତରେ, ସେମାନେ ଏକ ହାତରେ ଧାର୍ମିକ ଗ୍ରନ୍ଥ ନିଅନ୍ତ, ଏବଂ ଅନ୍ୟ ହାତରେ, ଖଣ୍ଡା: "ତୁମେ ଏହି ଗ୍ରନ୍ଥ ସ୍ଵୀକାର କର; ଅନ୍ୟଥା, ମୁଁ ତୁମର ମୁଣ୍ଡ କାଟିବି ।" ଏହା ମଧ୍ୟ ହେଉଛି ଅନ୍ୟ ଏକ ପ୍ରକାରର ପ୍ରଚାର । କିନ୍ତୁ ମୋ ପାଖରେ ମଧ୍ୟ ଖଣ୍ଡା ଥିଲା, କିନ୍ତୁ ସେହି ପ୍ରକାରର ଖଣ୍ଡା ନୁହେଁ । ଏହି ଖଣ୍ଡା - ଲୋକମାନଙ୍କୁ ଶୁଣିବା ପାଇଁ ସୁଯୋଗ ଦେବା ପାଇଁ । ବାସ୍ ।

ବାସୁଦେବ-କଥା-ରୁଚିଃ । ତେବେ ଯଥା ଶିଘ୍ର ତାର ରୁଚି ଆସେ... ରୁଚି । ରୁଚି ଅର୍ଥାତ୍ ସ୍ଵାଦ । "ଆହା, ସେଠାରେ କୃଷ୍ଣଙ୍କର ବାର୍ତ୍ତା ଅଛି, ବହୁତ ଭଲ । ମୋତେ ଶୁଣିବାକୁ ଦିଅ ।" ଏତିକିରେ ତୁମେ ଖଣ୍ଡା ପାଇଯିବ, ତୁରନ୍ତ । ଖଣ୍ଡା ତୁମ ହାତରେ ଅଛି । ବାସୁଦେବ-କଥା-ରୁଚି । କିନ୍ତୁ ରୁଚି କାହାକୁ ମିଳେ? ଏହି ସ୍ଵାଦ? କାରଣ, ମୁଁ ବହୁତ ଥର ବୁଝେଇଛି, ସ୍ଵାଦ, ଠିକ୍ ଯେପରି ମିଶ୍ରି । ସମସ୍ତେ ଜାଣନ୍ତି ଏହା ବହୁତ ମିଠା ଅଟେ, କିନ୍ତୁ ତୁମେ ଯଦି ଜଣ୍ଡିସରେ ପୀଡ଼ିତ ଏକ ବ୍ୟକ୍ତିକୁ ଦେବ, ତାକୁ ଏହା ପିତା ଲାଗିବ । ସମସ୍ତେ ଜାଣନ୍ତି ଏହା ମିଠା ଅଟେ, କିନ୍ତୁ ବିଶିଷ୍ଟ ବ୍ୟକ୍ତି ଯିଏ ଜଣ୍ଡିସ ରୋଗରେ ପୀଡ଼ିତ, ତାକୁ ମିଶ୍ରି ବହୁତ ପିତା ଲାଗିବ । ସମସ୍ତେ ଏହା ଜାଣିଛନ୍ତି । ଏହା ଏକ ତଥ୍ୟ ଅଟେ ।

ତେଣୁ ରୁଚି, ବାସୁଦେବ-କଥା ଶୁଣିବା ପାଇଁ ସ୍ଵାଦ, କୃଷ୍ଣ-କଥା, ଏହି ଭୌତିକ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଚାଖି ପାରିବେ ନାହିଁ । ଏହି ରୁଚି, ସ୍ଵାଦ । ଏହି ସ୍ଵାଦ ନେବା ପାଇଁ ପ୍ରାରମ୍ଭିକ ଗତିବିଧି ଅଛି । ତାହା କ'ଣ? ପ୍ରଥମ କଥା ହେଉଛି ସେହି ପ୍ରଶଂସା: "ଓ, ଏହା ବହୁତ ଭଲ ।" ଆଦୌ ଶ୍ରଦ୍ଧା, ଶ୍ରଦ୍ଧାଧାନ । ତେବେ ଶ୍ରଦ୍ଧା, ପ୍ରଶଂସା, ଏହା ପ୍ରାରମ୍ଭ ଅଟେ । ତାପରେ ସାଧୁ-ସଙ୍ଗ (CC Madhya 22.83) । ତାପରେ ମିଶିବା: "ଠିକ୍ ଅଛି, ଏହି ଲୋକମାନେ ଜପ କରୁଛନ୍ତି ଏବଂ କୃଷ୍ଣଙ୍କ ବିଷୟରେ କଥା ହେଉଛନ୍ତି । ମୋତେ ଯିବାକୁ ଦିଅ ଏବଂ ବସିବାକୁ ଏବଂ ମୋତେ ଅଧିକ ଶୁଣିବାକୁ ଦିଅ ।" ଏହାକୁ ସାଧୁ ସଙ୍ଗ କୁହାଯାଏ । ଯେଉଁମାନେ ଭକ୍ତ ସେମାନଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ । ଏହା ହେଉଛି ଦ୍ଵିତୀୟ ସ୍ତର । ତୃତୀୟ ସ୍ତର ହେଉଛି ଭଜନ-କ୍ରିୟା । ଯେତେବେଳେ ଜଣେ ଭଲ ଭାବରେ ମିଶି ଯାଏ, ତାପରେ ସେ ଅନୁଭବ କରେ, "କାହିଁକି ଶିଷ୍ୟ ନ ହେବ?" ତେବେ ଆମେ ଆବେଦନ ପ୍ରାପ୍ତ କରୁ, "ପ୍ରଭୁପାଦ, ଯଦି ଆପଣ ଦୟାକରି ମୋତେ ଆପଣଙ୍କର ଶିଷ୍ୟ ରୂପେ ସ୍ୱୀକାର କରନ୍ତୁ ।" ଏହା ହେଉଛି ଭଜନ-କ୍ରିୟାର ପ୍ରାରମ୍ଭ । ଭଜନ-କ୍ରିୟାର ଅର୍ଥ ହେଉଛି ଭଗବାନଙ୍କ ସେବାରେ ଲୀନ ହେବା । ଏହା ହେଉଛି ତୃତୀୟ ସ୍ତର ।