OR/Prabhupada 0412 - କୃଷ୍ଣ ଚାହୁଁଛନ୍ତି ଯେ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାର ହେଉ



Conversation with Devotees -- April 12, 1975, Hyderabad

ପ୍ରଭୁପାଦ : ଅନାଶ୍ରିତଃ କର୍ମ ଫଳମ କାର୍ଯ୍ୟ° କର୍ମ କାରୋଟି ୟଃ ସ ସନ୍ୟାସୀ (BG 6.1) । ଅନାଶ୍ରିତଃ... ସମସ୍ତେ ନିଜର ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କିଛି ଭଲ ପରିଣାମକୁ ଆଶା କରନ୍ତି । ଏହା ହିଁ ଆଶ୍ରିତ କର୍ମ ଫଳ । ସେ ଭଲ ପରିଣାମର ଶରଣ ନେଇଯାଇଛି । କିନ୍ତୁ ଯିଏ ଏହି ଗତିବିଧି ଗୁଡିକର ପରିଣାମର ଶରଣ ନିଏ ନାହିଁ... ଏହା ମୋର କର୍ତ୍ତବ୍ୟ । କାର୍ଯ୍ୟମ । କାର୍ଯ୍ୟମର ଅର୍ଥ ହେଉଛି "ଏହା ମୋର କର୍ତ୍ତବ୍ୟ । କିଛି ଫରକ ପଡ଼ିବନି ପରିଣାମ ଯାହା ବି ହୋଉ । ମୋତେ ନିଷ୍ଠାରେ ନିଜର ପୁରା କ୍ଷମତାର ସହ କରିବାକୁ ହେବ । ତେବେ ମୁଁ ପରିଣାମ ପାଇଁ ଖାତିର କରେ ନାହିଁ । ପରିଣାମ କୃଷ୍ଣଙ୍କ ହାତରେ ଅଛି ।କାର୍ଯ୍ୟ°: "ଏହା ମୋର କର୍ତବ୍ୟ । ମୋର ଗୁରୁ ମହାରାଜା ଏହା କହିଥିଲେ, ତେଣୁ ଏହା ମୋର କର୍ତବ୍ୟ । ଫରକ ପଡ଼େ ନାହିଁ ଯେ ଏହା ସଫଳ ହେବ କି ନାହିଁ । ତାହା କୃଷ୍ଣଙ୍କ ଉପରେ ନିର୍ଭର କରେ ।" ଏହିପରି, କେହି ମଧ୍ୟ, ଯଦି କାର୍ଯ୍ୟ କରେ, ତେବେ ସେ ଏକ ସନ୍ୟାସୀ । ପୋଷାକରୁ ନୁହେଁ, କିନ୍ତୁ କାମ କରିବାର ଦୃଷ୍ଟିକୋଣରୁ । ହଁ, ତାହା ହେଉଛି ସନ୍ୟାସ । କାର୍ଯ୍ୟ°: "ଏହା ମୋର କର୍ତ୍ତବ୍ୟ ।" ସ ସନ୍ୟାସୀ ଚ ଯୋଗୀ ଚ । ସେ ହେଉଛି ଯୋଗୀ, ପ୍ରଥମ ଶ୍ରେଣୀର ଯୋଗୀ । ଠିକ ଯେପରି ଅର୍ଜୁନ । ଅର୍ଜୁନ ଅଧିକୃତ ରୂପରେ, ସେ ସନ୍ୟାସ ଗ୍ରହଣ କରି ନଥିଲେ । ସେ ଜଣେ ଗୃହସ୍ଥ, କ୍ଷତ୍ରିୟ । କିନ୍ତୁ ଯେତେବେଳେ ସେ ଏହାକୁ ଅତି ଗମ୍ଭୀରତା ସହ ଗ୍ରହଣ କରିଥିଲେ, କାର୍ଯ୍ୟ°- "କୃଷ୍ଣ ଏହି ଯୁଦ୍ଧ ଚାହାଁନ୍ତି । କିଛି ଅସୁବିଧା ନାହିଁ ମୋତେ ମୋର ଆତ୍ମୀୟ ମାନଙ୍କୁ ମାରିବାର ଅଛି । ମୋତେ ଏହା କରିବାକୁ ହେବ ।"-ତାହା ହେଉଛି ସନ୍ୟାସ । ସର୍ବପ୍ରଥମେ ସେ କୃଷ୍ଣଙ୍କ ସହ ଯୁକ୍ତି କରିଥିଲେ ଯେ "ଏହି ଭଳିଆ ଯୁଦ୍ଧ ଆଦୌ ଭଲ ନୁହେଁ," ଆତ୍ମୀୟମାନଙ୍କୁ ମରିବା, ଏବଂ ଅନ୍ୟ ସବୁକିଛି । ସେ ଯୁକ୍ତି କରିଥିଲେ । କିନ୍ତୁ ଭଗବଦ୍ ଗୀତା ଶୁଣିବା ପରେ, ଯେତେବେଳେ ସେ ବୁଝିପାରିଲେ ଯେ "ଏହା ମୋର କର୍ତ୍ତବ୍ୟ । କୃଷ୍ଣ ମୋତେ ଏହା କରିବାକୁ ଚାହୁଁଛନ୍ତି ।" କାର୍ଯ୍ୟଂ। ସେ ଗୃହସ୍ତ, ଏକ କ୍ଷତ୍ରିୟ ହେବା ସତ୍ତ୍ଵେ, ସେ ଏକ ସନ୍ୟାସୀ । ସେ ଗ୍ରହଣ କରିଥିଲେ - କାର୍ଯ୍ୟଂ କାର୍ଯ୍ୟଂ ମାନେ "ଏହା ମୋର କର୍ତ୍ତବ୍ୟ ।" ତାହା ହେଉଛି ପ୍ରକୃତ ସନ୍ୟାସ । "କୃଷ୍ଣ ଚାହାଁନ୍ତି ଯେ ଏହି କୃଷ୍ଣ ଚେତନା ଆନ୍ଦୋଳନର ପ୍ରସାର ହେଉ । ତ ଏହା ମୋର କାର୍ଯ୍ୟଂ। ଏହା ମୋର କାର୍ଯ୍ୟଂ। ଏବଂ ମୋର ଆଧ୍ୟତ୍ମିକ ଗୁରୁ ହେଉଛନ୍ତି ମୋର ପଥ ପ୍ରଦର୍ଶକ । ତେଣୁ ମୋତେ ଏହାକୁ କରିବାକୁ ହେବ । " ଏହା ହେଉଛି ସନ୍ୟାସ । ଏହା ହେଉଛି ସନ୍ୟାସ, ସନ୍ୟାସ ମନୋବୃତି । କିନ୍ତୁ ଏହା ପ୍ରାଚଳିତ । ଏହାକୁ କରିବାକୁ... ତାହାକୁ ଗ୍ରହଣ କରାଯାଇପାରିବ ।

ଭାରତୀୟ ବ୍ୟକ୍ତି: ତାହାତ କୌଣସି ମାନସିକ ପ୍ରଭାବ ଅଛି କି?

ପ୍ରଭୁପାଦ: ଓଃ । ସାଧାରଣତଃ ଭାରତରେ, ଲୋକମାନେ, ସନ୍ୟାସୀ ମାନେ ପ୍ରଚାର କରନ୍ତି । ଅନ୍ୟଥା, ସନ୍ୟାସର ନିୟମ ଦିଆଯାଇଛି- କାର୍ଯ୍ୟଂ: "କିନ୍ତୁ ଏହା ହି ମୋର ଏକମାତ୍ର କର୍ତ୍ତବ୍ୟ । ବାସ୍ । କୃଷ୍ଣ ଚେତନା ଆନ୍ଦୋଳନକୁ ଆଗକୁ ବଢେଇବା ଦରକାର । ଏହା ହିଁ ମୋର ଏକମାତ୍ର କର୍ତ୍ତବ୍ୟ ।" ସେ ହେଉଛି ସନ୍ୟାସ । କାରଣ କୃଷ୍ଣ ସ୍ଵୟଂ ଆସନ୍ତି, ସେ ଉପେକ୍ଷା କରନ୍ତି, ସର୍ବ ଧର୍ମାଂ ପରିତ୍ୟଯ୍ୟ ମାଂ ଏକଂ ଶରଣଂ ବ୍ରଜ । ଏବଂ ଚୈତନ୍ୟ ମହାପ୍ରଭୁ, କୃଷ୍ଣ, ସେ କୁହନ୍ତି, ଏଇ କୃଷ୍ଣ ତତ୍ତ୍ଵ ବିତଃ ସେଇ ଗୁରୁ ହୋଏ: "ଯିଏ କେହି ମଧ୍ୟ କୃଷ୍ଣଙ୍କର ବିଜ୍ଞାନକୁ ଜାଣିଛି, ସେ ହେଉଛି ଗୁରୁ । ଏବଂ ଗୁରୁଙ୍କ କାମ କଣ? ଯାରେ ଦେଖେ, ତାରେ କହେ କୃଷ୍ଣ-ଉପଦେଶ:(CC Madhya 7.128) "ଯାହା ସହ ମଧ୍ୟ ତୁମେ ମିଶିବ, ତୁମେ କେବଳ କୃଷ୍ଣଙ୍କର ଶିକ୍ଷା ତାଙ୍କ ଉପରେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବ ।" ସର୍ବ-ଧର୍ମ ପରିତଯ୍ୟା... ତେବେ ଏହି ପରି ଭାବରେ, ଯଦି ଆମେ ଗ୍ରହଣ କରିବା, ଅତି ଗମ୍ଭୀରତା ସହିତ- "ଏହା ହେଉଛି ମୋର କର୍ତ୍ତବ୍ୟ"- ତେବେ ତୁମେ ଏକ ସନ୍ୟାସୀ । ବାସ୍ । ସା ସନ୍ୟାସୀ । କୃଷ୍ଣ ଘୋଷଣା କରୁଛନ୍ତି । ଲୋକମାନେ କୃଷ୍ଣଙ୍କର ଶିକ୍ଷାକୁ ଗମ୍ଭୀରତାର ସହ ନେଉନାହାନ୍ତି । ତାହା ହେଉଛି ଭାରତର ଦୁର୍ଭାଗ୍ୟ । ସେମାନେ କୃଷ୍ଣଙ୍କର ଅନେକ ପ୍ରତିଦ୍ଵନ୍ଦି ଆଣୁଛନ୍ତି । କଣ କୃଷ୍ଣ... ଏବଂ "କୃଷ୍ଣ... ରାମକୃଷ୍ଣ ମଧ୍ୟ କୃଷ୍ଣଙ୍କ ସହ ସମାନ ।" ଏହି ଛଳ ହିଁ ମାରିଦେଲା ।ସେମାନେ ଧର୍ମ ପ୍ରତି ସବୁଠାରୁ ବଡ କ୍ଷତି କରିଦେଇଛନ୍ତି । କୃଷ୍ଣଙ୍କ ବଦଳରେ, ଅନ୍ୟ ଏକ ଦୁର୍ଜନକୁ ଆଣିଛନ୍ତି ।

ଭାଗବତ: ତାଙ୍କର ଏକ ବିରାଟ ମଠ ଅଛି ଭୁବନେଶ୍ଵରରେ । ଭୁବନେଶ୍ଵରରେ ଏକ ବିରାଟ ରାମକୃଷ୍ଣ ମଠ ଅଛି । ବିବେକାନନ୍ଦ ବିଦ୍ୟାଳୟ, ପୁସ୍ତକାଳୟ, ଅନେକ ଜାଗା, ବହୁକିଛି, ଭଲରେ ସଂଗଠିତ ।

ପ୍ରଭୁପାଦ: ତ ଆମେ ମଧ୍ୟ କରିପାରିବା । ତୁମକୁ ଲୋକମାନଙ୍କୁ ବୁଝାଇବାକୁ ହେବ । ତାଙ୍କ ସହ ପ୍ରତିଦ୍ଵନ୍ଦ କରିବାର କୌଣସି ପ୍ରଶ୍ନ ନାହିଁ । କିନ୍ତୁ ତୁମେ, ତୁମ ନିଜର ଶିଦ୍ଧାନ୍ତକୁ କେଉଁଠାରେ ମଧ୍ୟ ପ୍ରଚାର କରିପାରିବ ।

ଭାରତୀୟ ବ୍ୟକ୍ତି: ଓଡିଶାରେ ଲୋକମାନଙ୍କ ସହ ଯାହା ହେଉଛି...

ପ୍ରଭୁପାଦ:ହଁ?

ଭାରତୀୟ ବ୍ୟକ୍ତି:... ଲୋକମାନଙ୍କୁ ବୁଝାଇବ: ନାଁ, ତାହା ଭୁଲ ଏବଂ ଏହା ଠିକ ।

ପ୍ରଭୁପାଦ: ନାଁ, ସେମାନଙ୍କର ରାମକୃଷ୍ଣର ପ୍ରଲୋଭନ ହେଉଛି ଦରିଦ୍ର-ନାରାୟଣ-ସେବା ଏବଂ ଡାକ୍ତତଖାନା । ସେହା ହିଁ ତାଙ୍କର ପ୍ରଲୋଭନ । ତାଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ । କେହି ମଧ୍ୟ ତାଙ୍କର ସିଦ୍ଧାନ୍ତ ପ୍ରତି ଆକର୍ଷିତ ନୁହନ୍ତି । ତାଙ୍କ ପାଖରେ କଣ ସିଦ୍ଧାନ୍ତ ଅଛି? କିଛି ଭାବିବନି । ଆମର ତାଙ୍କ ସହିତ କୌଣସି ସମ୍ଵନ୍ଧ ନାହିଁ ।