OR/Prabhupada 0429 - କୃଷ୍ଣ ହେଉଛନ୍ତି ଭଗବାନଙ୍କ ନାମ । କୃଷ୍ଣ ଅର୍ଥ ହେଉଛି ସମସ୍ତ ଆକର୍ଷଣୀୟ, ସର୍ବ-ମଙ୍ଗଳ



Lecture on BG 2.11 -- Edinburgh, July 16, 1972

ତେଣୁ ଆମର ବର୍ତ୍ତମାନର ପରିସ୍ଥିତି ହେଉଛି ସମଗ୍ର ସଭ୍ୟତା ଚାଲିଛି, ଭୁଲ ଧାରଣା ଅନୁଯାୟୀ, ସମସ୍ତେ ଶରୀର ଅଟନ୍ତି । ତାହା ଏକ ସତ୍ୟ ନୁହେଁ । ତେଣୁ, ଏହି କୃଷ୍ଣ କୀର୍ତ୍ତନ, ଏହି ହରେ କୃଷ୍ଣ ଆନ୍ଦୋଳନ, ଏହାର ଏକ ବିଶେଷ ପ୍ରଭାବ ଅଛି । ଏହା ... ଏହି ହରେ କୃଷ୍ଣ ଆନ୍ଦୋଳନ ସାଧାରଣ ଧ୍ୱନି କମ୍ପନ ବୋଲି ଭାବ ନାହିଁ । ଏହା ଆଧ୍ୟାତ୍ମିକ କମ୍ପନ । ଏହାକୁ ମହା-ମନ୍ତ୍ର କୁହାଯାଏ । ମହା-ମନ୍ତ୍ର । ଯେମିତି... ତୁମ ଦେଶରେ ସାପୁଆ କେଳା ଅଛନ୍ତି କି ନାହିଁ ମୁଁ ଜାଣେ ନାହିଁ । ଭାରତରେ ତଥାପି ଅନେକ ସାପୁଆ କେଳା, ଯାଦୁକର ଅଛନ୍ତି, ମୁଁ ଦୁଃଖିତ। ତେଣୁ ସେମାନେ କିଛି ମନ୍ତ୍ର ଜପ କରନ୍ତି, ଏବଂ ସାପ କାମୁଡ଼ି ଥିବା ଜଣେ ବ୍ୟକ୍ତି ତାଙ୍କ ଚେତନାକୁ ପୁନର୍ଜୀବିତ ହୋଇପାରିବ । ଏଠାରେ ଯେକୌଣସି ଭାରତୀୟ ଉପସ୍ଥିତ ଅଛନ୍ତି, ସେମାନେ ଜାଣନ୍ତି । ତଥାପି ବିଶେଷକରି ମୁଁ ପଞ୍ଜାବରେ ଦେଖିଛି, ସେଠାରେ ଅନେକ ସାପୁଆ କେଳା ଅଛନ୍ତି, ଯେଉଁମାନେ ମନ୍ତ୍ର ଜପ କରିବେ ଜାଣନ୍ତି ।

ତେଣୁ ଯଦି ଶାରୀରିକ ଭାବରେ ଏହା ସମ୍ଭବ ଯେ ଜଣେ ମୃତ ବ୍ୟକ୍ତି ... ଅବଶ୍ୟ, ଯେତେବେଳେ ଜଣେ ବ୍ୟକ୍ତିକୁ ସାପ କାମୁଡ଼େ ସେ ମରି ନଥାଏ । ସେ ଚେତାଶୂନ୍ୟ ହୋଇଯାଏ । ସେ ମରି ନ ଥାଏ । କିନ୍ତୁ ମନ୍ତ୍ରର ଏହି ଜପ ଦ୍ୱାରା ସେ ଚେତନାକୁ ଆସନ୍ତି । ତେଣୁ, ଯଦି ଭାରତରେ ସାପ କାମୁଡ଼େ, ତେବେ ଏହା ହେଉଛି ଭାରତର ବ୍ୟବସ୍ଥା, ତାକୁ ଜଳା ଯାଏ ନାହିଁ, କିମ୍ବା ତାଙ୍କୁ ମୃତ ଶରୀର ଭାବରେ ଗ୍ରହଣ କରାଯାଇ ନାହିଁ । ତାକୁ କୌଣସି ଜୀବନ ରକ୍ଷକ ନୌକାରେ ଭାସ ଯାଏ ଆଉ ପାଣି ଦିଆ ଯାଏ । ଯଦି ସେ ସୁଯୋଗ ପାଆନ୍ତି ତେବେ ସେ ପୁଣି ଚେତନାକୁ ଆସିପାରନ୍ତି । ସେହିପରି ଭାବରେ, ଆମେ ବର୍ତ୍ତମାନ, ଆମର ଅଜ୍ଞତା ହେତୁ, ଆମେ ଶୋଇଛୁ । ଆମେ ଶୋଇଛୁ | ତେଣୁ, ଆମକୁ ଜାଗ୍ରତ କରିବା ପାଇଁ ଏହି ମନ୍ତ୍ର, ମହା-ମନ୍ତ୍ର ଆବଶ୍ୟକ । ଜାଗ୍ରତ ହେବା ପାଇଁ ଚେତୋ-ଦର୍ପଣ-ମାର୍ଜନଂ (ଚ .ଚ ଅନ୍ତ୍ୟ ୨୦.୧୨) ।

ଠିକ୍ ଏହି ବାଳକମାନଙ୍କ ପରି, ଏହି ଇଉରୋପୀୟ ବାଳକ ଏବଂ ଝିଅମାନେ ଯେଉଁମାନେ ମୋ ସାଥିରେ ଅଛନ୍ତି ... ମୁଁ ପ୍ରାୟ ତିନି, ଚାରି ହଜାରରୁ ଅଧିକ ଶିଷ୍ୟ ପାଇଛି । ସେମାନେ ହରେ କୃଷ୍ଣ ଜପ କରୁଛନ୍ତି। ଏବଂ ତାହା ନୁହେଁ ଯେ ସେମାନେ ଅବାଧରେ ଜପ କରୁଛନ୍ତି । ସେମାନେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି । ଯଦି ତୁମେ ସେମାନଙ୍କ ସହିତ କଥାବାର୍ତ୍ତା କର, ସେମାନେ ଦର୍ଶନ ଉପରେ ବହୁତ ସୁନ୍ଦର ଭାବରେ କଥା ହେବେ । ସବୁକିଛି ଚତୁର, ଚତୁର ବ୍ୟକ୍ତି ପରି । ତେବେ ସେମାନେ କିପରି କରୁଛନ୍ତି? ଚାରି ବର୍ଷ ପୂର୍ବେ, ସେମାନେ ଜାଣି ନଥିଲେ କୃଷ୍ଣ ର ନାମ କ’ଣ? ବୋଧହୁଏ ସେମାନେ ଇଂରାଜୀ ଅଭିଧାନରେ କୃଷ୍ଣଙ୍କର ନାମ ଦେଖିଥିବେ, ଯାହା କୁହାଯାଇଛି "ଏକ ହିନ୍ଦୁ ଦେବତା" କିନ୍ତୁ ବାସ୍ତବରେ, ତାହା ସତ୍ୟ ନୁହେଁ । କୃଷ୍ଣ ହେଉଛି ଭଗବାନଙ୍କ ନାମ । କୃଷ୍ଣର ଅର୍ଥ ହେଉଛି ସମସ୍ତ ଆକର୍ଷଣୀୟ, ସମସ୍ତ-ଭଲ । ସମସ୍ତ ଆକର୍ଷଣୀୟ ଅର୍ଥ ହେଉଛି ସେ ଭଲ ହେବା ଆବଶ୍ୟକ; ଅନ୍ୟଥା, ସେ କିପରି ଆକର୍ଷଣୀୟ ହୋଇପାରିବେ? ଜଣେ ଖରାପ, ଯିଏ ଖରାପ, ସେ ଆକର୍ଷଣୀୟ ହୋଇପାରିବ ନାହିଁ । ତେଣୁ କୃଷ୍ଣ, ଏହି ଶବ୍ଦର ଅର୍ଥ ହେଉଛି ସମସ୍ତ ଆକର୍ଷଣୀୟ । ତାଙ୍କର ସମସ୍ତ ଉତ୍ତମ ଗୁଣ, ସମସ୍ତ ସମୃଦ୍ଧି ଅଛି ଯାହା ଦ୍ଵାରା ସେ ଆକର୍ଷଣୀୟ ଅଟନ୍ତି । ତାହା ହେଉଛି ଭଗବାନଙ୍କ ସଠିକ୍ ବର୍ଣ୍ଣନା, କିମ୍ବା ସଠିକ୍ ନାମକରଣ ।

ଯଦି ଭଗବାନଙ୍କର କୌଣସି ନାମ ଅଛି, ନିର୍ଦ୍ଦିଷ୍ଟ, ଯାହାକି ସବୁକିଛିରେ ପରିପୂର୍ଣ୍ଣ, ସେହି ଶବ୍ଦଟି ହେଉଛି କୃଷ୍ଣ । ଏହା ଏକ ସଂସ୍କୃତ ଶବ୍ଦ, କିନ୍ତୁ ଏହା ସୂଚିତ କରେ ... କୃଷ୍ଣର ଅର୍ଥ ହେଉଛି ଭଗବାନ । ଶାସ୍ତ୍ରରେ କୁହାଯାଇ ଅଛି , ଈଶ୍ଵରଃ ପରମଃ କୃଷ୍ଣ (ବ୍ର.ସ ୫.୧) । ଈଶ୍ଵରଃ ଅର୍ଥ ନିୟନ୍ତ୍ରକ, ଏବଂ ପରମଃ, ସର୍ବୋଚ୍ଚ । ଈଶ୍ଵରଃ ପରମଃ କୃଷ୍ଣଃ (ବ୍ର.ସ । ୫.୧) । ତାହା ହେଉଛି ଵୈଦିକ ସାହିତ୍ୟର ନିର୍ଦ୍ଦେଶ । ତେଣୁ ଆମର ଏହି କୃଷ୍ଣ ଚେତନା ଆନ୍ଦୋଳନ ଏକ ସାମ୍ପ୍ରଦାୟିକ ଧାର୍ମିକ ଆନ୍ଦୋଳନ ନୁହେଁ । ଏହା ଏକ ବୈଜ୍ଞାନିକ ଦାର୍ଶନିକ ଗତିବିଧି । ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ପ୍ରକ୍ରିୟା ବହୁତ ସରଳ । ପ୍ରକ୍ରିୟା ଜପ କରିବା ଦ୍ୱାରା ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ, କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ, ରାମ, ହରେ ହରେ । ଆମେ ଯାଦୁକର ନୁହଁ, କିନ୍ତୁ ଆମେ ଆମର ଛାତ୍ରମାନଙ୍କୁ କହୁ, "ସରଳ ଭାବରେ ଆପଣ ଏହି ଦିବ୍ୟ କମ୍ପନକୁ ଜପ କରନ୍ତୁ।" ଏବଂ ସେ ଧୀରେ ଧୀରେ ହୃଦୟର ସମସ୍ତ ମଇଳା ଜିନିଷରୁ ସଫା ହୋଇଯାଏ । ଏହା ଆମର ପ୍ରକ୍ରିୟା | ଚୈତନ୍ୟ ମହାପ୍ରଭୂ ବ୍ୟାଖ୍ୟା କରିଛନ୍ତି, ସେ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଚେତୋ-ଦର୍ପଣ-ମାର୍ଜନଂ (ଚ .ଚ ଅନ୍ତ୍ୟ ୨୦.୧୨) ।

ଏହି ଭୌତିକ ଜଗତରେ ଆମର ସମ୍ପୂର୍ଣ୍ଣ ଅସୁବିଧା ଭୁଲ ବୁଝାମଣା ହେତୁ ହୋଇଥାଏ । ପ୍ରଥମ ଭୁଲ ବୁଝାମଣା ହେଉଛି ଯେ ମୁଁ ହେଉଛି ଏହି ଶରୀର । ଏବଂ ବାସ୍ତବରେ, ଆମ ସମସ୍ତେ, ଆମେ ଏହି ସ୍ଥରରେ ଠିଆ ହୋଇଛୁ, ଜୀବନର ଶାରୀରିକ ଧାରଣା । ଏବଂ କାରଣ ମୋୖଳିକ ଭିତ୍ତିଭୂମି ଭୁଲ ଅଟେ, ତେଣୁ ଆମେ ଯାହା ସୃଷ୍ଟି କରୁଛୁ, ଆମେ ଯାହା ବୁଝୁଛୁ, ସେ ସବୁ ଭୁଲ୍ । କାରଣ ମୋୖଳିକ ସ୍ଥର (ପ୍ଲାଟଫର୍ମ) ଭୁଲ୍ ଅଟେ । ତେଣୁ ସର୍ବପ୍ରଥମେ ଏହି ଭୁଲ ଧାରଣାକୁ ତଡ଼ିଦେବାକୁ ପଡ଼ିବ ଯେ ମୁଁ ଏହି ଶରୀର ଅଟେ।" ଏହାକୁ କୁହାଯାଏ ଚେତୋ-ଦର୍ପଣ-ମାର୍ଜନଂ (ଚ .ଚ ଅନ୍ତ୍ୟ ୨୦.୧୨), ହୃଦୟକୁ ସଫା କରିବା। ମୁଁ ଭାବୁଛି, "ମୁଁ ଏହି ଶରୀର," କିନ୍ତୁ ପ୍ରକୃତରେ ମୁଁ ଏହା ନୁହେଁ ।

ତେଣୁ ଆମକୁ ଏହି ଭୁଲ ଧାରଣାକୁ ସଫା କରିବାକୁ ପଡିବ, ଏବଂ ତାହା ଅତି ସହଜରେ କରାଯାଇଥାଏ, କେବଳ ଏହି ହରେ କୃଷ୍ଣ ମହା-ମନ୍ତ୍ର ଜପ କରି । ଏହା ବ୍ୟବହାରିକ ଅଟେ । ତେଣୁ ଆମର ଅନୁରୋଧ ହେଉଛି ଆପଣ ମାନେ ପ୍ରତ୍ୟେକଙ୍କୁ, ଯଦି ତୁମେ ଦୟାକରି ଆମର ନିର୍ଦ୍ଦେଶ ନିଅ ହରେ କୃଷ୍ଣ ମହା-ମନ୍ତ୍ର ଜପ କରିବାକୁ । ଆପଣ କିଛି ହରାଉ ନାହାଁନ୍ତି । କିନ୍ତୁ ଲାଭ ବହୁତ ଅଧିକ । ଆମେ ଆପଣଙ୍କୁ କିଛି ମୂଲ୍ୟ ମାଗୁନାହୁଁ । ଅନ୍ୟମାନଙ୍କ ପରି, ଯଦି ସେ କିଛି ମନ୍ତ୍ର ଦିଅନ୍ତି, ତେବେ ସେମାନେ ମୂଲ୍ୟ ମାଗିବେ। କିନ୍ତୁ ଆମେ ମୁକ୍ତ ଭାବରେ ବଣ୍ଟନ କରୁଛୁ । ସମସ୍ତେ ନେଇପାରିବେ । ଏପରିକି ପିଲାମାନେ ମଧ୍ୟ ନେଇପାରିବେ । ଆମ ସମାଜରେ ଅନେକ ପିଲା ଅଛନ୍ତି । ସେମାନେ ଜପ କରନ୍ତି ଏବଂ ନାଚନ୍ତି। ଏହା କୌଣସି ଶିକ୍ଷା ଆବଶ୍ୟକ କରେ ନାହିଁ । ଏହା କୌଣସି ମୂଲ୍ୟର ଆବଶ୍ୟକ କରେ ନାହିଁ । ସରଳ ଯଦି ତୁମେ ଜପ କର ... ତୁମେ କାହିଁକି ଏକ ପରୀକ୍ଷଣ କରୁନାହଁ ଏବଂ ଜପ କରି ଦେଖ? ତାହା ହେଉଛି ଆମର ଅନୁରୋଧ ।

ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ, କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ, ରାମ, ହରେ ହରେ । ଜଣେ ଆପତ୍ତି କରିପାରେ, "ମୁଁ କାହିଁକି ତୁମର ହିନ୍ଦୁ କୃଷ୍ଣଙ୍କ ନାମ ଜପ କରିବି?" ତେଣୁ ଆମେ କହୁନାହୁଁ କୃଷ୍ଣ, କିମ୍ବା ଭଗବାନ ... ଭଗବାନଙ୍କର ଅନେକ ନାମ ଅଛି । ଯାହାକୁ ଆମେ ସ୍ୱୀକାର କରୁଛୁ । ଏହା ନୁହେଁ ... ଭଗବାନ ଅସୀମିତ । ତେଣୁ, ତାଙ୍କର ନିଶ୍ଚୟ ଅସୀମିତ ନାମ ଅଛି । କିନ୍ତୁ ଏହି କୃଷ୍ଣ ଶବ୍ଦଟି ଅତ୍ୟନ୍ତ ଉପଯୁକ୍ତ କାରଣ ଏହାର ଅର୍ଥ ସମସ୍ତ ଆକର୍ଷଣୀୟ । ଆପଣ ଆଲୋଚନା କରିପାରିବେ, "ଭଗବାନ ମହାନ ଅଟନ୍ତି।" ତାହା ଠିକ୍ ଅଛି। ସେ କିପରି ମହାନ? ତାହା ଅନ୍ୟ ଏକ ବୁଝାମଣା । ତେବେ ଯଦି ତୁମେ ଭାବୁଛ ଯେ “କୃଷ୍ଣ ହେଉଛି ହିନ୍ଦୁ ଭଗବାନଙ୍କ ନାମ, ମୁଁ କାହିଁକି ଏହା ଜପ କରିବି?” ତେଣୁ ଚୈତନ୍ୟ ମହାପ୍ରଭୂ କୁହନ୍ତି, ନା। ଯଦି ତୁମର ଏକ ନାମ, ଭଗବାନଙ୍କର ଅନ୍ୟ ଏକ ବିକଳ୍ପ ନାମ ଅଛି, ତେବେ ତୁମେ ତାହା ଜପ କର । ଆମର ଏକମାତ୍ର ଅନୁରୋଧ ହେଉଛି ତୁମେ ଭଗବାନଙ୍କ ପବିତ୍ର ନାମ ଜପ କର । ଯଦି ତୁମର ଭଗବାନଙ୍କର କୌଣସି ନାମ ଅଛି, ତୁମେ ତାହା ଜପ କରିପାରିବ । ତୁମେ ଶୁଦ୍ଧ ହେବ । ତାହା ହେଉଛି ଆମର ପ୍ରଚାର।