OR/Prabhupada 0428 - ମଣିଷର ବିଶେଷ ଅଧିକାର ହେଉଛି ବୁଝିବା - ମୁଁ କ’ଣ
Lecture on BG 2.11 -- Edinburgh, July 16, 1972
ଆମେ କେତେ ଅଜ୍ଞ ତାହା ବୁଝିବାକୁ ଚେଷ୍ଟା କର । ଆମେ ସମସ୍ତେ ଅଜ୍ଞାନତାରେ ଅଛେ । ଏହି ଶିକ୍ଷା ଚାହୁଁଛି କାରଣ ଲୋକମାନେ, ଏହି ଅଜ୍ଞତା ଦ୍ୱାରା, ସେମାନେ ପରସ୍ପର ସହିତ ଲଢୁଛନ୍ତି । ଗୋଟିଏ ରାଷ୍ଟ୍ର ଅନ୍ୟ ଦେଶ ସହିତ ଲଢୁଛନ୍ତି, ଜଣେ ଧର୍ମବାଦୀ ଅନ୍ୟ ଧର୍ମବାଦୀଙ୍କ ସହ ଲଢୁଛନ୍ତି। କିନ୍ତୁ ଏହା ସବୁ ଅଜ୍ଞତା ଉପରେ ଆଧାରିତ | ମୁଁ ଏହି ଶରୀର ନୁହେଁ । ତେଣୁ ଶାସ୍ତ୍ର କହୁଛନ୍ତି, ୟସ୍ୟାତ୍ମ-ବୁଦ୍ଧିଃ କୁଣାପେ ତ୍ରି-ଧାତୁକେ (ଭା. ୧୦.୮୪.୧୩) । ଆତ୍ମ-ବୁଦ୍ଧିଃ କୁଣାପେ , ଏହା ହାଡ ଏବଂ ମାଂସପେଶୀର ଏକ ବ୍ୟାଗ, ଏବଂ ଏହା ତିନୋଟି ଧାତୁ ଦ୍ୱାରା ନିର୍ମିତ । ଧାତୁ ର ଅର୍ଥ ହେଉଛି ଉପାଦାନ । ଆୟୁର୍-ବେଦିକ ବ୍ୟବସ୍ଥା ଅନୁଯାୟୀ: କଫ, ପିତ, ବାୟୁ । ଭୌତିକ ଜିନିଷ | ତେଣୁ ମୁଁ ଏକ ଆତ୍ମା ଅଟେ । ମୁଁ ଭଗବାନଙ୍କର ଅଂଶ ବିଶେଷ ଅଟେ ।
ଅହଂ ବ୍ରହ୍ମାସ୍ମୀ । ଏହା ହେଉଛି ବୈଦିକ ଶିକ୍ଷା । ବୁଝିବାକୁ ଚେଷ୍ଟା କର ଯେ ତୁମେ ଏହି ଭୌତିକ ଜଗତର ନୁହଁ । ତୁମେ ଆଧ୍ୟାତ୍ମିକ ଜଗତର ଅଟ। ତୁମେ ଭଗବାନଙ୍କର ଅଂଶ ବିଶେଷ ଅଟ । ମମୈବାଂଶ ଜୀବ-ଭୂତଃ (ଭ.ଗୀ ୧୫.୭) । ଭଗବଦ୍-ଗୀତାରେ ଭଗବାନ କହିଛନ୍ତି ଯେ ସମସ୍ତ ଜୀବତ୍ମା ମୋର ଅଂଶ ବିଶେଷ ଅଟନ୍ତି । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତି-ସ୍ଥାନି କର୍ଷତି (ଭ.ଗୀ ୧୫.୭) ସେ ଜୀବନ ପାଇଁ ଏକ ବଡ ସଂଘର୍ଷ କରୁଛନ୍ତି, ଏଇ ଭାବନାରେ ଯେ ଶାରୀରିକ ଭାବନା ଅନୁଯାୟୀ ସେ ଏହି ଶରୀର, କିନ୍ତୁ ଏହି ପ୍ରକାରର ଭାବନା ବା ବୁଝାମଣା ହେଉଛି ପଶୁ ସଭ୍ୟତା । କାରଣ ପଶୁମାନେ ମଧ୍ୟ ଖାଉଛନ୍ତି, ଶୋଉଛନ୍ତି, ଯୌନ ସମ୍ପର୍କ ରଖିଛନ୍ତି ଏବଂ ନିଜ ପଦ୍ଧତିରେ ରକ୍ଷା କରୁଛନ୍ତି । ତେଣୁ ଯଦି ଆମେ ମଧ୍ୟ, ମଣିଷ ମାନେ, ଯଦି ଆମେ ଏହି ସମସ୍ତ ବ୍ୟବସାୟ ସହିତ ଜଡିତ, ଯଥା ଖାଇବା, ଶୋଇବା, ଯୌନ ସମ୍ପର୍କ, ଏବଂ ରକ୍ଷା କରିବା, ତେବେ ଆମ୍ଭେମାନେ ପଶୁମାନଙ୍କ ଅପେକ୍ଷା ଭଲ ନୁହଁ। ମଣିଷର ବିଶେଷ ଅଧିକାର ହେଉଛି ବୁଝିବା "ମୁଁ କ’ଣ? ମୁଁ ଏହି ଶରୀର ନା ଅନ୍ୟ କିଛି?"
ବାସ୍ତବରେ, ମୁଁ ଏହି ଶରୀର ନୁହେଁ । ମୁଁ ତୁମକୁ ବହୁତ ଉଦାହରଣ ଦେଇଛି । ମୁଁ ଜଣେ ଜୀବତ୍ମା । କିନ୍ତୁ ବର୍ତ୍ତମାନ ମୁହୂର୍ତ୍ତରେ ଆମ ସମସ୍ତେ ଏହି ବୁଝାମଣାରେ ବ୍ୟସ୍ତ ଅଛନ୍ତି ଯେ ମୁଁ ଏହି ଶରୀର ଅଟେ । ଏଇ ବୁଝାମଣା ଉପରେ କେହି କାମ କରୁନାହାଁନ୍ତି ଯେ ସେ ଶରୀର ନୁହନ୍ତି, ସେ ଜଣେ ଜୀବତ୍ମା । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆମେ କୌଣସି ପାର୍ଥକ୍ୟ ବିନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛୁ । ଆମେ କରୁନାହୁଁ ... କାରଣ ଆମେ ଶରୀରର ଧ୍ୟାନ ନେଉନାହୁଁ । ଶରୀର ହିନ୍ଦୁ ହୋଇପାରେ, ଶରୀର ମୁସଲମାନ ହୋଇପାରେ, ଶରୀର ଇଉରୋପୀୟ ହୋଇପାରେ, ଶରୀର ଆମେରିକୀୟ ହୋଇପାରେ, କିମ୍ବା ଶରୀର ଭିନ୍ନ ଶୈଳୀର ହୋଇପାରେ ।
ଯେପରି ତୁମେ ଏକ ପୋଷାକ ପାଇଛ । ବର୍ତ୍ତମାନ, କାରଣ ମୁଁ ଗେରୁଆ ପୋଷାକରେ ଅଛି ଏବଂ ତୁମେ କଳା କୋଟରେ, ଏହାର ଅର୍ଥ ନୁହେଁ ଯେ ଆମେ ଏକାଠି ଲଢ଼ିବା । କାହିଁକି? ତୁମର ଭିନ୍ନ ପୋଷାକ ଥାଇପାରେ, ମୋର ଭିନ୍ନ ପୋଷାକ ଥାଇପାରେ । ତେବେ ଯୁଦ୍ଧ କରିବାର କାରଣ କେଉଁଠାରେ ଅଛି? ଏହି ବୁଝାମଣା ବର୍ତ୍ତମାନ ମୁହୂର୍ତ୍ତରେ ଆବଶ୍ୟକ । ଅନ୍ୟଥା, ଆପଣ ପଶୁମାନଙ୍କର ଏକ ସଭ୍ୟତା ହେବେ । ଠିକ୍ ଯେପରି ଜଙ୍ଗଲରେ ମଧ୍ୟ ପଶୁମାନେ ଅଛନ୍ତି । ସେଠାରେ ବିଲେଇ, କୁକୁର, ଶୃଗାଳ, ବାଘ ଅଛନ୍ତି ଏବଂ ସେମାନେ ସର୍ବଦା ଯୁଦ୍ଧ କରନ୍ତି । ତେଣୁ, ଯଦି ଆମେ ପ୍ରକୃତରେ ଶାନ୍ତି ଚାହୁଁ - ଶାନ୍ତିର ଅର୍ଥ ଉତେଜିତ ହୀନ । ତାହେଲେ ଆମେ "ମୁଁ କଣ" ବୁଝିବାକୁ ଚେଷ୍ଟା କରିବା ଜରୁରୀ । ତାହା ହେଉଛି ଆମର କୃଷ୍ଣ ଚେତନା ଆନ୍ଦୋଳନ । ଆମେ ସମସ୍ତଙ୍କୁ ଶିକ୍ଷା ଦେଉଛୁ, ସେ ପ୍ରକୃତରେ କ’ଣ । କିନ୍ତୁ ତାଙ୍କର ସ୍ଥିତି ହେଉଛି ... କେବଳ ମୋର କିମ୍ବା ତୁମର ନୁହେଁ ସମସ୍ତଙ୍କର ସ୍ଥିତି । ସମସ୍ତେ ଏପରିକି ପଶୁମାନେ । ସେମାନେ ମଧ୍ୟ ଆତ୍ମା ସ୍ପୁଲିଙ୍ଗ। ସେମାନେ ମଧ୍ୟ ।
କୃଷ୍ଣ ଦାବି କରିଛି ଯେ, ସର୍ବଯୋନିଷୁ କୌନ୍ତେଯ ମୂର୍ତଯଃ ସମ୍ଭବନ୍ତି ଯାଃ ତାସାଂ ବ୍ରହ୍ମ ମହଦ୍ ୟୋନିର ଅହଂ ବୀଜପ୍ରଦଃ ପିତା (ଭ.ଗୀ ୧୪.୪) କୃଷ୍ଣ ଦାବି କରିଛନ୍ତି ଯେ "ମୁଁ ସମସ୍ତ ଜୀବଜଗତର ବୀଜ ପ୍ରଦାନକାରୀ ପିତା ଅଟେ। ବାସ୍ତବରେ, ଏହା ହେଉଛି ସତ୍ୟ । ଯଦି ଆମେ ସୃଷ୍ଟିର ଉତ୍ପତ୍ତି ଅଧ୍ୟୟନ କରିବାକୁ ଚାହୁଁ, ତେବେ ଭଗବଦ୍-ଗୀତାରେ ସବୁକିଛି ବ୍ୟାଖ୍ୟା କରାଯାଇଛି । ଯେପରି ପିତା ମାତାଙ୍କ ଗର୍ଭରେ ବୀଜ ଦିଅନ୍ତି, ଏବଂ ସେଇ ବୀଜ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ହୋଇ ବଢ଼େ, ସେହିଭଳି, ଆମେ ଜୀଵାତ୍ମା, ଆମେ ସମସ୍ତେ ଭଗବାନଙ୍କ ଅଂଶ ବିଶେଷ, ତେଣୁ ଭଗବାନ ଏହି ଭୌତିକ ପ୍ରକୃତିର ଗର୍ଭଧାରଣ କରାନ୍ତି, ଏବଂ ଆମେ ଏହି ଭୌତିକ ଶରୀର ନେଇ ବିଭିନ୍ନ ରୂପରେ ବାହାରକୁ ଆସୁ । ୮,୪୦୦,୦୦୦ ପ୍ରକାର ଶରୀର ଅଛି । ଜଳଦା ନବ-ଲକ୍ଷାଣି-ସ୍ଥାବରା ଲକ୍ଷ-ବିଂଶତି । ଏକ ତାଲିକା ଅଛି । ସବୁକିଛି ସେଠାରେ ଅଛି ।