OR/Prabhupada 0450 - ଭକ୍ତି ସେବା ନିଷ୍ପାଦନ କରିବା ପାଇଁ କୌଣସି ଭୌତିକ ଇଛା ରଖ ନାହିଁ



Lecture on SB 7.9.4 -- Mayapur, February 18, 1977

ପ୍ରଦ୍ୟୁମ୍ନ: ଅନୁବାଦ - "ନାରଦ ମୁନୀ କହିଲେ: ହେ ରାଜା, ଅବଶ୍ୟ ଉତ୍ତମ ଭକ୍ତ ପ୍ରହଲ୍ଲାଦ ମାହାରାଜ କେବଳ ଏକ ଛୋଟ ବାଳକ ଥିଲେ, ସେ ଭଗବାନ ବ୍ରହ୍ମାଙ୍କର ଶଦ୍ଦକୁ ଗ୍ରହଣ କରିଲେ | ସେ ଧିରେ ଧିରେ ଭଗବାନ ନୃସିଂହ ଦେବଙ୍କ ଆଡକୁ ବଢ଼ିଲେ, ଏବଂ ହାତ ଯୋଡି ସମ୍ମାନୀୟ ଦଣ୍ଡବତ ପ୍ରଣାମ କରିଲେ |"

ପ୍ରଭୁପାଦ:

ତଥେତି ଶନକୈ ରାଜନ
ମହା-ଭଗବତୋ ଅର୍ଭକଃ
ଉପେତ୍ୟ ଭୁବି କାୟେନ
ନନାମ ବିଧୃତାଞ୍ଜଳିଃ
(SB 7.9.4)

ତେବେ ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ମାହାଭାଗବତ, ସାଧାରଣ ବ୍ୟକ୍ତି ନୁହଁନ୍ତି | ଅର୍ଭକଃ | ଅର୍ଭକ ଅର୍ଥାତ୍ ନିରୀହ ଶିଶୁ, ପାଞ୍ଚ ବର୍ଷ ବୟସର ଛୋଟ ଶିଶୁ | କିନ୍ତୁ ମହାଭାଗବତ | ଏହା ନୁହେଁ ଯେ କାରଣ ସେ ହେଉଛନ୍ତି ଏକ ବାଳକ... ଅହୈତୁକି ଅପ୍ରତିହତ (SB 1.2.6) | ଏକ ଛୋଟ ଶିଶୁ ମହାଭାଗବତ ହୋଇପାରିବ, ଏବଂ ଏକ ବଡ଼ ବିଦ୍ଵାନ ଅସୁର ହୋଇ ପାରିବ | ଭକ୍ତି ଏତେ ଉତ୍କୃଷ୍ଠ ଯେ ଏହି ସବୁ ବିରୋଧାଭାସୀ ଅଟେ | ଅର୍ଭକ | ଅର୍ଭ ଅର୍ଥାତ୍ ମୂର୍ଖ କିମ୍ଵା ବୋକା, କିନ୍ତୁ ସେହି ସମୟରେ ମହାଭାଗବତ | ଏହା ସମ୍ଭବ | ମହାଭାଗବତ ଅର୍ଥାତ୍... ଆମେ ବିଭିନ୍ନ ପ୍ରକାରର ଭକ୍ତମାନଙ୍କ ମଧ୍ୟରେ ଅନ୍ତର କରିବା ଉଚିତ୍: କିନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ ଏବଂ ମହା ଭାଗବତ, ଉତ୍ତମ ଅଧିକାରୀ | ଉତ୍ତମ ଅଧିକାରୀ |

ତେବେ ଏହି ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ମହାଭାଗବତ, ମହାଭାଗବତ, ଏହା ନୁହେଁ ଯେ କାରଣ ସେ ହେଉଛନ୍ତି ପାଞ୍ଚ ବର୍ଷ ବୟସର...ନା | ସେ ତାଙ୍କର ମାତାଙ୍କ ଗର୍ଭରୁ ମାହାଭାଗବତ ଥିଲେ | ଯେତେବେଳେ ତାଙ୍କର ମାତାଙ୍କୁ ଦେବତାମାନେ ଆକ୍ରମଣ କରିଲେ, ବନ୍ଦୀ, ଏବଂ ଦେବତାମାନଙ୍କ ଦ୍ଵାରା ଘୋଷଡା ଯାଉଥିଲେ, ନାରଦ ମୁନୀ ସେହି ପଥରେ ଯାଉଥିଲେ: "ତୁମେ କ'ଣ କରୁଛ?" ଏବଂ "ସେ ହିରଣ୍ୟକଶ୍ୟପୁର ସ୍ତ୍ରୀ ଥିଲେ, ଏବଂ ତାଙ୍କର ଗର୍ଭରେ ଏକ ପିଲା ଥିଲା | ତେଣୁ ଆମେ ସେହି ପିଲାକୁ ମଧ୍ୟ ମାରିବାକୁ ଚାହୁଁଛୁ |" ନାରଦ ମୁନୀ ତୁରନ୍ତ ସେମାନଙ୍କୁ କହିଲେ, "ନା, ନା, ନା, ନା | ସେ ସାଧାରଣ ପିଲା ନୁହେ | ସେ ହେଉଛି ମାହାଭାଗବତ | ତେଣୁ ସ୍ପର୍ଶ କର ନାହିଁ |" ତେଣୁ ସେମାନେ ରାଜି ହୋଇଗଲେ | ନାରଦ ମୁନୀ... ଏହା ହେଉଛି ଦେବତା | ଅବଶ୍ୟ କିଛି ଭୁଲ ହେଲା, ଯଥା ଶୀଘ୍ର ନାରଦ ମୁନୀ ସେମାନଙ୍କୁ ଆଦେଶ ଦେଲେ ଯେ "ଅନିଷ୍ଟ କରିବାକୁ ଚେଷ୍ଟା କର ନାହିଁ | ସେ ହେଉଛି ମାହାଭାଗବତ," ତୁରନ୍ତ... ତେବେ ନାରଦ ମୁନୀ କହିଲେ, "ମୋର ପ୍ରିୟ ପୁତ୍ରୀ, ତୁମେ ମୋ ସହିତ ଆସ ଯେ ପର୍ଯ୍ୟନ୍ତ ତୁମର ସ୍ଵାମୀ ଆସି ନାହିଁ |" ହିରଣ୍ୟକଶ୍ୟପୁ ଦେବତାମାନଙ୍କୁ ପରାଜିତ କରିବା ପାଇଁ ବହୁତ କଠିନ ତପସ୍ୟା କରିବା ପାଇଁ ଯାଇଥିଲା | ଏହା ହେଉଛି ଅସୁରମାନଙ୍କର ତପସ୍ୟା | ହିରଣ୍ୟକଶ୍ୟପୁ ବହୁତ କଠୋର ତପସ୍ୟା କରିବାରେ ବ୍ୟସ୍ତ ଥିଲା | ଉଦ୍ଦେଶ୍ୟ କ'ଣ? କିଛି ଭୌତିକ ଉଦ୍ଦେଶ୍ୟ |

କିନ୍ତୁ ସେହି ପ୍ରକାରର ତପସ୍ୟା, ବ୍ୟର୍ଥ ଅଟେ | ଶ୍ରମ ଏବ ହି କେବଳମ (SB 1.2.8) | ଭୌତିକବାଦୀ, ସେମାନେ ତପସ୍ୟା କରନ୍ତି | ଯେ ପର୍ଯ୍ୟନ୍ତ ସେମାନେ ତାହା କରି ନାହାଁନ୍ତି, ସେମାନେ ଉନ୍ନତି କରିପାରିବେ ନାହିଁ, ବ୍ୟବସାୟ କ୍ଷେତ୍ରରେ ହେଉ, କିମ୍ଵା ଆର୍ଥିକ କ୍ଷେତ୍ରରେ କିମ୍ଵା ରାଜନୀତି କ୍ଷେତ୍ରରେ | ସେମାନଙ୍କୁ ବହୁତ, ବହୁତ କଠିନ ପରିଶ୍ରମ କରିବାକୁ ପଡ଼େ | ଠିକ୍ ଯେପରି ଆମ ଦେଶରେ, ମହାନ ନେତା ମାହାତ୍ମା ଗାନ୍ଧୀ, ତାଙ୍କୁ ବହୁତ, ବହୁତ କଠିନ ପରିଶ୍ରମ କରିବାକୁ ପଡି ଥିଲା | ଡରବାନରେ ସେ ତାଙ୍କର ବାର ବର୍ଷ ନଷ୍ଟ କରିଲେ ଏବଂ ଭାରତରେ ତିରିଶି ବର୍ଷ | ମୁଁ କହିବି ଯେ ସମୟ ନଷ୍ଟ କରୁଛନ୍ତି | କିଛି ରାଜନୈତିକ ଉଦେଶ୍ୟ ପାଇଁ | ତାଙ୍କର ରାଜନୈତିକ ଉଦେଶ୍ୟ କଣ? "ବର୍ତମାନ ଆମେ ଏକ ଦଳ ଭାରତୀୟ ନାମରେ ପରିଚିତ | ଆମେ ଇଂରେଜମାନଙ୍କୁ ବାହାର କରିବାକୁ ହେବ ଏବଂ ସର୍ବୋଚ୍ଚ ଅଧିକାର ଗ୍ରହଣ କରିବାକୁ ହେବ |" ଏହା ହେଉଛି ଉଦେଶ୍ୟ | ତେଣୁ ଏହା ହେଉଛି ଅନ୍ଵୟଭିଳାଷିତ-ଶୂନ୍ୟମ (CC Madhya 19.167)| ଏହି ଉଦେଶ୍ୟ କଣ? ଆଜି ତୁମେ ଭାରତୀୟ, କାଲି ତୁମେ ଆଉ କିଛି ହୋଇ ପାରିବ | ତଥା ଦେହାନ୍ତର ପ୍ରାପ୍ତିର (BG 2.13) | ତୁମକୁ ତୁମର ଶରୀର ବଦଳେଇବାକୁ ହେବ | ତେବେ ପରବର୍ତ୍ତୀ ଶରୀର କଣ? ତୁମେ ପୁଣି ଭାରତୀୟ ହେବ କି? କିଛି ଭରସା ନାହିଁ | ତୁମେ ଭାରତକୁ ବହୁତ ସ୍ନେହ କରୁଥିଲେ ମଧ୍ୟ, ଠିକ ଅଛି, ତୁମର କର୍ମ ଅନୁସାରେ ତୁମେ ଶରୀର ପାଇବ | ତୁମେ ଗଛର ଏକ ଭାରତୀୟ ଶରୀର ପାଇଲେ ମଧ୍ୟ, ତୁମେ ପାଞ୍ଚ ହଜାର ବର୍ଷ ପାଇଁ ଛିଡା ହୋଇ ରହିବ | ଲାଭ କଣ? କୃଷ୍ଣ କୁହନ୍ତି ତଥା ଦେହାନ୍ତର ପ୍ରାପ୍ତିର | ସେ କୁହନ୍ତି ନାହାନ୍ତି କି ଏକ ମନୁଷ୍ୟ ପୁଣି ଏକ ମନୁଷ୍ୟ ହିଁ ହେବ | କିଛି ଭରସା ନାହିଁ | କିଛି ବଦମାସ କୁହନ୍ତି ଯେ ଥରେ ଏହି ମନୁଷ୍ୟ ଶରୀର ମିଳିଲେ ଆଉ ପତନ ହେବ ନାହିଁ | ଏହା ତଥ୍ୟ ନୁହେଁ | ତଥ୍ୟ ହେଉଛି ଯେ, 84, 00, 000 ଜୀବନର ବିଭିନ୍ନ ପ୍ରଜାତି ମଧ୍ୟରୁ, ତୁମ କର୍ମ ଅନୁସାରେ ତୁମକୁ ଶରୀର ମିଳିବ | ବାସ | କିଛି ଭରସା ନାହିଁ କି... ଏବଂ ଯଦି ତୁମକୁ ଭାରତୀୟ ଶରୀର ମିଳିଲେ ମଧ୍ୟ, କିଏ ତୁମ ପାଇଁ ଖାତିର କରୁଛି?

ତେଣୁ କୃଷ୍ଣ ଚେତନା ବିନା, ଯାହା କିଛି ତପସ୍ୟା, ଆମେ କରୁ, ଏହା କେବଳ ସମୟ ନଷ୍ଟ ଅଟେ | ଆମେ ଜାଣି ଥିବା ଦରକାର | କେବଳ ସମୟର ନଷ୍ଟ | କାରଣ ତୁମକୁ ଶରୀର ବଦଳେଇବାକୁ ହେବ | ସବୁ କିଛି ବଦଳି ଯିବ | ତୁମେ ନଗ୍ନ ଅବସ୍ଥାରେ ଆସିଛ; ନଗ୍ନ ହୋଇ ଯିବ | ତୁମେ ଲାଭ କରି ପାରିବ ନାହିଁ | ମୃତ୍ୟୁ ସର୍ବ-ହରଷ ଚାହଁମ (BG 10.34) | ସର୍ବ-ହରଷ ଚ | ଯାହା କିଛି ତୁମେ ହାସିଲ କରିଛ, ସବୁ କିଛି ଛଡେଇ ନିଆ ଯିବ | ମୃତ୍ୟୁ... ଯେପରି ହିରଣ୍ୟକଶିପୁ | ହିରଣ୍ୟକଶିପୁ ଯାହା କିଛି ସେ ହାସିଲ କରିଥିଲା, ପ୍ରହଲ୍ଲାଦ ମହାରାଜ କହିଲେ, "ଏକ କ୍ଷଣରେ, ଆପଣ ଛଡେଇ ନେଲେ | ତେବେ, ମୋର ଭଗବାନ, କାହିଁକି ଆପଣ ମୋତେ ଏହି ଭୌତିକ ଆଶୀର୍ବାଦ ଦେଉଛନ୍ତି? ଏହାର ମୂଲ୍ୟ କଣ? ମୁଁ ମୋର ପିତାଙ୍କୁ ଦେଖିଛି: କେବଳ ତାଙ୍କର ଆଖି ଦେଖି ଦେବତାମାନେ ଭୟବିତ ହୁଅନ୍ତି | ସେହିପରି ସ୍ଥିତି ଆପଣ ଏକ ନିମିଷରେ ସମାପ୍ତ କରି ଦେଇଛନ୍ତି |

ତେବେ ଏହି ଭୌତିକ ପଦର ଉପଯୋଗ କଣ?" ତେଣୁ ଯିଏ ଶୁଦ୍ଧ ଭକ୍ତ ଅଟେ, ସିଏ କୌଣସି ଭୌତିକ ଇଚ୍ଛା ରଖନ୍ତି ନାହିଁ | ଏହା ତାଙ୍କର ନାହିଁ...

ଅନ୍ୟାଭିଲାଷୀତ-ଶୂନ୍ୟମ
ଜ୍ଞାନ-କର୍ମାଦି-ଅନାବୃତମ
ଆନୁକୂଲୟେନ କୃଷ୍ଣାନୁ-
ଶିଳନମ ଭକ୍ତିର ଉତମା
(Brs. 1.1.11)

ଆମେ ତାହା ସର୍ବଦା ମନେ ରଖିବା ଉଚିତ | ଭକ୍ତି ସେବା ନିଷ୍ପାଦନ କରିବା ପାଇଁ କୌଣସି ଭୌତିକ ଇଛା ରଖ ନାହିଁ | ତେବେ ଏହା ଶୁଦ୍ଧ ନୁହେଁ | ନ ସାଧୁ ମନୟେ ଯତୋ ଆତ୍ମନୋ ଅୟଂ ଆସନ ଆପି କ୍ଳେଶଦୀ ଆସ ଦେହ | ଯଥା ଶୀଘ୍ର ତୁମେ ଭୌତିକ ଇଛା କର, ତେବେ ତୁମେ ସମୟ ନଷ୍ଟ କରିଛ | କାରଣ ତୁମକୁ ଏକ ଶରୀର ପାଇବାର ଅଛି | ତୁମର ଇଛା ପୂରଣ ହେବ | କୃଷ୍ଣ ହେଉଛନ୍ତି ବହୁତ ଦୟାଳୁ - ଯ ଯଥା ମାଂ ପ୍ରପଦ୍ୟନ୍ତେ ତାଂଶ ତଥୈଵ ଭଜାମୀ (BG 4.11) - ଯଦି ତୁମେ କିଛି ଇଛା ଭକ୍ତି ଦ୍ୱାରା ପୂର୍ଣ୍ଣ କରିବାକୁ ଚାହୁଁଛ, କୃଷ୍ଣ ବହୁତ ଦୟାଳୁ: "ଠିକ ଅଛି |" କିନ୍ତୁ ତୁମକୁ ଅନ୍ୟା ଏକ ଶରୀର ଗ୍ରହଣ କରିବାକୁ ହେବ | ଏବଂ ଯଦି ତୁମେ ଶୁଦ୍ଧ, କେବଳ, ତୟକତ୍ଵ ଦେହମ ପୁନର ଜନ୍ମ ନୈତି ମାଂ ଏତି (BG 4.9) | ଏହା ଆବଶ୍ୟକ, ଶୁଦ୍ଧ ଭକ୍ତ | ସେଥିପାଇଁ ଆମେ ସମସ୍ତଙ୍କୁ ଭକ୍ତ ହେବା ପାଇଁ ଉପଦେଶ ଦେଉଛୁ | ଶୁଦ୍ଧ ଭକ୍ତ... ଏହା ହେଉଛି ଉଦାହରଣ, ମହା-ଭାଗବତ | ଏହି ପାଞ୍ଚ ବର୍ଷର ବାଳକ, ତାର କିଛି କାମ ନାହିଁ ସନ୍ତୁଷ୍ଟ କରିବା ବ୍ୟତୀତ, ଶୁଦ୍ଧ ଭକ୍ତ ହେବା ପାଇଁ |