OR/Prabhupada 0451 - ତୁମେ ଜାଣି ନାହଁ ଭକ୍ତ କିଏ, କିପରି ତାଙ୍କର ପୂଜା କରିବ, ତେବେ ଆମେ କନିଷ୍ଠ ଅଧିକାରୀ ହୋଇ ରହିଯିବା



Lecture on SB 7.9.4 -- Mayapur, February 18, 1977

ତେଣୁ ଏହି ଯୋଗ୍ୟତା, ଶୁଦ୍ଧ ଭକ୍ତ, ଏକ ମହା-ଭାଗବତ ନିର୍ମାଣ କରେ | କିନ୍ତୁ ସେଥିରେ ସ୍ତର ଅଛି | ଜନ୍ମରୁ ଯିଏ ମହା-ଭାଗବତ, ତାଙ୍କୁ ନିତ୍ୟ ସିଦ୍ଧ କୁହାଯାଏ | ସେମାନେ ସର୍ବଦା ସିଦ୍ଧ, ପୂର୍ଣ୍ଣ | ସେମାନେ କିଛି ଉଦେଶ୍ୟ ପାଇଁ ଆସନ୍ତି | ତେବେ ପ୍ରହଲ୍ଲାଦ ମହାରାଜ ଏହି ଉଦେଶ୍ୟ ପାଇଁ ଆସିଥିଲେ, ଯେ ରାକ୍ଷସମାନେ, ଏପରିକି ତାଙ୍କର ପିତା, ସେ ତାଙ୍କୁ ବହୁତ କଷ୍ଟ ଦେଉଥିଲେ କାରଣ ସେ ଜଣେ କୃଷ୍ଣ ଚେତନାଶିଳ ଥିଲେ | ଏହା ହେଉଛି ନିର୍ଦେଶ | ପ୍ରହଲ୍ଲାଦ ମହାରାଜ ଏହା କୃଷ୍ଣଙ୍କ ଆଦେଶ ଦ୍ଵାରା ଦେଖେଇବାକୁ ଚାହୁଁଥିଲେ | ହିରଣ୍ୟକଶିପୁ ମଧ୍ୟ ଆସିଥିଲେ - କିପରି କୃଷ୍ଣଙ୍କର ଶତ୍ରୁ ହୋଇପାରିବ; ଏବଂ ପ୍ରହଲ୍ଲାଦ ମହାରାଜ ଆସିଥିଲେ, ଦେଖେଇବା ପାଇଁ, କିପରି ଭକ୍ତ ହୋଇପାରିବ ଦେଖେଇବା ପାଇଁ | ଏହା ଚାଲିଛି |

ତେଣୁ ମହା-ଭାଗବତ... କନିଷ୍ଠ-ଅଧିକାରୀ, ମଧ୍ୟମ-ଅଧିକାରୀ ଏବଂ ମହା-ଭାଗବତ, କିମ୍ବା ଉତ୍ତମ-ଅଧିକାରୀ | କନିଷ୍ଠ-ଅଧିକାରୀ, ସର୍ବ ପ୍ରଥମେ ସେମାନଙ୍କୁ କିପରି ବିଗ୍ରହ ପୂଜା ଭଲ ଭାବରେ କରାଯିବ ଶିକ୍ଷା ଦିଆଯାଏ | ଶାସ୍ତ୍ରର ନିର୍ଦେଶ ଅନୁସାରେ, ଗୁରୁଙ୍କର ନିର୍ଦେଶ ଅନୁସାରେ, ଜଣେ କିପରି ବିଗ୍ରହ ପୂଜା କରାଯିବ ଶିଖିବା ଉଚିତ |

ଅର୍ଚ୍ଚୟଂ ଏବ ହରାୟେ ୟଃ
ପୂଜାମ ଶ୍ରେଦ୍ଧାଏହତେ
ନା ତଦ ଭକ୍ତେସୁ ଚାଣୟେଷୁ
ଶ ଭକ୍ତହ ପ୍ରକ୍ରତଃ ସ୍ମରତଃ
(SB 11.2.47)

କିନ୍ତୁ ଜଣେ ଉର୍ନ୍ନତି କରିବା ଉଚିତ | ଏହା ହେଉଛି ଭକ୍ତି ସେବାର ଉର୍ନ୍ନତି | ଆମେ କେବଳ ବିଗ୍ରହ ପୂଜାରେ ରହିଲେ, ଆମେ ଅନ୍ୟମାନଙ୍କ ପାଇଁ ଅନୁଭବ କରିପାରିବା ନାହିଁ - ନ ଚାନ୍ୟେଶୁ ନ ତଦ-ଭକ୍ତ - ତୁମେ ଜାଣି ନାହଁ ଭକ୍ତ କିଏ, କିପରି ତାଙ୍କର ପୂଜା କରିବ, ତେବେ ଆମେ କନିଷ୍ଠ ଅଧିକାରୀ ହୋଇ ରହିଯିବା | ଏବଂ ମଧ୍ୟମ-ଅଧିକାରୀ ଅର୍ଥାତ ସେ ତାର ନିଜ ସ୍ଥିତି ଜାଣିବା ଉଚିତ, ଅନ୍ୟମାନଙ୍କର ସ୍ଥିତି, ଭକ୍ତର ସ୍ଥିତି, ଭଗବାନଙ୍କର ସ୍ଥିତି, ଏବଂ ତେବେ ସେ ହେଉଛି ମଧ୍ୟମ-ଅଧିକାରୀ | ଇଶ୍ଵରେ ତଦ-ଅଧିନେସୁ ବଳିସେଶୁ ଦ୍ବୀସତ୍ସୁ ଚା (SB 11.2.46) | ତାର ଚାରି ପ୍ରକାରର ଦୃଷ୍ଟି ଥିବ: ଭଗବାନ, ଈଶ୍ଵର; ତଦ-ଅଧିନେସୁ, ସେ ହେଉଛି ଜଣେ ଯିଏ ଭଗବାନଙ୍କର ଆଶ୍ରୟ ନେଇଛି - ଅର୍ଥାତ ଭକ୍ତ - ଇଶ୍ଵରେ ତଦ-ଅଧିନେସୁ, ବାଳିସୁ, ନିରୀହ ପିଲା, ଠିକ ଯେପରି ଏହି ପିଲାମାନେ, ବଳିସା ଅର୍ଭକଃ; ଏବଂ ଦ୍ବୀସତ୍ସୁ, ଦ୍ବେଷ କରିବା | ଏକ ମଧ୍ୟମ ଅଧିକାରୀ ସେ ଏହି ଚାରି ପ୍ରକାରର ଲୋକଙ୍କୁ ଦେଖିପାରିବ | ଏବଂ ସେ ସେମାଙ୍କ ସହ ସେହିପରି ବ୍ୟବହାର କରନ୍ତି | ତାହା କଣ? ପ୍ରେମ-ମୈତ୍ରୀ-କର୍ପୋପେକ୍ସା | ଈଶ୍ୱର, ଭଗବାନଙ୍କୁ ଭଲ ପାଇବା, କୃଷ୍ଣ, ପ୍ରେମ | ଏବଂ ମୈତ୍ରୀ | ମୈତ୍ରୀ ଅର୍ଥାତ ବନ୍ଧୁତା କରିବା | ଜଣେ ଯିଏ ଭକ୍ତ, ଆମେ ତାଙ୍କ ସହିତ ବନ୍ଧୁତା କରିବା ଉଚିତ | ଆମେ ଇର୍ଷା କରିବା ଉଚିତ ନୁହେଁ; ଆମେ ବନ୍ଧୁ କରିବା ଉଚିତ | ମୈତ୍ରୀ | ଏବଂ ନିରୀହ, ଠିକ ଯେପରି ଏହି ପିଲାମାନେ, କୃପା - ସେମାନଙ୍କୁ କୃପା ଦେଖେଇବା, ସେମାନେ କିପରି ଭକ୍ତ ହୋଇ ପାରିବେ, ସେମାନେ କିପରି ଜପ, ନୃତ୍ୟ କରିବେ, ସେମାଙ୍କୁ ଖାଦ୍ୟ ଦିଅ, ସେମାନଙ୍କୁ ଶିକ୍ଷା ଦିଅ | ଏହାକୁ କୃପା କୁହାଯାଏ | ଏବଂ ପରିଶେଷରେ, ଉପେକ୍ଷା | ଉପେକ୍ଷା ଅର୍ଥାତ ଯେଉଁମାନେ ଇର୍ଷା କରନ୍ତି, ନିଅ ନାହିଁ, ସେମାନଙ୍କ ସହିତ ମିଶ ନାହିଁ | ଉପେକ୍ଷା | "ନା, ତାକୁ କରିବାକୁ ଦିଅ... " କିନ୍ତୁ ମହା- ଭାଗବତ, ସେ କୌଣସି ଉପେକ୍ଷା କରେ ନାହିଁ | ସେ ସେମାନଙ୍କୁ ମଧ୍ୟ ପ୍ରେମ କରେ ଯେଉଁମାନେ ଦ୍ବିଶସ୍ତୁ | ଠିକ ଯେପରି ପ୍ରହଲ୍ଲାଦ ମହାରାଜ | ପ୍ରହଲ୍ଲାଦ ମହାରାଜ, ତାଙ୍କର ପିତା ବହୁତ ବହୁତ, ଇର୍ଷିତ ଥିଲେ | ତଥାପି, ପ୍ରହଲ୍ଲାଦ ମହାରାଜ ତାଙ୍କର ବ୍ୟକ୍ତିଗତ ଲାଭ ପାଇଁ କୌଣସି ଆଶୀର୍ବାଦ ନେବା ପାଇଁ ମନା କରିଦେଲେ, କିନ୍ତୁ ସେ ତାଙ୍କର ପିତାଙ୍କୁ କ୍ଷମା କରିବାକୁ ପାଇଁ ନୃସିଂହ-ଦେବଙ୍କୁ ପ୍ରାର୍ଥନା କରିଥିଲେ, ଯେ ମୋର ପିତାଙ୍କର ଅଛି...."

ସେ କୌଣସି ବ୍ୟକ୍ତିଗତ ଜିନିଷ ମାଗନ୍ତି ନାହିଁ | କିନ୍ତୁ ତଥାପି, ସେ ଜାଣି ଥିଲେ ଯେ "ମୋର ଜୀବନ ସାରା ମୋର ପିତା ଶତ୍ରୁର ଭୂମିକା ନିର୍ବାହ କରିଛନ୍ତି...(ବିରାମ) ତେଣୁ ଏହା ହେଉଛି ସୁଯୋଗ | ମୁଁ ମୋର ପିତାଙ୍କୁ କ୍ଷମା କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ |" ତେବେ କୃଷ୍ଣ ଏହା ଜାଣନ୍ତି | ତାଙ୍କର ପିତାଙ୍କୁ ପୂର୍ବରୁ କ୍ଷମା କରିଦିଆ ଯାଇଥିଲା | କାରଣ ସେ ପ୍ରହଲ୍ଲାଦ ମହାରାଜଙ୍କର ପିତା ହୋଇଥିଲେ ତାଙ୍କୁ ପୂର୍ବରୁ ହିଁ ଆଶୀର୍ବାଦ ମିଳିଥିଲା | ଏହା ସାଧାରଣ କଥା ନୁହେଁ ଏତେ ଭଲ ପୁତ୍ର ପ୍ରାପ୍ତ କରିବା | ତେବେ ଯଥାଶୀଘ୍ର ପ୍ରହଲ୍ଲାଦ ମହାରାଜ ନୃସିଂହ-ଦେବଙ୍କୁ ଅନୁରୋଧ କରିଲେ "ଦୟାକରି ମୋର ପିତଙ୍କୁ କ୍ଷମା କରିଦିଅ," ତେବେ ସେ ତୁରନ୍ତ କହିଲେ, "କେବଳ ତୁମର ପିତା ନୁହଁ - ତାଙ୍କର ପିତା, ତାଙ୍କର ପିତା, ତାଙ୍କର ପିତା; ସମସ୍ତେ ମୁକ୍ତ ହୋଇ ଯିବେ |" ତେଣୁ ଆମକୁ ପ୍ରହଲ୍ଲାଦ ମହାରାଜଙ୍କର ଠାରୁ ଶିକ୍ଷା ନେବା ଉଚିତ ଯେ ଯଦି ପରିବାରର ଏକ ପିଲା ଭକ୍ତ ହୋଇଯାଏ, ସେ ହେଉଛି ସବୁଠାରୁ ଭଲ ପିଲା, ସବୁଠାରୁ ଭଲ | ସେ ପରିବାରକୁ ସବୁଠାରୁ ଭଲ ସେବା ଦେଉଛି | କିନ୍ତୁ ବଦମାସମାନେ, ସେମାନେ ଅନ୍ୟ ଭାବରେ ନେଉଛନ୍ତି, ଯେ "ମୋର ପୁତ୍ର ଭକ୍ତ ହୋଇଗଲା | ତାକୁ ଆଉ କିଛି କହି, ଅପହରଣ କରି ଫେରେଇ ଅଣ |" ଲୋକମାନେ ଏତେ ବଦମାସ | ତୁମେ ଦେଖୁଛ? ସେମାନେ ଏହାକୁ ଏକ ବଡ଼ ଲାଭ ଭାବରେ ଗ୍ରହଣ କରୁ ନାହାନ୍ତି ଯେ "ମୋର ଭାଗ୍ୟବାନ ପୁତ୍ର ଭକ୍ତ ହୋଇଗଲା | ମୋର ପୁରା ପରିବାର ମୁକ୍ତ ହୋଇ ଯିବ |" କିନ୍ତୁ ସେମାଙ୍କର କିଛି ଜ୍ଞାନ ନାହିଁ | ସେମାନଙ୍କର ବୁଦ୍ଧି ନାହିଁ | ସେଥିପାଇଁ ମୁଁ କୁହେ ଏହା ମତ ପରିବର୍ତନ କରିବା ନୁହେଁ, ଏହା ହେଉଛି ଜ୍ଞାନ ଦେବା | ସେମାନଙ୍କର ବୁଦ୍ଧି ନାହିଁ | (ହସ ) ତେଣୁ ଏହାକୁ ଗମ୍ଭିରତାର ସହ ନିଅ ଏବଂ ଭଲ ଭାବରେ କର | ବହୁତ ବହୁତ ଧନ୍ୟବାଦ |

ଭକ୍ତ: ଜୟ !